• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ନେଦରଲଣ୍ଡ୍‌ସ ଓ ସ୍ପେନରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ ୧୫ତମ ସଂସ୍କରଣରେ ଭାରତ ଅମୀମାଂସିତ ସହିତ ଅଭିଯାନ ଆରମ୍ଭ କରିଛି। ରବିବାର ନେଦରଲାଣ୍ଡ୍‌ସର ଆମଷ୍ଟିଲଭିନରେ ଗ୍ରୁପ -ବି ର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ୧-୧ ଅମୀମାଂସିତ ଭାବେ ଶେଷହୋଇଛି। ମ୍ୟାଚ ଡ୍ର ରହିବାରୁ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ଭାରତ ୨ୟ ମ୍ୟାଚ ମଙ୍ଗଳବାର ଚୀନ୍ ସହ ଖେଳିବ।
  2. ବୟସ ଜାଲିଆତି କରିଥିବା ଖେଳାଳିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆ (ବାଇ)  ସମ୍ପାଦକ ସଞ୍ଜୟ ମିଶ୍ରା କହିଛନ୍ତି।
  3.  କର୍ଣ୍ଣାଟକର ୨୧ ବର୍ଷୀୟ ସିନୀ ଶେଟ୍ଟୀଙ୍କୁ ରବିବାର ଦିନ ‘ଫେମିନା ମିସ୍‌ ଇଣ୍ଡିଆ ୨୦୨୨’ ବିଜୟିନୀ ଘୋଷଣା କରାଯାଇଛି। ଗତ ସନ୍ଧ୍ୟାରେ ମୁମ୍ବାଇସ୍ଥିତ ‘ଜିଓ କନ୍‌ଭେନ୍‌ସନ୍‌ ସେଣ୍ଟର୍‌’ରେ ଆୟୋଜିତ ‘ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ’ର ‘ଗ୍ରାଣ୍ଡ୍‌ ଫିନାଲେ’ କାର୍ଯ୍ୟକ୍ରମରେ ତେଲେଙ୍ଗାନାର ‘ଫେମିନା ମିସ୍‌ ଇଣ୍ଡିଆ ୨୦୨୦’ ମାନସା ବାରାଣସୀ ତାଙ୍କୁ ମୁକୁଟ ପିନ୍ଧାଇଥିଲେ।
  4. ରାଗିଂରେ ଓଡ଼ିଶା ଦେଶରେ ଚତୁର୍ଥ। ଉତ୍ତରପ୍ରଦେଶ ଶୀର୍ଷରେ ରହିଥିବା ବେଳେ ଦ୍ବିତୀୟରେ ପଶ୍ଚିମବଙ୍ଗ, ତୃତୀୟରେ ମଧ୍ୟପ୍ରଦେଶ ରହିଛି।
  5. ପାହାଚ ଚଢ଼ୁଥିବା ସମୟରେ ଖସିଗଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ: ଡାହାଣ କାନ୍ଧର ହାଡ଼ ଭାଙ୍ଗି ଯିବା ସହ ଅଣ୍ଟାରେ ଲାଗିଛି ଆଘାତ ।
  6. କେସିଆରଙ୍କ ଗଡ଼ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ ତେଲେଙ୍ଗାନାର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି। ଏଥି ସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ତେଲେଙ୍ଗାନା ଲୋକ ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି ।
  7. RBIର ନୂଆ ନିଷ୍ପତ୍ତି: ଏଣିକି ନୋଟ୍ ଗଣିବା ମେଶିନ୍ ବଦଳରେ ବ୍ୟବହାର ହେବ ନୋଟର ଫିଟନେସ୍ ଚେକ୍ ମେଶିନ୍
  8. ବିଜେପିର ପୂର୍ବତନ ପ୍ରବକ୍ତା ନୁପୁର ଶର୍ମାଙ୍କ ଆବେଦନ ଉପରେ ଶୁଣାଣି କରିଥିବା ସୁପ୍ରିମକୋର୍ଟର ବିଚାରପତି ଜେବି ପାରଦିୱାଲା ତାଙ୍କ ସମାଲୋଚକଙ୍କୁ କଡା ଜବାବ ଦେଇଛନ୍ତି  । ଭାରତୀୟ ଦଣ୍ଡ ସଂହିତା ଆଧାରରେ ପ୍ରତ୍ୟେକ ମାମଲାର ଶୁଣାଣି କରିବାକୁ ପଡିଥାଏ  । ତେଣୁ କୌଣସି ରାୟକୁ ନେଇ ଜଷ୍ଟିସଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରାଯିବା ଦୁର୍ଭାଗ୍ୟପୂର୍ଣ୍ଣ  ।
  9. ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମନ୍ନା ରାଜନୈତିକ ଦଳଗୁଡିକ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ନିଜ ସ୍ୱାର୍ଥ ସାଧନା ପାଇଁ ରାଜନୈତିକ ଦଳଗୁଡିକ ନ୍ୟାୟପାଳିକାକୁ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି । ରାଜନୈତିକ ଦଳଗୁଡିକର ତ୍ରୁଟିଯୁକ୍ତ ଚିନ୍ତାଧାରା ପାଇଁ ଉପଯୁକ୍ତ ବୁଝାମଣାର ଅଭାବ କାରଣରୁ ସମ୍ବିଧାନ ଏବଂ ଗଣତାନ୍ତ୍ରିକ ସଂସ୍ଥା ସମ୍ପର୍କରେ ଜାଣିପାରୁନାହାନ୍ତି ସାଧାରଣ ଲୋକମାନେ ।
  10. ଏଣ୍ଟରଟେଣ୍ଟମେଣ୍ଟ କ୍ୟୁନ୍ ରାକ୍ଷୀ ସାଓ୍ବନ୍ତଙ୍କ ଜୀବନରେ ବୟଫ୍ରେଣ୍ଡ ଆଦିଲ ଖାନ୍ ଦୁର୍ରାନୀଙ୍କ ଏଣ୍ଟ୍ରି ପରେ ରାକ୍ଷୀଙ୍କ ଖୁସି କହିଲେ ନସରେ । ଦୁବାଇରେ ୧୦ଟି ଆପାଟମେଣ୍ଟ କିଣିବେ ରାକ୍ଷୀଙ୍କ ବୟଫ୍ରେଣ୍ଡ ଆଦିଲ ।
  11.  ହ୍ବାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଏକ ଖୁସି ଖବର । ୨ ଦିନ ପୁରୁଣା ମେସେଜକୁ ମଧ୍ୟ କରି ପାରିବେ ଡିଲିଟ୍ । ହ୍ବାଟ୍ସଆପରେ ପଠାଯାଉଥିବା ମେସେଜକୁ ଡିଲିଟ୍ କରିବା ଫିଚର ‘Delete Message for everyone’ ରେ ଏବେ ପାଇ ପାରିବେ ଏକ ନୂଆ ସୁବିଧା ।
  12. ରବିବାର ସିକନ୍ଦରାବାଦର ପ୍ୟାରେଡ ଗ୍ରାଉଣ୍ଡରୁ ତେଲଙ୍ଗାନାବାସୀଙ୍କୁ ଉଦବୋଧନ ଦେଇ ଶ୍ରୀ ମୋଦୀ ଡବଲ ଇଞ୍ଜିନ୍ ସରକାର ଉପରେ ଗୁରୁତ୍ୱାରୋପ କରିଛନ୍ତି । ଯାହା ଶୀଘ୍ର ବିକାଶ ତଥା ଜୀବନର ସହଜତାକୁ ସୁନିଶ୍ଚିତ କରିବ। ଡବଲ ଇଞ୍ଜିନ ସରକାର ଉନ୍ନତ ସେବା କରିପାରିବେ ବୋଲି ଅନେକ ରାଜ୍ୟରେ ଏହା ପ୍ରମାଣିତ ହୋଇଛି ।
  13. ଗତ ସପ୍ତାହରେ ଲଣ୍ଡନ୍‌ରେ କେତେଗୁଡ଼ିଏ ବ୍ୟାବସାୟିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ‘ଟୁଇଟର୍‌’ର ‘ଚିଫ୍‌ ଏକ୍ଜିକ୍ୟୁଟିଭ୍‌ ଅଫିସର୍‌’ (ସିଇଓ) ପରାଗ ଅଗ୍ରୱାଲ୍‌ ସମୟ ବାହାର କରି ନିଜେ କର୍ମଚାରୀମାନଙ୍କୁ କଫି ପରିବେଷଣ କରିଥିଲେ।
  14.  ବାଙ୍ଗାଲୋର ସ୍ଥିତ କମ୍ପାନି ନିଓଲାକ୍ଟା ଲାଇଫ ସାଇନ୍ସେସ୍ ପ୍ରାଇଭେଟ ଲିମିଟେଡର ଲାଇସେନ୍ସକୁ ରଦ୍ଦ କରାଯାଇଛି | ମିଳିଥିବା ସୂଚନା ମୁତାବକ ବାଙ୍ଗାଲୋରର ଏହି କମ୍ପାନି ମା କ୍ଷୀର ବିକ୍ରି କରିଥାଏ | ଏସିଆ ମହାଦେଶର ଏହା ପ୍ରଥମ କମ୍ପାନି ଯାହାକି ମା କ୍ଷୀରକୁ ନେଇ ବ୍ୟବସାୟ କରିଥାଏ 
  15. ଆରବିଆଇ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି । ଏଥିରେ ଆର୍ଥିକ ବର୍ଷ ୨୨ରେ ହୋଇଥିବା ମୋଟ ବ୍ୟାଙ୍କ ଘୋଟାଲା ବାବଦରେ ସୂଚନା ଦିଆଯାଇଛି । ସରକାରୀ ପରିସଂଖ୍ୟାନ ଅନୁସାରେ, ବ୍ୟାଙ୍କିଂ ସେକ୍ଟରରେ ୧୦୦ କୋଟିରୁ ଅଧିକ ଟଙ୍କାର ଘୋଟାଲା ମାମଲାରେ ଅଖିଦୃଶିଆ ହ୍ରାସ ଘଟିଛି।
  16. ଭାରତୀୟ ସେୟାର ବଜାରରୁ ମନ ଫେରାଇ ନେଉଛନ୍ତି ବିଦେଶୀ ନିବେଶକ ! ୨୦୨୨ ଜୁନରେ ଲଗାତାର ୯ ମାସରେ ବିଦେଶୀ ନିବେଶକମାନେ ଭାରତୀୟ ସେୟାର ମାର୍କେଟରୁ ନିଜର ଷ୍ଟକ୍ ବିକ୍ରି କରି କରିଛନ୍ତି । ଚଳିତ ବର୍ଷ ଜୁନରେ ବିଦେଶୀ ନିବେଶକମାନେ ୫୦,୨୦୩ କୋଟି ଟଙ୍କାର ସେୟାର ବିକ୍ରି କରିଛନ୍ତି । 
  17. ଓଡିଶାର ଉତ୍ତର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ବଙ୍ଗଳାଦେଶ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଯାହାର ପ୍ରଭାବରେ ଆସନ୍ତା ୩ ଦିନ ପ୍ରବଳ ବର୍ଷିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଏହାସହ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି।
  18. ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ବସ୍‌ ଆଜି ସକାଳୁ ଦୁର୍ଘଟଣାଗ୍ରସ୍ତ ହୋଇ ସମ୍ପୂର୍ଣ୍ଣ ଜଳି ଯାଇଛି। ବସ୍‌ଟି ଏକ କଲଭର୍ଟ ବାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ନିଆଁ ଲାଗିଯାଇଥିବା ଜଣାଯାଇଛି। ବସ୍‌ ନିଆଁ ଲାଗିବା ପରେ କାଚ ଭାଙ୍ଗି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି ।
  19. ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଓ ଓ୍ୱାଟର ସ୍ପୋର୍ଟ୍ସ ସିମ୍ପଲ ପ୍ରାଇଭେଟ୍‌ ଲିମିଟେଡ୍‌ ମିଳିତ ଉଦ୍ୟମରେ କଟକର ସିଲଭର ସିଟି ବୋଟ୍‌ କ୍ଲବ୍‌ରେ ଆରମ୍ଭ ହୋଇଛି ୩୦ ସିଟ୍‌ ବିଶିଷ୍ଟ ଫ୍ଲୋଟି˚ ରେଷ୍ଟୁରାଣ୍ଟ। ପୂର୍ବରୁ ଏକ ୮ ଟି ସିଟ ବିଶିଷ୍ଟ ଭାସମାନ ରେଷ୍ଟୁରାଣ୍ଟ ବହୁଳ ଆଦୃତ ହେବା ପରେ ଏହି ଭାସମାନ ରେଷ୍ଟୁରାଣ୍ଟର ଉଦଘାଟନ କରାଯାଇଛି ।
  20. ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ୨୦୨୨ ଅନୁଯାୟୀ, ଷ୍ଟକ୍‌ ବଜାରର ଏଭଳି ବ୍ୟବହାର ଯୋଗୁ ୨୦୨୨ର ପ୍ରଥମ ୬ମାସରେ ବିଶ୍ବର ସବୁଠୁ ବଡ଼ ୫୦୦ ଧନୀ ହରାଇଛନ୍ତି ୧୧୧ ଲକ୍ଷ କୋଟି ଟଙ୍କା। ଏପରିକି ଦୁନିଆର ନମ୍ବର ୱାନ୍‌ ଧନୀ ଏଲନ୍ ମସ୍କଙ୍କ ସମ୍ପତ୍ତିରେ ସବୁଠାରୁ ଅଧିକ ହ୍ରାସ ହୋଇଛି। ମସ୍କଙ୍କ ସମ୍ପତ୍ତି ୨୦୨୨ର ପ୍ରଥମ ୬ ମାସରେ ପ୍ରାୟ ୬୦ ବିଲିୟନ ଡ଼ଲାର ହ୍ରାସ ଘଟିଛି। 

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.