• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଷ୍ଟାର୍ଟଅପ ରାଙ୍କିଙ୍ଗରେ ଓଡ଼ିଶା ଶୀର୍ଷ ପ୍ରଦର୍ଶନକାରୀ ହୋଇଛି । କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ୩ୟ ରାଜ୍ୟ ଷ୍ଟାର୍ଟଅପ ରାଙ୍କିଙ୍ଗ୍ ପ୍ରକାଶ ପାଇଛି । ଏହାକୁ ଆଜି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ତଥା ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ପିୟୁଷ ଗୋଏଲ ଉନ୍ମୋଚିତ କରିଛନ୍ତି । ଏହି ତାଲିକାରେ ଓଡ଼ିଶା ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି । 
  2. ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଗୁଣସାର୍ଥା ପଞ୍ଚାୟତରେ ଜୀବିକା ମିଶନ ସହାୟତାରେ ୧୪ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ୧୬୩ ଜଣ ମହିଳା ମାଛ ଚାଷ କରି ହୋଇପାରିଛନ୍ତି ସ୍ୱାବଲମ୍ବୀଶୀଳ ହୋଇଛନ୍ତି ।
  3. ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ଟିକେ ହ୍ରାସ ପାଇଥିବା ବେଳେ ଆଜି ପୁଣି ବୃଦ୍ଧି ପାଇଛି। ଗତକାଲି ୨୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 
  4. ନିଜସ୍ୱ ପାଣ୍ଠିରେ ଉପକୂଳ ସୁରକ୍ଷା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଚଳିତ ବଜେଟରେ ପ୍ରଥମ ଥର ଲାଗି ରାଜ୍ୟ ସରକାର ୭୬୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ଅର୍ଥରେ ଆସନ୍ତା ତିନି ବର୍ଷ ଭିତରେ ୧୯୯ କିମି ଉପକୂଳ ବନ୍ଧର ସୁରକ୍ଷା କାମ ସମ୍ପୂର୍ଣ୍ଣ କରିବା ପାଇଁ ନିଷ୍ପତ୍ତି ହୋଇଛି।
  5. ଆସନ୍ତାକାଲି ବୁଧବାର ଦିନ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ।  ଦିନ ୧ଟାରେ ରେଜଲ୍ଟ ବାହାରିବା ନେଇ ସୂଚନା ଦେଲେ ମନ୍ତ୍ରୀ  ଏବଂ ୨ଟାରୁ ୱେବସାଇଟ୍‌ରେ ଏହା ଉପଲବ୍ଧ ହେବ  । ୨ଟି ୱେବସାଇଟରେ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ।  www.bseodisha.nic.in ବା www.bseodisha.ac.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ।
  6. ଆଜି ସକାଳେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପର ଝଟକା ଅନୁଭବ ହୋଇଛି । ପୋର୍ଟ ବ୍ଲେୟାରରୁ ୨୧୫ କିମି ଦୂରରେ ଥିବା ଇଏସଇରେ ସକାଳ ୫ଟା ୫୭ରେ ଭୂକମ୍ପର ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ବୋଲି ଜଣାପଡିଛି ।  
  7. ଓଜେଇଇ ପରୀକ୍ଷାରେ  ପ୍ରଥମ ଦିନ ୮୫% ପରିକ୍ଷାର୍ଥୀ ପରୀକ୍ଷା ଦେଲେ ।
  8. ଯେଉଁମାନଙ୍କ ପାଖରେ ଦୁଇଟିରୁ ଅଧିକ ବନ୍ଧୁକ ଥିବ ସେମାନେ ୯୦ ଦିନ ଭିତରେ ଫେରାଇବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରିକଲା ।
  9. ସୁପ୍ରିମକୋର୍ଟରେ ପହଁଚିଲା କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା । ଆସନ୍ତା ସପ୍ତାହରେ ଶୁଣାଣୀ କରିବେ କୋର୍ଟ ।
  10. ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହରର ହାଇଲାଣ୍ଡ ପାର୍କ ନିକଟରେ ଅମାନବୀୟ ଘଟଣା ଘଟିଛି। ସ୍ୱାଧୀନତା ଦିବସ ପରେଡ ବେଳେ ହେଲା ଆଖିବୁଜା ଗୁଳିମାଡ଼ । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୬ରୁ ଅଧିକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।
  11. ଆସନ୍ତା ସପ୍ତାହରୁ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ଅଗ୍ନିପଥ ଯୋଜନାକୁ ବିହାର, ୟୁପି, ହରିୟାଣା ସମେତ ଅନେକ ରାଜ୍ୟରେ ଆଶାୟୀ ପ୍ରାର୍ଥୀ ମାନଙ୍କ ପକ୍ଷରୁ ହିଂସାତ୍ମକ ବିକ୍ଷୋଭ ହୋଇଥିଲା । ବିକ୍ଷୋଭକାରୀ ଅନେକ ଟ୍ରେନ୍ ପୋଡ଼ି ଦେଇଥିଲେ ।
  12. ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ଶକ୍ତି ପରୀକ୍ଷାରେ ବାଜି ମାରିନେଇଛି ଏକନାଥ ସିନ୍ଦେ ସରକାର। ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ‘ଫ୍ଲୋର୍‌ ଟେଷ୍ଟ୍‌’ରେ ସ‌ିନ୍ଦେ ଗୋଷ୍ଠୀ ୧୬୪ ଭୋଟ୍‌ ପାଇ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ଏହି ‘ଫ୍ଲୋର୍‌ ଟେଷ୍ଟ୍‌’ରେ ‘ମହା ବିକାଶ ଅଘାଡ଼ି’ ସପକ୍ଷରେ ୯୯ ଭୋଟ୍‌ ମିଳିଛି।
  13. କର୍ଣ୍ଣାଟକର ସିନି ସେଟ୍ଟୀ ହେଲେ ମିସ୍ ଇଣ୍ଡିଆ ୨୦୨୨ । ମିସ୍ ଇଣ୍ଡିଆ ୨୦୨୨ ମୁକୁଟ ଜିତିଲେ ସିନି ଶେଟ୍ଟୀ । ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ଜିତିଛନ୍ତି ସିନି । ସେହିପରି ରାଜସ୍ଥାନର ରୁବଲ ଶେଖାୱତ ଫାଷ୍ଟ ରନର୍ସ ଅପ୍ ହୋଇଥିବା ବେଳେ ଉତରପ୍ରଦେଶର ଶିନାତା ଚୌହ୍ୱାନ ହୋଇଛନ୍ତି ସେକେଣ୍ଡ ରନର୍ସ ଅପ୍ ।
  14. ସକାଳ ୧୦ଟା ଠାରୁ ମଧ୍ୟାହ୍ନ ୧୨ଟା ଯାଏ ହେବ ଏହି ଶୁଣାଣି। ବିଏମସି କମିଶନର ନିଜେ ଏହି ଅଭିଯୋଗ ଶୁଣିବେ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଏହି ଶୁଣାଣିରେ ଗୁରୁତ୍ବ ଦିଆଯିବ। ଏହି ଜନ ଅଭିଯୋଗ ଶୁଣାଣି ସମୟରେ ବିଏମସିର ସମସ୍ତ ଅଧିକାରୀ ଭର୍ଚୁଆଲ ମୋଡରେ ଉପସ୍ଥିତ ରହିବେ। ତେଣୁ ଯେଉଁ ବିଭାଗ ଉପରେ ଅଭିଯୋଗ ଆସିବ ସେହି ଅଧିକାରୀଙ୍କୁ ୪ଦିନ ସମୟ ଦିଆଯିବ ଏହାର ସମାଧାନ ପାଇଁ।
  15. ବିଦ୍ୟୁତ୍ ନିଅଣ୍ଟିଆ ୮ଟି ରାଜ୍ୟରେ ବିଦ୍ୟୁତ୍ ଶସ୍ତା ରହିଥିବାବେଳେ ଓଡ଼ିଶା ବଳକା ରାଜ୍ୟ ହୋଇ ଜାତୀୟ ହାରଠାରୁ ଏଠାରେ ୟୁନିଟ ପିଛା ଦର ଅଧିକ।
  16. ତେଲଙ୍ଗାନା, ଝାଡ଼ଖଣ୍ଡ, ଛତିଶଗଡ଼, ରାଜସ୍ଥାନ, ଗୋଆ, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଓଡ଼ିଶା ଠାରୁ ଶସ୍ତାରେ ବିଜୁଳି ମିଳୁଛି। ସେହିପରି ଦିଲ୍ଲୀରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଛାଡ୍ ହୋଇଥିବାବେଳେ ପଞ୍ଜାବ ସରକାର ୩୦୦ ୟୁନିଟ୍ ପର୍ଯ୍ୟନ୍ତ ଛାଡ଼ କରିଛନ୍ତି। ଛତିଶଗଡ଼ ସରକାର ୧୦୦ ୟୁନିଟ୍ ପର୍ଯ୍ୟନ୍ତ ୭୦ ପଇସା ଲେଖାଏଁ ୟୁନିଟ୍ ପିଛା ନେଉଛନ୍ତି। 
  17. କୋମନା ଗାଁ ନିକଟରେ ଟ୍ରକ ଧକ୍କାରେ ୪ ବାଇକ ଆରୋହୀ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ଗୋଟିଏ ବାଇକରେ ୫ଜଣ ଯାଉଥିବାବେଳେ ଟ୍ରକ ସହ ଧକ୍କା ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା ମିଳିଛି।
  18. ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବାକୁ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। ଏହାର ନିର୍ମାଣ କାର୍ଯ୍ୟ ପାଇଁ ମହୀଶୂର ଖ୍ୟାତନାମା ଭାସ୍କର୍ଯ୍ୟ ଶିଳ୍ପୀ ଅରୁଣ ‌ଯୋଗୀରାଜ କରୁଛନ୍ତି। ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ତାଙ୍କର ୧୨୫ ତମ ଜନ୍ମବାର୍ଷିକୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ।
  19.  ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନ ପୂର୍ବ ୟୁକ୍ରେନ୍‌ର ଲୁହାନସ୍କ ଅଞ୍ଚଳରେ ବି‌ଜୟ ଘୋଷଣା କରିଛନ୍ତି।
  20. ଭାରତୀୟ ଚେସ୍‌ ପାଇଁ ଐତିହାସିକ ବର୍ଷ ହେବାକୁ ଯାଉଛି ୨୦୨୨ । ଭାରତରୁ ଚେସ୍‌ ଖେଳର ଉତ୍ପତ୍ତି ହୋଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ଏହା ଚେସ୍‌ ଅଲିମ୍ପିଆଡ୍‌ ଅୟୋଜନ କରିବାକୁ ଯାଉଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.