• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଭାରତୀୟ ନୌସେନା ପାଇଁ ୨୬ଟି ଲଢୁଆ ବିମାନ କିଣାଯିବାକୁ ଯୋଜନା କରାଯାଉଛି । ନୌସେନାର ବିମାନବାହୀ ଯୁଦ୍ଧପୋତ (ଏୟାରକ୍ରାଫ୍ଟ କ୍ୟାରିୟର)ରେ ଏସବୁ ଯୁଦ୍ଧବିମାନକୁ ମୁତୟନ କରାଯିବ । ବିମାନ କ୍ରୟ ଦୌଡ଼ରେ ରହିଛନ୍ତି ଫ୍ରାନ୍ସର ରାଫେଲ ଓ ଆମେରିକାର ଏଫ/ଏ ୧୮ ସୁପର ହର୍ନେଟ୍ ।
  2. ରାଷ୍ଟ୍ରପତି ନିର୍ବାଚନରେ ​​ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ)ର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କହିଥିଲେ ଯେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ​​ବିପୁଳ ଭୋଟ୍ ପାଇ ଜିତିବେ ବୋଲି ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । କିନ୍ତୁ ଆରଜେଡି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି।
  3. ସ୍ପାଇସ୍‌ ଜେଟ୍‌ର କାଣ୍ଡଲା-ମୁମ୍ବାଇ ବିମାନ ମଙ୍ଗଳବାର ଦିନ ୨୩,୦୦୦ ଫୁଟ ଉଚ୍ଚତାରେ ଉଡୁଥିଲା ବେଳେ ବିମାନଟିର ୱିଣ୍ଡସିଲ୍‌ଡ (ବାହ୍ୟ କାଚ) ଫାଟି ଯାଇଥିଲା। ଫଳରେ ବିମାନଟକୁ ମୁମ୍ବାଇ ବିମାନବନ୍ଦରରେ କଲା ଜରୁରିକାଳୀନ ଅବତରଣ କରିବାକୁ ପଡ଼ିଥିଲା।
  4. ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ୪ ରୁ ୮ ତାରିଖ ମଧ୍ୟରେ ରାଇଗଡ଼, ରତ୍ନଗିରି, ସିନ୍ଦୁଦୂର୍ଗ ଜିଲ୍ଲାରେ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରାଯାଇଥିଲା । ପୂରା ମହାରାଷ୍ଟ୍ରରେ ସମୁଦାୟ ୮ଟି ଏନିଆର୍‌ଏଫ୍‌ ଟିମ୍‌ ନିୟୋଜିତ ହୋଇଛି । ନାଗପୁର, ଚିପୁନ ଏବଂ ନାଲଦରେ ଗୋଟାଏ ଲେଖାଏ ଏନଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ ହୋଇଥିବା ବେଳେ ଅନ୍ୟ ୫ ଟିମ୍‌ ମୁମ୍ବାଇରେ ନିୟୋଜିତ ହୋଇଥିବା ସୂଚନା ରହିିଛି ।
  5. ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଅଲଫ ନ୍ୟୁଜ୍‌ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରକୁ ଏକ ବଡ ଝଟକା ଦେଇଛି । କୋର୍ଟ ଜୁବେରର ଜାମିନ ଆବେଦନକୁ ଖାରଜ କରି ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ଦିଲ୍ଲୀ ପୋଲିସ ୨୦୧୮ରେ ଟ୍ୱିଟରରେ ଆପତ୍ତିଜନକ ପୋଷ୍ଟ ଲେଖିଥିବାରୁ ଜୁନ୍‌ ୨୭ରେ ଅଲଫ ନ୍ୟୁଜ୍‌ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ଗିରଫ କରିଥିଲା । ଗତ ଶନିବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।
  6. ହଷ୍ଟେଲ ଖାଦ୍ୟ ଖାଇ ୧୦୦ରୁ ଅଧିକ ଛାତ୍ରୀ ଅସୁସ୍ଥ। କୋଇଡ଼ା ବ୍ଲକ ଫଟାଟାଙ୍ଗର ଆଶ୍ରମ ସ୍କୁଲର ହଷ୍ଟେଲ ଛାତ୍ରୀ ଅସୁସ୍ଥ। ଅସୁସ୍ଥ ଛାତ୍ରୀମାନଙ୍କୁ ବଣାଇ ଓ ୨ ଗୁରୁତରଙ୍କୁ ଆର୍‌ଜିଏଚ ସ୍ଥାନାନ୍ତର। ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ଛାତ୍ରୀ ଅସୁସ୍ଥ ହୋଇଥିଲେ।
  7. ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏହି ୪ ବିଶ୍ଵସ୍ତଙ୍କ ପାଇଁ ବିଦ୍ରୋହୀ ହେଲେ ବିଧାୟକ। ମଙ୍ଗଳବାର ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାର ଜଣେ ବିଦ୍ରୋହୀ ଶିବସେନା ବିଧାୟକ ଏଭଳି ଅଭିଯୋଗ କରିଛନ୍ତି। 
  8. ଚୀନ ମୋବାଇଲ କମ୍ପାନି ସାଓମି ପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାଇନାର ମୋବାଇଲ୍ ଫୋନ୍ ନିର୍ମାତା ଭିଭୋ ଏବଂ ଏହା ସହ ଜଡିତ ଅନ୍ୟ କମ୍ପାନି ଉପରେ ଚଢ଼ାଉ କରିଛି। ଆଜି ଇଡି ଟିମ୍ ଦେଶରେ ଥିବା ଭିଭୋର ୪୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି |
  9. ହାଇଦ୍ରାବାଦର ସଂସ୍ଥା କେୟାର ହସ୍ପିଟାଲ୍‌ସ ଗ୍ରୁପ୍ ଇନ୍ଦୋରର ସିଏଚ୍‌ଏଲ୍‌ ହସ୍ପିଟାଲ୍‌ସକୁ ଅଧିଗ୍ରହଣ କରିଛି। ଏହି ଅବସରରେ କେୟାର ହସ୍ପିଟାଲ୍‌ସର ଗ୍ରୁପ୍ ସିଇଓ ଯଶଦୀପ ସିଂହ କହିଛନ୍ତି ଯେ ସିଏଚ୍‌ଏଲ୍‌ ହସ୍ପିଟାଲ୍‌ ଜରିଆରେ ଆମେ କେନ୍ଦ୍ରୀୟ ଭାରତରେ ଉଚ୍ଚ ମାନର ରୋଗୀ ସେବା ପ୍ରଦାନ କରିପାରିବୁ।
  10. ଦେଶର ବୃହତ୍ତମ ଯାତ୍ରୀବାହୀ କାର ନିର୍ମାଣକାରୀ କମ୍ପାନି ମାରୁତି ସୁଜୁକୀ ଆସନ୍ତା ୭ରୁ ୧୦ ବର୍ଷ ମଧ୍ୟରେ ପେଟ୍ରୋଲ ଗାଡ଼ି ନିର୍ମାଣ ସଂପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛି । ପେଟ୍ରୋଲ ବଦଳରେ ହାଇବ୍ରିଡ୍, ଇଲେକ୍ଟ୍ରିକ, ସିଏନଜି ଗାଡ଼ି ନିର୍ମାଣ ପାଇଁ କମ୍ପାନି ଲକ୍ଷ୍ୟ ରଖିଛି ।
  11. ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।
  12. କେନ୍ଦ୍ରାପଡା ଜିଲ୍ଲାରେ ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି। ଜଣେ ୭ ବର୍ଷର କୁନି ଝିଅକୁ ୬ ଜଣ ନାବାଳକ ଗଣଦୁଷ୍କର୍ମ ଘଟଣା ଏବେ ଜିଲ୍ଲାକୁ ନିନ୍ଦିତ କରିଛି। 
  13. ରାଜ୍ୟରେ ୧ ଲକ୍ଷ ୩ହଜାର ୭୩୧କିଲୋମିଟର ଆରଡି ରୋଡ୍‌ ଅଛି ।୨୦୨୧-୨୨ ଆର୍ଥିକ ବର୍ଷରେ ଏସବୁର ମରାମତି ପାଇଁ ୧ ହଜାର ୨୫୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପ୍ରତି କିଲୋମିଟର ପିଛା ଖର୍ଚ୍ଚ ହୋଇଛି ୧୧ ଲକ୍ଷ ୬୨ ହଜାର ଟଙ୍କା ।
  14. ଖାଦ୍ୟ ଓ ପୋଷଣ ସୁରକ୍ଷାରେ ଓଡ଼ିଶା ଦେଶରେ ଶୀର୍ଷରେ ରହିଛି । ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଏନଏଫଏସଏର ଏହି ରାଙ୍କିଂରେ ଓଡ଼ିଶା ପୁଣି ପ୍ରଥମ ସ୍ଥାନ ଅଧିକାର କରିଛି । ଓଡିଶାର ଇଣ୍ଡେକ୍ସ ସ୍କୋର ୦.୮୩୬ ରହିଛି । ଏନେଇ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଛନ୍ତି ।
  15. ବର୍ମିଂହାମ ଟେଷ୍ଟରେ ଇଂଲଣ୍ଡ ଟିମ ଭାରତକୁ ୭ ୱିକେଟରେ ପରାସ୍ତ କରିଛି। ଜୋ ରୁଟ୍ (୧୪୨ *) ଏବଂ ଜନି ବେୟାରଷ୍ଟୋ ୧୧୪ *) ଙ୍କ ମଧ୍ୟରେ ୨୬୯ ରନ୍ ଭାଗିଦାରୀ ହେତୁ ଇଂଲଣ୍ଡ ତିନି ୱିକେଟ୍ ହରାଇ ୩୭୮  ରନ୍ ଲକ୍ଷ୍ୟ ହାସଲ କରିଥିଲା। ଏହା ସହିତ ପାଞ୍ଚ ଟେଷ୍ଟ ସିରିଜ୍ ୨-୨ ରେ ବରାବାର ହେଇଛି।
  16. ଆଗାମୀ ୫ଦିନ ପର୍ଯ୍ଯନ୍ତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।  ଆଗାମୀ ୨୪ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ବେଳେ ରାଜ୍ୟର ୪ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ଏବଂ ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
  17. ବୁଧବାର ଇଣ୍ଡିଆନ ଓଏଲ ଏମିତି ଏକ ଇଣ୍ଡୋର ସୋଲାର କୁକିଂ ସିଷ୍ଟମ ଲଞ୍ଚ୍ କରିଛନ୍ତି ଯାହା ସୌର ଶକ୍ତିରେ ଚାଲିବ। ଏହାକୁ ସୌର ଚୁଲା କୁହାଯାଏ। ରୋଷେଇ କରିବାରେ ଏହା ବେଶ ସହାୟକ ହେବ। ଚୁଲାର ବିଶେଷତ୍ଵ ଏହାକୁ ଚାର୍ଜ କରାଯାଇ ପାରିବ। ଚୁଲାକୁ କିଣିବା ବ୍ୟତୀତ  ରକ୍ଷଣାବେକ୍ଷଣ ଉପରେ କୌଣସି ଖର୍ଚ୍ଚ କରିବାକୁ ପଡିବ ନାହିଁ। ଏହାର ନାମ ‘ସୂର୍ଯ୍ୟ ନୂତନ’ ରଖାଯାଇଛି। ବର୍ତ୍ତମାନ ଏହି ସୂର୍ଯ୍ୟ ନୂତନ ଚୁଲାର ମୂଲ୍ୟ ୧୫ ହଜାର ଟଙ୍କା ରହିଛି।
  18. କେନ୍ଦ୍ର ସରକାରଙ୍କ ବିରୋଧରେ ଆଇନର ମୋର୍ଚ୍ଚା ଖୋଲିଛି ଟୁଇଟର। ସୋସିଆଲ ମିଡିଆ କମ୍ପାନୀ ନିଜ ପ୍ଲାଟଫର୍ମରୁ ଆପତ୍ତିଜନକ କଣ୍ଟେଣ୍ଟ୍ ହଟାଇବା ପାଇଁ ଭାରତ ସରକାରଙ୍କ କିଛି ଆଦେଶକୁ ଅଦାଲତରେ ଚ୍ୟାଲେଞ୍ଜ କରିଛି।
  19. ନାଟୋର ୩୦ ସହଯୋଗୀ ଦେଶ ସ୍ୱୀଡେନ ଏବଂ ଫିନଲ୍ୟାଣ୍ଡକୁ ସଦସ୍ୟ କରିବା ପାଇଁ ପ୍ରୋଟକଲ ଉପରେ ହସ୍ତାକ୍ଷାର କରିଛନ୍ତି । 
  20. ବିଶ୍ୱ ବ୍ୟାଙ୍କର ରିପୋର୍ଟକୁ ଆଧାର କରି ବିଜନେସ ଷ୍ଟାଣ୍ଡାର୍ଡ ପ୍ରକାଶ କରିଥିବା ଏକ ଖବର ଅନୁସାରେ, ବ୍ରିଟେନଠୁ ଭାରତ କେବଳ ୧୩ ବିଲିୟନ ଡଲାର ପଛରେ ରହିଛି । କିନ୍ତୁ ଆର୍ଥିକ ଅଭିବୃଦ୍ଧିରେ ବ୍ରିଟେନଠାରୁ ବହୁ ଆଗରେ ରହିଛି ଭାରତ । ତେବେ ବିଶେଷଜ୍ଞଙ୍କ କହିବା କଥା ଏହା କେବଳ ଗୋଟିଏ ବର୍ଷର କଥା ଏବଂ ଭାରତ ଖୁବଶୀଘ୍ର ପୁଣି ଥରେ ବ୍ରିଟେନକୁ ପଛରେ ପକାଇବ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.