• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କଟକ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି।  ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି। ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍‌ କରିଥିବା ବେଳେ ୮,୬୯୯ ଜଣ ଫେଲ୍‌ ହୋଇଛନ୍ତି। 
  2. ବୁଧବାର ଦୌଡ଼ରାଣୀ ପିଟି ଉଷା, ଖ୍ୟାତନାମା ସଂଗୀତ ବିଶାରଦ ଇଲୟାରାଜା, ଜନସେବୀ ବୀରେନ୍ଦ୍ର ହେଗଡେ ଓ ପ୍ରଚ୍ଛଦଲେଖକ-ନିର୍ଦ୍ଦେଶକ ଭି ବିଜୟେନ୍ଦ୍ର ପ୍ରସାଦଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। 
  3. ଭାରତୀୟ ତଟରକ୍ଷୀ ବାହିନୀ ବା କୋଷ୍ଟଗାର୍ଡ ପକ୍ଷରୁ  ଜାହାଜର ୨୨ ଜଣ କ୍ରିଉ ମେମ୍ବର ଆରବ ସାଗରରେ ସଂକଟରେ ପଡ଼ିଥିବା ଜାହାଜ  ଏମଟି-ଗ୍ଲୋବାଲ କିଙ୍ଗରୁ ଉଦ୍ଧାର ହୋଇଛନ୍ତି ।
  4. ଓଡ଼ିଆରେ ନାମ ଫଳକ ଲେଖି ନ ଥିବା ୮ଟି ପ୍ରତିଷ୍ଠାନ ବିରୋଧରେ ଓଡ଼ିଶା ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ ଅନୁଯାୟୀ ଅଦାଲତରେ ମକଦ୍ଦମା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ।
  5. କେନ୍ଦ୍ର ମନ୍ତ୍ରୀ ମୁଖତାର ଅବାସ ନକଭିଙ୍କ ସହ  ଜେଡିୟୁ ନେତା ରାମ ଚନ୍ଦ୍ର ପ୍ରସାଦ ସିଂହ ମଧ୍ୟ ମୋଦୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ଦୁଇ ନେତାଙ୍କ ରାଜ୍ୟସଭା ସଦସ୍ୟତା ଭାବେ କାର୍ଯ୍ୟକାଳ ସମାପ୍ତ ହେଉଛି।
  6. ୟୁପିର ଯୋଗୀ ସରକାର ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ୫୦ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ନିଷ୍ପତ୍ତି ନେଇଛନ୍ତି।
  7. ୨୦୧୫ରୁ ଦିଲ୍ଲୀରେ ବଳକା ରାଜସ୍ବ ରହୁଛି ବୋଲି ଭାରତର ‘କମ୍ପ୍‌ଟ୍ରୋଲର୍‌ ଆଣ୍ଡ୍‌ ଅଡିଟର୍‌ ଜେନେରାଲ୍‌’(ସିଏଜି) ରିପୋର୍ଟ ପ୍ରକାଶ କରିବାର ଦିନକ ପରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ଏହି ‘ସଂଖ୍ୟା’ ହେଉଛି ‘ଆମ୍‌ ଆଦ୍‌ମି ପାର୍ଟି’ ସାଧୁତାର ସବୁଠୁ ବଡ଼ ପ୍ରମାଣ।
  8. ରୁଷର  ଦୁଇଟି ମିତ୍ର ଦେଶ-ଭାରତ ଓ ଚୀନ । ଏହି ଦୁଇ ଦେଶ ମାତ୍ର ୩ ମାସରେ ରୁଷଠାରୁ ୨୪ ବିଲିୟନ ଡଲାର ମୂଲ୍ୟର ତେଲ ଓ ଗ୍ୟାସ କିଣିଛନ୍ତି ।
  9. ଚୀନ୍‌ ନାଗରିକଙ୍କ ହାରାହାରି ଆୟୁ ଏବେ ୭୭.୯୩ ବର୍ଷ। ଚୀନ୍‌ ନାଗରିକଙ୍କ ହାରାହାରି ଆୟୁ ୨୦୧୯ରେ ୭୭.୩ ବର୍ଷ ଥିଲା କିନ୍ତୁ ଏବେ ଏହା ୭୭.୯୩ ବର୍ଷକୁ ବୃଦ୍ଧି ପାଇଛି। 
  10. ଜଲନ୍ଧର ପୁଲିସ ୬୫ ବର୍ଷୀୟ ଜଙ୍ଗ୍‌ ବାହାଦୂରଙ୍କୁ ବୁଧବାର ଗିରଫ କରିଛି। ମହର୍ଷି ବାଲ୍ମିକୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ମାମଲାରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
  11. ଭଗୱନ୍ତ ମାନ୍‌ ଗୁରୁବାର ଚଣ୍ତିଗଡ଼ ସ୍ଥିତ ତାଙ୍କ ଘରେ ଡା. ଗୁର୍‌ପ୍ରୀତ୍‌ କୌରଙ୍କୁ ବିବାହ କରିବେ । ବିବାହ ସମାରୋହରେ କେବଳ ନିଜର କିଛି ପ୍ରିୟଜନ ହିଁ ଉପସ୍ଥିତ ରହିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ବିବାହ ସମାରୋହରେ ଯୋଗ ଦେବେ।
  12. ନାଗାର୍ଜୁନ ବିଗ୍‌ ବସ୍‌ ତେଲୁଗୁ ସିଜନ୍‌-୬ର ଶୁଟିଂ ପାଇଁ ଫିଲ୍ମରୁ ଦୂରେଇ ରହିବେ। ଅୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମାଧ୍ୟମରେ ବଲିଉଡ଼କୁ ପ୍ରତ୍ୟାବର୍ତ୍ତନ କରୁଥିବା ନାଗାର୍ଜୁନ ଇତି ମଧ୍ୟରେ ଆଉ କୌଣସି ନୂଆ ପ୍ରୋଜେକ୍ଟରେ କାମ କରିବେ ନାହିଁ।
  13. ଦେଶର ମହାନ ଆଥଲେଟ୍ ପିଟି ଉଷା, ସଙ୍ଗୀତକାର ଇଲେୟାରାଜା, ଫିଲ୍ମର କାହାଣୀ ଲେଖକ ଭି. ରାଜେନ୍ଦ୍ର ପ୍ରସାଦ ଗାରୁ ଏବଂ ବୀରେନ୍ଦ୍ର ହେଗଡେଙ୍କୁ ସଂସଦର ରାଜ୍ୟସଭା (ଉଚ୍ଚସଦନ)କୁ ମନୋନୀତ କରାଯାଇଛି।
  14. ଓଲା କମ୍ପାନୀ ମାଲିକ ଭାବିଶ ଅଗ୍ରୱାଲ ଓଲା ଇଲେକ୍ଟ୍ରିକ ଉପରେ ଫୋକସ କରିବା ପାଇଁ ବିଭିନ୍ନ ପ୍ଲାଟଫର୍ମରୁ ପାଖାପାଖି ୫ଶହ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରିଛନ୍ତି।
  15. ଜାତିସଂଘ ନିରାପତ୍ତା ପରିଷଦ କେବଳ ପାଶ୍ଚାତ୍ୟ ଦେଶଗୁଡ଼ିକର ଇଛା ଓ ଯୋଜନାକୁ ନେଇ ପରିଚାଳିତ ହେଉଛି। ତେଣୁ ଏଥିରେ ସଂସ୍କାର ଜରୁରୀ। ବେଜିଂରେ ଜାତିଂସଘ ପକ୍ଷରୁ ଅନୁଷ୍ଠିତ ଶାନ୍ତି ସମ୍ମିଳନୀରେ ରୁଷ ଏହା କହିଛି। ନିରାପତ୍ତା ପରିଷଦର ସଂସ୍କାର ସହ ଏଥିରେ ସଦସ୍ୟତା ପାଇଁ ଭାରତ ଓ ବ୍ରାଜିଲ ସପକ୍ଷରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।
  16. ଦ୍ୱିତୀୟ ଡୋଜ ନେଇ ସାରିଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ପାଇଁ ୯ ମାସ ପରିବର୍ତ୍ତେ ୬ ମାସ ବା ୨୬ ସପ୍ତାହ ଅପେକ୍ଷା କରିବାକୁ ପଡିବ । ସରକାରଙ୍କ ପକ୍ଷରୁ ଏହି ସୂଚନା ଦଆଯାଇ କୁହାଯାଇଛି ୧୮ ରୁ ୫୯ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ଏବେ ୯ ମାସ ପରିବର୍ତ୍ତେ ୬ ମାସ ପରେ ବୁଷ୍ଟର ଡୋଜ ଦିଆଯିବ ।
  17. ଚଳିତ ଶିକ୍ଷା ବର୍ଷରୁ ସମସ୍ତ କଲେଜରେ ଅଧ୍ୟାପକମାନେ ନିର୍ଦ୍ଧାରିତ ସମୟରେ ଶିକ୍ଷାନୁଷ୍ଠାନ ଆସିବା ସହିତ ଅତି କମ୍‍ ୭ ଘଣ୍ଟା ସେମାନେ ଉପସ୍ଥିତ ରହିବେ। ନିୟମିତ ସେମାନେ ଯେପରି ପିଲାଙ୍କ କ୍ଲାସ ନେଉଛନ୍ତି ଏ ନେଇ କଲେଜର ଅଧ୍ୟକ୍ଷ କିମ୍ବା ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧିକାରୀ ସୁନିଶ୍ଚିତ କରାଇବେ। ସେହିପରି ପ୍ରତ୍ୟେକ ପିଲାଙ୍କ ଉପସ୍ଥାନ ସର୍ବନିମ୍ନ ୭୫ ପ୍ରତିଶତ ରହିବା ନିତାନ୍ତ ଜରୁରୀ।
  18. ପୁଣି ଥରେ ବୁଧବାର ଦିନ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଛି।  ଫଳରେ ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଛି।
  19. ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା ମାମଲା ପରେ , ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର ମଧ୍ୟ  ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ରାଉରକେଲାର ବାସନ୍ତୀ କଲୋନୀରେ ସନ୍ତୋଷ ପାତ୍ର ଘରେ ବେକରେ ବେଡସିଟ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
  20. ରାଜସ୍ଥାନର ଉଦୟପୁରରେ ଦର୍ଜି କହ୍ନୈୟା ଲାଲଙ୍କୁ ହତ୍ୟା କରାଯିବା ପରେ ଏବେ ରାଜସ୍ଥାନର ରାଜସମନ୍ଦରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ସତୀଶ ପୁନିଆଙ୍କ ଉପରେ ଆକ୍ରମଣ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.