• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶର ୧୫ତମ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ଆଜି (ସୋମବାର) ଭୋଟ୍‌ ଗ୍ରହଣ ହେବ ହେବ। ପ୍ରାୟ ୪,୮୦୦ ନିର୍ବାଚିତ ସାଂସଦ ଏବଂ ବିଧାୟକଙ୍କୁ ନେଇ ଗଠିତ ଇଲେକଟୋରାଲ କଲେଜ୍ ଏହି ମତଦାନରେ ଭାଗ‌ନେବେ।
  2. ଇଂଲଣ୍ଡ ମାଟିରେ ୩ୟ ଥର ଦିନିକିଆ ଶୃଙ୍ଖଳା ଜିତିଛି ଭାରତୀୟ କ୍ରିକେଟ୍‌ ଦଳ। ରବିବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ହାର୍ଦିକ ପାଣ୍ଡ୍ୟାଙ୍କ ଅଲ୍‌ରାଉଣ୍ଡ ସଫଳତା ଓ ଋଷଭ ପନ୍ତ୍‌ଙ୍କ ଅପରାଜିତ ଶତକ ବଳରେ ଇଂଲଣ୍ଡକୁ ୫ ୱିକେଟରେ ଭାରତ ପରାସ୍ତ କରିଛି। ଫଳରେ ଭାରତ ୨-୧ରେ ଦିନିକିଆ ଶୃଙ୍ଖଳା ଜିତିନେଇଛି।
  3. ଶନିବାର-ରବିବାର ମଧ୍ୟରାତ୍ରରେ ଭାରତର ଦୁଇଟି ଅନ୍ତର୍ଜାତୀୟ ବିମାନ ବୈଷୟିକ ତ୍ରୁଟି ଯୋଗୁଁ ତୃତୀୟ ଦେଶରେ ଅବତରଣ କରିବାକୁ ବାଧ୍ୟ ହୋଇଛି। ଏଥିରେ ଗୋଟିଏ ଇଣ୍ଡିଗୋର ଓ ଅନ୍ୟଟି ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର।
  4. ଆଇସିଏସ୍‌ଇ ପରୀକ୍ଷା ଫଳ ଓଡ଼ିଶାରେ ୯୯.୯୨% ପାସ୍‌ ।
  5. ବ୍ରିଟେନ ପ୍ରତିରକ୍ଷା ମୁଖ୍ୟ ଜଣାଇଛନ୍ତି ଯୁଦ୍ଧରେ ମଲେଣି ୫୦ ହଜାର ରୁଷ ସୈନ୍ୟ ।
  6. ଭୀଷଣ ଗରମର ପ୍ରଭାବ, ୨୦୨୨ର ପ୍ରଥମ ଛଅ ମାସରେ  ୬୦ ଲକ୍ଷ  ଏ ସି  ବିକ୍ରି ହୋଇଛି ।
  7. ୧୦-୭୦ ବର୍ଷ ପରେ ଭାରତରେ ପୁଣି ଦେଖିବାକୁ ମିଳିବ ଚିତା, ୧୯୫୨ରେ ଘୋଷିତ ହୋଇଥିଲା ବିଲୁପ୍ତ ପ୍ରାଣୀ ।
  8. କଂଗ୍ରେସ ନେତା ମାର୍ଗେଟ୍ ଅଲଭାଙ୍କ ନାମ ଭାରତର ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିରୋଧୀ ଦଳ ଘୋଷଣା କରିଛି।
  9. ଦେଶର ICSE ପରୀକ୍ଷା ଫଳ ରେ ଟପ୍‌ ୩ତାଲିକାରେ କୌଣସି ଓଡ଼ିଆ ନ ଥିବା ବେଳେ ସମାନ ନମ୍ବର ରଖି ୪ଜଣ ପରୀକ୍ଷାର୍ଥୀ ହେଲେ ଓଡ଼ିଶା ଟପର୍‌ ।
  10. ଆଜି ଦିନ ୧୧ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ। ।
  11. ଭାରତ ଓ ଚୀନ ମଧ୍ୟରେ ରବିବାର ଦିନ ୧୬ଶ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଭଳି ସ୍ଥିତିରେ ଭାରତର ବାୟୁସେନା ମୁଖ୍ୟ ଏୟାର ଚିଫ୍‌ ମାର୍ସାଲ ଭିଆର୍‌ ଚୌଧାରୀ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଛନ୍ତି।
  12. ସରିଲା ନିଟ୍‌ NEET ପରୀକ୍ଷା , ଦେଶର ୫୪୩ ସହର ସମେତ ବିଦେଶର ୧୪ଟି ସହରରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାର ପାଖାପାଖି ୪୦ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ଅଗଷ୍ଟ ୧୬ ସୁଦ୍ଧା ବାହାରିବ ରେଜଲ୍ଟ ।
  13. ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ର ପ୍ରଥମ ଗୀତ ହେଲା ରିଲିଜ୍ । ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ନଜର ଆସିଲେ ରଣବୀର- ଆଲିଆ ।
  14. ପୋଲାଭରମ୍ ପ୍ରକଳ୍ପ କରି ଫାଇଦା ନେଉଛି ଆନ୍ଧ୍ର, ଏପଟେ ବନ୍ୟାରେ ବୁଡିଗଲାଣି ଓଡିଶାର ସୀମାନ୍ତ ଗାଁ । ପୋଲ ଓ ରାସ୍ତାରେ ଡଙ୍ଗା ଚାଲିଛି । ୪ ଦିନ ହେଲାଣି ୭ଟି ଗାଁ ପାଣି ଘେରରେ ରହିଛି ।
  15. WHO ର ଚେତାବନୀ ଅନୁସାରେ ପ୍ରଦୂଷଣ କାରଣରୁ କେବଳ ଆସ୍ଥମା ନୁହେଁ ଏହି ( ନିମୋନିଆ, ଷ୍ଟ୍ରୋକ,ଫୁସଫୁସ୍ କ୍ୟାନ୍ସର,ହାର୍ଟ ଡିଜିଜ୍,ସ୍କିନ ସମ୍ବନ୍ଧୀୟ ସମସ୍ୟା ) ଏହି ୫ ପ୍ରକାର ରୋଗ ଦ୍ଵାରା ମଧ୍ୟ ଅନେକ ପ୍ରଭାବିତ ହୋଇ ପାରନ୍ତି ।
  16. ଏଣିକି ପଞ୍ଜାବ ରେ ଟ୍ରାଫିକ ନିୟମ ଭାଙ୍ଗିଲେ ଯିବାକୁ ପଡ଼ିବ ସ୍କୁଲ ଓ ଡାକ୍ତରଖାନା । ଅତି କମରେ ୨୦ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦୁଇ ଘଣ୍ଟା ପାଇଁ ଟ୍ରାଫିକ୍ ନିୟମ ଶିଖାଇବାକୁ ପଡ଼ିବ।
  17. କ୍ରୀଡା ଉତ୍ସାହୀଙ୍କୁ ଉତ୍ସାହିତ କରିବା ପାଇଁ ୟୋନେକ୍ସ ତାଇପେଇ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟ ଜୁଲାଇ ୧୯ ରୁ ହେବ ଆରମ୍ଭ ।
  18.  କୋଟିଆ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ନିଷ୍ପତ୍ତି ନେଇଛି ଆନ୍ଧ୍ର। ଆଇନ ଲଢ଼େଇକୁ ଜୋରଦାର କରିବାକୁ ଯୋଗାଡ଼ କରିଛି କାଗଜପତ୍ର। ଯାହାକୁ ସୁପ୍ରିମ କୋର୍ଟରେ ଦଖଲ କରି ନିଜ ପକ୍ଷକୁ ମଜଭୁତ କରିବାକୁ ପୂରା ଜୋର ଲଗାଇ ଦେଇଛି.
  19. କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରୢାଙ୍କିଙ୍ଗ୍‌ ଫ୍ରେମଵାର୍କ(ଏନ୍‌ଆଇଆରଏଫ୍‌) ତାଲିକାରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି.
  20. ପଚିଶ ବର୍ଷ ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ୱଳ ଉଚ୍ଚଶିକ୍ଷା କେନ୍ଦ୍ର ଭାବେ ଉଭା ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.