• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବଲିଉଡ୍‌ର ଲବ୍ଧପ୍ରତିଷ୍ଠ ପ୍ରଚ୍ଛଦପଟ ଗାୟକ ଭୂପିନ୍ଦର ସିଂହଙ୍କର ୮୨ବର୍ଷ ବୟସରେ ସୋମବାର ପରଲୋକ ହୋଇଛି ।
  2. ସମୟ ନଷ୍ଟ ନକରି ତୁରନ୍ତ କୋଭିଡ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଅ ବୋଲି  ସୋମବାର ଦିନ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। 
  3. ଚୀନରେ ପୁଣି ମାଡି ଆସିଛି ପ୍ରଳୟଙ୍କାରୀ ବନ୍ୟା। ଦକ୍ଷିଣ ଓ ଉତ୍ତର ଚୀନର ଅଧିକାଂଶ ରାଜ୍ୟରେ ପଶିଛି ବନ୍ୟା ପାଣି।
  4. ସାଉଥ ସୁପରଷ୍ଟାର ଧନୁଷ ତାଙ୍କ ହଲିଉଡ ଡେବ୍ୟୁକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଧନୁଷ ଆଭେଞ୍ଜର୍ସର ଲୋକପ୍ରିୟ ନିର୍ଦ୍ଦେଶକ ରୁସୋ ବ୍ରଦର୍ସଙ୍କ ନୂଆ ଚଳଚ୍ଚିତ୍ର 'ଦ ଗ୍ରେ ମ୍ୟାନ୍'ରେ ଅଭିନୟ କରୁଛନ୍ତି।
  5. ଭାରତୀୟ ଷ୍ଟକ ବଜାରରୁ ବିଦେଶୀ ନିବେଶକମାନଙ୍କ ପାଣ୍ଠି ପ୍ରତ୍ୟାହାର ଧାରା ଜାରି ରହିଛି। ଜୁଲାଇ ମାସରେ ସେମାନେ ବର୍ତ୍ତମାନ ସୁଦ୍ଧା ୪,୭୦୦ କୋଟି ଟଙ୍କା ନେଇସାରିଲେଣି।
  6. ଘାନାରେ ଅତି ଭୟଙ୍କର ମାରବର୍ଗ‌୍ ଭାଇରସ୍‌ ୨ ଜଣଙ୍କ ଠାରେ ଚିହ୍ନଟ ହୋଇଛି। ମାରବର୍ଗ‌୍ ଭାଇରସ୍‌ ଇବୋଲା ପରି ଅତ୍ୟନ୍ତ ସଂକ୍ରାମକ । ଘାନାରେ ୨ ଜଣ ବ୍ୟକ୍ତି ଏହ‌ି ଭାଇରସ୍‌ରେ ସଂକ୍ରମିତ ହୋଇ ଚଳିତ ମାସରେ ପ୍ରାଣ ହରାଇଛନ୍ତି।
  7. ଶାଗୁଣା ସଂଖ୍ୟା ହ୍ରାସ ପାଉଥିବାରୁ ଉତ୍ତରପ୍ରଦେଶ ସରକାର ଗୋରଖପୁରରେ ବିଶ୍ୱର ପ୍ରଥମ ଶାଗୁଣା ସଂରକ୍ଷଣ ଏବଂ ପ୍ରଜନନ କେନ୍ଦ୍ର ନିର୍ମାଣ କରୁଛନ୍ତି।
  8. ଦଳ ବି‌ରୋଧୀ କାର୍ଯ୍ୟ ପାଇଁ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ସୋମବାର ଦିନ ୨ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ରାମଦାସ କଦମ ଏବଂ ପୂର୍ବତନ ସାଂସଦ ଆନନ୍ଦରାଓ ଅଦସୁଲଙ୍କୁ ଦଳରୁ ବହିଷ୍କାର କରିଛନ୍ତି।
  9. ଲାନ୍‌ସର୍‌ ଫୁଟ୍ଓୟାର ପକ୍ଷରୁ କ୍ରିକେଟ ତାରକା ଶିଖର ଧାୱନଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତି ଦିଆଯାଇଛି। କଂପାନିର ସମସ୍ତ ମାର୍କେଟିଂ ଅଭିଯାନରେ ଶିଖରଙ୍କୁ ସାମିଲ କରାଯିବ।
  10.  ଗୋଟିଏ ଖାତାରେ ହେଉ କିମ୍ବା ଏକାଧିକ ଖାତାରେ; ଗୋଟିଏ ବ୍ୟାଙ୍କରେ ହେଉ କିମ୍ବା ଏକାଧିକ ବ୍ୟାଙ୍କରେ ବର୍ଷକୁ ୨୦ ଲକ୍ଷ ଟଙ୍କାରୁ ଅଧିକ ଜମା କଲେ ପାନ୍ ଓ ଆଧାର ବାଧ୍ୟତାମୂଳକ ଭାବେ ଉପସ୍ଥାପନ କରିବାକୁ ପଡ଼ିବ।
  11. ୨୫ କିଲୋରୁ ଅଧିକ ଥିବା ସାମଗ୍ରୀ ଏବଂ ଡାଲି, ଶସ୍ୟ, ଚାଉଳ, ଗହମ, ଅଟା ଆଦି ଖାଦ୍ୟ ସାମଗ୍ରୀ ଉପରେ ‘ଜିଏସ୍‌ଟି’ ଲାଗୁ ହେବନାହିଁ ବୋଲି ଆଜି କେନ୍ଦ୍ର ସରକାର ସ୍ପଷ୍ଟିକରଣ ଦେଇ କହିଛନ୍ତି।
  12. କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ରୢାଙ୍କିଙ୍ଗ୍‌ ଫ୍ରେମ୍‌ୱର୍କ (ଏନ୍‌ଆଇଆର୍‌ଏଫ୍) ରୢାଙ୍କିଙ୍ଗ୍‌ ୨୦୨୨ରେ ୨୯ତମ ସ୍ଥାନରେ ରହିଛି ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ।
  13. ସିଆରପିଏଫ୍‌ର ୨୬ ଯବାନଙ୍କୁ ହତ୍ୟା ପାଇଁ ମାଓବାଦୀଙ୍କୁ ସହାୟତା ଅଭିଯୋଗରେ ଛତିଶଗଡ଼ ଅନ୍ତର୍ଗତ ସୁକ୍‌ମା ଜିଲାର ୧୨୧ ଆଦିବାସୀଙ୍କୁ ଗିରଫ କରି ୫ବର୍ଷ ଜେଲ୍‌ରେ ରଖିବା ପରେ ନିର୍ଦୋଷରେ ଖଲାସ କରିଛି ଏନ୍ଆଇଏ ଅଦାଲତ।
  14. ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ଦ୍ବିତୀୟ ଥର ଲାଗି ଓଡ଼ିଆ ସାଂସଦ ଡ଼ ସସ୍ମିତ ପାତ୍ରଙ୍କୁ ଗୃହର ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡୁ ମନୋନୀତ କରିଛନ୍ତି। ପୂର୍ବରୁ ଗତ ଦୁଇ ବର୍ଷ ଧରି ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟ ଭାବେ ସେ ଗୃହ କାର୍ଯ୍ୟ ଚଳାଉଥିଲେ।
  15. ମୋଦୀ ସରକାର ଆସିବା ପରେ ୨୦୧୪ରୁ ୨୫.୩୯ ପ୍ରତିଶତ ମୁଦ୍ରା ଦୁର୍ବଳ ହୋଇଛି ବୋଲି ଆଜି ସଂସଦରେ ସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର। ଗତ ୮ ବର୍ଷରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୧୬.୦୮(୨୫.୩୯ ପ୍ରତିଶତ) ହ୍ରାସ ହୋଇଛି ବୋଲି ଅର୍ଥମନ୍ତ୍ରାଳୟ ସଂସଦରେ ସୂଚନା ଦେଇଛି।
  16. ଶ୍ରୀଲଙ୍କାକୁ ଋଣ ଦେଇଥିବା ଦେଶ ମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଋଣ ପ୍ରଦାନ କରିଛି ଭାରତ । ୨୦୨୨ ମସିହାର ୪ ମାସ ମଧ୍ୟରେ ଭାରତ ଶ୍ରୀଲଙ୍କାକୁ ୩୭.୬୯ କୋଟି ଡଲାର୍‌ ଋଣ ଦେଇଛି । ଅନ୍ୟପଟେ ଚୀନ୍‌ ଶ୍ରୀଲଙ୍କାକୁ କେବଳ ୬.୭୯୦ କୋଟି ଡଲାର୍‌ କରଜ ଦେଇଛି ।
  17. ମାଗଣା ବୁଷ୍ଟର ଟିକାକରଣ। ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ ପାଇଁ ମାଗଣାରେ ୭୫ ଦିନ ବୁଷ୍ଟର ଡୋଜ୍‍ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଦେଲେ; କିନ୍ତୁ ଟିକା ଯୋଗାଇବାକୁ ଭୁଲିଗଲେ। ଫଳରେ ରାଜ୍ୟରେ ଟିକା ନେବାକୁ ଡାକ୍ତରଖାନାଗୁଡ଼ିକରେ ଲୋକମାନଙ୍କ ଧାଡ଼ି ଲାଗିଥିବାବେଳେ ଆବଶ୍ୟକ ପରିମାଣର ଟିକା ଅଭାରୁ ଟିକାକରଣ ବାଧାପ୍ରାପ୍ତ ହୋଇଛି।
  18. ପୁରୀ ମାନସ ବଳିୟାରସିଂ ହତ୍ୟା ମାମଲା । ୧୦ ବର୍ଷ ପରେ ମିଳିଲା ନ୍ୟାୟ। ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ପୁରୀ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ୨୦୧୨ ମସିହାରେ କଣାସ ଚାଣ୍ଡପଡା ଅଞ୍ଚଳର ମାନସ ବଳିୟାରସିଂଙ୍କୁ ଏକ ଚାକୁଣ୍ଡା ଗଛ ବିବାଦକୁ ନେଇ ହତ୍ୟା କରିଥିଲେ ଅଭିଯୁକ୍ତ ।
  19. ଦିନିକିଆ କ୍ରିକେଟରୁ ଅବସର ନେଲେ  ଅଲ୍‌ରାଉଣ୍ଡର ତଥା ଇଂଲଣ୍ଡର ଷ୍ଟାର୍‌ କ୍ରିକେଟର୍‌ ବେନ୍‌ ଷ୍ଟୋକ୍ସ। ୩୧ ବର୍ଷ ବୟସରେ ସେ ଦିନିକିଆ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି।
  20. ଏସ୍‍ସିବି ମେଡ଼ିକାଲରେ  ୱାର୍ଡ ଭିତରକୁ ଆଉ କେହି ମନଇଚ୍ଛା ପ୍ରବେଶ କରିପାରିବେ ନାହିଁ। ପ୍ରତ୍ୟେକ ରୋଗୀ ପିଛା ମିଳିବ ଗୋଟିଏ ଆଟେଣ୍ଡାଣ୍ଟ ପାସ୍‍। ୱାର୍ଡ଼ ଭିତରେ ଜଣେ ରୋଗୀଙ୍କ ପାଖକୁ ଜଣେ ଆଟେଣ୍ଟାଣ୍ଡ ହିଁ ଯିବା ଆସିବା କରିପାରିବ। ଆବଶ୍ୟକସ୍ଥଳେ ଡାକ୍ତରଙ୍କ ଅନୁମତିକ୍ରମେ ଜଣେ ରୋଗୀଙ୍କୁ ଦୁଇଟି ଆଟେଣ୍ଡାଣ୍ଟ ପାସ୍‍ ଦିଆଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.