• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଶ୍ୱର ବିଭିନ୍ନ ଦେଶ ସହ ସମ୍ପର୍କକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗତ ଏକ ବର୍ଷ ମଧ୍ୟରେ ଅନେକ ଦେଶ ଗସ୍ତ କରିଛନ୍ତି ଏବଂ ସେଠାରୁ ସେ ଅନେକ ସ୍ମରଣୀୟ ଉପହାର ମଧ୍ୟ ପାଇଛନ୍ତି |
  2. ଶ୍ରୀଲଙ୍କାରେ ସରକାରଙ୍କ ବିରୋଧରେ ଲୋକଙ୍କ ପ୍ରଦର୍ଶନ ଜାରି ରହିଛି। ଦେଶର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏବଂ ପ୍ରଧାନମନ୍ତ୍ରୀ ରାନିଲେ ବିକ୍ରମସିଂଘେଙ୍କ ଇସ୍ତଫା ଘୋଷଣା ପରେ ମଧ୍ୟ ଏହି ଉତ୍ତେଜନା ବନ୍ଦ ହୋଇନାହିଁ।
  3. ପାଗ ଖରାପ ହେବାରୁ ଦକ୍ଷିଣ କାଶ୍ମୀରରେ ଥିବା ଅମରନାଥକୁ ଯିବା ପାଇଁ ନୂଆ ବ୍ୟାଚଙ୍କୁ ଅନୁମତି ଦିଆଯାଇ ନାହିଁ। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି।
  4. ବୁଲା ଗୋରୁମାନଙ୍କୁ ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ‘ଗ୍ରାମ ଗୋ-ସୁରକ୍ଷା କମିଟି’ ଗଠନ କରି ତା’ର ସଦସ୍ୟମାନଙ୍କୁ ମାସିକ ୫୦୦୦ ଟଙ୍କା ଲେଖାଏଁ ଦେବା ଲାଗି ଉତ୍ତରାଖଣ୍ଡ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।
  5. ଦେବୀ କାଳୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କାରଣରୁ ‘ତୃଣମୂଳ କଂଗ୍ରେସ’ର ଲୋକସଭା ସାଂସଦ ମହୁଆ ମୈତ୍ରଙ୍କ ନାଁରେ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଆଗତ ହୋଇଥିବା ୪ଟି ପୁଲିସ ଅଭିଯୋଗକୁ ଏକତ୍ର କରି ଗୋଟିଏ ‘ଏଫ୍‌ଆଇଆର୍’ରେ ପରିଣତ କରାଯାଇଛି ବୋଲି ଶନିବାର ଦିନ ଜଣେ ପୁଲିସ ଅଧିକାରୀ କହିଛନ୍ତି।
  6. କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର କନିଷି ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେଶନ ଆଣ୍ଡ୍ ରିସର୍ଚ୍ଚ(ଆଇଜର)ର  ନୂତନ ଛାତ୍ରାବାସର ଲୋକାର୍ପଣ କରିବା ସହ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ଗୁଡ଼ିକୁ ପରଦର୍ଶନ କରିଛନ୍ତି ।
  7. ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ କ୍ୟାରିୟର୍‌କୁ ଆଗକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ବ୍ୟବହାରିକ ପ୍ରଶିକ୍ଷଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ କୌଶଳ ଭାରତ ମିଶନର ଅଂଶ ଭାବରେ ସୋମବାର ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଣ୍ଟିସ୍‌ସିପ୍ (ଶିକ୍ଷାନବୀଶ) ମେଳା ଆୟୋଜନ କରିବ ।
  8. ବିଶ୍ବର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ବଡ଼ ପରିବର୍ତ୍ତନ ହୋଇଛି। ଗୋଟିଏ ପଟେ ଭାରତୀୟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ହ୍ରାସ ଯୋଗୁ ସେ ତାଲିକାରୁ ବାଦ ପଡିଛନ୍ତି। ଅନ୍ୟପକ୍ଷରେ ପ୍ରସିଦ୍ଧ ନିବେଶକ ୱାରେନ୍ ବଫେଟ୍ ଧନୀ ତାଲିକାରେ ନବମ ସ୍ଥାନକୁ ଖସି ଆସିଛନ୍ତି।
  9. ଶ୍ରେଷ୍ଠ-୧୦ ଧନୀ ତାଲିକାରେ ଅନ୍ତର୍ଭୁକ୍ତ ଦ୍ୱିତୀୟ ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ ପଞ୍ଚମ ସ୍ଥାନରେ ନିଜର ଉପସ୍ଥିତି ବଜାୟ ରଖିଛନ୍ତି। ନିଜର ଆଧିପତ୍ୟ ଜାରି ରଖି ଆଦାନୀ ୧୦୫ ବିଲୟନ ଡଲାର ମୋଟ୍‌ ସମ୍ପତ୍ତି ସହ ବିଶ୍ୱର ଦ୍ୱିତୀୟ ଧନୀ ଲ୍ୟାରି ପେଜ୍, ଲ୍ୟାରି ଏଲିସନ, ସର୍ଗୀ ବ୍ରିନଙ୍କୁ ଅତିକ୍ରମ କରିଛନ୍ତି। ସେ ଏସିଆର ସବୁଠୁ ଧନୀ ବ୍ୟକ୍ତି।
  10. ଜୁଲାଇ ୧୧ ତାରିଖରେ ଭୁବନେଶ୍ବରରେ ଥିବା ମେ’ ଫେୟାର ହୋଟେଲରେ ପୂର୍ବାହ୍ଣ  ୧୦ଟା ୩୦ରେ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ କରକମଳରେ ‘ଅମିତ ଶାହ ଓ ବିଜେପିର ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚିତ ହେବାକୁ ଯାଉଛି। ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ।
  11. ନର୍ଟିଂହାମରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଭାରତ ପରାସ୍ତ ହୋଇଛି।
  12. ସାଧାରଣ ଖରା ତଥା ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ସମସ୍ତେ ମୌସୁମୀ ଅପେକ୍ଷାରେ ରହିଥାନ୍ତି। କାରଣ ମୌସୁମୀର ଆଗମନ ପାଣିପାଗକୁ ଥଣ୍ଡା କରିଥାଏ। ମାତ୍ର ବିଶ୍ୱ ତାପାୟନର ପ୍ରଭାବରେ ମୌସୁମୀ ପୂର୍ବପରି ସ୍ୱାଭାବିକ ହେବା ପରିବର୍ତ୍ତେ ଅଧିକ ଉତ୍ତପ୍ତ ହେଉଛି।
  13. ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ପକ୍ଷରୁ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଜୀବ ବିଜ୍ଞାନ ବହିରେ ପୂର୍ବରୁ ୧୦ଟି ବିଷୟ ରହିଥିବା ବେଳେ ଏବେ ବିଶ୍ୱ ମହାମାରୀ-କୋଭିଡ୍‌ ୧୯ ଓ ତାହାର ପରିଚାଳନା ନାମକ ଏକ ନୂତନ ଅଧ୍ୟାୟ ଯୋଡ଼ା ହୋଇଛି । ଫଳରେ ଜୀବ ବିଜ୍ଞାନ ବହିର ଅଧ୍ୟାୟ ସଂଖ୍ୟା ଏବେ ୧୧ ହୋଇଛି।
  14. ନାଗାର୍ଜୁନ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଜଣେ ଲୋକପ୍ରିୟ ଅଭିନେତା। ପ୍ରଶଂସକମାନେ ତାଙ୍କ ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥାଆନ୍ତି। ନାଗାର୍ଜୁନଙ୍କ ସାଉଥ୍‌ ଫିଲ୍ମର ହିନ୍ଦୀ ଭାଷାନ୍ତରକୁ ମଧ୍ୟ ଦର୍ଶକ ଖୁବ୍‌ ପସନ୍ଦ କରନ୍ତି।
  15. ଗୋଆ କଂଗ୍ରେସରେ ବିଦ୍ରୋହ ଦେଖାଦେଇଛି। ବରିଷ୍ଠ କଂଗ୍ରେସ ବିଧାୟକ ଦିଗମ୍ବର କାମାତଙ୍କ ନେତୃତ୍ବରେ ଅତିକମ୍‌ରେ ୬ ଜଣ ବିଧାୟକ ବିଜେପିରେ ଯୋଗଦେବା ସମ୍ଭାବନା ରହିଛି। ଏହି ସଂଖ୍ୟା ୧୦ ପର୍ଯ୍ୟନ୍ତ ମଧ୍ୟ ଯାଇପାରେ।
  16. ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେଙ୍କ ଦାୟିତ୍ବ ଗ୍ରହଣ ପରେ ମଧ୍ୟ ରାଜନୈତିକ ସଙ୍କଟର ଅବସାନ ହୋଇନାହିଁ। ଆଜି ବିଧାନସଭାର ସଚିବ ରାଜେନ୍ଦ୍ର ଭାଗବତ ଶିବସେନାର ମୋଟ୍‌ ୫୫ ବିଧାୟକଙ୍କ ମଧ୍ୟରୁ ୫୩ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।
  17. ତେଲେଙ୍ଗାନା ରାଜ୍ୟରେ ସମସ୍ତ ସ୍କୁଲ କଲେଜ ସୋମବାରଠାରୁ ୩ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
  18. ଇଣ୍ଡିଗୋ ଏୟାରଲାଇନ୍ସର ବିମାନର ଦେଖାଶୁଣା କରୁଥିବା ଟେକନିସିଆନମାନେ ଗତ ଦୁଇ ଦିନ ହେଲା ଛୁଟିରେ ଚାଲିଯାଇଛନ୍ତି | ଦିଲ୍ଲୀ ଏବଂ ହାଇଦ୍ରାବାଦରେ ଥିବା ଟେକନିସିଆନମାନେ ଛୁଟିରେ ଯାଇ ସ୍ୱଳ୍ପ ବେତନକୁ ବିରୋଧ କରିଛନ୍ତି।
  19. ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ସମ୍ଭାବିତ ଇସ୍ତଫା ପରେ ଶ୍ରୀଲଙ୍କାରେ ଗଠନ ହେବାକୁ ଯାଉଛି ସର୍ବଦଳୀୟ ଅନ୍ତରୀଣ ସରକାର। ଏ ନେଇ ମୁଖ୍ୟ ବିରୋଧୀ ଦଳ ରବିବାର ସହମତି ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଜୁଲାଇ ୧୩ରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ବୋଲି ଶନିବାର ଘୋଷଣା କରିଥିଲେ। 
  20. ରାଷ୍ଟ୍ରପତି ଭବନର ସ୍ୱିମିଂ ପୁଲ ଓ ରାଷ୍ଟ୍ରପତିଙ୍କ ବେଡ ରୁମକୁ ପହଞ୍ଚିବା ସାଧାରଣ ନାଗରିକଙ୍କ ଲାଗି ଏତେ ସହଜ ନୁହେଁ। ହେଲେ ଏହା ସମ୍ଭବ ହୋଇଛି ଶ୍ରୀଲଙ୍କାରେ। ଲୋକେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନକୁ ଶନିବାର ଧସେଇ ପଶିବା ସହ ପୁରା ଭବନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.