• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଏକ ନିଆରା ଉପାୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଜାପାନରେ ହୋଇଥିବା ନିର୍ବାଚନରେ ଲୋକମାନେ ଆବେଙ୍କ ଦଳକୁ ଭୋଟ ଦେଇ ବିପୁଳ ବିଜୟ ଆଣି ଦେଇଛନ୍ତି । ଜାପାନର ଉଚ୍ଚ ସଦନ ପାଇଁ ଗତ ରବିବାର ଦିନ ଭୋଟ ଗ୍ରହଣ ହୋଇଥିଲା ।
  2. କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସାନି ସମନ ଜାରି କରାଯାଇ ଜୁଲାଇ ୨୧ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।
  3. ଶ୍ରୀଲଙ୍କା ଗଣମାଧ୍ୟମ ଅନୁଯାୟୀ,  ଉଦ୍ଧେଶ୍ୟରେ କହିଛନ୍ତି ଯେ ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଜୁଲାଇ ୧୮ ପର୍ଯ୍ୟନ୍ତ କରାଯାଇପାରିବ। ଏହା ପରେ ଜୁଲାଇ ୨୦ରେ ଏହି ପଦବୀ ପାଇଁ ମତଦାନ ହେବ।
  4. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିର୍ମିତ ସଂସଦ ଭବନ ଉପରେ ନିର୍ମିତ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଛନ୍ତି । ବ୍ରୋଞ୍ଜ ନିର୍ମିତ ଏହି ଅଶୋକ ସ୍ତମ୍ଭଟି ୬.୩ ମିଟର ଉଚ୍ଚ ହୋଇଥିବାବେଳେ ତାହାର ଓଜନ ୯୫୦୦ କିଲୋଗ୍ରାମ ରହିଛି ।
  5.  ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଥିବା ଅବୁ ସଲେମ୍‌ଙ୍କ ୨୫ ବର୍ଷ ଜେଲ୍‌ ଦଣ୍ଡାଦେଶ ପୂରଣ ହେଲେ ପର୍ତ୍ତୁଗାଲ୍‌କୁ ଦେଇଥିବା କଥା ରକ୍ଷା କରି କେନ୍ଦ୍ର ସରକାର ତାଙ୍କୁ ମୁକ୍ତ କରିବାକୁ ବାଧ୍ୟ ବୋଲି ଆଜି ସୁପ୍ରିମ୍‌ କ‌ୋର୍ଟ କହିଛନ୍ତି।
  6. ଚଳିତ ବର୍ଷ ନଭେମ୍ବର ମଧ୍ୟଭାଗ ସୁଦ୍ଧା ବିଶ୍ବଜନସଂଖ୍ୟା ମଧ୍ୟ ୮ ୦୦ କୋଟିରେ ପହଞ୍ଚିଯିବ ବୋଲି ଜାତିସଂଘ ପୂର୍ବାନୁମାନ କରିଛି।
  7. ୨୦୨୩ ବେଳକୁ ଚୀନ୍‌କୁ ଅତିକ୍ରମ କରି ଭାରତ ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର ହୋଇଯାଇପାରେ। ୨୦୨୨ରେ ବିଶ୍ବର ୨ଟି ଜନବହୁଳ ଅଞ୍ଚଳ ହେଉଛି ପୂର୍ବ ଓ ଦକ୍ଷିଣପୂର୍ବ ଏସିଆ। ସେ ଅଞ୍ଚଳରେ ସମ୍ପ୍ରତି ୨.୩ ବିଲିୟନ୍‌ ଜନତା ବାସ କରୁଛନ୍ତି।
  8.  ମଧ୍ୟପ୍ରଦେଶର ମୋରେନାର ରାସ୍ତାକଡ଼ରେ ଜଣେ ୮ ବର୍ଷର ବାଳକ ତା’ର ୨ ବର୍ଷର ସାନଭାଇ ଶବକୁ କୋଳରେ ଧରି ବସିରହିଥିଲା। ତେଣେ, ମୃତ ପୁଅର ଶବକୁ ଘରକୁ ନେବା ପାଇଁ ସେମାନଙ୍କ ବାପା ପୂଜାରାମ ଜାତବ ବ୍ୟାକୁଳ ହୋଇ ଆମ୍ବୁଲାନ୍‌ସ୍‌ ଖୋଜୁଥିଲେ।
  9. ଓଡିଶା ରାଜ୍ୟରେ ପ୍ରଜନନ ହାର ମହିଳା ପିଛା ୧.୮ ପ୍ରତିଶତ । ରାଜ୍ୟରେ ଏହା ୧.୮ ପ୍ରତିଶତ ଥିବାବେଳେ ଦେଶରେ ୨.୦ ରହିଛି । ୬.୩୭ ଲକ୍ଷ ପରିବାରକୁ ନେଇ କରାଯାଇଥିଲା ନ୍ୟାସନାଲ ଫ୍ୟାମିଲି ହେଲଥ୍ ସର୍ଭେ ।
  10. ଚଳିତ ମାସ ୨୬ରେ ଅନୁଷ୍ଠିତ ହେବାକୁ ଯାଉଛି ସ୍ପେକ୍‌ଟ୍ରମ୍‌ ନିଲାମ। ଏହି ମହାନିଲାମୀରେ ଏଥର ମୁହାଁମୁହିଁ ହେବେ ଦେଶର ଦୁଇ ବିଗ୍‌ କର୍ପୋରେଟ୍‌ ହାଉସ୍‌ ଅମ୍ବାନୀ ଏବଂ ଆଦାନୀ ଗ୍ରୁପ। 
  11. ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଆ’ ଲକ୍ଷ୍ୟରେ ଆଉ ପାଦେ ଆଗେଇବ ଓଡ଼ିଶା। ଭବିଷ୍ୟତ ପିଢିକୁ ସୁସ୍ଥ ଓ ସୁଖି କରିବାର ପ୍ରୟାସରେ ନୂତନ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଭାବେ ଶିଶୁ କୈନ୍ଦ୍ରିକ ହେବ।
  12. ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ । ନ୍ୟାଶନାଲ୍ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ଜାରି ଜେଇଇ ସେସନ୍-୧ର ପରୀକ୍ଷାଫଳ ଜାରି ହୋଇଛି । ଏନଟିଏର ଅଫିସିଆଲ୍ ୱେବସାଇଟ୍ jeemain.nta.nic.inରେ ପରୀକ୍ଷାର୍ଥୀ ସେମାନଙ୍କର ଫଳାଫଳ ଦେଖିପାରିବେ ।
  13. ଭାରତୀୟ ରେଳବାଇ ଇତିହାସରେ ପ୍ରଥମ । ମାତ୍ର ୧୦ ମାସର ଶିଶୁକୁ ରେଳବାଇ ଚାକିରି ! ଏନେଇ ଶିଶୁକୁ ବି ମିଳିଛି ନିଯୁକ୍ତିପତ୍ର । ଛତିଶଗଡରେ ରାୟପୁର ରେଳବାଇ ପକ୍ଷରୁ ଏହି ନିଯୁକ୍ତି ଦିଆଯିବା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।
  14. ସମାନ ପୋଷ୍ଟ-ସମାନ ଦରମାକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ଏକ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେବଳ ପଦବୀ ଏବଂ କାମ ସମାନ ହେବା ଯୋଗୁଁ କୌଣସି କର୍ମଚାରୀ ଅନ୍ୟ କର୍ମଚାରୀ ଭଳି ସମାନ ଦରମା ପାଇବାକୁ ଦାବି କରିପାରିବେ ନାହିଁ ବୋଲି ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ ଜେକେ ମାହେଶ୍ବରୀଙ୍କ ଖଣ୍ଡପୀଠ କହିଛନ୍ତି।
  15. ଭାରତ ସମେତ ୫ ରାଷ୍ଟ୍ର  ଜର୍ମାନୀ, ହଙ୍ଗେରୀ, ଚେକୋସ୍ଲୋଭାକିଆ ଏବଂ ନରୱେରୁ କୂଟନୀତିଜ୍ଞମାନଙ୍କୁ ପ୍ରତ୍ୟାହାର କରିନେବାକୁ ଜେଲେଁସ୍କି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
  16. ଟ୍ୱିଟରରୁ ହଟିବେ ଏଲନ ମସ୍କ । ଏପ୍ରିଲ ୨୫ରେ ଟ୍ୱିଟରକୁ ୫୪.୨୦ ବିଲିୟନ ଡଲାରରେ କିଣିବାକୁ ଅଫର ହୋଇଥିଲା। ପରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଏହାକୁ ୪୪ ବିଲିୟନ ଡଲାରରେ କିଣିବା ନେଇ ଚୁକ୍ତି ହୋଇଥିଲା । ଏବେ ଉକ୍ତ ଚୁକ୍ତିରୁ ହଟିଯିବାକୁ ଏଲନ ଘୋଷଣା କରିଛନ୍ତି । 
  17. ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଅଗଷ୍ଟ ୨୨ରେ ଭାରତ ଏକାଦଶ ଓ ଅବଶିଷ୍ଟ ବିଶ୍ବ ଏକାଦଶ ମଧ୍ୟରେ ଏକ କ୍ରିକେଟ ମ୍ୟାଚ ଆୟୋଜନ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ କ୍ରିକେଟ କ​‌େ​‌ଣ୍ଟ୍ରାଲ ବୋର୍ଡ (ବିିସିସିଆଇ)କୁ ପ୍ରସ୍ତାବ ଦିଆଯାଇଛି।
  18. ପ୍ରତିଶୋଧ ନେଉଛି ୟୁକ୍ରେନ୍‌ । ଗୋଟିଏ ଅସ୍ତ୍ରରେ ସଫା ହୋଇଗଲେ ଋଷ୍‌ର ୧୨ ସୋନା ଅଧିକାରୀ । ଆମେରାକା ଯୋଗାଇଥିବା ରକେଟ୍‌କୁ ମାଡ଼କରି ଋଷ୍‌କୁ କଡ଼ା ଜବାବ ଦେଇଛନ୍ତି ୟୁକ୍ରେନ୍‌ ସେନା । 
  19. ଲଞ୍ଚ ସମୟରେ ବଜାଜ ଚେତକ ଦୁଇଟି ଗୋଟେ ଅର୍ବାନ ଓ ଅନ୍ୟଟି ପ୍ରିମିୟମ ଭେରିଏଣ୍ଟରେ ଲଞ୍ଚ ହୋଇଥିଲା। ସେତେବେଳେ ଏହାର ମୂଲ୍ୟ ଯଥାକ୍ରମେ ୧ ଲକ୍ଷ ଓ ୧.୧୫ ଲକ୍ଷ ଟଙ୍କା ଥିଲା। ହେଲେ ଏବେ ଦୁଇ ସ୍କୁଟର ମୂଲ୍ୟରେ ୯ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଥିବା ସ୍କୁଟର ଅର୍ବାନ ଭ୍ୟାରିଏଣ୍ଟ ବିକ୍ରିରୁ ବାହାର ହୋଇପାରେ ବୋଲି ସୂଚନା ମିଳିଛି। କମ୍ପାନୀର ୱେବ୍‌ସାଇଟ୍‌ରେ ଏଭଳି ସୂଚନା ଦିଆଯାଇଛି।
  20. ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନା ।ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନିର୍ଦ୍ଦେଶ ଦେଇଥିବା ଚିଠିକୁ କଙ୍କଡାହାଡ଼ ବିଇଓ ପ୍ରତ୍ୟାହାର କରିଥିବା ଜଣାପଡିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.