• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଜୁନରେ ଖୁଚୁରା ଦରବୃଦ୍ଧି ହାର ମେ ମାସ ତୁଳନାରେ କମିଥିବା ଡାଟା କରୁଛି । ଜୁନରେ ମୁଦ୍ରାସ୍ପୀତି ହାର ୭.୦୧ ପ୍ରତିଶତ ରହିଛି। ମେ ମାସରେ ଏହା ୭.୦୪ ପ୍ରତିଶତ ଥିଲା। କିନ୍ତୁ ଏବେ ବି ଏହା ଆରବିଆଇର ଟାର୍ଗେଟ ଉପରେ ରହିଛି।
  2. ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନ୍‍ସନ୍‍ଙ୍କ ସ୍ଥାନରେ ଜଣେ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ କରିବା ପ୍ରକ୍ରିୟା ସେପ୍ଟେମ୍ବର ୫ ତାରିଖ ସୁଦ୍ଧା ଶେଷ ହେବ। ପ୍ରଧାନମନ୍ତ୍ରୀ ପଦ ପାଇଁ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହେବାକୁ ଯାଉଥିବା ଗଣମାଧ୍ୟମରୁ ଜଣାପଡ଼ିଛି।
  3. ପ୍ରାୟ ୬୦ଟି ଷ୍ଟାର୍ଟଅପ୍‍ ଇସ୍ରୋରେ ପଞ୍ଜିକୃତ ହୋଇଥିବା ଜଣାପଡିଛି। କିଛିଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାର୍ଟଅପ୍‍ ପାଇଁ ଇସ୍ରୋକୁ ଉନ୍ମୁକ୍ତ କରିଥିଲେ।
  4. ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଥଣ୍ଡା ଚା ଦେଇଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଗଲା ନିର୍ଦ୍ଦେଶ | ତେବେ ଵିରୋଧୀ ଦଳ କଂଗ୍ରେସର କଡା ଆପତ୍ତି ପରେ ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଇଛି |
  5. ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଅଡ଼ୁଆ ବଢିବାରେ ଲାଗିଛି । ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟ ମଙ୍ଗଳବାରଦିନ କହିଛନ୍ତି ଯେ ତାଙ୍କ ବିରୋଧରେ ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ୫୯ ପୃଷ୍ଠାର ଚାର୍ଜସିଟ ସଂପୂର୍ଣ୍ଣ ଅଛି ।
  6. ସୁପ୍ରିମକୋର୍ଟ ଦିନକରେ ୪୪ ରାୟ ଶୁଣାଇଛନ୍ତି। ମେ’ ୨୩ରୁ ଜୁଲାଇ ୧୦ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ପାଇଁ କୋର୍ଟ କାର୍ଯ୍ୟ ବନ୍ଦ ଥିଲା। ଜୁଲାଇ ୧୧ରେ କୋର୍ଟ ଖୋଲିବା ସହ ବିଚାରପତିମାନେ ଗୋଟିଏ ଦିନରେ ୪୪ଟି ମାମଲାରେ ରାୟ ଶୁଣାଇଛନ୍ତି।
  7. ଜଷ୍ଟିସ୍ ଏସ୍‌କେ କୌଲ ଓ ଜଷ୍ଟିସ୍ ଏମ୍‌ଏମ୍‌ ସୁନ୍ଦରେଶଙ୍କ ଖଣ୍ଡପୀଠ କହିଲେ ଯେ ଏକ ଗଣତାନ୍ତ୍ରିକ ଦେଶ ଏବଂ ଏକଛତ୍ରବାଦୀ ରାଜତନ୍ତ୍ର ବା ପୁଲିସ-ଶାସିତ ଦେଶ ଭିତରେ ଆକାଶ ପାତାଳ ପ୍ରଭେଦ ଅଛି। ଏକ ଗଣତାନ୍ତ୍ରିକ ଦେଶରେ ପୁଲିସ ଶାସିତ ଦେଶ ପରି ଅନୁଭବ ଆସିବା ଉଚିତ ନୁହେଁ।
  8. ବୁମରାଙ୍କ ଘାତକ ବୋଲିଂ ଏବଂ ରୋହିତଙ୍କ ଧୂଆଁଧାର ବ୍ୟାଟିଂ, ଇଂଲଣ୍ଡକୁ ୧୦ ଓ୍ଵିକେଟରେ ହରାଇଲା ଭାରତ ।
  9. ମଙ୍ଗଳବାର ଦିନ ସକାଳୁ ସକାଳୁ ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକମାନଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
  10. ସରକାରୀ କର୍ମଚାରୀଙ୍କ ଗୃହ ଋଣ ସହାୟତା ବଢ଼ିଲା, ୮% ସୁଧରେ ୪୦ଲକ୍ଷ ପର୍ଯ୍ୟନ୍ତ ଋଣ ପାଇପାରିବେ।
  11. ସ୍କୁଲ କ୍ୟାମ୍ପସକୁ କ୍ୟାମେରା ମନା ନିଷ୍ପତ୍ତିରେ ଅଟଳ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ; କହିଲେ, ଉପରୁ ଅର୍ଡର ନଆସିବା ଯାଏଁ ପ୍ରତ୍ୟାହାର ହେବନି ନିର୍ଦ୍ଦେଶାନାମା ।
  12. ଓଡ଼ିଶା ସମେତ ୧୬ଟି ରାଜ୍ୟରେ ଲାଗି ରହିବ ରହିବ ଝଡ଼ ବର୍ଷା, ଆସନ୍ତା ୪-୫ ଦିନ ପାଇଁ ସତର୍କତା ସୂଚନା ଜାରି କଲା IMD  ।
  13. ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରି ଉଦ୍ଧବ କହିଲେ; ମୋ ଉପରେ କେହି ଚାପ ପକାଇ ନାହାନ୍ତି ।
  14. ନୂଆପଡ଼ାରେ ଏଟିଏମ ଟଙ୍କା ନେଇ ଫେରାର ଘଟଣାରେ ଡ୍ରାଇଭର ସହ ୫ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୫୫ ଲକ୍ଷ ୭୬ ହଜାର ୭୫୦ ଟଙ୍କା ଜବତ କରିଛି ।
  15. ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଦଳ ବିଜେପିକୁ ଏକ ବଡ଼ ଧରଣର ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ହିମାଚଳ ପ୍ରଦେଶର ପୂର୍ବତନ ରାଜ୍ୟ ସଭାପତି ଖିମି ରାମ ଶର୍ମା ମଙ୍ଗଳବାର କଂଗ୍ରେସରେ ସାମିଲ ହୋଇଛନ୍ତି। 
  16. ଅଶୋକ ସ୍ତମ୍ଭ ସୁଦ୍ଧ କାଂସ୍ୟରେ ନିର୍ମିତ ହୋଇଛି। ଏହାର ଓଜନ ୯୫୦୦ କିଲୋଗ୍ରାମ। ଉଚ୍ଚତା ୬.୫ ମିଟର। ଏହି ପ୍ରତୀକ ସମ୍ରାଟ ଅଶୋକଙ୍କ ସାରନାଥ ରାଜଧାନୀରେ ଅବସ୍ଥିତ ପ୍ରତୀକର ନକଲ। ଟାଇମ୍ସ ନାଓ ସହ ଆଲୋଚନା ବେଳେ ଦେବରେ କହିଛନ୍ତି ପ୍ରକୃତ ଜାତୀୟ ପ୍ରତୀକର ଉଚ୍ଚତା ହେଉଛି ୭ ଫୁଟ୍। କିନ୍ତୁ ନୂତନ ପ୍ରତୀକର ଉଚ୍ଚତା ୭ ମିଟର ଅର୍ଥାତ ପାଖାପାଖି ୨୧ ଫୁଟ୍ ରହିଛି। 
  17. ୯୪ ବର୍ଷୀୟ ଭଗୱାନୀ ଦେବୀଙ୍କ ପରେ ଏବେ ୮୧ ବର୍ଷୀୟ ଏମଜେ ଜାକେବ ୱାର୍ଲଡ ଆଥଲେଟିକ୍ସ ଚାମ୍ପିୟନଶିପ ୨୦୨୨ରେ ଭାରତ ପାଇଁ ଗୌରବ ଆଣିଛନ୍ତି । କେବଳର ପୂର୍ବତନ ବିଧାୟକ ଏମଜେ ଜାକବ ଚାମ୍ପିୟନଶିପରେ ୨୦୦ ମିଟର ଏବଂ ୮୦ ମିଟର ହର୍ଡଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
  18. ହରିୟାଣାର ଭଗୱାନୀ ଦେବୀ ୯୪ ବର୍ଷ ବୟସରେ ୱାର୍ଲଡ ମାଷ୍ଟର ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଏବଂ କାଂସ୍ୟ ପଦକ ଜିତି ଭାରତର ନାଁ ରଖିଛନ୍ତି । ଭଗୱାନୀ ଦେବୀ ପଦକ ଜିତି ମଙ୍ଗଳବାର ଭାରତ ଫେରିଛନ୍ତି ଏବଂ ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ଭଗ୍ୟ ସ୍ୱାଗତ କରାଯାଇଛି ।
  19. ଶ୍ରୀଲଙ୍କାରେ ନୂଆରାଷ୍ଟ୍ରପତି ବାଛିବା ପାଇଁ ଜୁଲାଇ ୨୦ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଶ୍ରୀଲଙ୍କାର ବିରୋଧିଦଳର ଜଣେ ନେତା ମଙ୍ଗଳବାର ଖବର ସରବରାହ ସଂସ୍ଥା ‘ରୟେଟର୍ସ’କୁ ଏହି ସୂଚନା ଦେଇଛନ୍ତି। ଶ୍ରୀଲଙ୍କାର ବର୍ତ୍ତମାନର ରାଷ୍ଟ୍ରପତି ଗୋଟାବାୟା ଯେତେବେଳେ ଇସ୍ତଫା ପତ୍ରରେ ଦସ୍ତଖତ କରିଛନ୍ତି ସେହି ସମୟରେ ଏପରି ଖବର ସାମ୍ନାକୁ ଆସିଛି।
  20. ବଲିଉଡ୍ ନାୟିକା ଆଥିୟା ସେଟ୍ଟୀ ଓ କ୍ରିକେଟର୍ କେ ଏଲ୍ ରାହୁଲଙ୍କ ଲଭ୍ ଷ୍ଟୋରୀ ସଂପ୍ରତି ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦୁଇ ଯୋଡି କେବେ ବିବାହ ବନ୍ଧନରେ ଆବଦ୍ଧ ହେବେ ତାକୁ ନେଇ ତାଙ୍କ ପ୍ରଶଂସକଙ୍କ ମହଲରେ ଅନେକ କଲ୍ପନା ଜଳ୍ପନା ଲାଗି ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.