• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଦେଶର ୭୧ ପ୍ରତିଶତରୁ ଅଧିକ ଲୋକଙ୍କୁ ମିଳୁନି ଏଭଳି ଆହାର। ସେମାନଙ୍କ ସଂଖ୍ୟା ୯୭ କୋଟିରୁ ଅଧିକ। ଆଫ୍ରିକାର ଅନେକ ଗରିବ ଦେଶର ସ୍ଥିତି ସହ ଭାରତର ସ୍ଥିତି ପ୍ରାୟ ସମାନ ରହିଛି। ପୁଷ୍ଟିକର ଆହାର ଅଭାବ ହାର ଏସିଆ ମହା‌‌ଦେଶରେ ୪୩.୫% ସ୍ତରରେ ଥିବା ବେଳେ ଭାରତରେ ତାହା ୭୦%ରୁ ଅଧିକ ରହିଛି।
  2. ଅଗଷ୍ଟ ୧୫ରେ ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ପ୍ରତିମୂର୍ତ୍ତି ଅନାବରଣ ହେବାର ସମ୍ଭାବନା ରହିଛି। ଏହାର ନିର୍ମାଣରେ ଯେଭଳି କୌଣସି ବ୍ୟତିକ୍ରମ ନ ଘଟେ ସେଥି ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି।
  3. ୨୭୯୮.୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ରେଳ ମନ୍ତ୍ରଣାଳୟ ଦ୍ବାରା ତରଙ୍ଗା ହିଲ-ଅମ୍ବାଜୀ-ଆବୁ ରୋଡ୍‌ ନୂଆ ରେଳଲାଇନ ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଏହି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।
  4. ଅର୍ଥମନ୍ତ୍ରାଳୟ ଅଧିନସ୍ଥ ରାଜସ୍ଵ  ଗୁଇନ୍ଦା ନିର୍ଦ୍ଦେଶାଳୟ  ପକ୍ଷରୁ ଓପୋ କାର୍ଯ୍ୟାଳୟ ଉପରେ ଚଢଉ କରାଯାଇଛି । ଚଢଉ ବେଳେ ଜଣାପଡ଼ିଥିଲା ଯେ ଓପୋ ପକ୍ଷରୁ ୪୩୮୯ କୋଟି ଟଙ୍କାର ଉତ୍ପାଦ ଶୁଳକ ଠକେଇ କରାଯାଇଛି ।
  5. ଶ୍ରୀଲଙ୍କାରେ ପ୍ରବଳ ଜନ ଅସନ୍ତୋଷ ଓ ଜନ ଆନ୍ଦୋଳନକୁ ସାମନା କରିବାରେ ଅସମର୍ଥ ହୋଇ ନିଜ ଦେଶ ଶ୍ରୀଲଙ୍କା ଛାଡ଼ି ପଳାତକ ସାଜିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ।
  6. ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଭିଏତନାମରୁ ଫେରିଥିବାରୁ ଗୋଟିଏ ଦମ୍ପତ୍ତିଙ୍କ ସୁଟକେସରୁ ୪୫ଟି ମାଉଜର ମିଳିଛି ।
  7. ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଦେଶ ଛାଡି ପଳାୟନ କରିବା ପରେ ସେଠାର ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ବିକ୍ଷୋଭକାରୀମାନେ କାମଚଳା ରାଷ୍ଟ୍ରପତି ତଥା ପ୍ରଧାନମମନ୍ତ୍ରୀ ରାନିଲ୍ ବିକ୍ରମସିଂଘେଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ଭଙ୍ଗାରୁଜା କରିବା ପରେ ସେନାକୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ।
  8. ପିତା ଲାଲୁ ପ୍ରସାଦ ଯାଦବଙ୍କ ଆରୋଗ୍ୟ କାମନା କରି ଗୋବର୍ଦ୍ଧନ ପର୍ବତ ପରିକ୍ରମା କରିବାକୁ ଯାଇଥିବା ପୁଅ ତେଜ ପ୍ରତାପ ଯାଦବଙ୍କୁ ମଥୁରା ପୁଲିସ ବାଧା ଦେଇଥିବା କଥା ସେ ଗଣମାଧ୍ୟମକୁ କହିଛନ୍ତି
  9. ଜୁଲାଇ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଅଧିକାଂଶ ରାଜ୍ୟର ରାଜଧାନୀକୁ ‘ବାଲଟ୍‌ ବକ୍ସ୍‌’ ବା ‘ଭୋଟ୍‌ ବାକ୍ସ’ ସବୁ ପଠାଯାଇଛି। ଏହି କ୍ରମରେ ଦିଲ୍ଲୀରୁ ବିମାନରେ  ଭୁବନେଶ୍ବର ଆସି ପହଞ୍ଚିଛି ବାଲଟ ବକ୍ସ।
  10. ବିଏସଏନଏଲ ଓଡ଼ିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଭାବେ ରୁଦ୍ରନାରାୟଣ ପଲାଇ ଦାୟିତ୍ୱ ଗ୍ରହଣ କରିଛନ୍ତି। 
  11. ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟରେ ପାସପୋର୍ଟ ପାଇଁ ନିବେଦନ କରିଥିଲେ। କୋର୍ଟ ବୁଧବାର ରେଜିଷ୍ଟ୍ରିରୁ ଆର୍ୟନଙ୍କ ପାସପୋର୍ଟ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
  12. ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲାଭାଂଶ ଚେକ୍ ଗ୍ରହଣ କରିଥିଲେ। ଓଡିଶା କୃଷି ଶିଳ୍ପ ନିଗମ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୨ କୋଟି ୫୨ ଲକ୍ଷ ୧୭ ହଜାର ୨୧୮ ଟଙ୍କା ଏବଂ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ୩ କୋଟି ୧୦ ଲକ୍ଷ ୩୬ ହଜାର ୫୭୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।
  13. ଓଡିଶା କାଜୁ ଉନ୍ନୟନ ନିଗମ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅଂଶଧନ ଲାଭ ବାବଦକୁ ୪୬ ଲକ୍ଷ ୫୧ ହଜାର ୨୦୦ ଟଙ୍କା ପ୍ରଦାନ କରିଛି । ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଂଶଧନ ଉପରେ ୨.୧୬ ପ୍ରତିଶତ ଲାଭାଂଶ ଘୋଷଣା କରିଛି । ରାଜ୍ୟ ସରକାରଙ୍କୁ ୨୦୨୦-୨୧ ବର୍ଷ ପାଇଁ ଲାଭାଂଶ ବାବଦକୁ ୨ କୋଟି ୬୮ ଲକ୍ଷ ୪୯ ହଜାର ୪୨୫ ଟଙ୍କା ପ୍ରଦାନ କରିଛି।
  14. ସତକୋଶିଆରେ ଏବେ ବନ୍ୟଜନ୍ତୁ ବିପନ୍ନ। ଗୋଟିଏ ମାସରେ ୩ଟି ହାତୀ, ୩ଟି ଗୟଲ ଏବଂ ଗୋଟିଏ ହରିଣର ମୃତ୍ୟୁ ହୋଇଛି। ସବୁ ବନ୍ୟଜନ୍ତୁ ରୋଗର ଶିକାର ହୋଇ ପ୍ରାଣ ହରାଇଛନ୍ତି। ବନ ବିଭାଗ କହିବା କଥା ସମସ୍ତ ମୃତ ଜନ୍ତୁ ମାନଙ୍କ ନମୁନା ପରୀକ୍ଷା ପାଇଁ ପଠା ଯାଇଛି।
  15. ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଘୋଷଣା ହୋଇଛି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ଯବାସୀଙ୍କୁ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି। କୋଭିଡ ମହାମାରୀର ବିପଦ ଏଯାଏଁ ଟଳି ନାହିଁ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି।
  16. ୧୮ ରୁ ଅଧିକ ବୟସ ବର୍ଗଙ୍କୁ ଜୁଲାଇ ୧୫ରୁ ମାଗଣାରେ ମିଳିବ ପ୍ରିକସନ ଡୋଜ୍‌। ଏହି ପ୍ରିକସନ ଡୋଜ୍‌ ସମସ୍ତ ସରକାରୀ ଟିକା କେନ୍ଦ୍ରରେ ମାଗଣାରେ ମିଳିବ । ୭୫ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି। ଆଜାଦି କା ଅମୃତ କାଲ ଅବସରରେ ଏହି ନିଷ୍ପତ୍ତି ନିଆଯାଇଛି ।
  17. ଜେଲ୍‍ ଭିତରେ ହସ୍ତଶିଳ୍ପ ଠାରୁ ଆରମ୍ଭ କରି ଫୁଡ୍‍ ପ୍ରୋସେସିଂ ମଧ୍ୟ ଶିକ୍ଷା ଦିଆଯାଉଛି। ହେଲେ ଏବେ ଝାରପଡ଼ା ଜେଲରେ ମହିଳା କଏଦୀଙ୍କୁ ପ୍ରଥମଥର ପାଇଁ ବିୟୁଟି ପାର୍ଲର ଟ୍ରେନିଂ ଦିଆଯିବ। ଝାରପଡ଼ା ଜେଲ୍‍ରେ ଥିବା ମହିଳା କଏଦୀଙ୍କ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହି ଟ୍ରେନିଂ ଦିଆଯିବ।
  18. ବ୍ୟାଙ୍କଗୁଡ଼ିକ ଦ୍ଵାରା ନିଯୁକ୍ତ ବ୍ୟବସାୟିକ ବାହକ (ବିଜିନେସ୍ କରେସ୍‌ପଣ୍ଡେଣ୍ଟ) ମାନଙ୍କ ବିଫଳତା ଓ ନିମ୍ନ ପ୍ରଦର୍ଶନ ଉପାନ୍ତବାସୀଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାରେ ବାଧକ ହୋଇଛି । ଏହି ସ୍ଥିତିରେ ଉପାନ୍ତ ଅଞ୍ଚଳର ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ‘ମିଶନ ଶକ୍ତି’ ଉପରେ ଭରସା କରିଛନ୍ତି ସରକାର ।
  19. ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏକ ବଡ଼ ଖୁଲାସା କରିଛି। ଏନସିବି ଦାବି କରିଛି ଯେ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କଠାରୁ ଅନେକ ଥର ଗଞ୍ଜେଇ ନେଇଥିଲେ। ଏହା ବ୍ୟତୀତ ଏନସିବି ଆହୁରି ଅଭିଯୋଗ କରିଛି କି ରିୟା ଚକ୍ରବର୍ତ୍ତୀ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମଧ୍ୟ ଆଣି ଗଞ୍ଜେଇ ଦେଉଥିଲେ।
  20. ରାଜ୍ୟର ବିଭିନ୍ନ ସହରମାନଙ୍କରେ ଥିବା ସଙ୍କୁଚିତ ରାସ୍ତା ତଥା ଅପହଞ୍ଚ ସ୍ଥାନମାନଙ୍କର ଅଗ୍ନିକାଣ୍ତ ଜନିତ ଦୁର୍ଘଟଣାର ପରିଚାଳନାର ମୁକାବିଲା ପାଇଁ ବିଭାଗ ପକ୍ଷରୁ ୨୦୭ କୁଇକ୍‌ ରେସପନ୍ସ ଗାଡ଼ି ଅଣାଯିବାକୁ ସ୍ଥିର କରାଯାଇଥିବା ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.