• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗତକାଲି ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ ଶ୍ରୀଲଙ୍କା ସେନା ପ୍ରତ୍ୟାଖ୍ୟାନ କରିଛି। ଶ୍ରୀଲଙ୍କାର ଲୋକମାନେ ଅଭାବ ଅନଟନରୁ ମୁକ୍ତି ପାଇଁ ଆନ୍ଦୋଳନ କରୁଛନ୍ତି।
  2.  କରୋନା କାରଣରୁ ଗତ ଦୁଇବର୍ଷ ଧରି ବନ୍ଦ ରହିଥିବା ରାଜ୍ୟ କୃଷି ଏବଂ ଉଦ୍ୟାନ କୃଷି ମନ୍ତ୍ରୀମାନଙ୍କର ଜାତୀୟ ସମ୍ମିଳନୀ ଚଳିତ ବର୍ଷ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଛି। 
  3. ଦେଶରେ ୫ ମାସରେ ଆଜି ସର୍ବାଧିକ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୧୪୫ ଦିନ ପରେ ଦେଶରେ ୨୪ ଘଣ୍ଟାରେ ୨୦,୧୩୯ ନୂଆ ମାମଲା ଚିହ୍ନଟ ହେବା ସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୬,୮୯,୯୮୯ ରହିଛି। ଅନ୍ୟପକ୍ଷରେ ସକ୍ରିୟ ମାମଲା ୧,୩୬,୦୭୬ରେ ପହଞ୍ଚିଛି। 
  4. ରାଷ୍ଟ୍ରପତି ଗେଟାବାୟା ରାଜପକ୍ଷ ଆଜି ଇସ୍ତପା ଦେଇଥିବାରୁ ମିଳିତ ସରକାର ଗଠନ ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି କୁହାଯାଉଛି। ଗତ ୪ ଦିନର ଅଶାନ୍ତ ବାତାବରଣ ପରେ ଆଜି ଆନ୍ଦୋଳନ, ହିଂସା ଓ ଭଙ୍ଗାରୁଜା ବନ୍ଦ ରହିଛି ।
  5. ୟୁକ୍ରେନର ଦକ୍ଷିଣ ସହର ବିନିସ୍ତିଆରେ ରୁଷର ମିସାଇଲ ମାଡ଼ ଯୋଗୁଁ ଅତି କମ୍‌ରେ ୨୧ ଜଣ ୟୁକ୍ରେନ ନାଗରିକଙ୍କ ମୃତ୍ୟୁ ହୋଇଛି। ୧୨ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ମଧ୍ୟ ଅଛନ୍ତି। 
  6. ସମ୍ପ୍ରତି ଲୋକସଭା ସଚିବାଳୟ ଦ୍ବାରା ଜାରି ଏକ ପୁସ୍ତିକାରେ ଅନ୍ୟୂନ ୪୦ଟି ଶବ୍ଦକୁ ଅନପାର୍ଲାମେଣ୍ଟାରୀ ଭାବେ ଚିହ୍ନିତ କରାଯାଇଛି। ଯଦି କେହି ସଂସଦୀୟ କାର୍ଯ୍ୟଧାରାରେ ଏହି ଶବ୍ଦକୁ ବ୍ୟବହାର କରେ ତେବେ ତାହାକୁ ରେକର୍ଡରୁ କାଟିଦିଆଯିବ।
  7. ସାଧାରଣଭାବେ ବ୍ୟବହୃତ ଆସେମ୍‌ଡ (ଲଜ୍ଜିତ), ଆବ୍ୟୁଜ୍‌ଡ (ଦୁର୍ବ୍ୟବହାର), ବିଟ୍ରେଡ୍‌ (ପ୍ରତାରିତ), କରପ୍ଟ (ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟ), ଡ୍ରାମା (ନାଟକବାଜି), ହିପୋକ୍ରିସି (କପଟତା) ଏବଂ ଇନ୍‌କମ୍ପିଟେଣ୍ଟ (ଅଯୋଗ୍ୟ, ଅପାରଗ) ପରି ଶବ୍ଦକୁ ଅନ୍‌ପାର୍ଲାମେଣ୍ଟାରୀ ବୋଲି ଉକ୍ତ ପୁସ୍ତିକାରେ ଦର୍ଶାଯାଇଛି। ଜୁଲାଇ ୧୮ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ତା’ର ଅବ୍ୟବହିତ ପୂର୍ବରୁ ଲୋକସଭା ସଚିବାଳୟ ପକ୍ଷରୁ ଏହି ପୁସ୍ତିକା ପ୍ରକାଶ କରାଯାଇଛି।
  8. ସୁନା ଦାମ୍ ହ୍ରାସ ପାଇ ୧୧ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୧,୭୧୦ ଡଲାର ଓ ରୁପା ଦାମ୍ ୧୮.୭୬ ଡଲାରକୁ ହ୍ରାସ ପାଇଛି। ଭାରତରେ ମଧ୍ୟ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୦,୨୮୧ ଟଙ୍କାକୁ ହ୍ରାସ ପାଇଥିବା ବେଳେ ରୁପାର କିଲୋ ପିଛା ଦାମ୍ ୫୫,୧୯୪ ଟଙ୍କା ହୋଇଛି।
  9. ‘ଜୁମ୍‌ଲାଜୀବି’, ‘ବାଲ୍‌ ବୁଦ୍ଧି’, ‘କୋଭିଡ୍‌ ସ୍ପ୍ରେଡର୍‌’ ଏବଂ ‘ସ୍ନୁପ୍‌ଗେଟ୍‌’ ଆଦି ଅନେକ ଶବ୍ଦକୁ ଅଣସଂସଦୀୟ ଶବ୍ଦ ତାଲିକାଭୁକ୍ତ କରି ଲୋକସଭା ସଚିବାଳୟ ପ୍ରସ୍ତୁତ କରିଥିବା ନୂତନ ପୁସ୍ତିକାକୁ ବିରୋଧୀ ଦଳର ନେତାମ‌ାନେ ତୀବ୍ର ସମାଲୋଚନା କରିଛନ୍ତି। ବାଚସ୍ପତି ଓମ ବିର୍ଲା ଏକ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ୧୯୫୯ ପରଠାରୁ ଏହା ଏକ ନିତିଦିନିଆ ଅଭ୍ୟାସ ଭାବେ କରାଯାଉଛି। ହେଲେ ସଦସ୍ୟମାନେ ନିଜର ମତ ପ୍ରକାଶ କରିବାକୁ ମୁକ୍ତ ଏବଂ ସଂସଦରେ କୌଣସି ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଯାଇ ନାହିଁ।
  10. ପେଟ୍ରୋଲ୍‌ ଲିଟର୍‌ପିଛା ୫ ଟଙ୍କା ଏବଂ ଡିଜେଲ୍‌ ଲିଟର୍‌ପିଛିା ୩ ଟଙ୍କା ହ୍ରାସ କରିବା ଲାଗି ଆଜି ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ୍‌ ନିଷ୍ପତ୍ତି ନିଆଯାଇଛି। 
  11. ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ବୁଧବାର ମନା କରିଛନ୍ତି। 
  12. ଦୌଡ଼କୁଦ କ୍ରୀଡ଼ାର ଉନ୍ନତି ପାଇଁ ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ (ଆରଆଇଏଲ) ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ସହ ହାତ ମିଳାଇଛି। ଉଭୟଙ୍କ ମିଳିତ ଭାବେ ଦେଶରେ ଦୌଡ଼କୁଦ କ୍ରୀଡ଼ାର ବିକାଶ ନେଇ କାର୍ଯ୍ୟ କରିବେ। 
  13. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରୁବାର ‘‘ଆଇ-ଟୁ-ୟୁ-ଟୁ’’ ଶିଖର ସମ୍ମିଳନୀରେ ଆଭାସୀ ମାଧ୍ୟମାର ଅଂଶ ଗ୍ରହଣ କରି ଉଦବୋଧନ ଦେଇଛନ୍ତି। 
  14.  ଛତିଶଗଡ଼ର ୧୩ଟି ଜିଲାରେ ୨ ଦିନ ହେଲା ଲଘୁଚାପ ବର୍ଷା ଲାଗିରହିଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସେଠାରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିିଛି। ଛତିଶଗଡ଼ କଲମାର ୬୬ରୁ ୩୦ଟି ଫାଟକକୁ ବୁଧବାରରୁ ଖୋଲି ଦେଇଛି। ଫଳରେ ହୀରାକୁଦକୁ ଜଳପ୍ରବାହ ମଧ୍ୟ ବୃଦ୍ଧି ପାଇଛି।
  15. ରାଜ୍ୟରେ ଆଜିଠାରୁ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯିବ। ଟିକାକରଣକୁ ବ୍ୟାପକ କରିବା ପାଇଁ ଇଞ୍ଜିନିୟରିଂ ମହାବିଦ୍ୟାଳୟ, ଉଚ୍ଚଶିକ୍ଷାନୁଷ୍ଠାନ ଏବଂ ଛାତ୍ରାବାସଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ।୩୦୦୦ ଟିକାକରଣ କେନ୍ଦ୍ରରେ ଆସନ୍ତାକାଲିଠାରୁ ୧୮ରୁ ୫୯ ବର୍ଷର ଲୋକଙ୍କୁ ବୁଷ୍ଟର ମାଗଣାରେ ଦିଆଯିବ। ୭୫ ଦିନ ପର୍ଯ୍ୟନ୍ତ ମାଗଣାରେ ଟିକାକରଣ ଚାଲିବ।
  16.  ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଏବଂ ତାଙ୍କର ତିନି ସନ୍ତାନର ମାତା ଇବାନା ଟ୍ରମ୍ପଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ପାଖାପାଖି ୭୩ ବର୍ଷ ବୟସ ହୋଇଥିଲା। 
  17. ଆସନ୍ତା ଜୁଲାଇ ୨୫ରେ ଭାରତର ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ। କିନ୍ତୁ ଏହା ପୂର୍ବରୁ ଜୁଲାଇ ୨୩ରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ସମାରୋହରେ ବିଦାୟକାଳୀନ ସମ୍ୱର୍ଦ୍ଧନା ଦିଆଯିବ। 
  18. ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ଦୌଡରେ ଆଉ ପାଦେ ଆଗକୁ ବଢିଛନ୍ତି। ଦ୍ଵିତୀୟ ରାଉଣ୍ଡ ଭୋଟିଂରେ ପୁଣି ଥରେ ବାଜି ମାରି ନେଇଛନ୍ତି କଞ୍ଜରଭେଟିଭ୍ ପାର୍ଟିର ସାଂସଦ ସୁନକ। ତାଙ୍କୁ ଦଳରୁ ସର୍ବାଧିକ ୧୦୧ ସାଂସଦଙ୍କ ଭୋଟ୍ ମିଳିଛି।
  19. ସାରା ବିଶ୍ୱରେ ଅନେକ ୟୁଜର୍ସମାନଙ୍କ ପାଇଁ ଟୁଇଟର କିଛି ସମୟପାଇଁ ବନ୍ଦ ହୋଇଯାଇଛି। ଆଉଟେଜ୍‌ ଟ୍ରାକ୍‌ କରୁଥିବା ୱେବସାଇଟ୍ ଡାଉନ୍‌ ଡିଟେକ୍ଟର କହିଛି ଗୁରୁବାର ଟୁଇଟର କିଛି ୟୁଜର୍ସମାନଙ୍କ ପାଇଁ କାମ କରୁନାହିଁ। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରୁଥିବା ୟୁଜର୍ସମାନଙ୍କୁ ଏକ ମ୍ୟାସେଜ୍ ଆସିଥିଲା 
  20. ଛତିଶଗଡର ଭୂପେଶ ବଘେଲ ସରକାର ଗୋ ମୂତ୍ର କିଣିବା ଉପରେ କାମ କରୁଛନ୍ତି। ଏହି ପାଇଲଟ୍ ପ୍ରୋଜେକ୍ଟର ଆରମ୍ଭ ରାଜ୍ୟର ଉତ୍ତର ଜିଲ୍ଲାଗୁଡିକରେ ଆଗାମୀ କିଛି ସପ୍ତାହରେ ହେବାକୁ ଯାଉଛି। ଏଥିରେ ପଶୁପାଳକଙ୍କୁ ବ୍ୟବସାୟୀଙ୍କ ସହ ଯୋଡା ଯାଇ ପାରିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.