• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର  ପ୍ରକାଶ ପାଇଛି । +୨ ବିଜ୍ଞାନ ପରୀକ୍ଷା ପାସ ହାର ୯୪.୧୨% ରହିଛି । ସେହିପରି ବାଣିଜ୍ୟ ପାସ ହାର ୮୯.୨୦% ରହିଛି ।
  2. ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌ର ଅଧ୍ୟକ୍ଷା ରୋଶ୍‌ନି ନାଦାର ମଲହୋତ୍ରା ହେଉଛନ୍ତି ଭାରତର ସବୁଠୁ ଧନୀ ମହିଳା। ୨୦୨୧ରେ ତାଙ୍କ ସମ୍ପତ୍ତି ୫୪ ପ୍ରତିଶତ ବୃଦ୍ଧି ପାଇ ୮୪,୩୩୦ କୋଟି ଟଙ୍କା ହୋଇଛି। 
  3. ଦେଶର ୧୦୦ ଧନୀ ମହିଳାମାନଙ୍କ ମୋଟ ସମ୍ପତ୍ତି ୨୦୨୧ରେ ୫୩ ପ୍ରତିଶତ ବୃଦ୍ଧି ପାଇ ୪.୧୬ ଳକ୍ଷ କୋଟି ଟଙ୍କା ହୋଇଛି। ସର୍ବା‌ଧିକ ୨୫ ଧନୀ ମହିଳା ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ଥିବା ବେଳେ ମୁମ୍ବାଇରେ ୨୧ ଓ ହାଇଦ୍ରାବାଦରେ ୧୨ ଜଣ ରହିଛନ୍ତି।
  4. ମଙ୍କିପକ୍ସ ସଂକ୍ରମଣ ପାଇଁ ସମଲିଙ୍ଗୀ ପୁରୁଷମାନଙ୍କୁ ଦାୟୀ କରାଯାଉଛି। କିନ୍ତୁ ଏକ ସାମ୍ବାଦିକ ସମ୍ମିଳନୀରେ ହୁ’ର ମଙ୍କିପକ୍ସ ବିଶାରଦ ଡ. ରୋଜାମଣ୍ଡ ଲୁଇସ କହିଛନ୍ତି କାହାରି ମୁଣ୍ଡରେ କଳଙ୍କ ବୋଳିବା ଦ୍ବାରା ଆମେ ଅସଲ ରୋଗ ବିରୋଧରେ ଲଢ଼େଇ କରିପାରିବା ନାହିଁ। କାରଣ ମଙ୍କିପକ୍ସ କେବଳ ସମଲିଙ୍ଗୀ ପୁରୁଷଙ୍କୁ ନୁହେଁ, ଅନ୍ୟମାନଙ୍କୁ ବି ହେଉଛି।
  5. ଅର୍ଥ ‌ହେରଫେର ବ‌ା ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଖଣ୍ଡ କ୍ଷମତାକୁ ସୁପ୍ରିମ କୋର୍ଟ କାଏମ ରଖିଛନ୍ତି। ଏସଂପର୍କରେ ଆଗତ ସମସ୍ତ ଆପତ୍ତି ସଂକ୍ରାନ୍ତ ପିଟିସନକୁ ଖାରଜ କରି ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି।
  6. ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୨୦ ବିରୋଧୀ ସାଂସଦ ଆଜି ସଂସଦ ଭବନ ପରିସରରେ ୫୦ ଘଣ୍ଟିଆ ରିଲେ ଅନଶନ ଆରମ୍ଭ କରିଛନ୍ତି।
  7. ଭାରତରେ ୧୭ବର୍ଷରୁ କମ୍ ମହିଳା ବିଶ୍ୱ କପ୍ ଫୁଟବଲ ୨୦୨୨ ପ୍ରତିଯୋଗିତା ଆୟୋଜନ ନିମନ୍ତେ ଆନ୍ତର୍ଜାତିକ ଫୁଟବଲ ମହାସଂଘ (ଏଫ୍‌ଆଇଏଫ୍‌ଏ) ସହ ପ୍ରତିଶ୍ରୁତିନାମା (ଗ୍ୟାରେଣ୍ଟିପତ୍ର) ସ୍ୱାକ୍ଷର କରିବାକୁ ଅନୁମୋଦନ କରାଯାଇଛି।
  8. ସରକାରଙ୍କ ଦ୍ୱାରା ଏକ ସାଧାରଣ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in ) ବିକଶିତ କରାଯାଇଛି। ନାଗରିକମାନେ କିମ୍ବା ସଂଗଠନଗୁଡିକ ଏହି ପୋର୍ଟାଲ ମାଧ୍ୟମରେ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ବିଭିନ୍ନ ପୁରସ୍କାର ପାଇଁ ବ୍ୟକ୍ତି/ସଂଗଠନଙ୍କୁ ନାମାଙ୍କିତ କରିପାରିବେ।
  9. ହର ଘର ତ୍ରିରଙ୍ଗା ଅଭିଯାନରେ କଂପାନିଗୁଡ଼ିକ ସେମାନଙ୍କ ସିଏସ୍‌ଆର୍‌ ପାଣ୍ଠିକୁ ବ୍ୟବହାର କରିପାରିବେ। କେନ୍ଦ୍ର କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ଏହି ଅନୁମତି ପ୍ରଦାନ କରିଛି।
  10. ଚଳିତ ବର୍ଷ ଜୁଲାଇ ୨୨ ପର୍ଯ୍ୟନ୍ତ ଦେଶରେ ୧୪ ଲକ୍ଷ ୫୦ ହଜାର ୬୬୬ କୁକୁର କାମୁଡ଼ିବା ମାମଲା ରୁଜୁ ହୋଇଛି। ଏଥିରେ ତାମିଲନାଡୁରେ ସର୍ବାଧିକ ୨,୫୧,୫୧୦ କୁକୁର କାମୁଡ଼ିବା ମାମଲା ରିପୋର୍ଟ ହୋଇଛି।
  11. ଓଡିଶାରେ ୨୦୧୯ ରେ, ୧ ଲକ୍ଷ ୭୭ ହଜାରରୁ ଅଧିକ, ୨୦୨୦ ମସିହାରେ ୧ ଲକ୍ଷ ୫୫ ହଜାର, ୨୦୨୧ ମସିହାରେ ୫୯ ହଜାର ଏବଂ ୨୦୨୨ ମସିହାରେ (ଜୁଲାଇ ସୁଦ୍ଧା) ୪୮ ହଜାର ଲୋକଙ୍କୁ ବୁଲା ପଶୁମାନେ କାମୁଡ଼ିଥିଲେ |
  12. କ୍ୟାବିନେଟ ବୈଠକ ପରେ ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବିଏସଏନଏଲ ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି।
  13. ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ (ଏନଜିଟି) ପଶ୍ଚିମବଙ୍ଗରେ ୧୫ବର୍ଷରୁ ଅଧିକ ପୁରୁଣା ବାହନଙ୍କୁ ହଟାଇବାକୁ ଆଦେଶ ଦେଇଛନ୍ତି। ଏନଜିଟି ତାଙ୍କ ଆଦେଶରେ ଆଗାମୀ ୬ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ହଟାଇବା ଜରୁରୀ ବୋଲି ଉଲ୍ଲେଖ କରିଛନ୍ତି।
  14. ବାଲେଶ୍ୱରରୁ ପୁଣି କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ଧଳାଜହର ଜବତ ହୋଇଛି । ଅରଡ଼ବଜାର ନିକଟସ୍ଥ ଲେବଲ୍‌ କ୍ରସିଂ ନିକଟରୁ ଏହି ଧଳାଜହର ଜବତ ହୋଇଥିବା ବେଳେ ଏହାର ଓଜନ ୧କେଜି ୫୦ ଗ୍ରାମ୍‌ ଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । 
  15. ଆସନ୍ତା ଅଗଷ୍ଟ ୮ତାରିଖରେ ପ୍ରକାଶ ପାଇବ କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ।
  16. ପ୍ରଥମ ଥର ପାଇଁ ସରକାରୀ ଉଦ୍ୟମରେ ମହିଳାମାନଙ୍କ ପାଇଁ ନିଶାନିବାରଣ କେନ୍ଦ୍ର ପ୍ରତିଷ୍ଠା ହେବ। ଜଟଣୀ ସ୍ଥିତ ଇଣ୍ଟିଗ୍ରେଟେଡ୍‍ ଇନଫ୍ରାଷ୍ଟ୍ରକ୍‍ଚର୍‍ କମ୍ପେ୍ଲକ୍ସ (ଆଇଆଇସି)ରେ ମହିଳା ମାନଙ୍କ ପାଇଁ ନିଶା ନିବାରଣ କେନ୍ଦ୍ର କାର୍ଯ୍ୟକାରୀ ହେବ। ରାଜ୍ୟର ମହିଳାମାନଙ୍କ କ୍ଷେତ୍ରରେ ମଦ୍ୟପାନ ହାର ବଢ଼଼ୁଥିବା ଦୃଷ୍ଟିରୁ ଆଇଆଇସିରେ ମହିଳା ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।
  17. ରାଜ୍ୟ ସରକାର ୪୧ ଜଣ ସହାୟକ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଏନେଇ ଭଚୁଆଲ ପ୍ଲାଟଫର୍ମରେ ଲୋକସେବା ଭବନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
  18. ଘରୋଇ ବିମାନ ସେବା କମ୍ପାନି ସ୍ପାଇସ ଜେଟ୍ ଉପରେ କଡା କଟକଣା ଲଗାଇଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) । ୮ ସପ୍ତାହ ପାଇଁ ୫୦ ପ୍ରତିଶତ ଉଡାଣ ଉପରେ ରୋକ ଲାଗାଯାଇଛି। ଏହି ଆଠ ସପ୍ତାହ ଏୟାରଲାଇନ ଉପରେ ଅତିରିକ୍ତ ନଜର ରଖାଯିବ ।
  19. କନ୍ଦମୂଳ ଉତ୍ପାଦନରେ ଓଡିଶା ଏକ ନମ୍ବର ସ୍ଥାନରେ ରହିଛି । ସେହିପରି ବାଇଗଣ ଓ ବନ୍ଧାକୋବିରେ ଦ୍ବିତୀୟ, ଭେଣ୍ଡି, ବିଲାତି ବାଇଗଣ ଓ ତରଭୁଜ ଉତ୍ପାଦନରେ ଓଡ଼ିଶା ପଞ୍ଚମ ସ୍ଥାନ ଅଧିକାର କରିଛି । ଏନେଇ ଗୃହରେ ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
  20. କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହଙ୍କ ଭଡା ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଜଣଙ୍କୁ ବଦଳ କରାଇବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.