• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତକୁ ରେକର୍ଡ ୮୪.୮୩ ବିଲିଅନ ଡଲାର ମୂଲ୍ୟର ଏଫ୍‌ଡିଆଇ ଆସିଛି।
  2. ସାରା ଦେଶରେ ଗୁରୁବାର ଦିନ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏକାଦଶ କୃଷି ଗଣନା (୨୦୨୧-୨୨)ର ଶୁଭାରମ୍ଭ କରିଛନ୍ତି।
  3. ପାର୍ଥଙ୍କୁ ବହିଷ୍କାର ପାଇଁ ୪ ଦିନ ଧରି ଦଳୀୟ ନେତାଙ୍କ ଦ୍ବାରା ମମତାଙ୍କ ଉପରେ ଚାପ ବଢ଼ୁଥିବା ବେଳେ ଆଜି କ୍ୟାବିନେଟ୍‌ ବୈଠକ ପରେ ପାର୍ଥଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଇ ଦିଆଯାଇଥିବା ଘୋଷଣା କରାଯାଇଛି।
  4. ଗୁରୁବାର ନିର୍ବାଚନ କମିସନ ପକ୍ଷରୁ କୁହାଯାଇଛି ଯେ ଯେଉଁ ଯୁବକଯୁବତୀଙ୍କୁ ୧୭ ବର୍ଷ ପୂରି ୧୮ ଚାଲିଛି ସେମାନେ ଭୋଟର ଆଇଡି ପାଇଁ ନାମ ପଞ୍ଜୀକରଣ କରିପାରିବେ। ଏଥିପାଇଁ ୧୮ ବର୍ଷ ପୂରିବା ଯାଏ ଅପେକ୍ଷା କରିବା ଦରକାର ନାହିଁ।
  5. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଗୁଜରାଟର ସାବରକାଂଠା ଅନ୍ତର୍ଗତ ଗାଧୋଡ଼ା ଚୌକି ସ୍ଥିତ ସାବର ଡାଏରୀଠାରେ ଏକ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।
  6. ଚୀନ୍‌ର ଅନ୍ୟତମ ଧନୀ ତଥା ସାରା ବିଶ୍ବରେ ଚର୍ଚ୍ଚିତ ଉଦ୍ୟୋଗୀ ଜ୍ୟାକ୍‌ ମା’ ନିଜେ ସ୍ଥାପନ କରିଥିବା ସଂସ୍ଥା ଆଣ୍ଟ୍‌ ଗ୍ରୁପ୍‌ରୁ ହଟିଯିବେ।
  7.  ଦିବ୍ୟାଙ୍ଗ ସଶକ୍ତୀକରଣ ବିଭାଗ ପକ୍ଷରୁ ଜୁଲାଇ ୧୪ରେ ପ୍ରକାଶିତ ବିଜ୍ଞାପନରେ ୨୦୨୧ ଓ ୨୦୨୨ ବର୍ଷ ପାଇଁ ଜାତୀୟ ପୁରସ୍କାର ନିମନ୍ତେ ପୁରସ୍କାର ପୋର୍ଟାଲ (www.awards.gov.in)ରେ ଜୁଲାଇ ୧୫ରୁ ଅଗଷ୍ଟ ୨୮, ୨୦୨୨ ପର୍ଯ୍ୟନ୍ତ ଅନଲାଇନ ଆବେଦନ ପାଇଁ ଆହ୍ବାନ କରାଯାଇଛି।
  8. ଓଡିଶା ସରକାରଙ୍କ ଦ୍ଵାରା ରା ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନରେ ନିୟମିତ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଶ୍ରମିକଙ୍କ ସନ୍ତାନସନ୍ତତିଙ୍କଠାରୁ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଶିକ୍ଷାଗତ ଆର୍ଥିକ ସହାୟତା ନିମନ୍ତେ ଅନ୍‌ଲାଇନ୍‌ ଆବେଦନ ଗ୍ରହଣ କରାଯାଉଛି।
  9. ଗୁରୁବାର ସୁପ୍ରମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି, ଯଦି କୌଣସି ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୁଏ ଏବଂ ସେ ଦ୍ୱିତୀୟ ବିବାହ କରନ୍ତି ତେବେ ନିଜ ପ୍ରଥମ ସ୍ୱାମୀଙ୍କ ଠାରୁ ଜନ୍ମିତ ଶିଶୁକୁ ନିଜ ଦ୍ୱିତୀୟ ସ୍ୱାମୀଙ୍କ ନାଁ ଦେଇପାରିବେ।
  10. ରାଜସ୍ଥାନର ବାରମେରରେ ବାୟୁସେନାର ଲଢୁଆ ବିମାନ ମିଗ୍ ୨୧ ବିମାନ କ୍ରାସ ହେବା ପରେ ବିମାନର ଭଗ୍ନାବଶେଷରେ ନିଆଁ ଲାଗିଥିବା ଖବର ରହିଛି । ଘଟଣାସ୍ଥଳରେ ପ୍ରଶାସନିକ ଟିମ ପହଞ୍ଚିଛି। ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । 
  11. ଉତ୍ତର କୋରିଆର ପୁଣି ପରମାଣୁ ପରୀକ୍ଷଣ। ୨୦୧୭ ପରେ ଏବେ ପୁଣିଥରେ ପରମାଣୁ ପରୀକ୍ଷଣ କରିବା ନେଇ ସୂଚନା ଦେଇଛି ଉତ୍ତରକୋରିଆ। ଏନେଇ ନିଜେ ସଂକେତ ଦେଇଛନ୍ତି ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ। ଗୁରୁବାର ଏ ନେଇ ଉତ୍ତର କୋରିଆ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
  12. ମଧ୍ୟପ୍ରଦେଶରେ କମଲନାଥଙ୍କ ସରକାର ଭାଙ୍ଗିବା ପରେ ବିଜେପି ଏବେ ପବନରେ ଉଡୁଛି। ଲୋକାଲ ବଡି ଇଲେକ୍ସନରେ ବିଜେପିର ଲଜ୍ଜାଜନକ ପରାଜୟ ଏବେ ରାଜ୍ୟ ବିଜେପି ମୁଖ୍ୟାଳୟ ଲାଗି ସତର୍କତା ଘଣ୍ଟି ସଦୃଷ ହୋଇଛି।
  13. ବିଶ୍ୱର ଏହା ପ୍ରଥମ ଭର୍ଟିକାଲ ସହର ହେବାକୁ ଯାଉଛି । ଏଥିରେ କାର୍ଯ୍ୟାଳୟ, ଘର, ପାର୍କ, ସ୍କୁଲ ସବୁ କିଛି ଭର୍ଟିକାଲ ହେବ । ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ସର୍ବପ୍ରଥମେ ଏହି ପ୍ରକଳ୍ପ ବାବଦରେ ଜାନୁଆରୀ ୨୦୨୧ରେ ଖୁଲାରା କରିଥିଲେ । ଏହାକୁ ତିଆରି କରିବା ପାଇଁ ପ୍ରାୟ ୧ ଟ୍ରିଲିୟନ  ଡଲାର ଅର୍ଥାତ ୭୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ।
  14. ଏମପିଇଡିଏ ବା ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ମାନସ ମଙ୍ଗରାଜଙ୍କୁ ନିର୍ବାଚିତ କରାଯାଇଛି । ଏନେଇ ରାଜ୍ୟସଭା କମିଟି କୋଅର୍ଡିନେସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
  15. ଏଣିକି ସ୍କୁଲ ୟୁନିଫର୍ମରେ କୌଣସି ପାର୍କ, ମଲ ଓ ରେଷ୍ଟୁରାଣ୍ଟ ଯାଇପିରିବେ ନାହିଁ ଛାତ୍ରଛାତ୍ରୀ। ଉତ୍ତରପ୍ରଦେଶରେ ଛାତ୍ରଛାତ୍ରୀମାନେ ସ୍କୁଲ ୟୁନିଫର୍ମରେ କୌଣସି ସର୍ବସାଧାରଣ ସ୍ଥାନ (କୌଣସି ପାର୍କ, ମଲ ଓ ରେଷ୍ଟୁରାଣ୍ଟ) ରେ ପ୍ରବେଶ କରିପାରିବେ ନାହିଁ ।
  16. ଦେଶର ୫ଟି ସର୍ବଶ୍ରେଷ୍ଠ ରାଜ୍ୟ ଭିତରେ ଓଡ଼ିଶା । ଜୀବିକା ମିଶନ, ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପରି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା କାର୍ଯ୍ଯକାରୀ କରିବାରେ ଓଡ଼ିଶାକୁ ମିଳିଛି ସଫଳତଅ
  17. ଓଡିଶା ସରକାରୀ ଚାକିରିରୁ ଅବସର ନେବାର ମାସକ ପରେ ପେନସନ୍ ଦେବାକୁ ଉଦ୍ୟମ କରାଯିବ। ଏ କ୍ଷେତ୍ରରେ ଥିବା ସମସ୍ୟାର ସମାଧ।ନ କରି ଅବସର ନେବାର ମାସକ ପରେ ପେନସନ ପ୍ରଦାନ ବ୍ୟବସ୍ଥା କରାଯିବ। ପେନସନ ଦେବା ଦାୟିତ୍ବରେ ଥିବା ଆକାଉଣ୍ଟାଣ୍ଟ ଜେନେରାଲ ଆଜି ରାଜ୍ୟସ୍ତରୀୟ ସ୍ବତନ୍ତ୍ର ପେନସନ୍ ଅଦାଲତରେ ଏହି ସୂଚନା ଦେଇଛନ୍ତି।
  18. ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବ ମେକ୍ ଇନ୍ ଓଡିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣ । ଏଥିପାଇଁ ଆଜି IPICOL ଓ FICCI ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହା ଡିସେମ୍ବର ୪ ତାରିଖ ପର୍ଯ୍ଯନ୍ତ ଚାଲିବ । ଏଥିରେ ଦେଶ ତଥା ଦେଶ ବାହାରୁ ପୁଞ୍ଜିପତିମାନେ ଯୋଗଦେବେ ।
  19. ଓଡ଼ିଶା ପ୍ରଶାସନିକ ସେବା (OCS) ର ପ୍ରିଲିମ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୧୬ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏ ନେଇ ସୂଚନା ଦେଇଛି ଓଡ଼ିଶା ଲୋକ ସେବା ଆୟୋଗ ବା ଓପିଏସ୍‌ସି।
  20. ଜାତୀୟ ରାଜପଥ ୪୯ ର ଜୁଡିଆ ଘାଟି ସାନଘାଗରା ନିକଟରେ ବନ ବିଭାଗ ପକ୍ଷରୁ ମାଙ୍କଡ ମାନଙ୍କ ରାସ୍ତା ପାର ହେବା ପାଇଁ ଦୁଇଟି ଝୁଲନ୍ତା ଚଲାପଥ ନିର୍ମାଣ କରାଯାଇଛି। ଏହି ଚଳାପଥ ଦ୍ୱାରା ମାଙ୍କଡମାନେ ସୁବିଧାରେ ଗୋଟିଏ ପାହାଡରୁ ଆଉ ଗୋଟିଏ ପାହାଡକୁ ଜାତୀୟ ରାଜପଥ ଅତିକ୍ରମ କରି ପାରିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.