• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନଭି ରମଣାଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା ସୁପ୍ରିମକୋର୍ଟ କଲେଜିୟମର ଏକ ବୈଠକରେ ଦେଶର ବିଭିନ୍ନ ହାଇକୋର୍ଟରେ ବିଚାରପତି ଭାବରେ ୨୧ ଜଣ ନ୍ୟାୟିକ ଅଧିକାରୀଙ୍କୁ ପଦୋନ୍ନତି ଦେବା ପାଇଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି। 
  2. ସର୍ଭିସ ଚାର୍ଜ(ସେବା ଦେୟ)କୁ ନେଇ ବଡ ମନ୍ତବ୍ୟ ଦେଲେ ଦିଲ୍ଲୀ ହାଇକୋର୍ଟ। ଯଦି ଆପଣ ସର୍ଭିସ ଚାର୍ଜ ପୈଠ କରିପାରିବେ ନାହିଁ, ତେବେ ରେସ୍ତୋରାଁରେ ଖାଦ୍ୟ ଖାଆନ୍ତୁ ନାହିଁ ବୋଲି ବୁଧବାର କହିଛନ୍ତି ଦିଲ୍ଲୀ ହାଇକୋର୍ଟ।
  3. ସଂସଦ ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବେ ରାନିଲ୍‌ ବିକ୍ରମସିଂଘେଙ୍କୁ ନିର୍ବାଚିତ କରିଛି।
  4. ଠିକାଦାର ସନ୍ତୋଷ ପାଟିଲ୍‌ଙ୍କ ଆତ୍ମହତ୍ୟା ମାମଲାରେ କର୍ଣ୍ଣାଟକର ପୂର୍ବତନ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ କେ.ଏସ୍‌. ଈଶ୍ବରପ୍ପାଙ୍କୁ ମିଳିଲା କ୍ଲିନ ଚିଟ୍। ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ କେ.ଏସ୍‌. ଈଶ୍ବରପ୍ପା।
  5. ଚୀନ ବିପଦର ମୁକାବିଲା କରିବାକୁ ଇଣ୍ଡୋନେସିଆ ବି ଭାରତଠାରୁ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମସ ମିସାଇଲ କିଣିବାକୁ ବିଚାର କରୁଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏ ନେଇ ଦୁଇଦେଶ ମଧ୍ୟ ଚାଲିଥିବା କଥାବାର୍ତ୍ତା ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
  6. ଉତ୍ତରପ୍ରଦେଶର ମୋରାଦାବାଦର ଶିଳ୍ପପତି ଡ ଅରବିନ୍ଦ କୁମାର ଗୋୟଲ ଗରିବଙ୍କ ପାଇଁ ତାଙ୍କର ସମସ୍ତ ସମ୍ପତ୍ତି ଦାନ କରିଦେଇଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ମୋଟ ମୂଲ୍ୟ ପ୍ରାୟ ୬୦୦ କୋଟି ଟଙ୍କା ହେବ। ଗୋୟଲମୋରାଦାବାଦ ସିଭିଲ୍ ଲାଇନ୍ସଠାରେ ତାଙ୍କ ସହ ଏକ କୋଠି ରଖିଛନ୍ତି।
  7. କେନ୍ଦ୍ର ସରକାର ସର୍ବସାଧାରଣ ଖାଉଟି ସାମଗ୍ରୀ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ କେତେକ ଗୃହ ଉପକରଣ ଉପରେ ଜିଏସଟି ଲାଗୁ କରିଥିବାରୁ ଏହାକୁ ଅଖିଳ ଭାରତ ବଣିକ ମହାସଂଘ(ସିଏଆଇଟି) ପକ୍ଷରୁ ତୀବ୍ର ବିରୋଧ କରାଯାଇଛି।ଆସନ୍ତା ୨୬ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସିଏଆଇଟି ପକ୍ଷରୁ ଧମକ ଦିଆଯାଇଛି।
  8. ବରିଷ୍ଠ ନାଗରିକଙ୍କୁ ଆଉ ମିଳିବନି ଟ୍ରେନ୍‌ ଟିକେଟ୍‌ରେ ରିହାତି । ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଏନେଇ ସ୍ପଷ୍ଟ କରିଛନ୍ତି।
  9. କର୍ଣ୍ଣାଟକ ଉପକୂଳ ଅନ୍ତର୍ଗତ ସମୁଦ୍ର ମଧ୍ୟସ୍ଥ କାର୍‌ୱାର୍‌ ବେସ୍‌ଠାରୁ ଦୂର ସମୁଦ୍ର ମଧ୍ୟରେ ଯାଉଥିବା ବେଳେ ବିମାନବାହୀ ଯୁଦ୍ଧପୋତ ‘ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ’ରେ ନିଆଁ ଲାଗିଯାଇଥିଲା ବୋଲି ଜାରି କରିଥିବା ବିବୃତିରେ ଭାରତୀୟ ନୌସେନା କହିଛି। ଯୁଦ୍ଧପୋତରେ ଥିବା ଅଗ୍ନିନିର୍ବାପକ ଉପକରଣ ସାହାଯ୍ୟରେ ପରିଚାରକମାନେ ନିଆଁ ଲିଭାଇ ଦେଇଥିଲେ।
  10. ସରକାର ସାର୍ବଜନୀନ ସେବା କର୍ତ୍ତବ୍ୟ ପାଣ୍ଠି (ୟୁଏସ୍‌ଓଏଫ) ଓ ଟେଲିକମ୍ ସେବା ପ୍ରଦାନକାରୀ (ଟିଏସ୍‌ପି)ମାନଙ୍କ ମାଧ୍ୟମରେ ଦେଶର ଗ୍ରାମୀଣ, ଆଦିବାସୀ ଓ ପାହାଡିଆ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ମୋବାଇଲ କଭରେଜ ଯୋଗାଇ ଦେଉଛନ୍ତି।
  11. ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଉଭୟ ଉଦ୍ଧବ ଠାକ୍‌ରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀ ପକ୍ଷରୁ ହୋଇଥିବା ମୋଟ ୬ଟି ଆବେଦନର ଶୁଣାଣି କରିଛନ୍ତି। କୋର୍ଟ ଏହି ୬ଟି ଆବେଦନ ଉପରେ ସମସ୍ତ ପକ୍ଷଙ୍କୁ ନୋଟିସ୍‌ କରିଛନ୍ତି ଏବଂ ସପ୍ତାହକ ମଧ୍ୟରେ ଜବାବ ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧ରେ ହେବ।
  12.  ଓଡ଼ିଶାରେ ୨୦୨୨-୨୩ ଆର୍ଥିକ ବର୍ଷର ଜୁଲାଇ ୧୪ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ୩୧୬ କିମି ରାସ୍ତା ନିର୍ମାଣ ହୋଇଛି।
  13. ଓଡ଼ିଶାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ସ୍ଥାପନ ପ୍ରସ୍ତାବ ବିଚାରାଧୀନ ନାହିଁ। ବୁଧବାର ଦିନ ରାଜ୍ୟସଭାରେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର।
  14. ଅଲ୍ଟ ନ୍ୟୁଜ୍‌ ସହ ପ୍ରତିଷ୍ଠାତା ମହମ୍ମଦ ଜୁବୈରଙ୍କୁ ସୁପ୍ରିମକୋର୍ଟରେ ବଡ଼ ଆଶ୍ବସ୍ତି ମିଳିଛି। ଜୁବୈରଙ୍କ ବିରୋଧରେ ଉତ୍ତରପ୍ରଦେଶରେ ରୁଜୁ ହୋଇଥିବା ସମସ୍ତ ୬ଟି ମାମଲାରେ ତାଙ୍କୁ ଆଜି ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ମଂଜୁର କରିଛନ୍ତି।
  15. ଆଦାନି ଗ୍ରୁପ୍ର ମୁଖ୍ୟ ଗୌତମ ଆଦାନିଙ୍କ ସମ୍ପତ୍ତିରେ ଚଳିତ ବର୍ଷ ଦୁଇ ଗୁଣା ବୃଦ୍ଧି ଘଟିଛି। ସେ ବିଶ୍ବର ଚତୁର୍ଥ ବଡ଼ ଧନୀ ଭାବେ ଉଭା ହୋଇଛି। ଫୋର୍ବସ୍ ଧନୀ ତାଲିକାରେ ସେ ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍ ଗେଟ୍ସଙ୍କୁ ଚତୁର୍ଥ ସ୍ଥାନରୁ ପଦଚ୍ୟୁତ କରିଛନ୍ତି।
  16. ଯୋଗୀ ମନ୍ତ୍ରୀମଣ୍ଡଳରେ ଦୁଇ ମନ୍ତ୍ରୀଙ୍କ ଅସନ୍ତୋଷ । ଗୃହମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫା ପତ୍ର । ଦଳିତ ବୋଲି ଅଫିସର ଶୁଣୁନଥିବା ଆଣିଲେ ଅଭିଯୋଗ।
  17.   ଇମାମିର ସବ୍ସିଡାରି ଏଗ୍ରୋଟେକ ଲିମିଟେଡ ସାରାଦେଶରେ ତାର ମସଲା ବ୍ରାଣ୍ଡ ‘ମନ୍ତ୍ରା’ ଆଣିବ ବୋଲି ଘୋଷଣା କରିଛି। ‘ମନ୍ତ୍ରା’ ମସଲା ୮ ଗ୍ରାମରୁ ଆରମ୍ଭ କରି ୨୦୦ ଗ୍ରାମ ପର୍ଯ୍ୟନ୍ତ ବିଭିନ୍ନ ପ୍ୟାକେଟ୍‌ରେ ଉପଲବ୍ଧ ହେବ। ଏହି ମସଲା ୫ ଟଙ୍କାରୁ ଆରମ୍ଭ କରି ୧୧୦ ଟଙ୍କାରେ ମଧ୍ୟରେ ଉପଲବ୍ଧ ହେବ।   
  18.  ଜୀବନ ଯୁଦ୍ଧରେ ହାରିଗଲେ କ୍ୟାନସର ପୀଡ଼ିତ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ।  ମୃତ୍ୟୁ ବେଳକୁ ରାଜେଶ୍ୱରୀଙ୍କୁ ୩୭ ବର୍ଷ ହୋଇଥିଲା । ରାଜେଶ୍ୱରୀ ଟେଲି ଧାରାବାହିକରେ ଖଳନାୟିକା ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଥିଲେ ।
  19. ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ତାଙ୍କ ବ୍ୟାଟରୁ ଆଗଭଳି ଆଉ ବଡ ସ୍କୋର ବାହାରୁନି । ସହଜରେ ଆଉଟ ମଧ୍ୟ ହୋଇଯାଉଛନ୍ତି ରନ୍ ମେସିନ୍ ।
  20. ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ରେ ସଭାପତି ପଦରେ ସୌରଭ ଗାଙ୍ଗୁଲି ଏବଂ ଉପ ସଭାପତି ପଦରେ ଜୟ ଶାହ ରହିବେ କି ନାହିଁ ଏହା ଉପରେ ଫଇସଲା ଗୁରୁବାର ସୁପ୍ରିମକୋର୍ଟରେ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.