• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି। ଆସନ୍ତା ୨୫ ତାରିଖ‌ରେ ଦ୍ରୌପଦୀ ରାଷ୍ଟ୍ରପତି ଭାବେ ଶପଥ ନେବେ। ୬୪ ବର୍ଷୀୟା ମୁର୍ମୁ ରାଷ୍ଟ୍ରପତି ଭବନରେ ସବୁଠୁ ସର୍ବକନିଷ୍ଠ ରାଷ୍ଟ୍ରପତି ।
  2. ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ଦରଦାମ୍ ଓ ଜିଏସ୍‌ଟି ବୃଦ୍ଧି ସମ୍ପର୍କରେ ଆଲୋଚନା କରିବାକୁ ଦାବି କରି ବିରୋଧୀ ଦଳଗୁଡ଼ିକ ଏମିତି ହଙ୍ଗାମା କରୁଛନ୍ତି ଯେ ବାଚସ୍ପତି ସଂସଦକୁ ମୁଲତବି ରଖିବାକୁ ବାଧ୍ୟ ହେଉଛନ୍ତି।
  3. ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ ସୂଚକାଙ୍କରେ ବୃଦ୍ଧିର ଧାରା ଜାରି ରହିଛି। ଗୁରୁବାର ମଧ୍ୟ ସେନ୍‌ସେକ୍ସ ୨୮୪ ପଏଣ୍ଟ୍‌ ବୃଦ୍ଧି ପାଇ ୫୫,୬୮୧ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଗତ ପାଞ୍ଚଟି କାରବାର ଦିନରେ ସେନ୍‌ସେକ୍ସରେ ୨,୨୬୫ ପଏଣ୍ଟ୍‌ ବୃଦ୍ଧି ଘଟିଛି।
  4.  ଭାରତ-ଭୁଟାନ ଓ ଚୀନର ତ୍ରିକୋଣୀୟ ସୀମା ନିକଟରେ ଅବସ୍ଥିତ ବିବାଦୀୟ ଡୋକଲାମ୍ ଉପତ୍ୟାକା ନିକଟରେ ଚୀନର ଗ୍ରାମ ନିର୍ମାଣ ସଂପର୍କରେ ପ୍ରତିକ୍ରିୟା ରଖିଛି ଭାରତ । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଏହା ଉପରେ ଭାରତ ନଜର ରଖିଛି ।
  5. ବ୍ରିଟେନର ପ୍ରତିରକ୍ଷା ସଚିବ ବେନ ଓ୍ବାଲେସ କହିଛନ୍ତି ଯେ ୟୁକ୍ରେନକୁ ଆଉ କିଛି ଆର୍ଟିଲାରୀ ଗନ ଓ ପ୍ରାୟ ୧୬୦୦ ଟ୍ୟାଙ୍କ ବିଧ୍ବଂସକାରୀ ଅସ୍ତ୍ର ପ୍ରଦାନ କରିବ 
  6. ‘ମାଇକ୍ରୋସଫ୍ଟ୍‌’ର ସହ-ସଂସ୍ଥାପକ ବିଲ୍‌ ଗେଟ୍‌ସ୍‌ଙ୍କୁ ଟପି ଆଜି ‘ଅଦାନୀ ଗ୍ରୁପ୍‌’ର ଅଧ୍ୟକ୍ଷ ଗୌତମ ଅଦାନୀ ବିଶ୍ବର ୪ର୍ଥ ଶ୍ରେ‌ଷ୍ଠ ବିତ୍ତଶାଳୀ ବ୍ୟକ୍ତି ହୋଇଛନ୍ତି ବୋଲି ‘ଦି ଫୋବ୍‌ସ୍‌’ ପତ୍ରିକାର ‘ରିୟଲ୍‌-ଟାଇମ୍‌ ବିଲିୟନାରିଜ୍‌’ ତାଲିକା ଉଲ୍ଲେଖ କରିଛି।
  7. ନିତି ଆୟୋଗ ପକ୍ଷରୁ ଭାରତ ଉଦ୍ଭାବନ ସୂଚକାଙ୍କର ୩ୟ ସଂସ୍କରଣ ପ୍ରକାଶ ପାଇଛି । ଏହି ତାଲିକାର ନିଜ ନିଜ ବର୍ଗରେ କର୍ଣ୍ଣାଟକ, ମଣିପୁର ଓ ଚଣ୍ଡିଗଡ଼ ପ୍ରଥମ ସ୍ଥାନରେ ରହିଛନ୍ତି ।
  8. ବୃହତ୍ ରାଜ୍ୟ ବର୍ଗରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ଥିବାବେଳେ ତେଲେଙ୍ଗାନା, ହରିୟାଣା ଓ ମହାରାଷ୍ଟ୍ର ଯଥାକ୍ରମେ ୨ୟ, ୩ୟ ଓ ୪ର୍ଥ ସ୍ଥାନରେ ରହିଛନ୍ତି । ମାତ୍ର ଏହି ତାଲିକାରେ ଓଡ଼ିଶା ୧୬ତମ ସ୍ଥାନରେ ରହିଛି, ଯାହାକି ତାଲିକାରେ ତଳଆଡ଼ୁ ୨ୟ । ଓଡ଼ିଶା ତଳକୁ କେବଳ ଛତିଶଗଡ଼ ରହିଛି ।
  9. ରାଷ୍ଟ୍ରପତି ନିର୍ବାଚନରେ  କ୍ରସ୍‌ ଭୋଟ୍‌ କରିଛନ୍ତି ୧୭ ସାଂସଦ, ୧୦୪ ବିଧାୟକ ।
  10. ପ୍ରତିବର୍ଷ ହେବ ‘ଓଡ଼ିଶା ଫୁଡ୍‌ପ୍ରୋ’: ଏମ୍ଏସ୍‌ଏମ୍ଇ ବିଭାଗ ଆୟୋଜନ କରିବ ।
  11. ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଡାକ୍ଟର ଆଶୁତୋଷ ବିଶ୍ବାସ।
  12. ୨୦୨୧-୨୨ରେ ଭାରତ ବିରୋଧରେ କାର୍ଯ୍ୟ କରୁଥିବା ୭୪୭ ୱେବସାଇଟ୍, ୯୪ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି ଦିଆଯାଇଛି: କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ।
  13. ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଅବିବାହିତ ମହିଳାଙ୍କର ବି ଅଛି ଗର୍ଭପାତ ଅଧିକାର।
  14. ଗଛ ଗୋଟିଏ, ଆମ୍ବ ୩୦୦ ପ୍ରକାର । ଆଶ୍ଚର୍ଯ୍ୟ ହେଲେ ବି ସତ । ଉତ୍ତରପ୍ରଦେଶର ମାଲିହାବାଦରେ ଏହି ବିରଳ ଆମ୍ବ ଗଛଟି ଲେଖିଛି ବିରଳ ରେକର୍ଡ । କିନ୍ତୁ ଅଧିକ ବିସ୍ମୟ ଏହି ଗଛର ସ୍ରଷ୍ଟା । ସେ ଭାରତର ମ୍ୟାଙ୍ଗୋ ମ୍ୟାନ୍ କଲିମଉଲ୍ଲା ଖାନ୍ ।
  15. ଦେଶର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ଏବେ ଏକ ବଡ଼ ଯୋଜନା ଲକ୍ଷ୍ୟରେ ଅଛନ୍ତି । ଆଦାନୀ ସମୂହ ଏକ ବଡ଼ ପ୍ଲାଣ୍ଟ ଗୁଜୁରାଟର ମୁନ୍ଦ୍ରାରେ ବସାଇବା ନେଇ ଜଣାପଡ଼ିଛି । ଏଥିପାଇଁ ୧୪ ହଜାର କୋଟି ଆବଶ୍ୟକତା ରହିଥିବା ବେଳେ ଋଣ ପାଇଁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌କୁ ସଂପର୍କ କରିଛନ୍ତି । 
  16. ସୋନିଆ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗୁରୁବାର ପ୍ରାୟ 2 ଘଣ୍ଟା ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଆଜି ଦ୍ୱିତୀୟ ଥର ପଚରାଉଚରା କରାଯିବ ନାହିଁ । ତେବେ ମିଳିଥିବା ସୂଚନା ଅନୁସାରେ ଜୁଲାଇ ୨୫ରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ପଚରାଉଚରା କରାଯାଇ ପାରେ ।
  17. କେରଳରେ ମେଡିକାଲ ପ୍ରବେଶିକା ପରୀକ୍ଷା (ଏନଇଇଟି)ରେ ଛାତ୍ରୀଙ୍କ ଅନ୍ତଃବସ୍ତ୍ର ଉତାରିବା ଅଭିଯୋଗରେ ପୋଲିସ ୨ ଶିକ୍ଷକଙ୍କୁ ଗିରଫ କରିଛି। ଉଭୟ ଶିକ୍ଷକ ଏଗଜାମିନେସନ ଇନଚାର୍ଜ ଥିଲେ। ସେମାନେ କର୍ମଚାରୀଙ୍କୁ ନିରୀକ୍ଷଣ ଲାଗି ଆଦେଶ ଦେଇଥିଲେ।
  18. ଓଡିଆ ସିନେମା ‘ବୋଉର ହାତବାକ୍ସ’ ଚଳଚ୍ଚିତ୍ରର ଅଡିଓ ରିଲିଜ୍ ଅନୁଷ୍ଠିତ ହୋଇଛି । ଚାଇରୋସନା ଫିଲ୍ମ ପ୍ରଯୋଜିତ ଓ ସଂଜୟ ଦାସ ନିବେଦିତ ‘ବୋଉର ହାତବାକ୍ସ’ରେ ମନଛୁଆଁ ଗୀତ ଲେଖିଛନ୍ତି ଦେବଦାସ ଛୋଟରାୟ ଓ ମାନଗୋବିନ୍ଦ ବାରିକ ।
  19. ଜୀବନ ଯୁଦ୍ଧରେ ହାରିଗଲେ କ୍ୟାନସର ପୀଡ଼ିତ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ । ବୁଧବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ମସ୍ତିଷ୍କ ଓ ଫୁସ୍‌ଫୁସ୍‌ କ୍ୟାନସରରେ ପୀଡିତ ଥିଲେ ରାଜେଶ୍ୱରୀ । ମୃତ୍ୟୁ ବେଳକୁ ରାଜେଶ୍ୱରୀଙ୍କୁ ୩୭ ବର୍ଷ ହୋଇଥିଲା । 
  20. ଭାରତର ଷ୍ଟାର ଆଥଲେଟ୍ ନୀରଜ ନିଜ ପ୍ରଥମ ପ୍ରୟାସରେ ୮୮.୩୯ ମିଟର ଦୂରକୁ ବର୍ଚ୍ଛା ଫିଙ୍ଗିଥିଲେ । ଏହାସହ ସେ ପୁରୁଷ ଇଭେଣ୍ଟ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଏହି ମୁକାବିଲାରେ ବିଭିନ୍ନ ଦେଶର ୩୪ ଖେଳାଳି ସାମିଲ ହୋଇଥିଲେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.