• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଦିନ ଘୋଷଣା କରାଯାଇଛି। ଶ୍ରେଷ୍ଠ ଅଭି‌ନେତା ଭାବେ ସୁରିୟା ଏବଂ ଅଜୟ ଦେବଗନଙ୍କୁ ମିଳିତ ଭାବେ ପ୍ରଦାନ କରାଯାଇଛି। ସୁରିୟାଙ୍କୁ ତାମିଲ ସିନେମା ସୁରରାଇ ପୋଟ୍ରୁ ପାଇଁ ଏବଂ ଅଜୟ ଦେବଗନଙ୍କୁ ତାନାଜୀ: ଦ ଅନସଙ୍ଗ୍ ୱାରିୟର ପାଇଁ ପୁରସ୍କାର ଦିଆଯାଇଛି। 
  2. ଜାତୀୟ ଫିଲ୍ମ ପୁରସ୍କାର ୨୦୨୦- ସୂର୍ଯ୍ୟ ଦେଓଙ୍କ ପୁସ୍ତକ ‘କାଲି ପାଇଁ କାଲିର ସିନେମା’କୁ ମିଳିଲା ବେଷ୍ଟ ବୁକ୍‌ ଅନ୍ ସିନେମା ଆୱାର୍ଡ ।
  3. ମାଲାୟଲମ ସିନେମା ଆୟାପନ୍ନମ କୋଶିୟମକୁ ଦୁଇଟି ବଡ଼ ପୁରସ୍କାର ମିଳିଛି। ଉକ୍ତ ସିନେମାର ନିର୍ଦ୍ଦେଶକ କେଆର୍ ସଚିଦାନନ୍ଦନଙ୍କୁ ମରଣୋତ୍ତର ଭାବେ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ବିଜୁ ମେନନଙ୍କୁ ଶ୍ରେଷ୍ଠ ପାର୍ଶ୍ବ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।
  4. ଚଳିତବର୍ଷ ଶ୍ରେଷ୍ଠ ସିନେମା ଅନୁକୂଳ ରାଜ୍ୟ ଭାବେ ମଧ୍ୟପ୍ରଦେଶକୁ ପ୍ରଦାନ କରାଯାଇଛି।
  5. ସମ୍ବିଧାନର ଅଷ୍ଟମ ସୂଚୀରେ ହୋ, ମୁଣ୍ଡାରି ଓ ଭୂମିଜ ଭାଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଆଜି ରାଜ୍ୟସଭାରେ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।
  6. ଓଡ଼ିଶା ସମେତ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସହଯୋଗରେ ଭାରତ ସରକାର ଜଳଜୀବନ ମିସନ କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ୨୦୨୪ ସୁଦ୍ଧା ଦେଶର ସବୁ ଘରକୁ ପାଇପ ଜଳ ସଂଯୋଗ ବ୍ୟବସ୍ଥା ଯୋଗାଇ ଦେବା ଲକ୍ଷ୍ୟ ରଖାଯାଇଛି ।
  7. ଓଡ଼ିଶାର ଶ୍ରେୟା ପଟ୍ଟନାୟକ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ୧୦୦% ନମ୍ବର ରଖି ଉତ୍ତୀର୍ଣ୍ଣ ।
  8. ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ଅଜୟ ଦେବଗନ ଏବଂ ସୁରିୟାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର
  9. ଶ୍ରୀଲଙ୍କାରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଦୀନେଶ ଗୁଣବର୍ଦ୍ଧନେ ।
  10. ଗର୍ଭପାତ ଉପରେ ଭୁଲ ତଥ୍ୟ ଉପରେ କାର୍ଯ୍ୟାନୁଷ୍ଠାନ କରିବ ୟୁଟ୍ୟୁବ୍, ଖୁବ୍ ଶୀଘ୍ର ହଟିବ ବିଭ୍ରାନ୍ତିକର ଭିଡିଓ ।
  11. ବୃହତ୍ତ ଶିଳ୍ପ ସ୍ଥାପନ ପାଇଁ ଗତ ୨ ବର୍ଷ ମଧ୍ୟରେ ୧୮୬ଟି ଶିଳ୍ପକୁ ଦିଆଯାଇଛି ଅନୁମୋଦନ: ଶିଳ୍ପ ମନ୍ତ୍ରୀ ।
  12. ମେଟାର ବଡ଼ ଘୋଷଣା; ଏବେ ବଦଳିବ ଫେସବୁକ୍‌ର ଚେହେରା, ନୂଆ ରୂପରେ ଆସିବ ନ୍ୟୁଜ୍ ଫିଡ୍ ।
  13. UNSCରେ ଭାରତର ପ୍ରାର୍ଥୀତ୍ୱକୁ ଚାରି ସ୍ଥାୟୀ ଦେଶର ସମର୍ଥନ, ଲୋକସଭାରେ ଉତ୍ତର ରଖିଲେ ସରକାର ।
  14. ହ୍ୱିଲ୍ ଚେୟାର ଆଦି ଦିବ୍ୟାଙ୍ଗଙ୍କ ଉପକରଣ ଉପରେ ଜିଏସ୍‌ଟି ଲଗାଇବା ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ: କହିଲେ, ମାମଲା ଗମ୍ଭୀର ।
  15. କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ବିରୋଧରେ କର୍ଣ୍ଣାଟକ ‌ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ରହିତାଦେଶ ଲଗାଇଛନ୍ତି। ୨୦୦୬-୦୭ରେ ଅନେକ ଏକର ଜମି ଅଧିଗ୍ରହଣ ନୋଟିସକୁ ୟେଦୁରପ୍ପା ବାତିଲ କରିଦେଇଥିଲେ।
  16. ଦେଶରେ ରେକର୍ଡ ଟିକାକରଣ ସତ୍ତ୍ବେ ୪ କୋଟି ଯୋଗ୍ୟ ହିତାଧିକାରୀ ଏବେ ବି କରୋନା ଟିକାର ଗୋଟିଏ ବି ଡୋଜ୍‌ ନେଇନାହାନ୍ତି। ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି।
  17. ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ରୁ ୧୩ ହଜାର କୋଟି ଚୁନ ଲଗାଇ ଫେରାର ହୋଇ ଯାଇଥିବା ହୀରା ବ୍ୟବସାୟୀ ନୀରବ ମୋଦୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ନୀରବ ମୋଦୀର ୨୫୩.୬୨ କୋଟି ଟଙ୍କାର ସଂପତ୍ତି ଜବତକୁ ଜବତ କରିଛି ଇଡି ।
  18. ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉନ୍ନତି ପାଇଁ ପୁଣିଏକ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରେ ରାଜ୍ୟରେ ୩୫୮ ଜଣ ଏଲୋପାଥିକ ଡାକ୍ତର, ୧୧୬ ଜଣ ହୋମିଓପାଥିକ୍ ମେଡିକାଲ ଅଫିସର ସମେତ ୩୬ ଜଣ ହୋମିଓପାଥିକ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି ।
  19. ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟର ଚଳିତ ବର୍ଷ ପାସ୍ ହାର ୯୨.୭୧ % ରହିଛି । ଦୁଇଜଣ ଛାତ୍ରୀ ଏଥର ୫୦୦ ରୁ ୫୦୦ ମାର୍କ ରଖି ଦେଶରେ ରେକର୍ଡ କରିଛନ୍ତି। ନୋଇଡା ଆମିଟି ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ ଯୁବାକ୍ଷୀ ଏବଂ ଉତ୍ତର ପ୍ରଦେଶର ବୁଲନ୍ଦଶହରର ଛାତ୍ରୀ ତାନ୍ୟା ସିଂହ।
  20. ଭାରତର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ଭାରତର ମହାମହିମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ ଦ୍ରୌପଦୀ ମୁର୍ମୁ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.