• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି. ରମନ୍ନା କହିଛନ୍ତି ଯେ ଏବେ ଗଣମାଧ୍ୟମ କଙ୍ଗାରୁ କୋର୍ଟ ଚଳାଉଛନ୍ତି। ଯେଉଁ ମାମଲାର ବିଚାର ସମୟରେ ଅଭିଜ୍ଞ ବିଚାରପତିମାନଙ୍କ ପାଇଁ ନିଷ୍ପତ୍ତି ନେବା କଷ୍ଟକର ହୋଇ ପଡୁଛି, ସେଠାରେ ଗଣମାଧ୍ୟମର କଙ୍ଗାରୁ କୋର୍ଟ ପରିଚାଳନା ନ୍ୟାୟିକ ବ୍ୟବସ୍ଥାକୁ ପ୍ରଭାବିତ କରୁଛି ବୋଲି ସେ କହିଛନ୍ତି।
  2. ଦେଶରେ ଜାତୀୟ ପତାକା ତ୍ରିରଙ୍ଗା ଉଡାଇବା ନେଇ ଥିବା କେତେକ ନିୟମରେ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ଅନୁଯାୟୀ ଏଣିକି ଉଭୟ ଦିନ ଓ ରାତି ଜାତୀୟ ପତାକା ଉଡାଇ ହେବ ଏବଂ ମେସିନ ତିଆରି ଜାତୀୟ ପତାକା ବ୍ୟବହାର କରାଯାଇପାରିବ।
  3. ରାଜ୍ୟସଭା ସପ୍ତାହର ପ୍ରଥମ ତିନି ଦିନରେ କେବଳ ଏକ ଘଣ୍ଟା ୧୬ ମିନିଟ୍ ପାଇଁ ଚାଲିଥିବା ବେଳେ ଗତ ଦୁଇ ଦିନ ମଧ୍ୟରେ ଏହା ୫ ଘଣ୍ଟା ୩୧ ମିନିଟ୍ କାର୍ଯ୍ୟ କରିଛି। ବିଶୃଙ୍ଖଳା ଏବଂ ଗୃହ ମୁଲତବୀ ଯୋଗୁ ନିର୍ଦ୍ଧାରିତ ସମୟର ମୋଟ ୧୮ ଘଣ୍ଟା ୪୪ ମିନିଟ୍ ବ୍ୟର୍ଥ ହୋଇଛି।
  4. କେନ୍ଦ୍ର ସରକାରଙ୍କ ଏକାଧିକ ଅଭିଯୋଗ ପରେ, କେଜ୍ରିୱାଲ ତାଙ୍କ ସରକାରକୁ ରକ୍ଷା କରୁଛନ୍ତି ବୋଲି ଦାବି କରୁଥିବା ବେଳେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା ଆପ ସରକାରଙ୍କ ଉତ୍ପାଦ ଶୁଳ୍କ ଯୋଜନା ୨୦୨୧-୨୨ରେ ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିବା ପରେ ବିବାଦ ଉପୁଜିଛି।
  5. ଭାରତୀୟ ରିଜର୍ଭ ବ୍ୟାଙ୍କ ୪ଟି ସମବାୟ ବ୍ୟାଙ୍କର ଆର୍ଥିକ ସ୍ଥିତି ଖରାପ ଦୃଷ୍ଟିରୁ ସେଗୁଡ଼ିକ ଉପରେ ଅର୍ଥ ଉଠାଣ ସମେତ ଅନ୍ୟ କଟକଣାମାନ ଲାଗୁ କରିଛି । ସେହି ୪ଟି ସମବାୟ ବ୍ୟାଙ୍କ ମଧ୍ୟରେ ମହାରାଷ୍ଟ୍ରର ସାଇବାବା ଜନତା ସାହାକାରୀ ବ୍ୟାଙ୍କ, ପଶ୍ଚିମବଙ୍ଗର ଦ ସୁରୀ ଫ୍ରେଣ୍ଡ୍‍ସ ୟୁନିୟନ୍‍ କୋଅପରେଟିଭ୍‍ ବ୍ୟାଙ୍କ ଲିମିଟେଡ୍‍ ଓ ଉତ୍ତରପ୍ରଦେଶର ବିଜିନୋର୍‍ ୟୁନାଇଟେଡ୍‍ ଇଣ୍ଡିିଆ କୋଅପରେଟିଭ୍‍ ବ୍ୟାଙ୍କ ଓ ବହରାଇଚର ନାସନାଲ୍‍ ଅର୍ବାନ୍‍ କୋଅପରେଟିଭ୍‍ ବ୍ୟାଙ୍କ ଲିମିଟେଡ୍‍ ରହିଛି ।
  6. ଠାକରେ ଗୋଷ୍ଠୀ ନିର୍ବାଚନ କମିଶନକୁ ଲେଖିଥିବା ଚିଠି ଓ ଏକନାଥ ସିନ୍ଦେ ଗୋଷ୍ଠୀ ନିର୍ବାଚନ କମିଶନକୁ ଲେଖିଥିବା ଚିଠିକୁ କମିଶନ ଉଭୟ ଗୋଷ୍ଠୀଙ୍କ ପାଖକୁ ପଠାଇଛି । ଉଭୟ ଗୋଷ୍ଠୀ ଅଗଷ୍ଟ ୮ ତାରିଖ ସୁଦ୍ଧା ସେମାନଙ୍କର ଜବାବ ଦାଖଲ କରିବାକୁ କମିଶନଙ୍କ ପକ୍ଷରୁ କୁହାଯାଇଛି ।
  7. ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମମତାଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଶିକ୍ଷକ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗରେ ପାର୍ଥଙ୍କୁ ଇଡି ଗିରଫ କରିଥିବା ଜଣାପଡ଼ିଛି । ତେବେ ପାର୍ଥ ଚାଟାର୍ଜୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀମଣ୍ଡଳର ପୂର୍ବତନ ଅର୍ଥ ମନ୍ତ୍ରୀ ଭାବେ ଦାୟିତ୍ୱରେ ଥିଲେ ।
  8. ରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ଅନୁଷ୍ଠିତ ମତଦାନରେ କ୍ରସ୍‌ ଭୋଟିଂକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏଥିରେ ମୋଟ ୧୭ ସାଂସଦ ଓ ବିଭିନ୍ନ ରାଜ୍ୟର ୧୨୦ ବିଧାୟକ ନିଜ ଦଳର ନିଷ୍ପତ୍ତି ବିରୋଧରେ ଯାଇ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍‌ ଦେଇଥିଲେ।
  9. ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଥିବା ଦିନେଶ ଗୁଣବର୍ଦ୍ଧନେ ଭାରତୀୟ ବଂଶୋଦ୍ଭବ। ତାଙ୍କ ବାପା ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ସାରଥି ଥିଲେ।
  10. ଆୟକର ରିଟର୍ଣ୍ଣ ଭରିବାର ଶେଷ ତାରିଖ ହେଉଛି ଜୁଲାଇ ୩୧।  ଏହି ସମୟସୀମାକୁ ଆଗକୁ ବଢାଇବା ଉପରେ ସରକାର ବିଚାର କରୁନଥିବା ଜଣା ପଡିଛି। ସରକାର ଆଶା ରଖିଛନ୍ତି ଯେ, ଅଧିକାଂଶ କରଦାତା ନିର୍ଦ୍ଧାରିତ ତିଥିରେ ରିଟର୍ଣ୍ଣ ଭରି ଦେବେ।
  11. ଡିପାର୍ଟମେଣ୍ଟ ଅଫ୍ ଟେଲିକମ୍ୟୁନିକେସନ(DoT) 5ଜି ନିଲାମୀରେ ଭାଗ ନେଇଥିବା କମ୍ପାନି ଗୁଡିକ ନାଁ ପ୍ରକାଶ କରିଛି। ଏହା ଅନୁସାରେ ରିଲାଏନ୍ସ ଜିଓ ୧୪,୦୦୦ କୋଟି ଟଙ୍କା ଏର୍ନେଷ୍ଟ ମନି ଡିପୋଜିଟ(ଇଏମଡି) ଜମା କରିଛି । ଭାରତୀୟ ଏୟାରଟେଲ ୫,୫୦୦ ଟଙ୍କାର ଇଏମଡି ଜମା କରିଛି।
  12. ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ ମାମଲାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜବାବୀ ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ ଜାମିନ ଆବେଦନ ପାଇଁ ଅଭିଯୋଗକାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏସ୍‌ଏଲ୍‌ପିକୁ ଅଧିକ ଜରିମାନା ସହିତ ଖାରଜ ପାଇଁ ରାଜ୍ୟ ସରକାର କହିଛନ୍ତି।
  13. ୭୦ରୁ ଅଧିକ ରାଷ୍ଟ୍ରରେ ୧୬ ହଜାରରୁ ଅଧିକ ମଙ୍କିପକ୍ସ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ଆଜି ମଙ୍କିପକ୍ସକୁ ‘ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ’ ଘୋଷଣା କରିଛନ୍ତି।
  14. ୨୦୨୩ ସୁଦ୍ଧା ଏହା ଚୀନ୍‌କୁ ଟପି ଜନସଂଖ୍ୟାରେ ଏକନମ୍ବର ଦେଶ ହେବ ବୋଲି ପୂର୍ବରୁ ଏକ ଜାତିସଂଘ ରିପୋର୍ଟରେ କୁହାଯାଇଥିଲା। ମାତ୍ର ଏବେ ଏକ ଷ୍ଟାନଫୋର୍ଡ ଅଧ୍ୟୟନ ଅନୁସାରେ ଆସନ୍ତା ୭୮ ବର୍ଷ ଭିତରେ ଅର୍ଥାତ୍ ୨୧୦୦ ମସିହା ସୁଦ୍ଧା ଭାରତର ଜନସଂଖ୍ୟା ବର୍ତ୍ତମାନ ତୁଳନାରେ ୪୧ କୋଟି କମିଯିବ।
  15. ମହାରାଷ୍ଟ୍ରରେରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ୍ ପ୍ରତ୍ୟେକ୍ଷରେ ନହେଲେ ବି ପରୋକ୍ଷରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଛାତିକୁ ପଥର କରି ଦଳ ଦେବେନ୍ଦ୍ରଙ୍କ ବଦଳରେ ଶିବସେନା ବିଦ୍ରୋହୀ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବୋଲି ଶ୍ରୀ ପାଟିଲ କହିଛନ୍ତି।
  16. ୱିନସୋମ ଘୋଟାଲା ଉପରେ ବ୍ରିଟେନ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ବ୍ରିଟେନ ହାଇକୋର୍ଟ ୱିନସୋମ ଡାଇମଣ୍ଡ ଆଣ୍ଡ ଜୁଏଲାରୀ ମିଲିଟେଡର ମାଲିକ ଜତୀନ ମେହତା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସମସ୍ତ ସମ୍ପତ୍ତି ସିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 
  17. ରିପୋର୍ଟ ଅନୁସାରେ, ଫେସବୁକରେ ବୃଦ୍ଧି ପାଉଥିବା ନଗ୍ନତା ଓ ସୁରକ୍ଷା ଏବଂ ଗୋପନୀୟତା କମ୍ପାନୀ ପାଇଁ ଅଡୁଆ ବଢାଇଛି । ମେଟାର ଅନ୍ୟ କମ୍ପାନୀ ଯଥା ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ଜରିଆରେ ଫେସବୁକର ବୃଦ୍ଧି କମିଛି । କମ୍ପାନୀ ପ୍ରଥମ ଥର ପାଇଁ କୌଣସି ତ୍ରୈମାସିକରେ ହ୍ରାସର ସାମ୍ନା କରିଛି ।
  18. ସରିଲା ଦେଶର ୧୪ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ। ବିଦାୟକାଳୀନ ସମାରୋହ ଶନିବାର ସନ୍ଧ୍ୟାରେ ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ଆୟୋଜନ କରାଯାଇଛି।
  19. ଟୋକିଓ ଅଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ତାରକା ଜାଭେଲିନ ଫିଙ୍ଗାଳି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦୌଡ଼କୁଦ ଦଳର ନେତୃତ୍ବ ନେବେ। ଜୁଲାଇ ୨୮ରୁ ଆରମ୍ଭ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୀରଜଙ୍କ ସମେତ ମୁରଲୀ ଶ୍ରୀଶଙ୍କର ଓ ଅବିନାଶ ସାବ୍‌ଲେଙ୍କଠାରୁ ଦୌଡ଼କୁଦରେ ଭାରତ ପଦକ ଆଶା ରଖିଛି।
  20. ଦକ୍ଷିଣ ଏସୀୟ ଫୁଟବଲ ମହାସଙ୍ଘ (ସାଫ) ୨୦ ବର୍ଷରୁ କମ୍‌ ପୁରୁଷ ଫୁଟବଲ ଚମ୍ପିଆନସିପ୍‌ର ୪ର୍ଥ ସଂସ୍କରଣ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଜୁଲାଇ ୨୫ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ଅୟୋଜକ ଭାରତ ସହ ବାଂଲାଦେଶ, ମାଳଦ୍ବୀପ, ନେପାଳ ଓ ଶ୍ରୀଲଙ୍କା ଦଳ ଅଂଶଗ୍ରହଣ କରିବେ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.