• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଦେଶର ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଛାଡିବାର ଗୋଟିଏ ଦିନ ପୂର୍ବରୁ ରବିବାର ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ୱୋଧନ ଦେଇଛନ୍ତି । ନିଜ ଅନୁଭବ ଉପରେ ମତ ରଖି ସେ କହିଛନ୍ତି, ‘ଅନେକ ଦେଶବାସୀଙ୍କୁ ଭେଟିବା ପରେ ମୋର ଦୃଢ ବିଶ୍ୱାସ ହେଲା ଯେ, ଆମର ଲୋକ ହିଁ ପ୍ରକୃତ ରାଷ୍ଟ୍ର ନିର୍ମାତା । ଏପରି ମହାନ ଦେଶବାସୀଙ୍କ ହାତରେ ଆମ ଭବିଷ୍ୟତ ସୁରକ୍ଷିତ ଅଛି ‘।
  2. ସକାଳ ୧୦ଟା ୧୫ ରେ ସାନ୍ତାଳୀ ଶାଢୀ ପିନ୍ଧି ଶପଥ ନେବେ ଦ୍ରୌପଦୀ ମୁର୍ମୁ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍ ଭି ରମଣା ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ଭାବେ ଶପଥ ପାଠ କରାଇବେ। ଏହା ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯିବ। 
  3.  ନିର୍ବାଚନରେ ପରାଜିତ ପ୍ରାର୍ଥୀ ଯଶଓ୍ଵନ୍ତ ସିହ୍ନା ତୃଣମୂଳ କଂଗ୍ରେସକୁ ଫେରିବେ ନାହିଁ। ଏହି ସଂପର୍କରେ ପ୍ରଶ୍ନର ଉତ୍ତର ଦେଇ ରବିବାର ସିହ୍ନା କହିଛନ୍ତି, ଫଳାଫଲ ଘୋଷଣା ପରେ ମୁଁ ଏହି ବିଷୟରେ ଚିନ୍ତା କରିଥିଲି। କୌଣସି ପାର୍ଟିରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛି। କୌଣସି ପାର୍ଟିରେ ଯୋଗ ନଦେଇ ବି ସେ ଜନତାଙ୍କ ସହ ରହିବେ ବୋଲି କହିଛନ୍ତି। ଏଥିସହ ନିଜ ଦ୍ଵାରା ଗଠିତ ରାଷ୍ଟ୍ରୀୟ ମଞ୍ଚରେ ସକ୍ରିୟ ରହିବାର ସଙ୍କେତ ଦେଇଛନ୍ତି ସିହ୍ନା।
  4. ଭାରତ-ଆମେରିକାରେ ନିଶା କାରବାର ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ସହଯୋଗ କ୍ଷେତ୍ରରେ ସଂଶୋଧିତ ପତ୍ର ବୁଝାମଣା ଉପରେ ହସ୍ତାକ୍ଷର ହୋଇଛି। ଆମେରିକା ବିଦେଶ ମନ୍ତ୍ରଣାଳୟର ସୂଚନା ଅନୁସାରେ ଜୁଲାଇ ୭-୮ରେ ନୂଆ ଦିଲ୍ଲୀରେ ଭାରତ-ଆମେରିକା କାଉଣ୍ଟର-ନାର୍କୋଟିକ୍ସ ୱାର୍କିଂ ଗ୍ରୁପର ତୃତୀୟ ବୈଠକରେ ଏହି ଦସ୍ତଖସ୍ତ କରାଯାଇଛି।
  5. ଦେଶର ୩ ସେନାଙ୍କ ମଧ୍ୟରେ ସମନ୍ୱୟ ଲାଗି କେନ୍ଦ୍ର ସରକାର ଏକ ମିଳିତ ଥିଏଟର କମାଣ୍ଡ ସ୍ଥାପନା କରିବାକୁ ଯାଉଛନ୍ତି। କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରବିବାର ଏହି ଘୋଷଣା କରିଛନ୍ତି।
  6. କେନ୍ଦ୍ର ସରକାର ଜରୁରୀ ଔଷଧ ଗୁଡିକୁ ରାଷ୍ଟ୍ରୀୟ ସୂଚୀ (ଏନଏଲଇଏମ), ୨୦୧୫କୁ ସଂଶୋଧିତ କରିବା ପାଇଁ କାମ କରୁଛନ୍ତି । ଏହାଦ୍ୱାରା ସେହି ଔଷଧ ଗୁଡିକୁ ସାମିଲ କରାଯାଇ ପାରିବ ଯାହା ବର୍ତ୍ତମାନ ସମୟରେ ବ୍ୟାପକ ବ୍ୟବହାରରେ ରହିଛି ।
  7. ରାଜସ୍ୱ ସଚିବ ତଋଣ ବଜାଜ ପ୍ୟାକେଟ୍ ବନ୍ଦ ସାମଗ୍ରୀ ଓ ଖାଦ୍ୟ ଉତ୍ପାଦ ଉପରେ ସେବା ଓ ସାମଗ୍ରୀ କର (ଜିଏସଟି) ନେଇ ମୁହଁ ଖୋଲିଛନ୍ତି। ପ୍ୟାକେଟ ବନ୍ଦ ଖାଦ୍ୟ ପଦାର୍ଥ ଉପରେ ଜୁଲାଇ ୧୮ରୁ ଜିଏସଟି ଲାଗୁ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ନୁହେଁ ବରଂ ଜିଏସଟି କାଉନସିଲଙ୍କର ବୋଲି କହିଛନ୍ତି।
  8. ୧୯୬୨ ଚୀନ୍‌ ଆକ୍ରମଣ କଥା ମଧ୍ୟ ମନେ ପକାଇଥିଲେ। ଏଥିଲାଗି ଅନେକ ଲୋକେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସମାଲୋଚନା କରନ୍ତି ବୋଲି କହିଥିଲେ। ତେବେ ପ୍ରସଙ୍ଗରେ ମୁଁ କୌଣସି ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା କରିବାକୁ ଚାହେଁନା ବୋଲି ରାଜନାଥ କହିଛନ୍ତି।
  9. ବର୍ତ୍ତମାନ ତାମିଲନାଡୁର ସରକାରୀ କଲେଜ୍‌ଗୁଡ଼ିକରେ ସର୍ବାଧିକ ଏମ୍‌ବିବିଏସ୍ ଆସନ (୩୮ କଲେଜ୍‌ରେ ୫,୨୨୫ ଆସନ) ରହିଛି। ତା ପଛକୁ ମହାରାଷ୍ଟ୍ରରେ ୨୯ କଲେଜ୍‌ରେ ୪,୮୨୬, ଉତ୍ତର ପ୍ରଦେଶର ୩୫ରେ ୪,୩୦୩, ଗୁଜରାଟ ୧୮ରେ ୩୭୦୦, ପଶ୍ଚିମବଙ୍ଗ ୨୦ରେ ୨୩୩୫ ଥିବା ଛୋଟ ରାଜ୍ୟଗୁଡ଼ିକରେ ଥିବା ମେଡିକାଲ କଲେଜ୍‌ରେ ଅଳ୍ପ ସଂଖ୍ୟାକ ମେଡିକାଲ କଲେଜ ରହିଛି।
  10. ଆଧାର ଓ ଭୋଟର ପରିଚୟପତ୍ରକୁ ଲିଙ୍କ୍ କରିବା ପାଇଁ ଉଦ୍ଦିଷ୍ଟ ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରଣଦୀପ ସିଂହ ସୂର୍ଯେୱାଲା ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ସୂର୍ଯେୱାଲା କହିଛନ୍ତି ଯେ ଏହି ଆଇନ ହେଉଛି ଅସାମ୍ବିଧାନିକ ଏବଂ ଏହା ନାଗରିକଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ସମାନତାର ଅଧିକାରକୁ କ୍ଷୁଣ୍ଣ କରୁଛି। 
  11. କେନ୍ଦ୍ର ସରକାର ଚିଠା ବିଦ୍ୟୁତ ବିଲ୍ ୨୦୨୧ରେ ସେଥିପାଇଁ ବ୍ୟବସ୍ଥା କରିଛନ୍ତି। ସୌର, ପବନ ଓ ଜଳ ବିଦ୍ୟୁତ କ୍ଷେତ୍ରରୁ ସେହି ବିଦ୍ୟୁତ ଶକ୍ତି କିଣିବାକୁ ହେବ। ସଂସଦର ମୌସୁମୀ ଅଧିବେଶନରେ ଏହି ବିଲ୍‌କୁ ଉପସ୍ଥାପନ କରାଯିବ। ପ୍ରଥମ ଥର ଲାଗି ରାଜ୍ୟଗୁଡ଼ିକୁ ବାଧ୍ୟତାମୂଳକ ଭାବେ ନିର୍ଦିଷ୍ଟ ପରିମାଣର ଅକ୍ଷୟ ଶକ୍ତି କିଣିବା ଲାଗି କୁହାଯିବ।
  12. ମଧ୍ୟପ୍ରଦେଶରେ ହୋଇଛି ସର୍ବାଧିକ ବାଘ ମୃତ୍ୟୁ। ଜୁଲାଇ ୧୫ ସୁଦ୍ଧା ୨୦୨୨ରେ ଦେଶରେ ମୋଟ ୭୪ଟି ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ସର୍ବାଧିକ ୨୭ଟି ମୃତ୍ୟୁ ହୋଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ର ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।
  13. ପଶ୍ଚିମବଙ୍ଗ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଜାଲିଆତି ଘଟଣାରେ ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଆଉ ଗୋଟିଏ ଦିନ ଇଡି ହାଜତରେ ରହିଛନ୍ତି। ଶନିବାର ଗିରଫ ହୋଇଥିବା ଅର୍ପିତାଙ୍କୁ ରବିବାର ଅଦାଲତରେ ହାଜର କରାଯାଇଥିଲା। ମାତ୍ର ଅଦାଲତ ତାଙ୍କ ରାୟ ସଂରକ୍ଷଣ ରଖିଥିବାରୁ ତାଙ୍କୁ ପୁନର୍ବାର ଇଡି ହାଜତରେ ରହିବାକୁ ହୋଇଛି।
  14. ହାଥରସର ସାଦାବାଦ ରାସ୍ତାରେ ଡମ୍ଫର ଧକ୍କା​‌ରେ ୬ଜଣ କାଉଡିଆଙ୍କ ମୃତ୍ୟୁ ଘଟଣାରେ ସରକାର କଡ଼ା ପଦ​‌କ୍ଷେପ ନେଇଛନ୍ତି । ହାଥରସର ଏସପି ବିକାଶ କୁମାର ବିଦ୍ୟାଙ୍କୁ ବଦଳି କରାଯାଇଛି । ହାଥରସରୁ ତାଙ୍କୁ ମିର୍ଜାପୁରକୁ ପଠାଇ ଦିଆଯାଇଛି । 
  15. ଦିଲ୍ଲୀରେ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ମାମଲା । ଦିଲ୍ଲୀରେ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ଜଣଙ୍କୁ ମୌଲାନା ଆଜାଦ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । 
  16. ପୁଣି ଥରେ ଭାରତ ପାଇଁ ଗୌରବ ଆଣିଛନ୍ତି ଜାଭଲିନ୍ ଥ୍ରୋ’ର ନୀରଜ ଚୋପ୍ରା । ବିଶ୍ୱ ଆଥ୍‌ଲେଟିକ୍‌ ଚାମ୍ପିଅନସିପରେ ନୀରଜ ଚୋପ୍ରା ରୌପ୍ୟ ଜିତି​‌ଛନ୍ତି । ଜାଭଲିନ୍ ଥ୍ରୋ’ରେ ୮୮.୧୩ ମି. ଜାଭଲିନ୍ ଫିଙ୍ଗି ସେ ରୌପ୍ୟ ହାସଲ କରିଥିବା ବେଳେ ଭାରତ ପାଇଁ ଏକ ଇତିହାସ ରଚିଛନ୍ତି । 
  17. ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଙ୍କିପକ୍ସକୁ ‘ପବ୍ଲିକ ହେଲ୍‌ଥ ଇମରଜେନ୍ସି’ (ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି) ଘୋଷଣା କରାଯାଇଛି। ସମ୍ପ୍ରତି ଭାରତର କେରଳରେ ତିନିଟି ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୭୫ରୁ ଅଧିକ ଦେଶକୁ ଏହା ବ୍ୟାପୀ ସାରିଛି ଓ ୧୬ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୫ଜଣଙ୍କର ମୃତ୍ୟୁ ଘଟିଛି।
  18. ପଞ୍ଚାୟତିରାଜ ବ୍ୟବସ୍ଥାକୁ ଓଡ଼ିଶା ସରକାର ସଶକ୍ତ କରିବା ଦିଗରେ ତୃଣମୂଳ ପ୍ରଶାସନକୁ ୨୯ରୁ ୨୧ଟି କ୍ଷମତା ପ୍ରଦାନ କରିଛନ୍ତି। ଖୋଦ୍‍ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଏହି ସୂଚନା ଦେଇଛନ୍ତି।
  19. ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କ ଘରୋଇ କଳି ରାଜରାସ୍ତାକୁ ଆସିବା ପରେ ଏନେଇ ବରିଷ୍ଠ ଅଭିନେତ୍ରୀ ତଥା ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ବାବୁସାନ ଅବାଟକୁ ଚାଲିଯାଇଛି। କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁସାନର ସର୍ବନାଶ ହୋଇଛି।
  20. ଦ୍ରୌପଦୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଲେ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି । ଓଡିଆ ଝିଅ ରାଷ୍ଟ୍ରପତି ହୋଇଥିବାରୁ ଅତ୍ୟନ୍ତ ଖୁସି ଅଛି । ଆମେ ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି । ସେହିପରି ସାଂସଦମାନେ ଭେଟି ଖୁସିଥିବା କଥା କହିଛନ୍ତି । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.