• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ । ସଂସଦର ସେଣ୍ଟ୍ରାଲ ହଲରେ ତାଙ୍କୁ ପ୍ରଧାନ ବିଚାରପତି ଶପଥପାଠ କରାଇଛନ୍ତି ।ତାଙ୍କ ଶପଥଗ୍ରହଣ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ ।
  2. ଭାରତୀୟ ନାଗରିକ ଇନ୍ଦରମିତ ଗିଲ୍‌ଙ୍କୁ ମୁଖ୍ୟ ଅର୍ଥନୀତିଜ୍ଞ ତଥା ବିକଶିତ ଅର୍ଥନୀତିର ବରିଷ୍ଠ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଲା ବିଶ୍ୱ ବ୍ୟାଙ୍କ। ଆମେରିକା ଅର୍ଥଶାସ୍ତ୍ରୀ କାର୍ମେନ୍‌ ରେନହାର୍ଟଙ୍କ ପରେ ଇନ୍ଦରମିତ ଗିଲ୍‌ଙ୍କୁ ଏହି ସ୍ଥାନରୁ ନିଯୁକ୍ତି ଦିଆଯାଇଛି। ୨୦୨୨ ସେପ୍ଟେମ୍ବର ୧ ତାରିଖରେ ତାଙ୍କ ନିଯୁକ୍ତି କାର୍ଯ୍ୟକାରୀ ହେବ ଓ ସେ ଦାୟିତ୍ୱ ସମ୍ଭାଳିବେ।
  3. ରାଜ୍ୟରେ ବର୍ତ୍ତମାନ ୫୧ଟି ଇସ୍ପାତ କାରଖାନା ରହିଥିବା ବେଳେ ସେଗୁଡ଼ିକର ବାର୍ଷିକ ଉତ୍ପାଦନ ୩୩.୧୨ ରହିଥିବା ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।
  4. ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୧୨ଟି ନୂଆ ଇସ୍ପାତ କାରଖାନା । ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବଚରଣ ସାହୁଙ୍କ ପ୍ରଶ୍ନରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଲିଖିତ ଉତ୍ତର ରଖିଛନ୍ତି । ସୁନ୍ଦରଗଡରେ ସର୍ବାଧିକ ୩ଟି ରହିଥିବା ବେଳେ ଯାଜପୁରରେ ରହିଛି ୨ଟି କାରଖାନା । ସେହିପରି ଅନୁଗୋଳ, କେନ୍ଦ୍ରାପଡା, ଝାରସୁଗୁଡା, ଢେଙ୍କାନାଳ, କେନ୍ଦୁଝର, ଜଗତସିଂହପୁର ଓ ଅନୁଗୋଳ ଜିଲ୍ଲାରେ ଗୋଟିଏ ଲେଖାଏଁ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି
  5. ଦୁଇ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ କରାଯାଇଛି । ସୁପ୍ରିମ୍‌କୋର୍ଟ କଲେଜିୟମ ପକ୍ଷରୁ ନାମ ସୁପାରିଶ ହୋଇଥିବା ସୂଚନା ମିଳିଛି । ଗୌରୀ ଶଙ୍କର ଶତପଥୀ ଓ ଚିତ୍ତ ରଞ୍ଜନ ଦାସଙ୍କ ନାଁ ସୁପାରିଶ କରିଛି କଲେଜିୟମ ।
  6. ଭୁବନେଶ୍ବର ୟୁନିଟ୍-୨ରେ ଭଙ୍ଗାଯିବ ୪୧୦ଟି ସରକାରୀ କ୍ବାର୍ଟର । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଖିତ ଉତ୍ତର ରଖିଛନ୍ତି ।
  7.  ଅଗଷ୍ଟ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ପଦଯାତ୍ରା କରିବ କଂଗ୍ରେସ l ଦେଶ ସ୍ବାଧୀନତାର ୭୫ବର୍ଷ ପୁରୁଥିବାରୁ ଏଆଇସିସି ଏହି ନିଷ୍ପତ୍ତି ନେଇଛି । ପଦଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରିବ କଂଗ୍ରେସ 
  8.  ସୁପ୍ରିମକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ ପ୍ରଶାନ୍ତ ଜଗଦେବ । ଯଦି ଯିବେ ତାହେଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡିବ । ୫ ଜଣଙ୍କଠାରୁ ଅଧିକ ଲୋକଙ୍କୁ ନେଇ କୌଣସି ସମାବେଶ କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । 
  9. ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସମସ୍ତ ଓଡିଶା ଏବଂ ପୂରା ଦେଶ ପାଇଁ ଗର୍ବର ବିଷୟ ।
  10. ପାଟନାର ଶ୍ରୀଜା, ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ରେଜଲ୍ଟରେ ୯୯.୪ ପ୍ରତିଶତ ମାର୍କ ରଖିଛନ୍ତି । କିନ୍ତୁ ଶ୍ରୀଜାଙ୍କ କାହାଣୀ ଏବେ ଲୋକଙ୍କ ଆଖିରେ ଲୁହ ଆଣୁଛି । ଛୋଟ ବେଳେ ଶ୍ରୀଜା ନିଜ ମାଆଙ୍କୁ ହରାଇଥିଲେ । ଏହାପରେ ତାଙ୍କ ବାପା ମଧ୍ୟ ଛାଡି ପଳାଇଥିଲେ । ପରେ ଅଜା-ଆଈଙ୍କ ଘରେ ରହି ନିଜ ପରିଶ୍ରମରେ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି।
  11. ଗୃହରେ ହଙ୍ଗାମା ଯୋଗୁ ୪ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ବେଆଇନ ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ୪ ସାଂସଦଙ୍କୁ ନିଲମ୍ବିତ କରାଯାଇଛି।
  12. ଇଂଲଣ୍ଡର ପ୍ରଧାନମନ୍ତ୍ରୀ ହେଲେ ଏସିଆର ସୁପର ପାୱାର ବୋଲାଉଥିବା ଚୀନ୍ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ଋଷି ସୁନକ ରବିବାର ପ୍ରତିଶ୍ରୁତି ଦେଇଛନ୍ତି।
  13. ଶନିବାର ନାଗପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗଡ଼କରୀ କହିଛନ୍ତି, ବେଳେବେଳେ ସେ ରାଜନୀତି ଛାଡ଼ିଦେବା କଥା ଭାବନ୍ତି।
  14. ଜଣେ ୬୫ ବର୍ଷୀୟ ଅବସରପ୍ରାପ୍ତ ଟ୍ରାଫିକ ଇନ୍ସପେକ୍ଟର ତାଙ୍କ ୨୧ ବର୍ଷର ପୁଅକୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି ସହରର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଛନ୍ତି।
  15. ପୂର୍ବ ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଚୀନର ଲଢୁଆ ବିମାନ ଗୁଡ଼ିକ ବାରମ୍ବାର ଉଡ଼ାଣ କରୁଥିବାରୁ ଭାରତର ଚିନ୍ତା ବଢିଯାଇଛି । ଚୀନ ଭାରତକୁ ଉସୁକାଇବାକୁ ଚେଷ୍ଟା କରୁଥିବାବେଳେ ଭାରତ ସଂଯମତା ଅବଲମ୍ବନ କରୁଛି ।
  16. ପଶ୍ଚିମବଙ୍ଗରେ ହୋଇଥିବା ସ୍କୁଲ ନିଯୁକ୍ତି ଦୁର୍ନୀତି ଓ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଗିରଫଦାରି ସଂପର୍କରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଯେ, ସେ ଦୁର୍ନୀତିକୁ ଆଦୌ ପସନ୍ଦ କରନ୍ତି ନାହିଁ ।
  17. ମହାନଦୀ ଜଳ ନେଇ ପଡୋଶୀ ଛତିଶଗଡ଼ ସହିତ ଓଡିଶାର ଯେଉଁ ବିବାଦ ରହିଛି ତାହା ସମ୍ପୃକ୍ତ ଟ୍ରିବ୍ୟୁନାଲର ବିଚାରାଧୀନ। ତେବେ କେନ୍ଦ୍ର ସରକାର ବଂଶଧାରା ଜଳ ବିବାଦର ସମାଧାନ ପାଇଁ ୨୦୧୦ରେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ। ଟ୍ରିବ୍ୟୁନାଲ ଇତି ମଧ୍ୟରେ ତାଙ୍କର ରିପୋର୍ଟ ପ୍ରଦାନ କରିସାରିଛନ୍ତି। ୨୦୨୨ରେ ବଂଶଧାରା ଟ୍ରିବ୍ୟୁନାଲକୁ କେନ୍ଦ୍ର ସରକାର ଭାଙ୍ଗି ଦେଇଛନ୍ତି। କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି।
  18. ସୋମବାର ଦିନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ଦେଇଥିବା ଉଦ୍‌ବୋଧନରେ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ସନ୍ଥକବି ଭୀମ ଭୋଇଙ୍କ କବିତାର କାଳଜୟୀ ପଙ୍‌କ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’କୁ ଉଦ୍ଧାର କରିଥିଲେ
  19. ଦ୍ୱିତୀୟ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରଣରେ ବିଦ୍ୟାଳୟଗୁଡ଼ିକର ଲୋକାର୍ପଣ ଜୁନ୍‍ ମାସରେ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ସ୍କୁଲ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟରେ ୨୧୫୯ଟି ବିଦ୍ୟାଳୟର ରୂପାନ୍ତରଣ ପାଇଁ ଲକ୍ଷ୍ୟ ରଖାଯାଇଛି।
  20. ପ୍ରଚଳିତ ଧାରାରେ କୌଣସି ଦସ୍ତାବିଜ୍‌ରେ ଜଣଙ୍କର ପିତାଙ୍କ ନାମ ଉଲ୍ଳେଖ ରହିବା ପ୍ରାବଧାନ ରହିଛି। କିନ୍ତୁ ଜନ୍ମ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ମୃତ୍ୟୁ ପ୍ରମାଣ ପତ୍ର ଭଳି ସମସ୍ତ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ରେ ଜଣେ କେବଳ ନିଜ ମାଆଙ୍କ ନାମ ମଧ୍ୟ ଉଲ୍ଲେଖ କରିପାରିବେ ବୋଲି କେରଳ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ପ୍ରକାଶ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.