• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶର ଆଇଟି କମ୍ପାନିଗୁଡ଼ିକ ମଧ୍ୟରେ ଏଚସିଏଲ୍‌ ସିଇଓ ସି ବିଜୟକୁମାରଙ୍କ ଦରମା ସର୍ବାଧିକ ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ସେ ୧୬.୫୨ ନିୟୁତ ବା ପାଖାପାଖି ୧୩୦ କୋଟି ଟଙ୍କା ଦରମା ନେଇଛନ୍ତି।
  2. ଭାରତରେ ୧ ଜିବି ଡାଟା ପାଇଁ ଜଣକୁ ହାରାହାରି ୧୪ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଡାଟା କ୍ଷେତ୍ରରେ ବିଶ୍ଵରେ ଭାରତ ସବୁଠୁ ପଞ୍ଚମ ଶସ୍ତା ଦେଶ। ତେବେ ବିଶ୍ଵରେ ସବୁଠୁ ଶସ୍ତାରେ ଇସ୍ରାଏଲରେ ଡାଟା ମିଳୁଛି। ଇସ୍ରାଏଲ ପଛକୁ ଦ୍ବିତୀୟ ସ୍ଥାନରେ ଇଟାଲି, ତୃତୀୟ ସ୍ଥାନରେ ସାନ୍‌ ମେରିନୋ, ଏବଂ ଚତୁର୍ଥ ସ୍ଥାନରେ ଫିଜି ।
  3. ଗୁଜରାଟରେ ମଦକୁ ନିଷିଦ୍ଧ କରାଯାଇଛି। ଗୁଜରାଟରେ ବିଷାକ୍ତ ମଦ ପିଇ ଆଜି ୩୦ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ୫୧ ଜଣ ଗୁରୁତର ଅସୁସ୍ଥ ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
  4. ୭୧ ବର୍ଷୀୟ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି କରୋନା ସଂକ୍ରମିତ ହୋଇଛନ୍ତି। ସେ ଚଳିତ ବର୍ଷ ଜାନୁଆରିରେ କରୋନା ସଂକ୍ରମିତ ହୋଇଥିଲେ।
  5. ମେଘାଳୟ ବିଜେପି ଉପାଧ୍ୟକ୍ଷ ବର୍ଣ୍ଣାଡ ଏନ ମାରାକ, ଯିଏ କି ସିଲଂରେ ଥିବା ତାଙ୍କ ଫାର୍ମ ହାଉସରେ ସେକ୍ସ ରାକେଟ ଚଳାଇଥିବା ଅଭିଯୋଗରେ ଉତ୍ତରପ୍ରଦେଶରେ ଗିରଫ କରାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
  6. ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରେ ଏବେ ୟୁପିର କ୍ୟାବ ଚାଳକଙ୍କୁ ଗୋଟିଏ ଟିକସ ଦେବାକୁ ପଡିବ, ଯାହା ଯାତ୍ରା ଆରମ୍ଭରୁ ‌ନିଆଯିବ। ହରିୟାଣା, ରାଜସ୍ଥାନ ଏବଂ ଦିଲ୍ଲୀରେ ପ୍ରବେଶ କ‌ଲେ ବି ସେମାନଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ। ରାଜ୍ୟମାନେ ମଧ୍ୟ ଏହି ନିଷ୍ପତ୍ତି ପାଇଁ ସମ୍ମତି ଦେଇଛନ୍ତି।
  7. ବିଶିଷ୍ଟ ଶ୍ରମିକ ନେତା, ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହ (ରାଜୁ ସିଂହ) ୭୬ ବ‌ର୍ଷ ରେ ଦେହାନ୍ତ ହୋଇଛି ।୧୯୯୦ରୁ ୧୯୯୫ପର୍ଯ୍ୟନ୍ତ ସେ ଜନତା ଦଳର ପ୍ରାର୍ଥୀ ଭାବେ ପୂର୍ବର କଟକ ସଦର ନିର୍ବାଚନମଣ୍ଡଳୀର ବିଧାୟକ ନିର୍ବାଚିତ ଥିଲେ।
  8. ରାଜ୍ୟରେ ୬୧୯୩ଟି ସରକାରୀ ହାଇସ୍କୁଲ ମଧ୍ୟରୁ ୧୭୯୯ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦ ଏବେ ବି ଖାଲି ପଡ଼ିଛି। ବିଭିନ୍ନ ହାଇସ୍କୁଲରେ ପ୍ରଧାନଶିକ୍ଷକଙ୍କ ପଦୋନ୍ନତି ବା ଅବସର ପରେ ଏଭଳି ସ୍ଥିତି ସୃ‌ଷ୍ଟି ହୋଇଛି।
  9. ପ୍ରତିରକ୍ଷା ମନ୍ତ୍ରଣାଳୟ ସଶସ୍ତ୍ର ଡ୍ରୋନ, କାର୍ବାଇନ ଏବଂ ବୁଲେଟପ୍ରୁଫ୍ ଜ୍ୟାକେଟ୍ ସହ ସୁରକ୍ଷା ବଳଙ୍କ ପାଇଁ ୨୮,୭୩୨ କୋଟି ଟଙ୍କାରୁ ଅଧିକ ହତିଆର କିଣିବା ପାଇଁ ମଞ୍ଜୁରୀ ଦେଇଛି।ସେନା ପାଇଁ ୪ ଲକ୍ଷ କ୍ଲୋଜ କ୍ୱାର୍ଟର ବ୍ୟାଟେଲ କାର୍ବାଇନକୁ ସ୍ୱୀକୃତି ମିଳିଛି ।
  10. ୨୦୨୪ରେ ରୁଷ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ଛାଡି ଦେବ ରୁଷ। ଏହା ଘୋଷଣା କରିଛନ୍ତି ରୁଷ ମହାକାଶ ଏଜେନ୍ସି ରୋସକୋସମୋସର ନୂତନ ମୁଖ୍ୟ ୟୁରି ବୋରିସୋଭ।
  11. ଅନଲାଇନ୍‌ରେ  ନିଲାମ ହୋଇଛି 5G ସ୍ପେକ୍ଟ୍ରମ । ୪ ଲକ୍ଷ ୩୦ହଜାର କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ କରାଯାଇଛି । ଅମ୍ବାନୀ ଏବଂ ଅଦାନୀ ସମେତ ଦେଶର ୪ଟି ବଡ ଗ୍ରୁପ ନିଲାମୀରେ ଆଗରେ ରହିଛନ୍ତି। ସକାଳ ୧୦ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା ନିଲାମୀ । ମୋଟ୍ ୭୨ ଗିଗାହର୍ଜ ସ୍ପେକ୍ଟ୍ରମ ନିଲାମ କରାଯାଇଛି  ।
  12. ବର୍ତ୍ତମାନ ସମୟରେ 4Gର ସର୍ବାଧିକ  ସ୍ପିଡ 100 ଏମବିପିଏସ୍‌ ରହୁଥିବା ବେଳେ 4G ତୁଳନାରେ 5G ର ସ୍ପିଡ୍ ୧୦୦ ଗୁଣା ଅଧିକ ହେବ । ୨- ୪ଜି ନେଟୱାର୍କରେ ସୂଚନା ପହଞ୍ଚିବାକୁ ୫୦ ମିଲି ସେକେଣ୍ଡ ସମୟ ଲାଗୁଥିବା ବେଳେ ୫ଜିରେ  ମାତ୍ର ୧ ମିଲି ସେକେଣ୍ଡ ସମୟ ଲାଗିବ ।୩- ୪ଜି ମାଧ୍ୟମରେ  ଗୋଟିଏ ଲୋକେସନରେ ଅନେକ ଡିଭାଇସ୍‌କୁ ଡାଟା ପ୍ରଦାନରେ ସମସ୍ୟା  ହେଉଛି। କିନ୍ତୁ ୫ଜିରେ ପ୍ରତି ବର୍ଗ କିଲୋମିଟରରେ ୧୦ ଲକ୍ଷ ଡିଭାଇସକୁ ଡାଟା ପଠାଇବାର କ୍ଷମତା ରଖିଛି । 
  13. ଯେଉଁ କମ୍ପାନୀ ନିଲାମରେ 5G ସ୍ପେକ୍ଟ୍ରମ୍ ପାଇବ, ସେମାନଙ୍କ ପାଖରେ ୨୦ ବର୍ଷ ପାଇଁ ଅଧିକାର ରହିବ । ବିଶ୍ବର ଏବେ ୭୨ ଟି ଦେଶରେ ମିଳୁଛି 5G ସେବା । ଚୀନରେ ସବୁଠୁ ଅଧିକ ୩୫୬ଟି ସହରେ 5G ସେବା ସୁବିଧା  ରହିଛି ।
  14. ୨୦୨୨ରେ ସରକାର ବଜେଟରେ ଏଲପିଜି ଉପରେ ସବସିଡି ପାଖାପାଖି ସମାପ୍ତ କରିଦେଇଥିଲେ। ତେବେ ୨୦୨୩ରେ କେନ୍ଦ୍ର ସରକାର ଏହାକୁ ପୁଣି ଥରେ ଆରମ୍ଭ କରିପାରନ୍ତି।  ଯଦି ସରକାର ଯୋଜନା ପୁଣି ଲାଗୁ କରନ୍ତି ତେବେ ଦେଶର ପ୍ରାୟ ୯ କୋଟି ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିପାରନ୍ତା।
  15. ଗରିବଙ୍କ ଭଗବାନ ନାଁରେ ପରିଚିତ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଏକ ଟଙ୍କାରେ ରୋଗୀଙ୍କ ଚିକିତ୍ସା କରୁଥିବା ପଦ୍ମଶୀ ସମ୍ମାନରେ ସମ୍ମାନିତ ଡାକ୍ତର ସୁଶୋଭନ ବାନାର୍ଜୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା ।
  16. ଖାଦ୍ୟ ପଦାର୍ଥ, ଦହି, ଲସି ସହିତ ବିଭିନ୍ନ ବସ୍ତୁ ଉପରେ ଜିଏସଟି ଲାଗୁ କରାଯିବା ନିଷ୍ପତ୍ତି କେନ୍ଦ୍ର ସରକାର ଏକାକୀ ନେଇ ନାହାନ୍ତି। ରାଜ୍ୟର ସହମତିକ୍ରମେ ହିଁ ଏମିତି ନିଷ୍ପତ୍ତି ନିଆଯାଇଥିବା ମଙ୍ଗଳବାର ରାଜ୍ୟସଭାରେ କହିଛନ୍ତି କେନ୍ଦ୍ର ସରକାର।
  17. ଏଲହାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ପୀଠ ମଙ୍ଗଳବାର ଲକ୍ଷ୍ମୀପୁର ଖୀରି ହିଂସା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରର ଜାମିନ ଖାରଜ କରିଦେଇଛନ୍ତି।
  18. ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଦ୍ୱାରା ଦିଆଯାଉଥିବା ‘ଫ୍ରି’ ବା ମାଗଣା ସୁବିଧା ରୋକିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି। କେନ୍ଦ୍ରର ଉତ୍ତର ପରେ ରାଜନୈତିକ ଦଳମାନଙ୍କ ଦ୍ବାରା ଦିଆଯାଉଥିବା ମାଗଣା ସୁବିଧା ଜାରି ରହିବ କି ନାହିଁ ଆମେ ନିଷ୍ପତ୍ତି ନେବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
  19. ରାଜଧାନୀ ଭୁବନେଶ୍ବରରୁ ୨୨୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ବରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ରାଜଧାନୀବାସୀଙ୍କ ଚିନ୍ତା ବଢିଯାଇଛି।
  20. ଦେଶର ଅଗ୍ରଣୀ ସେବା ପ୍ରଦାନକାରୀ ଭାବେ ମୋ ବସ୍‍ ପରିଚାଳନା ସଂସ୍ଥା କ୍ରୁଟ୍‍କୁ ପୂର୍ବରୁ ପୁରସ୍କାର ମିଳିଥିବା ବେଳେ ଏବେ ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ୍ ଇନକ୍ଲୁସିଭ୍ ସିଟିଜ୍ ଆୱାର୍ଡ-୨୦୨୨ ମିଳିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.