• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟସଭା ସଂସଦୀୟ ଦଳ ନେତା ଭାବେ ନିଯୁକ୍ତ ହୋଇଛନ୍ତି ସସ୍ମିତ ପାତ୍ର । ସେହିପରି ରାଜ୍ୟସଭାରେ ବିଜେଡି ଚିଫ୍ ହୁଇପ ଭାବେ ସୁଲତା ଦେଓଙ୍କୁ ନିଯୁକ୍ତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
  2. ଗୁଜରାଟରେ ବିଷ‌ାକ୍ତ ମଦ ପିଇ ୪୫ ଜଣଙ୍କ ମୃତ୍ୟୁ ହେବାପରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଥିଲା। ଚଢ଼ଉ ଦ୍ବାରା ପ୍ରାୟ ଦେଢ଼ କୋଟି ଟଙ୍କାର ବେଆଇନ ମଦ ଜବତ ହୋଇଛି ଏବଂ ଗୁଜରାଟ ପୁଲିସ ଏହ‌ି ମାମଲାରେ ୨୫୦୦ ଲୋକଙ୍କୁ ଗିରଫ କରିଛି।
  3. ଦେଶରେ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ୨୦୨୦-୨୧ ଆର୍ଥିକ ବର୍ଷରେ ଯେତିକି ଚାନ୍ଦା ପାଇଛନ୍ତି ତାହାର ୯୧ ପ୍ରତିଶତ ବା ୧୧୩.୭୯୧ କୋଟି ଟଙ୍କା ୫ଟି ଆଞ୍ଚଳିକ ରାଜନୈତିକ ଦଳକୁ ମିଳିଛି। ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର୍‌) ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏହା ଜଣାଯାଇଛି। 
  4. ଯେଉଁ ୫ଟି ଦଳ ସର୍ବାଧିକ ଚାନ୍ଦା ପାଇଛନ୍ତି ସେମାନେ ହେଲେ ଜେଡି(ୟୁ), ଡି‌ଏମ୍‌କେ, ଆପ୍‌, ଇଣ୍ଡିଆନ୍ ୟୁନିୟନ ମୁସଲିମ୍‌ ଲିଗ (ଆଇୟୁଏମ୍‌ଏଲ୍‌) ଏବଂ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆର୍‌ଏସ୍‌)।
  5. ଭୁବନେଶ୍ୱରରେ ଇ-ବସ ଓ ଇ-ରିକ୍ସା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
  6. ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ୫ଜି ସ୍ପେକ୍ଟ୍ରମ ଶୁକ୍ରବାରଦିନ ଶେଷ ହୋଇଛି । ଏହି ୪ଦିନରେ ମୋଟ ୨୩ ରାଉଣ୍ଡ ବିଡିଂ ହୋଇଥିଲା । ଶୁକ୍ରବାର ଅର୍ଥାତ ଚୁଡ଼ାନ୍ତ ଦିନରେ ପ୍ରାୟ ୭ ରାଉଣ୍ଡ ବିଡିଂ ହୋଇଥିଲା । ଏହି ନିଲାମରୁ ସରକାର ମୋଟ ୧ ଲକ୍ଷ ୪୯ ହଜାର ୮୫୫ କୋଟି ଟଙ୍କା ପାଇଛନ୍ତି ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ।
  7. ଆସନ୍ତା ଅଗଷ୍ଟ ପହିଲାରେ ରାଜ୍ୟ ସରକାର ୬ ହଜାର ୮୯୧ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବେ। ଏଥିରେ କଳା, ବିଜ୍ଞାନ, ପିଇଟି ଓ ଅନ୍ୟାନ୍ୟ ବିଭାଗର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। 
  8. ବାପା ନଥିଲେ ପିଲାର ସାଙ୍ଗିଆ ସ୍ଥିର କରିପାରିବ ମା’: ସୁପ୍ରିମକୋର୍ଟ ।
  9. ରେଳଯାତ୍ରୀଙ୍କ ଲାଗି ଆଶ୍ୱସ୍ତିର ଖବର, କରୋନା କାଳରେ ବନ୍ଦ ୫୦୦ ପାସେଞ୍ଜର ଓ ୧୦୦ ଏକ୍ସପ୍ରେସ ଟ୍ରେନ ପୁଣି ଫେରିବେ ଷ୍ଟେସନକୁ ।
  10. ଲୋକସଭା ବାଚସ୍ପତିଙ୍କୁ ଭେଟି ଶିବସେନାର ୧୨ ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା ଲାଗି ଦାବି କଲେ ସଞ୍ଜୟ ରାଉତ ।
  11. ନ୍ୟାୟ ମିତ୍ର (ଏନ୍‌ଏମ୍‌) ଯୋଜନାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ନ୍ୟାୟାଳୟ ଓ ଏହା ଅଧୀନସ୍ଥ ନ୍ୟାୟାଳୟଗୁଡ଼ିକରେ ୧୦ ରୁ ୧୫ ବର୍ଷ ପୁରୁଣା ମାମଲାଗୁଡ଼ିକର ଶୀଘ୍ର ସମାଧାନ କରିବା ନିମନ୍ତେ ସୁବିଧା ପ୍ରଦାନ କରିବା ।
  12. ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଅଜୟ ମାଣିକରାଓ ଖାନୱିଲକର ଶୁକ୍ରବାର ଦିନ ଅବସର ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଭାବେ ସେ ମେ ୨୦୧୬ରେ ଦାୟିତ୍ବ ଗ୍ରହଣ କରିଥିଲେ।
  13. କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି କ୍ଷମା ମାଗିଛନ୍ତି । କଂଗ୍ରେସ ସାଂସଦଙ୍କ ରାଷ୍ଟ୍ରପତ୍ନୀ ବୟାନକୁ ନେଇ ଦେଶରେ ବଡ଼ ବିବାଦ ଜାରି ରହିଛି । ଏହାରି ଭିତରେ ସେ ରାଷ୍ଟ୍ରପତିଙ୍କୁ ଚିଠି ଲେଥି କ୍ଷମା ମାଗିଛନ୍ତି ।
  14. କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାରା ଚଣ୍ଡିଗଡରେ ନିଶା ଦ୍ରବ୍ୟ ଏବଂ ରାଷ୍ଟ୍ରୀୟ ସୁରକ୍ଷା ଉପରେ ରାଷ୍ଟ୍ରୀୟ ସମ୍ମିଳନୀକୁ ସମ୍ୱୋଧିତ କରିବେ। କାର୍ଯ୍ୟକ୍ରମ ସମୟରେ ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ଏନସିବି ଟିମ ଦିଲ୍ଲୀ, ମୁମ୍ୱାଇ, ଚେନ୍ନାଇ, ଗୌହାଟୀ ଏବଂ କୋଲକାତାରୁ ଜବତ ୩୦ ହଜାର କିଲୋରୁ ଅଧିକ ଡ୍ରଗ୍ସ ନଷ୍ଟ କରିବ।
  15. ବାବୁସାନ କହିଛନ୍ତି, ବାପା-ବୋଉ, ପୁଅ, ସ୍ତ୍ରୀ ସହ ଜନ୍ମଦିନ ପାଳିବି। ତ୍ରିପ୍ତି ନଆସିଲେ ମୁଁ ଯାଇକି ବୁଝେଇକି ନେଇଆସିବି। ମାମଲାକୁ ନେଇ କହିଛନ୍ତି ପୋଲିସ ଜେରାର ସମ୍ମୁଖୀନ ପରେ ସବୁ ପ୍ରଶ୍ନର ଉତ୍ତର ଦେବି। ନିଜ ନିଜ ଘରକୁ ଯାଇ ସାମ୍ବାଦିକମାନଙ୍କୁ ବିଶ୍ରାମ ନେବାକୁ ସେ ଅନୁରୋଧ କରିଛନ୍ତି।
  16. ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ତାହାର ବ୍ୟବସାୟିକ ଶାଖାଗୁଡିକ ଜରିଆରେ ବିଭିନ୍ନ ବିଦେଶୀ ଗ୍ରାହକଙ୍କର ଉପଗ୍ରହ ଉତକ୍ଷେପଣ କରି ୨୭୯ ନିୟୁତ ଡଲାର ବୈଦେଶିକ ବିନିମୟ ମୁଦ୍ରା ଆୟ କରିଛି। ଏ ସମ୍ପର୍କରେ ଲୋକସଭାରେ ପ୍ରକାଶ କରି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ପ୍ରସାଦ କହିଛନ୍ତି, ଇସ୍ରୋ ତାହାର ଛଅଟି ବ୍ୟବସାୟିକ ଶାଖା ସହିତ ମିଶି ସଫଳତାର ସହିତ ୩୪ଟି ରାଷ୍ଟ୍ରର ୩୪୫ଟି ବିଦେଶୀ ଉପଗ୍ରହ ଉତକ୍ଷେପଣ କରିଛି।
  17. ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହମ୍‍ ମହମ୍ମଦ ସୋଲି ଆସନ୍ତା ମାସ ପହିଲାରୁ ୪ ତାରିଖ ପର୍ଯ୍ୟନ୍ତ ଭାରତକୁ ସରକାରୀ ଗସ୍ତରେ ଆସିବେ। ତାଙ୍କ ସହ ସେ ଦେଶର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି। 
  18. ପ୍ରତିବର୍ଷ ଜୁଲାଇ ୩୦କୁ ‘ଅନ୍ତର୍ଜାତୀୟ ବନ୍ଧୁତା ଦିବସ’ ଭାବେ ପାଳନ କରାଯାଉଛି। ଜୀବନରେ ବନ୍ଧୁର ଭୂମିକା ତଥା ବନ୍ଧୁତ୍ବର ମହତ୍ତ୍ବକୁ ଉପଲବ୍ଧି କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ।
  19. କିମ୍‍ସ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍‍ ହସ୍‍ପିଟାଲ୍‍ (ପିବିଏମ୍‍ଏଚ୍‍) ଏବେ ୧୬୦୦ ଶଯ୍ୟା ବିଶିଷ୍ଟ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହସ୍ପିଟାଲରେ ପରଣିତ ହୋଇଛି। ଉଭୟ କିମ୍ସ ସୁପରସ୍ପେଶିଆଲିଟି ଏବଂ କିମ୍ସ କ୍ୟାନ୍ସର ସେଣ୍ଟରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ବାଇ)ର ହିତାଧିକାରୀଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରାଯାଉଛି । 
  20. ବାରମ୍ବାର ମିଗ-୨୧ର ବିମାନ ଦୁର୍ଘଟଣା ପରେ ଚେତିଛି ଭାରତୀୟ ବାୟୁସେନା। ଆସନ୍ତା ୨୦୨୫ ଶେଷ ସୁଦ୍ଧା ମିଗ-୨୧ର ସମସ୍ତ ସ୍କ୍ୱାଡନକୁ ଭାରତୀୟ ବାୟୁସେନା ପକ୍ଷରୁ ଅବସର ଦିଆଯିବ । ଏନେଇ ବାୟୁସେନା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.