• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନଭାଗୀଦାରି ଦୃଷ୍ଟିକୋଣକୁ ଆଗକୁ ବଢ଼ାଇ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶନିବାର ନୂଆଦିଲ୍ଲୀଠାରେ ‘୮ ବର୍ଷର ମୋ ସରକାର’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି।
  2. ରାଉରକେଲା ଇସ୍ପାତ କାରଖାନା, ମନ୍ଦିରା ଡ୍ୟାମ, ରେଣୁକା ଡ୍ୟାମ, ରେଲ‌ୱେ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଆଦିବାସୀମାନଙ୍କ ପୁନର୍ବାସ ଓ ଥଇଥାନକୁ ନେଇ ସମାଧାନ ହୋଇପାରିନଥିବା ପ୍ରସଙ୍ଗଗୁଡ଼ିକ ଉପରେ ଆୟୋଗ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ କହିଛନ୍ତି।ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି।
  3. ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଆଜି ଏକ ବିବାଦୀୟ ବୟାନ ଦେଇଛନ୍ତି। ରାଜ୍ୟପାଳ କହିଛନ୍ତି, ଯଦି ମହାରାଷ୍ଟ୍ରରୁ ଏବଂ ବିଶେଷ କରି ମୁମ୍ବାଇ ଓ ଥାନେରୁ ଗୁଜରାଟୀ ରାଜସ୍ଥାନ ବାସିନ୍ଦାଙ୍କୁ ହଟାଯାଏ ତେବେ ରାଜ୍ୟରେ ଆଉ ଟଙ୍କା ରହିବନି।
  4. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀର ଜିଲ୍ଲାପାଳ କୌଶଳ ରାଜ ଶର୍ମାଙ୍କ ବଦଳି ନିର୍ଦ୍ଦେଶ ସ୍ଥଗିତ ହୋଇଯାଇଛି | କୁହାଯାଉଛି ଯେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏହି ବଦଳି ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଛି |
  5. ଚଳିତ ସପ୍ତାହରେ ଗୋଟାଏ ଛୋଟ ଦକ୍ଷିଣ ଆଫ୍ରିକୀୟ ନଗରୀରେ ମ୍ୟୁଜିକ୍‌ ଭିଡିଓ ସୁଟିଙ୍ଗ୍ ଚାଲିଥିବା ବେଳେ ଦଳେ ବନ୍ଧୁକଧାରୀ ବଳପୂର୍ବକ ସେଠାରେ ପ୍ରବେଶ କରି ୮ଜଣ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।
  6.  ସୁପ୍ରିମ୍‌କୋର୍ଟ ଶୁକ୍ରବାର କହିଛନ୍ତି ଯେ, ସାଂଘାତିକ ଅପରାଧଗୁଡ଼ିକୁ ସାଲିସ୍ ଦ୍ବାରା ସମାଧାନ ପାଇଁ ଅନୁମତି ମିଳିବ ନାହିଁ। ଅଭିଯୋଗକାରୀ ଯଦି କୁହନ୍ତି- ଆମ ଭିତରେ ଟଙ୍କା ଦେଣନେଣ ବା ଆପୋସ ବୁଝାମଣାରେ ମାମଲାର ସମାଧାନ ହୋଇଗଲା, ମୁଁ ଏବେ କୋର୍ଟରୁ ଅଭିଯୋଗ ପ୍ରତ୍ୟାହାର କରିନେବାକୁ ଚାହେଁ, ତେବେ ତାହାକୁ ଅନୁମତି ଦିଆଯାଇପାରିବ ନାହିଁ।
  7. ପ୍ରଧାନ ବିଚାରପତି କହିଛନ୍ତି, ସାମାଜିକ, ଆର୍ଥିକ ଏବଂ ରାଜନୈତିକ ନ୍ୟାୟ ସୁନିଶ୍ଚିତ କରିବାକୁ ସମ୍ବିଧାନର ମୁଖବନ୍ଧ ପ୍ରତି ଭାରତୀୟଙ୍କୁ ପ୍ରତିଶ୍ରୁତି ଦେଇଛି। କିନ୍ତୁ ବାସ୍ତବତା ହେଉଛି ଆମ ଜନସଂଖ୍ୟାର ଅତି କମ୍‌ ପ୍ରତିଶତ କେବଳ ନ୍ୟାୟ ବିତରଣ ବ୍ୟବସ୍ଥାକୁ ଯାଇ ପାରୁଛନ୍ତି।
  8. ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମଣ ସଂକ୍ରାନ୍ତ ଏକାନ୍ତବାସରୁ ବାହାରିବାର ୩ ଦିନ ପରେ ସେ ପୁଣି ଉକ୍ତ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି।
  9. ୩୪,୦୦୦ କୋଟି ଟଙ୍କାର ଡିଏଚଏଫଏଲ ଘୋଟାଲା ମାମଲାରେ ସିବିଆଇ ଟିମ ପୁଣେ ସ୍ଥିତ ଏକ ବିଲ୍ଡରଙ୍କ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଜବତ କରିଛି । ଡିଏଚଏଫଏଲ ଘୋଟାଲାର ଅଭିଯୁକ୍ତ ଅବିନାଶ ଭୋନସଲେଙ୍କ ଏକ ବିଶାଳମୟ ହଲ ଭିତରୁ ଏହି ହେଲିକପ୍ଟର ମିଳିଛି ।
  10. ପଶ୍ଚିମବଙ୍ଗର ହାୱଡାରେ ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନା ଅନୁସାରେ, ତିନି ବିଧାୟକଙ୍କ ଗାଡିରୁ ଏହି ନଗଦ ଟଙ୍କା ମିଳିଛି । ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଗାଡି ଅଟକାଇ ଯାଞ୍ଚ ଆରମ୍ଭ କରିଥିଲା । ତେବେ ଟଙ୍କା ଗଣିବା ପାଇଁ କାଉଣ୍ଟିଂ ମେସିନର ସାହାଯ୍ୟ ନିଆଯାଉଛି ।
  11. ଟୁଇଟରେ ସ୍ଵାମୀ ଲେଖିଛନ୍ତି, ମୁଁ ଅଭିନେତା ଅକ୍ଷୟ କୁମାର ଏବଂ କର୍ମା ମିଡିଆ ବିରୋଧରେ କେସ୍ କରିବି। ଫିଲ୍ମ ରାମସେତୁର ଭୁଲ୍ ତଥ୍ୟ ଚିତ୍ରଣ କରାଯାଇଛି। ଅକ୍ଷୟ କୁମାର ଫିଲ୍ମରେ ରାମସେତୁର ଛବିକୁ ମଳିନ କରିଛନ୍ତି। ମୋର ଓକିଲ ସତ୍ୟ ସବରଓ୍ଵାଲଙ୍କ ଜରିଆରେ ଅକ୍ଷୟଙ୍କ ବିରୋଧରେ କେସ୍ ରୁଜୁ କରିବି ବୋଲି ସୁବ୍ରମଣ୍ୟମ ସ୍ଵାମୀ କହିଛନ୍ତି।
  12. ଦେଶର ପ୍ରଥମ ଆନ୍ତର୍ଜାତୀୟ ବୁଲିୟନ ଏକ୍ସଚେଞ୍ଜ ଗୁଜରାଟରର ଗାନ୍ଧୀନଗରରେ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଣିକି ଭାରତ କରିବ ସୁନା ଦରର ନିର୍ଦ୍ଧାରଣ ।
  13. କେନ୍ଦ୍ର ସରକାରଙ୍କ ‘ଅନ୍ତ୍ୟୋଦୟ’ କାର୍ଯ୍ୟକ୍ରମରେ ଓଡ଼ିଶାର ୨୭୯୨ଟି ଗାଁରେ ୪ଜି ସେବା ହେବ ଉପଲବ୍ଧ । ଦୁର୍ଗମ ଗାଁ ଗୁଡ଼ିକରେ ୪ଜି ସେବା ଯୋଗାଇବା ନିମନ୍ତେ ୨୬୩୧୬ କୋଟି ଟଙ୍କାର ଏକ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ ।
  14. ଚଳିତ ବର୍ଷଠାରୁ ଭୁବନେଶ୍ଵର ରେ କାର୍ଯ୍ୟକ୍ଷମ ହେବ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ । ଭୁବନେଶ୍ୱର ସହର ଉପକଣ୍ଠରେ ୨୦ରୁ ୨୫ ଏକର ଜାଗା ଆବଶ୍ୟକ ଥିବାବେଳେ, ଜାଗା ଚିହ୍ନଟ ପାଇଁ କରାଗଲା ଏକ କମିଟି ଗଠନ ।
  15. ଆସନ୍ତାକାଲି ଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ଦେଲେ ସୂଚନା । କୁମ୍ଭୀର ପ୍ରଜନନ ଋତୁ ପାଇଁ ଗତ ମେ’ ପହିଲାରୁ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା।
  16. ପଶ୍ଚିମବଙ୍ଗ ଶିକ୍ଷକ ଦୁର୍ନୀତି ମାମଲାରେ ପାର୍ଥ-ଅର୍ପିତାଙ୍କ ଆଲିଶାନ ଫାର୍ମହାଉସ ହେଲା ଠାବ୍ । ଶାନ୍ତି ନିକେତନରେ ରହିଛି ୨୦ଲକ୍ଷ ଟଙ୍କାର ସମ୍ପତି, ଇଡି ହାତରେ ଲାଗିଲା ଦସ୍ତାବିଜ ।
  17. ବର୍ମିହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ୪ଟି ପଦକ। ୪୯ କିଲୋଗ୍ରାମ ଭାରୋତ୍ତଳନରେ ସ୍ବର୍ଣ୍ଣ ପଦକ ଜିତିଲେ ମୀରାବାଈ ଚାନୁ  । ଷ୍ଟାର ଭାରୋତ୍ତଳକ ସଙ୍କେତ ମହାଦେବ ସାଗର ରୌପ୍ୟ ପଦକ ହାସଲ କରିଥିବା ବେଳେ ୬୧ କିଲୋଗ୍ରାମ ବର୍ଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଲେ ଗୁରୁରାଜ ପୁଜାରୀ । ବିନ୍ଦିୟାରାଣୀ ଦେବୀ ମହିଳା ଭାରତ୍ତୋଳନ ୫୫ କିଲୋ ବର୍ଗରେ ଭାରତ ପାଇଁ ଆଣିଲେ ରୁପା ପଦକ ।
  18. ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଶିଖର ଧାୱନ କରିବେ ଅଧିନାୟକ । ଅଗଷ୍ଟ ୧୮, ୨୦ ଏବଂ ୨୨ ତାରିଖରେ ଜିମ୍ବାୱେରେ ଟିମ୍ ଇଣ୍ଡିଆ ତିନୋଟି ଦିନିକିଆ ଖେଳିବ।
  19. ୟୁ.ଆଇ.ଡି.ଏ.ଆଇ ପ୍ରାୟ ୬ ଲକ୍ଷ ଆଧାର କାର୍ଡ ରଦ୍ଦ କରିଦେଇଛନ୍ତି। ନିକଟରେ ସରକାର ଏ ନେଇ ତଥ୍ୟ ଜାରି କରିଛନ୍ତି।  ନକଲି ଆଧାର କାର୍ଡ ଓ ଆଧାର ନମ୍ବରକୁ ଉପଯୋଗ କରି ଅନେକ ଅପରାଧ ଘଟଣା ଘଟୁଥିବା ସାମ୍ନାକୁ ଆସିଛି।
  20. ଗଲକୁ ପଛରେ ପକାଇ ଭାରତୀୟ ବୈଷୟିକ ଜ୍ଞାନ କୌଶଳରେ ବିକଶିତ ମ୍ୟାପ୍‌ ମାଇଁ ଇଣ୍ଡିଆ ମାପଲସ ଡଟ୍ କମ୍ ଏବେ ରାସ୍ତାର ସୂଚନା ସହିତ ଥ୍ରୀ-ଡିରେ ଗୁରୁତ୍ୱପୂର୍ଣ୍ଣ ସ୍ମାରକ ଓ ତଥ୍ୟ ମ୍ୟାପ୍‌ ରେ ଦେବା ଆରମ୍ଭ କରିଦେଇଛି। ଏହି ସୁବିଧାକୁ ମାପଲସ୍  ଥ୍ରୀ-ଡି ୩୬୦ ଡିଗ୍ରି ଭିଉରେ ଦେଖି ହେଉଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.