• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ତୃତୀୟ ସ୍ୱର୍ଣ୍ଣ ପଦକ।  ନିଖତ ଜରିନ ୫୦ କେଜି (ଲାଇଟ୍ ଫ୍ଲାଇୱେଟ)ରେ ଜିତିଲେ ସ୍ୱର୍ଣ୍ଣ। ଉତ୍ତର ଆୟର୍ଲାଣ୍ଡର କାର୍ଲି ମ୍ୟାକନାଉଲ୍‌ଙ୍କୁ ହରାଇ ସେ ଏହି ପଦକ ହାସଲ କରିଛନ୍ତି। ପୂର୍ବରୁ ନିତୁ ଘନ୍‌ଘାସ ଓ ଅମିତ ପଙ୍ଗଲ ସ୍ୱର୍ଣ୍ଣ ଜିତିଥିଲେ।
  2. ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୧୦ମ ଦିନରେ ଭାରତର ମେଡାଲ ବର୍ଷା ଦେଖିବାକୁ ମିଳିଛି । ଟ୍ରିପଲ ଜମ୍ପରେ ଭାରତକୁ ଦୁଇଟି ପଦକ ମିଳଛି । ଟ୍ରିପଲ ଜମ୍ପରେ ଭାରତୀୟ ପ୍ରଥମ ଥର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ପଦକ ହାତେଇଛି । ଭାରତର ଏଲଡୋସ ପଲ ୧୭.୦୩ ମିଟର ଜମ୍ପ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ଅବଦୁଲା ଅବୁବକାର ୧୭.୦୨ ମିଟର ଜମ୍ପ କରି ରୌପ୍ୟ ପଦକ ହାସଲ କରିଛନ୍ତି ।
  3.  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଜି ଡବଲ ସ୍ବର୍ଣ୍ଣ ପଦକ ମିଳିଛି। ଉଭୟ ପୁରୁଷ ଓ ମହିଳା ବକ୍ସିଂରେ ଏହି ସଫଳତା ହସଲ କରିଛି ଭାରତ । ୪୮ କେଜି ବର୍ଗର ମହିଳା ବକ୍ସିଂରେ ନିତୁ ଘଂଘାସ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ପୁରୁଷ ୫୧ କିଗ୍ରା ବର୍ଗରେ ଅମିତ ପଙ୍ଘଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
  4. ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ହକିରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି। ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ମହିଳା ଏହି ବ୍ରୋଞ୍ଜ ପଦକ ହାସଲ କରିଛି। ପେନାଲ୍‌ଟି ସୁଟ୍ ଆଉଟରେ ନ୍ୟୁଜିଲାଣ୍ଡକୁ ହରାଇଛି ଭାରତ। ଫଳରେ ଭାରତ ୨-୧ରେ ବିଜୟୀ ହୋଇଛି । 
  5. ସମ୍ବଲପୁର ବୁର୍ଲା ଝାଙ୍କରାଣୀ ମନ୍ଦିର ସ୍ଥିତ ଜିରୋ ପଏଣ୍ଟରେ ଅଘଟଣ । ୩ ଜଣ ଏମସିଏଲ କର୍ମଚାରୀ ବୁଡ଼ିଯାଇଥିବା ଜଣାପଡ଼ିଛି। ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି ।
  6. ଆମେରିକା ନୌସେନାର ଜାହାଜ ପ୍ରଥମ ଥର ପାଇଁ ଭାରତର କୌଣସି ବନ୍ଦରେ ପହଞ୍ଚି ମରାମତି ପାଇଁ ଅଟକିଛି । ଏହା ଭାରତ ଏବଂ ଆମେରିକା ମଧ୍ୟରେ ପ୍ରତିରକ୍ଷା ବୁଝାମଣାର ଏକ ଅଂଶ । ଚେନ୍ନାଇର କଟ୍ଟୁପଲ୍ଲୀ ଶିପୟାର୍ଡରେ ରବିବାର ଆମେରିକାର ଏହି ଜାହଜ ପହଞ୍ଚିଛି ।
  7. ଗୁପ୍ତଚର ଜାହାଜ ନ ପଠାଇବା ପାଇଁ ଚୀନକୁ ଶ୍ରୀଲଙ୍କାର ନିବେଦନ ପରେ ଡ୍ରାଗନର ଯୋଜନା ପଣ୍ଡ ହୋଇଛି । ଭାରତ ପକ୍ଷରୁ ଚୀନର ଏହି ଜାହାଜକୁ ନେଇ ଆପତ୍ତି ଉଠାଯାଇଥିଲା ।
  8. ଅଗଷ୍ଟ ପ୍ରଥମ ସପ୍ତାହରେ ଏଫପିଆଇ ୧୪,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିଛନ୍ତି । ଜୁଲାଇ ମାସରେ ବିଦେଶୀ ନିବେଶକ ପ୍ରାୟ ୫,୦୦୦ କୋଟି ଟଙ୍କାର ନିବେଶ କରିଥିଲେ । ଏହିପରି ଅଗଷ୍ଟର ପ୍ରଥମ ସପ୍ତାହ ଏଫପିଆଇର ମୋଟ ନିବେଶ ଜୁଲାଇ ମାସର ପୂରା ନିବେଶରୁ ଅଧିକ ରହିଛି ।
  9.  ବରିଷ୍ଠ ବୈଜ୍ଞାନିକ ନଲ୍ଲାଥମ୍ୱି କଲାଇସେଲଭି ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ହୋଇଛନ୍ତି । ସିଏସଆଇଆର ସାରା ଦେଶରେ ୩୮ଟି ଗବେଷଣା ସଂସ୍ଥାର ଏକ ସଂଘ ଅଟେ ।
  10. ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଇସ୍ରୋ ଦ୍ଵାରା ଉତକ୍ଷେପଣ ସାଟେଲାଇଟ୍‌ରେ ଭାରତ ହାତରେ ନିରାଶ ଲାଗିଛି। ସ୍ମଲ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ SSLV-D1 ଏବେ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। କାରଣ ଏହା ପୃଥିବୀର ସର୍କୁଲାର ଅର୍ବିଟ୍ ସ୍ଥାନରେ ଅପଟିକାଲ ଅର୍ବିଟରେ ସ୍ଥାପିତ ହୋଇ ଯାଇଛି।
  11. ରେଲୱେର ପ୍ରତ୍ୟେକ କର୍ମଚାରୀ ନିଜ ଘରେ ଜାତୀୟ ପତାକା ଉଡାଇବେ । ଏଥିପାଇଁ ରେଲୱେ ନିଜର ପ୍ରତ୍ୟେକ କର୍ମଚାରୀଙ୍କୁ ଘରେ ଉଡାଇବା ପାଇଁ ତ୍ରିରଙ୍ଗା ଦେବ । ତେବେ ଏଥିପାଇଁ କର୍ମଚାରୀଙ୍କ ଦରମାରୁ ପତାକା ପିଛା ୩୮ ଟଙ୍କା କଟାଯିବ । ତେବେ ରେଲୱେର ଏହି ନିର୍ଦ୍ଦେଶକୁ ୟୁନିୟନର ନେତା ବିରୋଧ କରିଛନ୍ତି ।
  12. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସ୍‌ଇ) ପରିଚାଳିତ ଯୁକ୍ତଦୁଇ (+୨) କଳା ଓ ଧନ୍ଦାମୂଳକ ଶିକ୍ଷା ଫଳ ଆଜି ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୱେବସାଇଟ୍‌ (www.odisharesults.nic.in)କୁ ଲଗ୍‌ଇନ୍ କରି ଫଳ ଦେଖିପାରିବେ। ଏନେଇ ସିଏଚଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି । ଅପରାହ୍ଣ ୪ଟାରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ଦେଖିପାରିବେ ବୋଲି କୁହାଯାଇଛି।
  13. ନିତି ଆୟୋଗ ପରିଚାଳନା ପରିଷଦ ସପ୍ତମ ବୈଠକ​ର ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଏବଂ ବିଶ୍ୱସ୍ତରରେ ନେତୃତ୍ୱ ନେବାପାଇଁ ଆଧୁନିକ କୃଷି, ପଶୁପାଳନ ଓ ଖାଦ୍ୟ ପ୍ରକ୍ରିୟାକରଣକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।
  14. ଅବିବାହିତ ମହିଳାଙ୍କୁ ଗର୍ଭପାତ ଆଇନ (ମେଡିକାଲ ଟର୍ମିନେସନ ଅଫ ପ୍ରେଗନେନ୍ସି ଆକ୍ଟ)ରୁ ବାଦ୍ ଦିଆଯିବା ଦ୍ବାରା ସେମାନଙ୍କ ବ୍ୟକ୍ତିଗତ ସ୍ବାଧୀନତା କ୍ଷୁଣ୍ଣ ହେଉଛି। ସୁପ୍ରିମକୋର୍ଟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଓ ଜେବି ପର୍ଡିୱାଲଙ୍କୁ ନେଇ ଗଠିତ ପୀଠ ଅବିବାହିତ ମହିଳାଙ୍କୁ ଗର୍ଭପାତ ଆଇନ ପରିସରଭୁକ୍ତ କରିବା ସପକ୍ଷରେ ମତ ଦେବା ପୂର୍ବକ ଏହା କହିଛନ୍ତି। 
  15. ମଣିପୁରରେ ବିଷ୍ଣୁପୁରରେ ତିନିରୁ ଚାରି ଜଣ ଯୁବକ ଏକ ଭ୍ୟାନରେ ନିଆଁ ଲଗାଇବା ଘଟଣା ପରେ ରାଜ୍ୟରେ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଛି।  ଦେଖାଦେଇଥିଲା। ଏହାପରେ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ପାଞ୍ଚ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଛନ୍ତି।
  16. ଭାରତକୁ ପ୍ରବେଶ କରିଥିବା ପାକିସ୍ତାନୀ ନୌସେନାର ଯୁଦ୍ଧ ଜାହାଜକୁ ସୀମା ବାହାରକୁ ପଠାଇଲା ଡର୍ନିୟର ବିମାନ
  17. ତାଇୱାନକୁ ଚାରିପଟୁ ଘେରିଲା ଚୀନ୍; କ୍ଷେପଣାସ୍ତ୍ର, ଯୁଦ୍ଧ ଜାହାଜ ପରେ ସାମରିକ ଡ୍ରିଲରେ ସାମିଲ କଲା ଡ୍ରୋନ୍ସ ।
  18. ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟର ମାନ୍ୟତା ଦିଅ, ନିତି ଆୟୋଗ ବୈଠକରେ ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।
  19. ମାତୃମୃତ୍ୟୁ ହାରକୁ ରୋକିବା ପାଇଁ ସରକାରଙ୍କ ନୂଆ ପଦକ୍ଷେପ, ଏଣିକି ଗର୍ଭବତୀଙ୍କ ୩ ଥର ଅଲଟ୍ରାସାଉଣ୍ଡ ମାଗଣାରେ କରାଯିବ  ।
  20. ଟାଟା ମୋଟର୍ସର ସହାୟକ କମ୍ପାନି ଟାଟା ପାସେଞ୍ଜର ଇଲେକ୍ଟ୍ରିକ ମୋବିଲିଟି ଲିମିଟେଡ (ଟିପିଇଏମଏଲ) ଫୋର୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଏଫଆଇପିଏଲ)ର ଗୁଜରାଟସ୍ଥିତ ସନନ୍ଦ ପ୍ଲାଣ୍ଟ କିଣିବ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.