• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚଳିତ ଶିକ୍ଷା ବର୍ଷର(୨୦୨୨-୨୩) +୩ ନାମଲେଖା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । SAMS ଅଧୀନରେ ଆବେଦନକାରୀଙ୍କୁ ନାମଲେଖା ପାଇଁ ସାଧାରଣ ଆବେଦନ ଫର୍ମ (CAF) ପୂରଣ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି । ଅଗଷ୍ଟ ୧୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।  ଅଗଷ୍ଟ ୨୫ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ । ଏହାପରେ ଅଗଷ୍ଟ ୩୧ ତାରିଖରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ସେପ୍ଟେମ୍ବର ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ  ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ ।
  2. ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶିତ ହୋଇଛି। ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୨ ଲକ୍ଷ ୮ ହଜାର ୬୩୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥର ପାସ୍ ହାର ୮୨.୧୦ ପ୍ରତିଶତ ରହିଛି। ସେହିପରି ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ। ଏଥିରେ ୭୦.୩୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। 
  3. ଏସିଆ କପ୍‌ ପାଇଁ ଘୋଷଣା କରାଯାଇଛି ଭାରତୀୟ କ୍ରିକେଟ ଦଳ। ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ଆହତ ସମସ୍ୟା ପାଇଁ ଦ୍ରୁତ ବୋଲର ଜଶପ୍ରୀତ ବୁମରା ଓ ହର୍ଷଲ ପଟେଲଙ୍କୁଦଳରୁ ବାଦ୍‌ ଦିଆଯାଇଥିବା ବେଳେ ବିରାଟ କୋହଲି ଏବଂ କେଏଲ ରାହୁଲଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି।
  4. ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛି ଭାରତୀୟ ହକି ଦଳ।
  5. ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତକୁ ସ୍ୱର୍ଣ୍ଣ ବର୍ଷା ହେଉଛି। ଶେଷ ଦିନରେ କମାଲ କରିଛନ୍ତି ଭାରତୀୟ ଖେଳାଳି। ଦେଶ ପାଇଁ ଭାରତୀୟ ଖେଳାଳି ଜିତିଛନ୍ତି ୪ଟି ସ୍ୱର୍ଣ୍ଣ ପଦକ। ସେଥିରୁ କେବଳ ୩ଟି ଆସିଛି ବ୍ୟାଡ଼ମିଣ୍ଟନରୁ। ପ୍ରଥମେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିଲେ। ତାଙ୍କ ପରେ ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଲକ୍ଷ୍ୟ ସେନ୍‌।
  6. ଭାରତରେ ଚାଇନାର ମୋବାଇଲ୍ କମ୍ପାନୀଗୁଡିକ ଉପରେ ବଡ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ ଭାରତ ସରକାର ୧୨ ହଜାର ଟଙ୍କାରୁ କମ୍‌ ମୂଲ୍ୟର ଚାଇନିଜ୍‌ ଫୋନ୍‌ ଗୁଡିକୁ ବ୍ୟାନ୍‌ କରିବେ। ବ୍ଲୁମବର୍ଗର ଏକ ରିପୋର୍ଟରେ କୁହାଯାଇଛି ଯେ ଲାଭା, ମାଇକ୍ରୋମାକ୍ସ ଭଳି ଘରୋଇ କମ୍ପାନୀକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି.
  7. ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି। ମହିଳା ବ୍ଯାଡମିଣ୍ଟନ ସିଙ୍ଗିଲ୍ସ ଫାଇନାଲରେ କାନାଡାକୁ ହରାଇ ଭାରତର ପିଭି ସିନ୍ଧୁ ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କାନାଡାର ମିଚେଳ ଲିଙ୍କୁ ୨୧-୧୫ ଓ ୨୧ -୧୩ ହରାଇଛି ଭାରାତ ।
  8. ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଜେ। ଟ୍ରମ୍ପଙ୍କ ବାସଭବନରେ ଚଢ଼ାଉ କରାଯାଇଥିବାର ସୂଚନା ମିଳିଛି। ସୋମବାର ଟ୍ରମ୍ପ କହିଛନ୍ତି ଯେ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ଫ୍ଲୋରିଡାସ୍ଥିତ ତାଙ୍କ ପାମ ବିଚ୍ ଘରେ ଚଢ଼ାଉ କରିଛି।
  9. ଆମେରିକା ସଂସଦ ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଆକ୍ରମଣାତ୍ମକ ହୋଇଉଠିଛି ଚୀନ୍। ସ୍ବୟଂଶାସିତ ଦ୍ବୀପଦେଶ ଚାରିପଟେ ଏହା ସମରାଭ୍ୟାସ କରିବା ସହ ତାଇୱାନକୁ ଡରାଇବାକୁ ଚେଷ୍ଟା କରୁଛି।
  10. କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ଲାଗି ଅଷ୍ଟମ ବେତନ ଆୟୋଗ ଗଠନ କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ସରକାର ଆଜି ସ୍ପଷ୍ଟ କରିଛନ୍ତି।
  11. ୬.୨୩ କୋଟି ଟଙ୍କା ବ୍ୟୟ ସତ୍ତ୍ବେ ଗହିରମଥା ଅଭୟାରଣ୍ୟରେ ପ୍ରଭାବୀ ସାମୁଦ୍ରିକ ପାଟ୍ରୋଲିଂ ଉଦ୍ଦେଶ୍ୟ ହାସଲ ହୋଇ ପାରିନାହିଁ। ସୋମବାର ଦିନ ସଂସଦରେ ଉପସ୍ଥାପିତ ସିଏଜିଙ୍କ ଉପକୂଳ ଜୈବମଣ୍ଡଳ ସଂରକ୍ଷଣ ରିପୋର୍ଟରେ ଏହାର ଉଲ୍ଲେଖ କରାଯାଇଛି।
  12. ଅସ୍ତ୍ର ଆଇନ ମାମଲାରେ ଉତ୍ତରପ୍ରଦେଶ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଖଦି ବିଭାଗ ମନ୍ତ୍ରୀ ରାକେଶ ସଚାନ ଆଜି ସ୍ଥାନୀୟ କୋର୍ଟ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୯୯୧ ମସିହାରେ ହୋଇଥିବା ଏହି ଅସ୍ତ୍ରଶସ୍ତ୍ର ମାମଲାରେ ଅଦାଲତ ତାଙ୍କୁ ୧,୫୦୦ ଟଙ୍କା ଜରିମାନା କରିଛନ୍ତି।
  13. ମାସକ ଭିତରେ ଦେଶରେ ୫ଜି ମୋବାଇଲ୍ ସେବା ଆରମ୍ଭ ହେବ ବୋଲି ଟେଲିକମ୍ ରାଷ୍ଟ୍ରମନ୍ତ୍ରୀ ଦେବୁସିଂହ ଚୌହ୍ବାନ କହିଛନ୍ତି। ଏକ ୬ଜି ପ୍ରଯୁକ୍ତି ନବସୃଜନ ଗ୍ରୁପ୍ ମଧ୍ୟ ସ୍ଥାପନ କରାଯାଇଛି ଯାହା ସ୍ବଦେଶୀ ୬ଜି ଷ୍ଟାକ୍ ପ୍ରସ୍ତୁତ କରିବା ଦିଗରେ କାମ କରିବ ବୋଲି ସେ କହିଛନ୍ତି।
  14. ସର୍ଚ୍ଚ ଇଞ୍ଜିନ୍ ଗୁଗଲରେ ସମସ୍ୟା । ଅନେକ ୟୁଜରଙ୍କ ଫୋନ୍ ଓ କମ୍ପ୍ୟୁଟରରେ ଗୁଗଲ କାମ କରୁନି । ଡାଉନଡିଟେକ୍ଟର.କମ୍ ଓ୍ୱେବସାଇଟ୍ ଅନୁସାରେ, ସାରା ବିଶ୍ୱର ହଜାର ହଜାର ୟୁଜରଙ୍କ ଗୁଗଲରେ ସମସ୍ୟା ଦେଖାଦେଇଛି । ୪୦ ହଜାରରୁ ଅଧିକ ଲୋକେ ଏନେଇ ଅଭିଯୋଗ କରିଛନ୍ତି ।
  15. ଅଗଷ୍ଟ ୧୨, ୧୩ ଏବଂ ୧୪ ତାରିଖରେ ହେବାକୁ ଥିବା ପ୍ରସ୍ତାବିତ ୟୁଜିସି ନେଟ୍ ପରୀକ୍ଷା ସ୍ଥଗିତ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅଧ୍ୟକ୍ଷ ଏନ ଜଗଦୀଶ କୁମାର ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଦ୍ୱିତୀୟ ଫେଜର ୟୁଜିସି ନେଟ ପରୀକ୍ଷା ୨୦୨୨ ଏବେ ସେପ୍ଟେମ୍ୱର ୨୦ରୁ ୩୦ ଯାଏଁ ଆୟୋଜିତ ହେବ ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.