• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ ତିନି ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟ ଘଟଣା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।  ଦେଶରେ ବନ୍ୟା ଯୋଗୁଁ ପ୍ରାୟ ୬ ହଜାର ଲୋକଙ୍କ ଜୀବନ ଜୀବ ସହ ବନ୍ୟାରେ ପ୍ରାୟ ୫୯,୦୦୦ କୋଟି ଟଙ୍କାର କ୍ଷତି ହୋଇଛି ।
  2. ଲୋକପ୍ରିୟ ବଙ୍ଗୀୟ ତଥା ଓଡିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୧ ବର୍ଷ ବୟସରେ ପରଲୋକ ଘଟିଛି।
  3. ସାଧାରଣ ଅଭିଯୋଗ ସମାଧାନର ସମୟସୀମା ୪୫ ଦିନରୁ ୩୦ ଦିନକୁ ହ୍ରାସ କରାଯାଇଛି ବୋଲି ସାଧାରଣ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂହ ଆଜି କହିଛନ୍ତି।
  4. ଆଲ୍ଲାହାବାଦ ହାଇକୋର୍ଟ ଶନିବାର ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି ଯେ କୋଭିଡ୍‌-୧୯ ରୋଗରେ ପୀଡ଼ିତ ବ୍ୟକ୍ତିର ଯଦି ମୃତ୍ୟୁ ହୋଇଥାଏ ତେବେ ତାକୁ କୋଭିଡ୍ ମୃତ୍ୟ ବୋଲି ଧରାଯିବ, ମୃତ୍ୟୁର କାରଣ ଅନ୍ୟ ଯାହା ବି ହେଉ ନା କାହିଁକି।
  5. ତାମିଲନାଡ଼ୁ କ୍ୟାଡରର ୧୯୮୮ ବ୍ୟାଚ୍ ଆଇପିଏସ୍ ଅଫିସର ସଞ୍ଜୟ ଆରୋରାଙ୍କୁ ଦିଲ୍ଲୀର ପୁଲିସ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ସେ ଗୁଜରାଟ କ୍ୟାଡର ଆଇପିଏସ୍ ଅଫିସର ରାକେଶ ଆସ୍ଥାନାଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିବେ।
  6. ଦିଲ୍ଲୀ ସରକାରଙ୍କ ବିଭାଗୀୟ ମୁଖ୍ୟ ଅଧିକାରୀମାନଙ୍କ ଏକ ବୈଠକ ଡାକି ୨୦୧୬ ମସିହାରୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବିଚାର ପାଇଁ ପଡ଼ି ରହିଥିବା ଫାଇଲ ସମେତ ଅନ୍ୟାନ୍ୟ ଫାଇଲ୍‌ ଉପରେ ନିଷ୍ପତ୍ତି ନେବାକୁ ସେ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଯୁକ୍ତି ପାଇବାର ଦୁଇ ମାସ ମଧ୍ୟରେ ସାକ୍‌ସେନା ୨୧ ଜଣ ଅଧିକାରୀ ଓ ଜଣେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
  7. ପଶ୍ଚିମବଙ୍ଗରେ ବିପୁଳ ପରିମାଣର ନଗଦ ଟଙ୍କା ସହ ଧରାପଡ଼ିଥିବା ଝାଡଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ଶନିବାର ଦିନ ଗାଡ଼ିରେ ବିପୁଳ ପରିମାଣର ନଗଦ ଟଙ୍କା ନେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ପୁଲିସ ହାତରେ ଧରାପଡ଼ିଥିବା ୩ଜଣ ବିଧାୟକ।
  8. ଅଗଷ୍ଟ ୨ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗ ପତାକାକୁ ସାମାଜିକ ଗଣମାଧ୍ୟମ ‘ଡିସ୍‌ପ୍ଲେ ପିକ୍‌ଚର୍‌’ କରନ୍ତୁ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ର ୯୧ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତି।
  9. ୱେଷ୍ଟ୍‌ଇଣ୍ଡିଜ୍‌ର ପୂର୍ବତନ ଓପ୍‌ନର ଲେଣ୍ଡଲ ସିମନ୍ସ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ତାଙ୍କ ପୂର୍ବତନ ସାଥୀ ଦୀନେଶ ରାମଦିନ ଅବସର ଘୋଷଣା କରିବା ଦିନ ହିଁ ସିମନ୍ସ ଅବସର ନେଇଯାଇଛନ୍ତି।
  10. ବୃହତ୍ ବିଜୟରୁ ଭାରତୀୟ ପୁରୁଷ ହକି ଦଳ ତା’ର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ରବିବାର ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଦୁର୍ବଳ ଘାନାକୁ ୧୧-୦ ଗୋଲ୍‌ରେ ଏକତରଫା ଭାବେ ପରାସ୍ତ କରିଛି।
  11. କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରି ସାରିଥିବା ବିଜେତା ଭାରତୀୟ ମିଶ୍ରିତ ବ୍ୟାଡ୍‌ମିଣ୍ଟନ୍‌ ଦଳ ତା’ର‌ ଶେଷ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୪-୧ରେ ପରାସ୍ତ କରିଛି।
  12.  ଚଳିତ ୪୪ତମ ଚେସ୍‌ ଅଲିମ୍ପିଆଡ୍‌ରେ ଭାରତ ପୁଣି ଥରେ କମାଲ କରିଛି। ରବିବାର ତୃତୀୟ ରାଉଣ୍ଡରେ ବି ଭାରତର ୬ (୩ ଓପନ୍‌ ଓ ୩ ମହିଳା) ଯାକ ଦଳ ବିଜୟୀ ହୋଇଛନ୍ତି। ଓପନ୍‌ ବର୍ଗରେ ଭାରତର ବି’ ଦଳ ୪-୦ରେ ସ୍ବିଜରଲାଣ୍ଡକୁ ମୂଳପୋଛ କରିଥିଲା।
  13. ଭାରତ ଚଳିତ ୨୦ ବର୍ଷରୁ କମ୍‌ ସାଫ୍‌ ପ୍ରତିଯୋଗିତାରେ ବଡ଼ ବିଜୟ ପାଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ରବିବାରର ଦ୍ବିତୀୟ ମ୍ୟାଚ୍‌ରେ ଘରୋଇ ଦଳ ୮-୦ ଗୋଲ୍‌ରେ ନେପାଳକୁ ପରାସ୍ତ କରିଛି।
  14. ବିନ୍ଦ୍ୟାରାଣୀ ଦେବୀ  ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ୫୫ କିଲୋଗ୍ରାମ ଭାରୋତ୍ତୋଳନରେ ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଥିଲେ।
  15. ଓଡିଶା କ୍ରିକେଟ ଆସୋସିଏସନ୍ ଦ୍ବାରା ଆୟୋଜିତ ହେବାକୁ ଥିବା ‘ବାଇଜୁ ଓଡିଶା ମହିଳା କ୍ରିକେଟ ଟ୍ବେଣ୍ଟି ଟ୍ବେଣ୍ଟି ଲିଗ୍ ୨୦୨୨ରେ ୨ଜଣ ଜୟପୁରରୁ ମନୋନୀତ ହୋଇଥିବା ସୂଚନା ମିଳିଛି।
  16. ୭୧ ବର୍ଷ ବୟସ୍କ ଅବଦୁଲ ଗଫର  ପ୍ରାୟ ୬୦ ବର୍ଷ ଧରି ଜାତୀୟ ପତାକା ତିଆରି କରିଆସୁଛନ୍ତି । ଏବେ ଦିନକୁ ୧.୫ ଲକ୍ଷ ଜାତୀୟ ପତାକା ତିଆରି କରି ଗଫର ଏକ ନୂଆ ରେକର୍ଡ ସ୍ଥାପନ କରିବା ସହିତ ନିଜର ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି।
  17. ଅନୁମତି ମିଳିବା ପରେ ଭୁବନେଶ୍ୱର ଆରଏମଆରସିରେ ମଙ୍କିପକ୍ସ ପରୀକ୍ଷା କରାଯିବ ବୋଲି ଆରଏମଆରସି ନିର୍ଦେଶିକା ଡା. ସଂଘମିତ୍ରା ପତି ସୂଚନା ଦେଇଛନ୍ତି।
  18. ସୋମବାର ଠାରୁ ଅନଲାଇନରେ ପଞ୍ଜୀକରଣ ଆରମ୍ଭ ହେବ। ଆଗ୍ରହୀ ବିଦ୍ୟାର୍ଥୀ ୱେବସାଇଟ (www.ojee.nic.in)କୁ ଲଗଇନ କରି ନାମ ପଞ୍ଜୀକରଣ କରିପାରିବେ। ଫର୍ମ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୭ ରାତି ୧୧ଟା ପର୍ଯ୍ୟନ୍ତ ରହିଛି। ଏ ସଂକ୍ରାନ୍ତରେ ଓଜେଇଇ ପକ୍ଷ୍ୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
  19. ପଶ୍ଚିମବଙ୍ଗର କୁଚବିହାର ଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଜଲପେଶକୁ ଯାଉଥିବା କାଉଡ଼ିଆଙ୍କ ମଧ୍ୟରୁ ୧୦ ଜଣ କାଉଡ଼ିଆଙ୍କର ମୃତ୍ୟୁ ହୋଇଛି।
  20. ରାଜ୍ୟରେ କୃଷକମାନେ ଫସଲ ବୀମା ଦେୟ ପାଇବାକୁ ଅପେକ୍ଷା କରିଛନ୍ତି । ବିଶେଷ ସୂତ୍ରରୁ ପ୍ରକାଶ ଯେ ରାଜ୍ୟର ୧୪.୨୭ ଲକ୍ଷ କୃଷକ ବୀମା ଦେୟ ପାଇବାକୁ ଅପେକ୍ଷା କରିଛନ୍ତି । ୨୦୨୧ ମସିହା ଖରିଫ ଋତୁରେ ଫସଲ ନଷ୍ଟ ହୋଇଥିବା ଦାବି କରିଥିଲେ କୃଷକ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.