• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ଏବେ ଆଗରେ ଅଛନ୍ତି ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ୍। ସୋମବାର ଭୋଟିଂ ଆରମ୍ଭ ହୋଇଥିବା ବେଳେ ଟ୍ରସ୍‌ଙ୍କୁ କ୍ୟାବିନେଟ୍‌ର ସମର୍ଥନ ମିଳିଛି ଯାହା ତାଙ୍କ ପାଇଁ ଆଉ ଏକ ବଡ଼ ସଫଳତା।
  2. ଆଫଗାନିସ୍ତାନରେ ଆମେରିକାର ଡ୍ରୋନ ଆକ୍ରମଣରେ ଅଲକାଏଦା ନେତା ଆୟମାନ ଅଲ ଜୱାହିରି ନିହତ ହୋଇଛନ୍ତି। ଆମେରିକାରେ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସିର ଅଧିକାରୀମାନେ ସୋମବାର ଏ ସଂକ୍ରାନ୍ତରେ ଗଣମାଧ୍ୟମ ସଂସ୍ଥା ରଏଟରକୁ କହିଛନ୍ତି।
  3. ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଦେଶରେ ୫ଜି ମୋବାଇଲ୍‌ ସେବା ଆରମ୍ଭ ହେବାର ସମ୍ଭାବନା ରହିଛି। ୫ଜି ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟା ଆଜି ଶେଷ ହେବା ପରେ ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଏହା କହିଛନ୍ତି।
  4. ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୋମବାର ପୁରୁଷ ହକି ବିଭାଗ ପୁଲ୍‌ ବି’​ରେ‌ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୪-୪ ଗୋଲ୍‌ରେ ଡ୍ର ରହିଛି।
  5. ମୁକେଶ ଅମ୍ଵାନୀ କିଣିଲେ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ, ଦେଶର କୋଣ ଅନୁକୋଣକୁ ପହଞ୍ଚାଇବେ ୫ଜି ନେଟଓ୍ଵର୍କ ।
  6. ଲୋକସଭାରୁ ନିଲମ୍ବିତ ହୋଇଥିବା ୪ କଂଗ୍ରେସ ସାଂସଦଙ୍କ ନିଲମ୍ବନ ଆଜି ପ୍ରତ୍ୟାହାର କରାଯାଇଛି।
  7. ପଶ୍ଚିମବଙ୍ଗରେ ନଗଦ ଟଙ୍କା ସହ କଂଗ୍ରେସ ବିଧାୟକ ଗିରଫ ଘଟଣା: ଝାଡଖଣ୍ଡରେ ସରକାର ଭାଙ୍ଗିବାକୁ ପ୍ରୟାସ ହୋଇଥିବା କହିଲା କଂଗ୍ରେସ ।
  8. ଭୋଟର ତାଲିକାରେ ଆଧାର ସଂଯୋଗୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ।
  9. ଗୁଜରାଟୀ, ରାଜସ୍ଥାନ ବାସିନ୍ଦାଙ୍କୁ ହଟାଗଲେ ମୁମ୍ବାଇ ଆର୍ଥିକ ରାଜଧାନୀ ମାନ୍ୟତା ହରାଇବ; ଏଭଳି କହିଥିବାରୁ କ୍ଷମା ମାଗିଲେ ମହାରାଷ୍ଟ୍ର ରାଜ୍ୟପାଳ ।
  10. ପଶ୍ଚିମବଙ୍ଗରେ ୭ନୂତନ ଜିଲା ଗଠନ ହେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଘୋଷଣା କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଜିଲା ସଂଖ୍ୟା ୩୦ରେ ପହଞ୍ଚିବ।  
  11. ନବନିଯୁକ୍ତ ୬ ହଜାର ୮୯୧ ଶିକ୍ଷକଙ୍କୁ ନେଇ କଳିଙ୍ଗ ଷ୍ଟାଡିୟମରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ ନବୀନ ଦେଲେ ଗୁରୁମନ୍ତ୍ର ।
  12. ପୁରୀ ଜିଲ୍ଲାର ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ର ସନ୍ଧାନ ମିଳିବାପରେ ଖୁବ୍‌ଶୀଘ୍ର ଖନନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ତା’ ପୂର୍ବରୁ ୩୭ ଜମି ମାଲିକଙ୍କୁ ସୋମବାର ଦିନ ୧୦ କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।
  13. ସରକାର ଚାହିଁଲେ ଟ୍ରିବୁନାଲ ଉଚ୍ଛେଦ କରିପାରିବେ। ଏହାକୁ ଉଚ୍ଛେଦ କ୍ଷେତ୍ରରେ କୌଣସି ସାମ୍ବିଧାନିକ ବାଧକତା ନାହିଁ। ଟ୍ରିବୁନାଲରେ ଶୁଣାଣି ହେଉଥିବା ସମସ୍ତ ମାମଲାର ବିଚାର ବି ହାଇକୋର୍ଟଙ୍କ ଶୁଣାଣି ପରିସରଭୁକ୍ତ। ଓଡ଼ିଶା ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍) ଉଚ୍ଛେଦ ସଂପର୍କିତ ମାମଲାର ଶୁଣାଣି ବେ‌ଳେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ମନ୍ତବ୍ୟ ରଖିଛନ୍ତି।
  14. ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ସତ୍ୟେନ୍ଦ୍ର ପ୍ରକାଶ ସୋମବାର ଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ପ୍ରକାଶ ଭାରତୀୟ ସୂଚନା ସେବାର ୧୯୮୮ ବ୍ୟାଚ୍‌ର ଅଧିକାରୀ। ଏଥିପୂର୍ବରୁ ସେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର (ସିବିସି) ପ୍ରମୁଖ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।
  15. ୟୁକ୍ରେନର ବଡ ବ୍ୟବସାୟୀଙ୍କ ମଧ୍ୟରୁ ଜଣେ ଓଲେସ୍କି ବଡାତୁର୍ସ୍କିଙ୍କ ଘରେ ରୁଷ ବୋମା ମାଡ କରିଛି । ଓଲେସ୍କିଙ୍କ ଘର ଉପରେ ରୁଷ ଏକ ମିଶାଇଲ ମାଡ କରିଛି, ଏଥରେ ବଡାତୁର୍ସ୍କି ଏବଂ ତାଙ୍କ ପତ୍ନୀ ଉଭୟଙ୍କ ମୃତ୍ୟୁ ହୋଇଛି ।
  16. ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା(ପିଏମୟୁୱାଇ)ର ୪.୧୩ କୋଟି ହିତାଧିକାରୀ ଥରେ ବି ସିଲିଣ୍ଡର ରିଫିଲ କରିନାହାନ୍ତି। ସେହିପରି ୭.୬୭ କୋଟି ହିତାଧିକାରୀ ଥରେ ଲେଖାଏଁ ସେମାନଙ୍କ ସିଲିଣ୍ଡର ରିଫିଲ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଜବାବରେ ଏହି ଉତ୍ତର ରଖିଛନ୍ତି।
  17. ୟୁରୋପରେ ଜାରି ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ନିଜ ଅଫିସର ସମସ୍ତ କର୍ମଚାରୀଙ୍କୁ ଟାଇ ନପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ଗରମ ବଞ୍ଚିବା ପାଇଁ ସେ ଏହି ପରାମର୍ଶ ଦେଇଛନ୍ତି। କର୍ମଚାରୀଙ୍କୁ ଟାଇ-ଫ୍ରି ସଂସ୍କୃତି ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
  18. ତେଲଗୁଦେଶମ ପାର୍ଟି (ଟିଡିପି) ସଂସ୍ଥାପକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଟି.ରାମା ରାଓଙ୍କ ଝିଅ ଉମା ମାହେଶ୍ୱରୀ ତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ଗଳାରେ ରଶି ଲଗାଇ ଝୁଲୁଥିବା ଅବସ୍ଥାରେ ମିଳିଛନ୍ତି। ପୋଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ନିମନ୍ତେ ପଠାଇଛି।
  19. ବିଜେପି ଶାସନକୁ ଦେଶରେ ଇଂରେଜ ଶାସନ ସହ ତୁଳନା କରି ଏନସିପି ନେତା ଶରଦ ପାୱାର ଧୂଲେରେ ଏହା କହିଛନ୍ତି। ସେ କହିଛନ୍ତି ଯେ କ୍ଷମତାର ଅହଂକାର ସାଧାରଣ ଜନତାଙ୍କ ଆଗରେ କିଛି ନୁହେଁ। ଯଦି ଜନତା ଏକଜୁଟ ହୋଇଯିବେ ତେବେ ବିଜେପିକୁ ଦିନ ଗଣିବାକୁ ପଡିଯାଇପାରେ।
  20. ପେସାଦାର ଖୋଖୋ ଲିଗ୍ ‘ଅଲିଟିମେଟ୍ ଖୋଖୋ’ରେ ଭାଗନେବାକୁ ଯାଉଥିବା ଓଡ଼ିଶା ଭିତ୍ତିକ ଦଳ ‘ଓଡ଼ିଶା ଜଗରନଟ୍ସ’ର ଜର୍ସି ଉନ୍ମୋଚନ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ହୋଇଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.