• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1.  ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଦୁଇ ପଦକ। ପୁରୁଷ ଟେବୁଲ ଟେନିସ ଟିମ୍‌ ସିଙ୍ଗାପୁରକୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୯୬ କିଲୋ ଭାରତ୍ତୋଳନରେ ବିକାଶ ଠାକୁରଙ୍କୁ ରୌପ୍ୟ ପଦକ ମିଳିଛି । ଏହା ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଏଥିରେ ୫ ସ୍ୱର୍ଣ୍ଣ, ୪ ଟି ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ରହିଛି।
  2. ବିଶାଖାପାଟଣା ନିକଟରେ ଥିବା ଏକ ପୋଷାକ ଉତ୍ପାଦନ କାରଖାନାରେ ବଡ଼ ଧରଣର ଅଘଟଣ ଘଟିଛି । କାରଖାନାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା କାରଣରୁ ଶତାଧିକ କର୍ମଚାରୀ ଅସୁସ୍ଥ ହୋଇଛନ୍ତି । 
  3. ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ ଟେନିସରେ ଭାରତକୁ ସ୍ବର୍ଣ୍ଣପଦକ। ସିଙ୍ଗାପୁରକୁ ୩-୧ରେ ହରାଇ ସ୍ବର୍ଣ୍ଣ ଜିତିଲେ ଭାରତୀୟ ଟିଟି ଦଳ।
  4. ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୁତୀ ଚାନ୍ଦ ତାଙ୍କର ପ୍ରଶଂସକମାନଙ୍କୁ ନିରାଶ କରିଛନ୍ତି । ସେ ୧୦୦ ମିଟର ଦୌଡରେ ସେମିଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି । 
  5. ଦେଶରେ ମହିଳାଙ୍କ ଉପରେ ଆକ୍ରମଣ ଆଖିଦୃଶିଆ ଭାବେ ହ୍ରାସ ପାଇନଥିବା ଜଣାପଡିଛି। ଲୋକସଭାରେ ଏ ନେଇ ସୂଚନା ଦେଇଛନ୍ତି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରା ସେ ଏକ ଲିଖିତ ଉତ୍ତରରେ କହିଛନ୍ତି, ୨୦୧୮ରୁ ୨୦୨୨ ମଧ୍ୟରେ ଦେଶରେ ମହିଳାମାନଙ୍କ ଉପରେ ୩୮୬ଟି ଏସିଡ୍‍ ଫିଙ୍ଗା ମାମଲା ଋଜୁ ହୋଇଛି।
  6. ଗତ ଜୁଲାଇ ମାସରେ ୟୁପିଆଇ ମାଧ୍ୟମରେ ୬ ଶହ କୋଟି ଟଙ୍କାର କାରବାର ହୋଇଛି। ଏ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୦୧୬ ପରଠାରୁ ଏହା ସର୍ବାଧିକ ବୋଲି ଜଣାପଡ଼ିଛି।
  7. ବହୁଚର୍ଚ୍ଚିତ କାଷ୍ଟିଂ କାଉଚ୍ ମାମଲାରେ ଓଲିଉଡ଼ ଅଭିନେତା ତତ୍ତ୍ବପ୍ରକାଶ ଶତପଥୀ ଓରଫ୍‌ ପପୁ ପମ୍‌ପମ୍‌ ନିର୍ଦୋଷରେ ଖଲାସ ହୋଇଛନ୍ତି। ପପୁ ଓ ତାଙ୍କ ସହଯୋଗୀ ଗିଟୁ ନିର୍ଦୋଷରେ ଖଲାସ ହୋଇଛନ୍ତି। ଉଭୟଙ୍କୁ ମଙ୍ଗଳବାର କ୍ଲିନ୍‌ଚିଟ୍‌ ପ୍ରଦାନ କରିଛନ୍ତି ସ୍ବତନ୍ତ୍ର ପକ୍ସୋ କୋର୍ଟ।
  8. ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ସରକାରୀ କର୍ମଚାରୀମାନେ ୩୧ ପ୍ରତିଶତ ପ୍ରିୟତା ଭତ୍ତା ପାଉଛନ୍ତି । ହେଲେ ବର୍ତ୍ତମାନ ୩୪ ପ୍ରତିଶତ ପ୍ରିୟତା ଭତ୍ତା ଦେବାକୁ ନିଷ୍ପତ୍ତି ନିଆଯାଇଛି ।
  9. ତାଇୱାନରେ ଆମେରିକାର ବାଚସ୍ପତି ନାନସି ପେଲୋସି ପହଞ୍ଚିବା ପରେ ବିଳଚିତ ହୋଇପଡିଛି ଚାଇନା। ଚୀନର ବିରୋଧ ସତ୍ତ୍ୱେ ତାଇୱାନର ରାଜଧାନୀ ତାଇପେରେ ପହଞ୍ଚିଛନ୍ତି ଆମେରିକୀୟ ସଂସଦର ବାଚସ୍ପତି ନାନସି ପେଲୋସି।
  10. ମ୍ୟାଡମ ପ୍ରେସିଡେଣ୍ଟ: ଏ ବାୟୋଗ୍ରାଫି ଅଫ ଦ୍ରୌପଦୀ ମୁର୍ମୁ’ ପୁସ୍ତକ ଭାରତର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କ ଜୀବନ ପାଇଁ ଏକ ଝରକା ଖୋଲିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରକାଶ ପାଇବ ବୋଲି ଘୋଷଣା କରିଛି ପ୍ରକାଶନୀ ସଂସ୍ଥା ପେଙ୍ଗୁଇନ୍‌। ଏଥିରେ ଭାରତର ୧୫ତମ ରାଷ୍ଟ୍ରପତିଙ୍କ ବାଲ୍ୟଜୀବନ, ସଂଘର୍ଷ, ରାଜନୈତିକ ଜୀବନ ଏବଂ କାଉନସିଲରରୁ ରାଷ୍ଟ୍ରପତି ପର୍ୟ୍ୟନ୍ତ ଯାତ୍ରା ସବୁ ଉଲ୍ଲେଖ ରହିବ।ଏହି ଜୀବନୀ ଗ୍ରନ୍ଥ ପୁସ୍ତକର ଲେଖକ ସନ୍ଦୀପ ସାହୁ କୁହନ୍ତି, ‘ପେଙ୍ଗୁଇନ ଇଣ୍ଡିଆ ଏ ନେଇ ମୋ ସହ ଯୋଗାଯୋଗ କରିଥିଲେ।
  11. ୧୦୬ ଜଣ ଜୁନିଅର ଇଞ୍ଜିନିୟର୍ (ମେକାନିକାଲ୍) ଆଜି ଜଳ ସମ୍ପଦ ବିଭାଗରେ ଯୋଗ ଦେଇଛନ୍ତି । ସମସ୍ତଙ୍କୁ ରାଜ୍ୟ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି । ଏନେଇ ଆୟୋଜିତ ଏକ ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତିପତ୍ର ଦେବା ସହ ନବ ନିଯୁକ୍ତ କର୍ମଚାରୀମାନଙ୍କୁ ସ୍ୱାଗତ କରିଛନ୍ତି । 
  12. ଏସିଆ କପ୍ ୨୦୨୨ କାର୍ଯ୍ୟସୂଚୀ ଜାରି ହୋଇଛି । ବିସିସିଆଇ ସଚିବ ତଥା ଏସୀୟ କ୍ରିକେଟ୍ ପରିଷଦର ସଭାପତି ଜୟ ଶାହା ସୋସିଆଲ ମିଡିଆରେ ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କରିଛନ୍ତି। ଚଳିତ ମାସ ଶେଷ ଅର୍ଥାତ ଅଗଷ୍ଟ ୨୭ ରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ତା’ର ଅଭିଯାନ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ ।
  13. କେରଳରୁ ଆଉ ଏକ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩୦ବର୍ଷିୟ ସଂକ୍ରମିତଙ୍କୁ ମାଲାପୁରମରେ ଚିକିତ୍ସା କରାଯାଉଛି। ଆକ୍ରାନ୍ତ ଯୁବକ ଜଣକ କେରଳର ମଲ୍ଲପୁରମ୍‌ ଅଞ୍ଚଳର।
  14. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ଆଜି ଦିଲ୍ଲୀ ଯିବେ ଓଡ଼ିଶା ବିଧାୟକ।  ଦିନ ୧ଟା ୫୦ ମିନଟରେ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ବାହାରିବେ ୨୬ ଜଣିଆ ବିଧାୟକ ଟିମ୍ ।
  15. ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଅଧୀନରେ ଏବେ ମୁଖ୍ୟତଃ ୪ଟି ସ୍ଲାବ୍‌ରେ ଟିକସ ଆଦାୟ ହେଉଛି। ସେଗୁଡ଼ିକ ହେଲା ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ।
  16. କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଦେଶରେ ୮୦ ପ୍ରତିଶତରୁ ଅଧିକ ଲୋକ ଭୂତଳ ଜଳ ପିଉଛନ୍ତି। ‌ଯଦି ଭୂତଳଜଳରେ ଧାତୁର ପରିମାଣ ନିର୍ଦ୍ଧାରିତ ମାନକଠାରୁ ଅଧିକ ରହୁଛି ତେବେ ଏହାର ଅର୍ଥ ହେଉଛି ୮୦ ପ୍ରତିଶତ ଲୋକ ଦୂଷିତ ଜଳ ପିଉଛନ୍ତି।
  17. ଏମ୍‌ଏସ୍‌ଏମ୍‌ଇ (ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ) ମନ୍ତ୍ରଣାଳୟ ଆଜି ଏହାର ଉଦ୍ୟମ ପୋର୍ଟାଲରେ ୧ କୋଟି ପଞ୍ଜୀକରଣର ମାଇଲଖୁଣ୍ଟ ଅତିକ୍ରମ କରିଛି। ୨୦୨୦ ଜୁଲାଇ ପହିଲାରେ ଏହି ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା।
  18. ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧିକୁ କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯେୱାଲା ଓ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମଇତ୍ର ଓ ସାକେତ ଗୋଖ‌ଲେ ପ୍ରମୁଖ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ କୋର୍ଟ ଏହା ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି।
  19. ଦେଶରେ ଜନଗଣନା କାର୍ଯ୍ୟକ୍ରମକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର। ଦେଶରେ ଜନଗଣନାକୁ ସମକାଳୀନ ତାଲିକାକୁ ଆଣିବା ଏବଂ ରାଜ୍ୟ ସରକାରମାନଙ୍କୁ ଜନଗଣନା କରିବାକୁ ଅନୁମତି ଦେବା ପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକସଭାରେ କହିଛନ୍ତି।
  20. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏନ୍‌ଏମ୍‌ଏ(ନ୍ୟାସନାଲ୍‌ ମନୁମେଣ୍ଟ୍‌ ଅଥରିଟି)କୁ ଅନୁମତି ମାଗିଛି। ଗତ ଜୁଲାଇ ୧୫ ତାରିଖ(ଚିଠି ସଂଖ୍ୟା-୩୯୪୮/୨୫.୭.୨୦୨୨) ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏନ୍‌ଏମ୍‌ଏ ସଦସ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.