• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୨-୨୩ ଚିନି ଋତୁ (ଅକ୍ଟୋବର-ସେପ୍ଟେମ୍ବର) ପାଇଁ ଆଖୁର ଉଚିତ୍‌ ଏବଂ ଲାଭକାରୀ ମୂଲ୍ୟ (ଏଫ୍‌ଆର୍‌ପି)କୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ୧୦.୨୫%ର ମୂଳ ଅସୁଲୀ ଦର ପାଇଁ ଏହି ମୂଲ୍ୟକୁ କୁଇଣ୍ଟାଲ ପ୍ରତି ୩୦୫ ଟଙ୍କା ନିର୍ଦ୍ଧାରଣ କରାଯାଇଛି ।
  2. ରାଜ୍ୟସଭାରେ ବୁଧବାର ଦିନ ଜାତୀୟ ଆଣ୍ଟି-ଡୋପିଂ ବିଲ୍‌, ୨୦୨୨ ପାସ୍ ହୋଇଛି ।
  3. ତାଇୱାନକୁ ନେଇ ଦୁଇ ମହାଶକ୍ତି ଚୀନ୍‌ ଓ ଆମେରିକା ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ତାଇୱାନର ସ୍ବାଧୀନତା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେରିକା ବଦ୍ଧପରିକର ବୋଲି ଆଜି ପୁଣି ଘୋଷଣା କରିବା ପରେ ଦକ୍ଷିଣ ଚୀନ୍‌ ସାଗରରେ ଯୁଦ୍ଧ ଆଶଙ୍କା ବଢ଼ିଯାଇଛି।
  4. ମମତାଙ୍କ ମନ୍ତ୍ରିମଣ୍ଡଳ‌ରେ ୯ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ସାମିଲ ହୋଇଥିବା ନୂଆ ମନ୍ତ୍ରୀମାନେ ହେଉଛନ୍ତି ବାବୁଲ ସୁପ୍ରିୟ, ସ୍ନେହାଶିଷ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ, ଉଦୟନ ଗୁହା, ପ୍ରଦୀପ ମଜୁମଦାର, ତାଜମୁଲ ହୋସେନ, ସତ୍ୟଜିତ ବର୍ମଣ, ବୀରବହ ହାଂସଦା ଏବଂ ବିପ୍ଳବ ରାୟ ଚୌଧୁରୀ।
  5. ଗତ ତିନିବର୍ଷରେ ଏବଂ ଚଳିତବର୍ଷ ୨୦୧୯-୨୦ରୁ ୨୦୨୨-୨୩ (ଜୁନ୍ ୩୦ ପର୍ଯ୍ୟନ୍ତ) ସମୟ ମଧ୍ୟରେ ସମୁଦାୟ ୩୧,୦୯୪ ବୁଣାକାରଙ୍କୁ ଦେଶରେ ତନ୍ତ ଏବଂ ସହାୟକ ଉପକରଣ ଯୋଗାଇ ଦିଆଯାଇଛି। ଓଡିଶାକୁ ଗତ ତିନିବର୍ଷ ଏବଂ ଚଳିତ ବର୍ଷର ଜୁନ୍ ଶେଷ ସୁଦ୍ଧା ଜାତୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୧୦୦୯.୮୩ ଲକ୍ଷ ଟଙ୍କାର ବିତ୍ତୀୟ ସହାୟତା ପ୍ରଦାନ କରାଯାଇଛି।
  6. ଭାରତୀୟ ରେଳ ଜୁଲାଇ ମାସରେ ୧୨୨.୧୪ ମେଟ୍ରିକ୍ ଟନ୍ ମାଲ୍ ପରିବହନ କରି ରେକର୍ଡ କରିଛି। ଜୁଲାଇ ମାସରେ ବର୍ଦ୍ଧିତ ମାଲ୍ ପରିବହନ ୯.୩ ମେଟ୍ରିକ୍ ଟନ୍ ରହିଛି।
  7. କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ, ସାଧାରଣ ବଂଟନ ଓ ବୟନ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଭାରତରେ ଅଦ୍ୟାବଧି ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମାନ୍ୟତା ମିଳିଛି।
  8. କେନ୍ଦ୍ର ସରକାର ଆଜି ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌, ୨୦୧୯ ପ୍ରତ୍ୟାହାର କରିନେଇଛନ୍ତି। ଏହି ବିଲ୍‌ ୨୦୧୯ରେ ଆଗତ ହୋଇଥିଲା। କିନ୍ତୁ ବିରୋଧୀ ଦଳଗୁଡ଼ିକ ଏହି ବିଲ୍‌କୁ ବିରୋଧ କରିଥିଲେ। ଏହା ନାଗରିକଙ୍କ ମୌଳିକ ଅଧିକାର ଉଲ୍ଲଂଘନ କରୁଛି ବୋଲି ବିରୋଧୀ ଦଳ ଗୁଡ଼ିକ ଦାବି କରିଥିଲେ।
  9. ଦେଶର ସୁରକ୍ଷା ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଥିବା ୩୪୮ ଆପ୍‌ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି। ଏହିସବୁ ଆପ୍ ଚୀନ ଏବଂ ଅନ୍ୟ ଦେଶ ଦ୍ଵାରା ବିକଶିତ କରାଯାଇଛି। ଏହି ସବୁ ଆପ୍ ଜରିଆରେ ସୂଚନା ଏକତ୍ର କରାଯାଇ ଦେଶ ବାହାରେ ଥିବା ସର୍ଭରକୁ ପଠାଯାଉଥିଲା।
  10. କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ଗତ ଦୁଇ ବର୍ଷରେ ୮୧ ଜଣ ଚୀନ ନାଗରିକଙ୍କୁ ଭାରତ ଛାଡିବା ପାଇଁ ନୋଟିସ ଜାରି କରାଯାଇଛି । ଚୀନର ଅନ୍ୟ ୧୧୭ ଜଣ ନାଗରିକଙ୍କୁ ୨୦୧୯ ଏବଂ ୨୦୨୧ରେ ମଧ୍ୟରେ ଭିସା ସର୍ତ୍ତ ଏବଂ ଅନ୍ୟ ବେଆଇନ କାମ ପାଇଁ ଡିପୋର୍ଟ କରାଯାଇଛି ।
  11. ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ମିଳିଛି। ଏଥିସହ ତାଙ୍କୁ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ  ମିଳିଛି। କେନ୍ଦ୍ରୀୟ ଡେପୁଟେସରୁ ଅରବିନ୍ଦ ପାଢୀ ଫେରିଛନ୍ତି। ତାଙ୍କୁ କୃଷି ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ମିଳିଥିବା ବେଳେ ମତ୍ସ ଓ ପ୍ରାଣୀସମ୍ପଦ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ମିଳିଛି।
  12. ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୂଆଁଖାଇ ପର୍ବ ପାଇଁ ଲଗ୍ନ ଧାର୍ଯ୍ଯ ହୋଇଯାଇଛି। ପାଟଣା ମହାରାଜାଙ୍କ ହାଉସ୍‌ ହୋଲ୍ଡ ଅଫିସ ପକ୍ଷରୁ ବିଧିବଦ୍ଧ ଭାବେ ଏହି ସୂଚନା ଦିଆଯାଇଛି। ଏହି ନବାନ୍ନ ଲାଗି ନୀତିକାନ୍ତି ଆସନ୍ତା ସେପ୍ଟେମ୍ବର ୧ ତାରିଖ ତଥା ଗୁରୁବାର ସକାଳ ୧୦ଟା ୫୪ମି.ରୁ ଦିନ ୧୧ ଟା ୦୮ମି. ମଧ୍ୟରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।
  13. ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଏକ କାଂସ୍ୟ ପଦକ ମିଳିଛି। ଭାରୋତ୍ତୋଳନକାରୀ ଲଭପ୍ରୀତ ସିଂହ ଆଜି ୧୦୯ କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ଏଥି ସହ ଭାରତର ବର୍ତ୍ତମାନ ସୁଦ୍ଧା ମୋଟ ପଦକ ସଂଖ୍ଯା ୧୪କୁ ବୃଦ୍ଧି ପାଇଛି। ଏଥିରେ ୪ କାଂସ୍ୟ ପଦକ ରହିଛି।
  14. ସବୁ ବିଶ୍ବ ବିଦ୍ଯାଳୟ ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ସଚିବ ଚିଠି ଲିଖିଛନ୍ତି। ଆଡମିଶନ୍ କରୁଥିବା ପିଲାଙ୍କୁ ଆଣ୍ଟି ରାଗିଂ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନଲାଇନ/ଅଫଲାଇନାଆ ଛାତ୍ର ଓ ଅଭିଭାବକଙ୍କ ଅଣ୍ଡରଟେକିଂ ବାଧ୍ୟତାମୂଳକ କରାଯାଇଛି।
  15. ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ଖୋଲାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
  16. ବାଲିପାଟଣା ଥାନା ଏଏସ୍‌ଆଇ ପୁଷ୍ପଲତା ପାଇକରାୟ ୨୦୨୦ର ଏକ ମାମଲାର ଚାର୍ଜସିଟ ଦେବା ପାଇଁ ୫ ହଜାର ଲାଞ୍ଚ ନେଉଥିଲେ । ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି।
  17. ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ବିଧାୟକ ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଇସିନା ହିଲ୍ସରେ ଭେଟି ଅଭିନନ୍ଦନ ଜଣାଇଛନ୍ତି ।
  18. ରାଜଧାନୀରେ ଆଉ ୫୦ଟି ମିନିପାର୍କ କରାଯିବ। ସହରାଞ୍ଚଳରେ ସବୁଜିମା ପରିବେଶ ବୃଦ୍ଧି ସହିତ ସହରବାସୀଙ୍କ ଅବସର ବିନୋଦନ ପାଇଁ ଏହି ପାର୍କ ନିର୍ମାଣ କରାଯିବ। ରାଜ୍ୟ ସରକାରଙ୍କ ‘ମୁକ୍ତା’ ଯୋଜନାରେ ଏହି ପାର୍କଗୁଡ଼ିକୁ ନିର୍ମାଣ ହେବ ।
  19. ରାଜ୍ୟ ସରକାରଙ୍କ ପକ୍ଷରୁ ଓଟିଏମ ଅଧିଗ୍ରହଣ ପାଇଁ ୧୫୦ କୋଟି ଟଙ୍କା ପଇଠ କରାଯିବ ବୋଲି ସତ୍ୟପାଠ ଦିଆଯାଇଛି। ଅନ୍ୟପଟରେ ଓଟିଏମ ମାମଲାରେ ନିଯୁକ୍ତ ଅଫିସିଆଲ ଲିକ୍ୟୁଡେଟରଙ୍କ ପକ୍ଷରୁ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ହିସାବ ପାଇଁ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ନିଯୁକ୍ତ କରିବା ପାଇଁ ଅଦାଲତଙ୍କୁ ଅନୁରୋଧ କରାଯାଇଥିଲା।
  20. ଭୁବନେଶ୍ୱରରେ ଇଏସ୍‍ଆଇ ମେଡିକାଲ କଲେଜ ଓ ହସ୍‍ପିଟାଲ, ରାଉରକେଲା ଆଇଜିଏଚ୍‍ରେ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ପ୍ରତିଶ୍ରୁତିରୁ କେନ୍ଦ୍ର ସରକାର ଓହରି ଯାଇଥିବାବେଳେ ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ସ୍ଥାପନ ପ୍ରସଙ୍ଗରେ ହାତ ଟେକି ଦେଇଛନ୍ତି କେନ୍ଦ୍ର ସରକାର।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.