• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ୍ ଭି ରମନ୍ନା ଆସନ୍ତା ୨୬ ତାରିଖରେ ତାଙ୍କ ପଦରୁ ଅବସର ଗ୍ରହଣ କରିବାକୁ ଥିବା ବେଳେ ସେ  ଜଷ୍ଟିସ ଉଦୟ ଉମେଶ ଲଲିତ (ୟୁୟୁ ଲଲିତ)ଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ଚୟନ କରିଛନ୍ତି। ତେଣୁ, ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ ୟୁ ୟୁ ଲଲିତ। ଦେଶର ପ୍ରଧାନ ବିଚାରପତି ପଦରେ ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ କାର୍ଯ୍ୟକାଳ ମାତ୍ର ୭୪ ଦିନର ହେବ। କାରଣ, ଚଳିତ ବର୍ଷ ନଭେମ୍ବର ୮ରେ ସେ ଅବସର ଗ୍ରହଣ କରିବେ।
  2. ବଲିଉଡ଼ର ବର୍ଷିୟାନ୍‌ ଅଭିନେତା ମିଥିଲେଶ ଚତୁର୍ବେଦୀଙ୍କ ପରଲୋକ ଘଟିଛି। ବୁଧବାର ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ସୂଚନା ମିଳିଛି। ହୃଦ୍ ରୋଗରେ ପୀଡ଼ିତ ଥିଲେ ୬୮ ବର୍ଷୀୟ ମିଥିଲେଶ..
  3. ଆମ ପାଖରେ ଟଙ୍କାର ଅଭାବ ନାହିଁ, ୨ବର୍ଷ ଭିିତରେ ଆମେରିକା ଭଳି ରାସ୍ତା ତିଆରି କରିଦେବୁ। ଗୁରୁବାର ରାଜ୍ୟସଭାରେ ପ୍ରଶ୍ନକାଳ ସମୟରେ ଏଭଳି କହି ସମସ୍ତଙ୍କୁ ଚମକାଇ ଦେଇଥିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ।
  4. ପାତ୍ରା ଚଉଲ୍ ଜମି ଦୁର୍ନୀତି ଓ ବେଆଇନ ଅର୍ଥକାରବାର ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିବା ବରିଷ୍ଠ ଶିବସେନା ନେତା ସଂଜୟ ରାଉତ କୋର୍ଟଙ୍କୁ କହିଛନ୍ତି ଯେ, ତାଙ୍କୁ ଇଡି ପକ୍ଷରୁ ଏକ ଝରକା ନଥିବା ଓ ବାୟୁଚଳାଚଳ କରୁନଥିବା ଘରେ ରଖାଯାଇଛି ।
  5.  ଗୁରୁବାରଦିନ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ଏୟାରପୋର୍ଟର ଏକ ଡଷ୍ଟବିନରୁ ୬ଟି ସୁନା ଇଟା ମିଳିଛି ।
  6. ତାଇଓ୍ବାନକୁ ଆମେରିକା ପ୍ରତିନିଧି ସଭା ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରେ ଚୀନ ପକ୍ଷରୁ ଗୁରୁବାରଠାରୁ ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସ ଆରମ୍ଭ କରାଯାଇଛି । ତାଇଓ୍ବାନର ଚାରିପଟେ ଗଭୀର ସମୁଦ୍ରରେ ଥିବା ୬ଟି ଜୋନରେ ଏହି ଯୁଦ୍ଧାଭ୍ୟାସ କରାଯାଉଛି ।
  7. ଭାରତୀୟ ଜନତା ପାର୍ଟିରେ ହରିୟାଣା କଂଗ୍ରେସର ବରିଷ୍ଠ ନେତା କୁଲଦୀପ ବିଷ୍ଣୋଇ ଯୋଗ ଦେଇଛନ୍ତି। ଗତ କିଛି ଦିନ ଧରି ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ସେ ଗୁରୁବାର ଦିନ ବିଜେପିରେ ଯୋଗ ଦେଇଛନ୍ତି।
  8. ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ସିନ୍ଦେ ଅଥବା ଠାକ୍‌ରେଙ୍କ ମଧ୍ୟରୁ କିଏ ମୂଳ ‘ଶିବସେନା’ର ପ୍ରତିନିଧିତ୍ବ କରୁଛନ୍ତି ସେ ସଙ୍କ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ ନ କରିବାକୁ ଆଜି ସୁପ୍ରିମ୍‌ କୋର୍ଟ ନିର୍ବାଚନ କମିସନ୍‌କୁ କହିଛନ୍ତି।
  9. ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଛନ୍ତି, ମହାରାଷ୍ଟ୍ର ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଘଟଣାରେ ଉଠିଥିବା ସାମ୍ବିଧାନିକ ସମସ୍ୟାଜନିତ ମାମଲାକୁ ୫ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠକୁ ରେଫର୍‌ କରାଯିବ କି, ନାହିଁ, ତାହା ଗୁରୁବାର ଦିନ ସ୍ଥିର କରାଯିବ।
  10. ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଟିମ୍‌ ବାହାରି ଯାଇଛି। ଚଢ଼ଉ ପରେ ସିବିଆଇର ଅଧିକାରୀମାନେ ମହିମା ମିଶ୍ରଙ୍କ ବଡ଼ପୁଅ ଚନ୍ଦନ ମିଶ୍ରଙ୍କୁ କଟକ ଓଡ଼ିଆ ବଜାରସ୍ଥିତ ଘରୁ ସାଥିରେ ନେଇ ଯାଇଛନ୍ତି।
  11. ରାଜ୍ୟ ସରକାର ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ଆଜି ୧୧ଟି ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୧ ପ୍ରକଳ୍ପ ପାଇଁ ମୋଟ ୨୨୫୩.୧୫ କୋଟି ଟଙ୍କା ନିବେଶ ହେବ ବୋଲି ସ୍ଥିର କରାଯାଇଛି।
  12. ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୭ ପ୍ରତିଶତ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ। ଅର୍ଥାତ ରାଜ୍ୟର ୨ କୋଟି ୮୨ ଲକ୍ଷ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ । ବର୍ତ୍ତମାନ ସୁଦ୍ଧା କେବଳ ୪୨ ଲକ୍ଷ ୭୦ ହଜାର ୪୮୭ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି।
  13. ନୂଆଦିଲ୍ଲୀସ୍ଥିତ ଲୋକସଭା ସଚିବାଳୟଠାରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ବିକ୍ରମ କେଶରୀ ଆରୁଖ ମାନ୍ୟବର ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।
  14. ନୂଆ ହ୍ବାଟ୍ସଆପ୍‌ ଫିଚର ଜରିଆରେ ଗ୍ରୁପ୍‌ ଆଡ୍‌ମିନ୍‌ ଗ୍ରୁପରେ ଆସୁଥିବା ଯେକୌଣସି ମେସେଜକୁ ସମସ୍ତ ୟୁଜରଙ୍କ ପାଇଁ ଡିଲିଟ୍‌ କରିପାରିବେ। ଏବେ ଆଡ୍‌ମିନ୍‌ କେବଳ ନିଜ ପାଇଁ ହିଁ ମେସେଜ୍‌ ଡିଲିଟ୍‌ କରି ପାରୁଛନ୍ତି। ଏବେ ନୂଆ ଫିଚର ଆସିବା ପରେ କୌଣସି ଭୁଲ୍‌ ସୂଚନା, ମେସେଜ୍‌ ହେଉ କିମ୍ବା ଫଟୋ-ଭିଡିଓ, ଏସବୁକୁ ରୋକିବାକୁ ଆଡ଼୍‌ମିନ୍‌ ଡିଲିଟ୍‌ କରିପାରିବେ।
  15. ପ୍ରମୋଦ ଘୁମଶର ବିଜେପିର ଯୁବ ସଭାପତି ଭାବେ ଦୁଇ ବର୍ଷ ଧରି କାମ କରୁଥିଲେ। ଆଜି ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ଯୋଗ ଦେଇଛନ୍ତି। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି।
  16. ନଭେମ୍ବର ୨୦ରେ ହୋଇପାରେ ନେପାଳ ସାଧାରଣ ନିର୍ବାଚନ । ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ ହେବ। 
  17. ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ସ୍ନାତକ ସ୍ତରରେ ରାଷ୍ଟ୍ରୀୟ ଶିକ୍ଷାନୀତି (ଏନଇପି) ୨୦୨୦ ଲାଗୁ କରିଛନ୍ତି।  ଏଣୁ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ମହାବିଦ୍ୟାଳୟ ମାନଙ୍କରେ ବିଏ, ବିକମ ଓ ବିଏସସି ପରୀକ୍ଷାର ପ୍ରଥମ ସିମେଷ୍ଟରରେ କାହାରିକୁ ଫେଲ କରାଯିବ ନାହିଁ।
  18. ଦେଶ ଏବଂ ଦୁନିଆ ଡିଜିଟାଲକରଣ ଦିଗରେ ଆଗକୁ ବଢୁଛି । ଲୋକେ ଏଥିରୁ ସୁବିଧା ପାଇବା ସହ ଆର୍ଥିକ ଠକାମୀର ଶିକାର ମଧ୍ୟ ହେଉଛନ୍ତି । ଏହିପରି ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଗତ ତିନି ବର୍ଷରେ ୪୨ ପ୍ରତିଶତ ଗ୍ରାହକ କୌଣସି ନାଁ କୌଣସି ପ୍ରକାରେ ଆର୍ଥିକ ଠକାମୀର ଶିକାର ହୋଇଛନ୍ତି । ତେବେ ଏଥିରୁ ୭୪ ପ୍ରତିଶତ ମାମଲାରେ ଟଙ୍କା ଫେରସ୍ତ ହୋଇପାରି ନାହିଁ ।
  19.  ଆମେରିକା ବାଚସ୍ପତି ନାନସୀ ପେଲୋସିଙ୍କ ତାଇୱାନ୍‌ ଗସ୍ତକୁ ନେଇ ଖପ୍ପା ହୋଇଛି ଚୀନ୍‌ । ଏହାର ରାଗ ସୁଝାଇବା ପାଇଁ ଚୀନ୍‌ ସେନା ତାଇୱାନ୍‌ ସୀମାରେ ମିଶାଇଲ୍‌ ମାଡ଼ କରିଛି । ସୈନ୍ୟ ଅଭ୍ୟାସ ସମୟରେ ତାଇୱାନ୍‌ର ପାଖାପାଖି ପାଣିରେ ମିଶାଇଲ୍‌ ପଡ଼ିଥିଲା । ତାଇପେର ରକ୍ଷା ମନ୍ତ୍ରାଳୟ ଏହା ଅଯୌକ୍ତିକ କହିବା ସହିତ କ୍ଷେତ୍ରୀୟ ଶାନ୍ତିକୁ ଭଙ୍ଗ କରୁଥିବା କହିଛି ।
  20.  ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସିନ୍ଦେ ଗୋଷ୍ଠୀଙ୍କୁ ଓକିଲଙ୍କୁ ନିଷ୍ପତ୍ତି ଆସିବା ପୂର୍ବରୁ ସରକାର ଗଠନ ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଖଣ୍ଡପୀଠ ସିନ୍ଦେ ଗୋଷ୍ଠୀଙ୍କୁ ସବୁ ସ୍ପଷ୍ଟ କରିବା ପରେ ଦ୍ୱିତୀୟ ଥର ଡ୍ରାଫ୍ଟ୍ କରିବାକୁ କହିଥିଲେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.