• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଶିବସେନାର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ‘ସାମନା’ର ସମ୍ପାଦକ ସଞ୍ଜୟ ରାଉତ ଜେଲ ଯିବା ପରେ ଉଦ୍ଧବ ଠାକରେ ପୁଣି ଥରେ ଶିବସେନା ମୁଖପତ୍ର ‘ସାମନା’ର ମୁଖ୍ୟ ସମ୍ପାଦକ ପଦ ଗ୍ରହଣ କରିଛନ୍ତି।
  2. ସ୍କୁଲ ସର୍ଭିସ କମିଶନ ନିଯୁକ୍ତି ଦୁର୍ନୀତି ମାମଲାରେ  ଗିରଫ ତୃଣମୂଳ କଂଗ୍ରେସ ନେତା ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ୧୪ ଦିନ ପାଇଁ ଜେଲ ପଠାଯାଇଛି।
  3. ଭାରତୀୟ ନୌସେନା ପାଇଁ  ପୁଣେର ଏକ ଷ୍ଟାର୍ଟଅପ ସାଗର ଡିଫେନ୍ସ ଇଂଜିନିୟରିଂ କମ୍ପାନି ନିର୍ମାଣ କରିଛି ଦେଶର ପ୍ରଥମ ଯାତ୍ରୀବାହୀ ଡ୍ରୋନ ବରୁଣ । ଏହାର ବିଶେଷତା ହେଉଛି ଏଥିରେ ଜଣେ ଯାତ୍ରୀ ବସି ପାରିବେ, କିନ୍ତୁ କେହି ପାଇଲଟ ରହିବେ ନାହିଁ ।
  4. ପୁଟିନ ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ୍‌ଙ୍କଠାରୁ ଭଡ଼ାରେ ଲକ୍ଷେ ସୈନିକ ଆଣିବେ ବୋଲି ଜଣ ଯାଇଛି ।
  5. ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ​​ଟିଆରଏସ ସମର୍ଥନ କରିବ ବୋଲି ଘୋଷଣା କରିଛି ।
  6. ଉଦ୍ୟାନବିତ୍‌ ତଥା ଆମ୍ବ ବିଶେଷଜ୍ଞ ହାଜି କଲିମୁଲ୍ଲା ଖାଁ ବିକଶିତ କରିଥିବା ଦୁଇଟି ନୂଆ ସଙ୍କର କିସମ ଆମ୍ବର ନାମ ‘ସୁଶ୍ମିତା ସେନ୍‌’ ଓ ‘ଅମିତ ଶାହ’ଙ୍କ ନାମାନୁସାରେ ନାମିତ କରିଛନ୍ତି।
  7. ୨୦୩୦ ସୁଦ୍ଧା ଚନ୍ଦ୍ରରେ ଭବିଷ୍ୟତ ପାଇଁ ଅବତରଣସ୍ଥଳୀ ଖୋଜି ପାଇବା ପାଇଁ ମହାକାଶ ଯୋଜନା ଉପରେ ଗୁରୁତ୍ବାରୋପ କରିଥିବା ଦକ୍ଷିଣ କୋରିଆ ଆଜି ତା’ର ପ୍ରଥମ ଚନ୍ଦ୍ର ଅଭିଯାନ ଆରମ୍ଭ କରିଛି।
  8. ରାଜ୍ୟ ସରକାରଙ୍କ ଅଧିନ ବିଭିନ୍ନ କ୍ୟାଡରରେ ଖାଲିଥିବା ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
  9. ବିଜୁ ଜନତା ଦଳ ଯୁବ ସମାଜସେବୀ ମିହିର ରାୟଙ୍କୁ “ଓଡ଼ିଶା ମୋ ପରିବାର”ର ନୂତନ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି।
  10. ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ‘ମନୋଜ ଦାସ ଜାତୀୟ ସାହିତ୍ୟ ପୁରସ୍କାର’ ନିମନ୍ତେ ଦରଖାସ୍ତ ଆହ୍ବାନ କରାଯାଇଛି। ଅତି କମ୍‌ରେ ୧୦ଟି ଇଂରାଜୀ ମୌଳିକ ପୁସ୍ତକ ବା ସଂକଳନ ପ୍ରକାଶ ପାଇଥିବା ଯେ କୌଣସି ଭାରତୀୟ ଭାଷାର ଲେଖକମାନେ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ। ରଚନାର ମୌଳିକତା, ସୃଜନାତ୍ମକତା ଓ କଳାତ୍ମକତା ବହୁଳ ଭାବେ ବିଶ୍ଳେଷିତ ହୋଇଥିବା ଦରକାର।
  11. ତାଇଓ୍ବାନ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ଚୀନର ୬୮ଟି ଚୀନ ଯୁଦ୍ଧବିମାନ ଓ ୧୩ଟି ଯୁଦ୍ଧ ଜାହାଜ ତାଇଓ୍ବାନ ପ୍ରଣାଳୀ ( ଚୀନ ଓ ତାଇଓ୍ବାନ ମଧ୍ୟରେ ଥିବା ସାମୁଦ୍ରିକ ଅଂଚଳ)ର ମଧ୍ୟରେଖା ଅତିକ୍ରମ କରିଛନ୍ତି । ଚୀନର ଏହି କାର୍ଯ୍ୟକୁ ତାଇଓ୍ବାନ ନିନ୍ଦା କରିଛି ।
  12. ଆସାମର ବିଖ୍ୟାତ ନୃତ୍ୟଶିଳ୍ପୀ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ ଗରିମା ହଜାରିକାଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳେକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।
  13. କେନ୍ଦ୍ର ସକାର ସଂସଦରେ ସୂଚନା ଦେଇ କହିଛନ୍ତି, ଗତ ଆଠ ବର୍ଷ ଅର୍ଥାତ ୨୦୧୪ରୁ ଆଜି ଯାଏଁ ରେଲୱେ ମୋଟ ୩,୫୦,୦୦୦ ନିଯୁକ୍ତି ଦେଇଛି । ଏହାସହ ଦେଢ ଲକ୍ଷ ନୂଆ ନିଯୁକ୍ତି ଦେବା ପାଇଁ ପ୍ରସ୍ତୁତି ଚାଲିଛି, ଏହାର ଭର୍ତ୍ତି ପ୍ରକ୍ରିୟା ଜାରି ରହିଛି ।
  14. କଂଗ୍ରେସର ଟାଣୁଆ ନେତା ତଥା ଦୀର୍ଘଦିନ ଧରି ଦଳର କୋଷାଧ୍ୟକ୍ଷ ଥିବା ମୋତିଲାଲ୍ ଭୋରାଙ୍କର ୨୦୨୦ରେ ବିୟୋଗ ହୋଇଥିଲା। ନ୍ୟାସ୍‌ନାଲ ହେରାଲ୍ଡ ମାମଲାରେ ଦୁର୍ନୀତି ହୋଇଥିବା ବେଳେ ଶ୍ରୀ ଭୋରା ଆର୍ଥିକ ନିଷ୍ପତ୍ତି ନେଉଥିଲେ ବୋଲି ରାହୁଲ ଗାନ୍ଧୀ ଇଡିକୁ ସୂଚନା ଦେଇଥିବା ଶୁଣିବାକୁ ମିଳିଥିଲା। ଯାହାକୁ ନେଇ ଇଡି ଭୋରାଙ୍କ ସମ୍ପୃକ୍ତି ନେଇ ତଦନ୍ତ ଆରମ୍ଭ କରିଥିଲା।
  15. ଥାଇଲ୍ୟାଣ୍ଡର ଏକ ମ୍ୟୁଜିକ ପବରେ ଶୁକ୍ରବାର ପ୍ରତ୍ୟୁଷରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ପୋଡି ହୋଇ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୩୫ରୁ ଅଧିକ ଲୋକେ ଆହତ ହୋଇଛନ୍ତି। 
  16. ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ସଂସଦ ଭବନ ମଧ୍ୟରେ ଭୋଟ୍‍ ଗ୍ରହଣ ହେବ।
  17. ଗଞ୍ଜାମ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠ ଖେଳ ଶିକ୍ଷକ ଦନାର୍ଦ୍ଦନ ସାହୁଙ୍କ ଅମାପ ସମ୍ପତ୍ତି ଠାବ କଲା ଭିଜିଲାନ୍ସ, ଦନାର୍ଦ୍ଦନଙ୍କ ୬ଟି କୋଠା, ବିପୁଳ ସୁନାଗହଣା ଓ ଗାଡ଼ି ଠାବ।
  18. ପାଟଣାଗଡ଼ ସହରର ମୁଖ୍ୟ ରାସ୍ତା ତଥା ଜନଗହଳି ପୂର୍ଣ୍ଣ ସ୍ଥାନରେ ଥିବା ଅମୃତ କଳସ ନାମକ ଏକ ସୁନଗହଣା ଦୋକାନରେ ୬ ଜଣ ବନ୍ଧୁକଧାରୀ ଦୁର୍ବୃତ୍ତ ଦୋକାନ ମାଲିକ ମୁକେଶ ଜୈନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଦେଢ କିଲୋ ଓଜନର ସୁନାଗହଣା, ୪୦ ହଜାର ନଗଦ ଟଙ୍କା, ଦୋକାନ ମଧ୍ୟରେ ଲାଗିଥିବା 
  19. ଆରବିଆଇର ନିଷ୍ପତ୍ତି ପରେ ରେପୋରେଟ୍‍ ୪.୯ ପ୍ରତିଶତରୁ ୫.୪୦ ପ୍ରତିଶତରେ ପହଞ୍ଚିଛି। ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି। ପ୍ରାୟ ୫୦ ବେସିସ୍‍ ପଏଣ୍ଟ ରେପୋରେଟ୍‍ ବଢାଇଲା ରିଜର୍ଭ ବ୍ୟାଙ୍କ। 
  20.  ଭାରତୀୟ ନୌସେନାର ୫ଜଣିଆ ମହିଳା ପାଇଲଟ୍‌ଙ୍କ ଟିମ୍‌ ଡୋର୍ନିଅର୍ -୨୨୮ ବିମାନରେ ଉତ୍ତର ଆରବ ସାଗରରେ ନିରୀକ୍ଷଣ ଓ ସାମରିକ ସର୍ବେକ୍ଷଣ ମିସନ ସଫଳତାର ସହ ସଂପାଦନ କରିଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.