• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଏନ୍‌ଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ବିରୋଧୀ ଦଳମାନଙ୍କର ମିଳିତ ପ୍ରାର୍ଥୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ମାର୍ଗାରେଟ ଆଲ୍‌ଭାଙ୍କୁ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଧନଖଡ଼ ୩୪୬ ଭୋଟ୍‌ରେ ପରାଜିତ କରିଛନ୍ତି।
  2. ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା କୁସ୍ତି ଆଖଡ଼ାରେ ଶନିବାର ନବମ ଦିନରେ ଏହି ପାରମ୍ପରିକ କ୍ରୀଡ଼ାରୁ ତିନିଟି ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ଜିତିଛି ଭାରତ। ତା’ ସହ କେବଳ କୁସ୍ତିରୁ ଏଥର ଭାରତର ପଦକ ସଂଖ୍ୟାକୁ ୧୨କୁ ବଢ଼ିଛି। ଶୁକ୍ରବାର ମଧ୍ୟ ଭାରତୀୟ କୁସ୍ତିଯୋଦ୍ଧା ୩ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୨ କାଂସ୍ୟ ଜିତିଥିଲେ। ଦୁଇ ଦିନକୁ ମିଶାଇ କୁସ୍ତିରୁ ମୋଟ ୬ ସ୍ବର୍ଣ୍ଣ, ୧ ରୌପ୍ୟ ଏବଂ ୫ କାଂସ୍ୟ ପଦକ ଜିତିଛି ଭାରତ।
  3. ରାଜ୍ୟର ସରକାରୀ ଡିଗ୍ରୀ କଲେଜରେ ନିଯୁକ୍ତି ପାଇବେ ଅତିଥି ଅଧ୍ୟାପକ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି ।
  4. ଆଜାଦୀର ଅମୃତ ମହୋତ୍ସବରେ ଲଞ୍ଚ୍ ହେବ ଇସ୍ରୋ ଆଜାଦୀ ସାଟେଲାଇଟ । ସ୍କୁଲ ପିଲାଙ୍କ ଦ୍ୱାରା କରାଯାଇଛି ପ୍ରସ୍ତୁତ ।
  5. ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ବିବୃତିରେ କହିଛି ଯେ, ଚୀନ୍‌ର ଅନେକ ଯୁଦ୍ଧ ବିମାନ ଓ ଜାହାଜ ତାଇୱାନ ପ୍ରଣାଳୀରେ ମେଡିଆନ ଲାଇନ୍ ଅତିକ୍ରମ କରିବା ଦେଖାଯାଉଛି।
  6. ଆକାଶ ଏୟାରର ପ୍ରଥମ ବାଣିଜ୍ୟିକ ବିମାନର ଉଡ଼ାଣ ରବିବାର ଆରମ୍ଭ ହେବ। ପ୍ରଥମ ବିମାନଟି ମୁମ୍ବାଇରୁ ଅହମଦାବାଦକୁ ଯାତ୍ରା କରିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉକ୍ତ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ।
  7. ଚୀନ୍‌ର ଋଣଭାରରେ ବୁଡ଼ି ରହିଥିବା ଶ୍ରୀଲଙ୍କା ଏବେ ଭାରତର ଦାବିକୁ ସମ୍ମାନ ଜଣାଇ ଚୀନ୍‌ର ଏକ ଗୁଇନ୍ଦା ଜାହାଜକୁ ଅଟକାଇଛି। ଶ୍ରୀଲଙ୍କାର ହମ୍ବନତୋଟା‌ ବନ୍ଦରରେ ଚୀନ୍‌ର ଗୁଇନ୍ଦା ଜାହାଜ ଲାଗିବାର ଥିଲା।
  8. ଅବକାରୀ ନୀତି ୨୦୨୧-୨୨ କାର୍ଯ୍ୟକାରୀ ହେବାରେ ସାଂଘାତିକ ତ୍ରୁଟି ହୋଇଛି। ଏହି ତ୍ରୁଟି ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଭି କେ ସାକ୍ସେନା ୧୧ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ତତ୍କାଳୀନ ଦିଲ୍ଲୀ ଅବକାରୀ କମିସନର ଆରବ ଗୋପି କ୍ରୀଷ୍ଣ ଏବଂ ଉପ ଅବକାରୀ କମିସନର ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ନିଲମ୍ବନ ହୋଇଛନ୍ତି।
  9. ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ (କେସିଆର୍‌) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ନିତି ଆୟୋଗ ବୈଠକରେ ଯୋଗ ଦେବେନି।
  10. କୋଲକାତା ମ୍ୟୁଜିୟମ୍‌ରେ ସୁରକ୍ଷା ପାଇଁ ନିୟୋଜିତ ଥିବା ଜଣେ ଓଡ଼ିଆ ସିଆଇଏସ୍‌ଏଫ୍‌ ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ଅନ୍ୟ ଜଣେ ଓଡ଼ିଆ ଯବାନଙ୍କର ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି।
  11. ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶରେ ୧୨୫୩ଟି ରେଳ ଷ୍ଟେସନର ବିକାଶ ପାଇଁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏଥିରୁ ୧୨୧୫ଟି ଷ୍ଟେସନର ବିକାଶ କାର୍ଯ୍ୟ ହୋଇସାରିଛି ଏବଂ ଅବଶିଷ୍ଟ ଷ୍ଟେସନ ଗୁଡ଼ିକର ବିକାଶ କାର୍ଯ୍ୟ କରାଯିବ।
  12. ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦିନେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଖାସ କୁହାଯାଉଥିବା ଆରସିପି ସିଂ ଜେଡିୟୁରୁ ​​ଇସ୍ତଫା ଦେଇଛନ୍ତି। ନିକଟରେ ଜେଡିୟୁର କିଛି କାର୍ଯ୍ୟକର୍ତ୍ତା ଆରସିପି ସିଂଙ୍କର ଅନେକ ସ୍ଥାନରେ ସମ୍ପତ୍ତି ଥିବାର ଅଭିଯୋଗ ଆଣିଥିଲେ |
  13. କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢ଼ାଇ ମାରି ଦେଲେ ସଲମାନଙ୍କ ବିରୋଧରେ କୃଷ୍ଣସାର ମୃଗ ମାମଲା ଲଢ଼ୁଥିବା ଓକିଲ। ରାଜସ୍ଥାନର ଯୋଧପୁରରେ ଏହି ଘଟଣା ଘଟିଥିବା ବେଳେ ଡ୍ୟୁଟିରେ ଥିବା ପୁଲିସ କନଷ୍ଟେବଳଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
  14. ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତିରେ ଭାରତକୁ ମିଳିଛି ଆଉ ଗୋଟିଏ ସ୍ବର୍ଣ୍ଣ। ୫୩ କେଜି ବର୍ଗ ମହିଳା କୁସ୍ତିରେ ଭିନେଶ ଫୋଗଟଙ୍କୁ ସ୍ବର୍ଣ୍ଣ। ମିଳିଛି ଏବଂ ୧୧ ସ୍ବର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ୫୩ କେଜି ଫ୍ରିଷ୍ଟାଇଲ କୁସ୍ତିରେ ଭାରତର ଭିନେଶ ଫୋଗଟ ସ୍ବର୍ଣ୍ଣ ପଦକ ଜିତିଛନ୍ତି।
  15. ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ୯୩% ମତଦାନ ହୋଇଥିବା ସୂଚନା ମିଳିଛି। ପ୍ରାୟ ୫୦ରୁ ଅଧିକ ସାଂସଦ ଏହି ନିର୍ବାଚନରେ ମତଦାନ କରିନଥିବା ଜଣାପଡିଛି। ମୋଟ ୭୮୦ ଜଣ ସାଂସଦଙ୍କ ମଧ୍ୟରୁ ସନ୍ଧ୍ୟା ୫ଟା ସୁଦ୍ଧା ୭୨୫ ଜଣ ସାଂସଦ ମତଦାନ କରିଛନ୍ତି।
  16. ୮ ତାରିଖରେ ପ୍ରକାଶ ପାଇବ +୨ କଳା ରେଜଲ୍ଟ । କଳା ସହ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । ସୋମବାର ଅପରାହ୍ଣ ୪ଟାରେ ପରୀକ୍ଷାଫଳ ପ୍ରକାଶ ପାଇବା ସହ ପରୀକ୍ଷାର୍ଥୀ ମାନେ ନିଜର ରେଜଲ୍ଟ ଦେଖିପାରିବେ । www.odisharesults.nic.inରେ ରେଜଲ୍ଟ ଉପଲବ୍ଧ ହେବ ବୋଲି କୁହାଯାଇଛି ।
  17. ଚୀନର ଟେକ୍ କମ୍ପାନି ଅଲିବାବା ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛି । ଦେଶରେ ଧିମେଇ ଯାଇଥିବା ଅର୍ଥବ୍ୟବସ୍ଥା ମଧ୍ୟରେ ଖର୍ଚ୍ଚ କାଟ କରିବା ପାଇଁ ଜ୍ୟାକ ମାଙ୍କ କମ୍ପାନି ଏହି ନିଷ୍ପତ୍ତି ନେଇଛି । ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ, କମ୍ପାନି ନିଜର ମୋଟ କର୍ମଚାରୀଙ୍କ ସଂଖ୍ୟାକୁ ହ୍ରାସ କରି ୨,୪୫,୭୦୦ କରିଛି ।
  18. ଝାଡ଼ଖଣ୍ଡ ଧାନବାଦରେ ବିଚାରପତିଙ୍କ ହତ୍ୟା ଘଟଣାରେ ଦୋଷୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ। ଶନିବାର ମାମଲାର ଶୁଣାଣି କରି ଦୋଷୀ ଆଜୀବନ ଜେଲ୍ ସଜା ଦେଇଛନ୍ତି ସିବିଆଇ କୋର୍ଟ।
  19. ପଶ୍ଚିମବଙ୍ଗର ରାଜଧାନୀ କେଲକାତାର ଐତିହାସିକ ଇଣ୍ଡିଆନ ମ୍ୟୁଜିୟମରେ ଅଘଟଣ। ସେଠାରେ ସୁରକ୍ଷା ପାଇଁ ମୁତୟନ ଥିବା ଜଣେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସଏଫ) ଯବାନ ହଠାତ ଗୁଳି ଚଳାଇବାରୁ ଜଣେ ବ୍ୟକ୍ତି ନିହତ ହେବା ସହ ଆଉ କିଛି ଲୋକ ଆହତ ହୋଇଛନ୍ତି ।
  20. ଓଡ଼ିଶା ପବ୍ଲିକ୍‍ ସର୍ଭିସ କମିଶନ, ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ, ସବ୍‍-ଅର୍ଡିନେଟ୍‍ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ, ପୁଲିସ ରିକ୍ରୁଟ୍‍ମେଣ୍ଟ ବୋର୍ଡ ଆଦିଙ୍କୁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.