• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସବୁଠୁ ପ୍ରଦୂଷିତ ପ୍ରଥମ ୧୦ଟି ନଗରୀ ହେଉଛି: ଦିଲ୍ଲୀ, କୋଲକାତା, କାନୋ (ନାଇଜେରିଆ), ଲିମା (ପେରୁ), ଢାକା (ବାଂଲାଦେଶ), ଜାକର୍ତ୍ତା (ଇଣ୍ଡୋନେସିଆ), ଲାଗୋସ (ନାଇଜେରିଆ), କରାଚୀ (ପାକିସ୍ତାନ), ବେଜିଂ (ଚୀନ୍) ଓ ଆକ୍ରା (ଘାନା)।
  2. ସରକାରଙ୍କ ତେଲ କମ୍ପାନି (ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍) ଏପରି ଏକ ଚୁଲା ତିଆରି କରିଛି ଯାହାକୁ ଜାଳିବା ପାଇଁ ସିଲିଣ୍ଡରର ଆବଶ୍ୟକ ପଡିବ ନାହିଁ । କାରଣ ଏହି ଚୁଲା ସୋଲାର ଦ୍ବାର ଚାଳିତ । ଇଣ୍ଡିଆନ୍ ଅଏଲ୍ ଏହି ପୋ ର୍ଟେବୁଲ ଚୁଲାକୁ ସୂର୍ଯ୍ୟ ନୂତନ୍‌ ନାମରେ ନାମିତ କରିଛି । ଏହି ଚୁଲାର ମୂଳ ମଡେଲର ମୂଲ୍ୟ ପ୍ରାୟ ୧୨,୦୦୦ ଟଙ୍କା ଏବଂ ଟପ୍ ମଡେଲର ମୂଲ୍ୟ ପ୍ରାୟ ୨୩,୦୦୦ ଟଙ୍କା ରହିଛି । ତେବେ ଆଗାମୀ ଦିନରେ ଏହାର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇବ ବୋଲି ଇଣ୍ଡିଆନ୍ ଅଏଲ୍ କହିଛି।
  3. ଅଗଷ୍ଟ ୧ ସୁଦ୍ଧା ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ଭଣ୍ଡାରରେ ୫୪୫.୯୭ ଲକ୍ଷ ଟନ୍‌ ଚାଉଳ ଓ ଗହମ ରହିଛି। ଶେଷ ଥର ଲାଗି ୨୦୧୭ରେ ଶସ୍ୟ ପରିମାଣ ଏଭଳି ନିମ୍ନ ସ୍ତରକୁ ଖସିଥିଲା। ସେହି ସମୟରେ ଭଣ୍ଡାରରେ ୪୯୯.୭୭ ଲକ୍ଷ ଟନ୍ ଶସ୍ୟ ଥିଲା।
  4. କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ବାଧ୍ୟତାମୂଳକ ମାନକକୁ ଉଲଂଘନ କରି ଘରୋଇ ପ୍ରେସର୍‌ କୁକର୍‌ ବିକ୍ରି ପାଇଁ ଅନୁମତି ଦେବା ହେତୁ ଇ-କମର୍ସ ପ୍ଲାଟ୍‌ଫର୍ମ ‘ଫ୍ଲିପ୍‌କାର୍ଟ’କୁ ଜରିମାନା କରିଛନ୍ତି।
  5. ଇଲେକ୍ଟ୍ରିକ୍ ସ୍କୁଟର ଜରିଆରେ ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବା ଓଲା ଇଲେକ୍ଟ୍ରିକ୍ ଆଜି ଏହାର ଇଲେକ୍ଟ୍ରିକ କାର୍‌ ଲଞ୍ଚ କରିଛି | କାରର ଡିଜାଇନ୍ ଅନନ୍ୟ ହୋଇଥିବାବେଳେ ଓଲା ପକ୍ଷରୁ କୁହାଯାଇଛି ଯେ ଥରେ ଚାର୍ଜ କଲେ ଏହା ୫୦୦ କିଲୋମିଟର ଯାଇପାରିବ |
  6. ୩୮ ବର୍ଷ ତଳେ ସିଆଚୀନ୍‌ରେ ସହିଦ ହୋଇଥିବା ଯବାନ ଚନ୍ଦ୍ରଶେଖର ହରବୋଲ୍‌ଙ୍କ ଦେହାବଶେଷ ଆଜି ଉତ୍ତରାଖଣ୍ଡର ହଲ୍‌ଦୱାନୀ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛି। ଦୁଇ ଦିନ ତଳେ ସିଆଚୀନର ଏକ ପୁରୁଣା ବଙ୍କର୍‌ରୁ ନିଖୋଜ ଯବାନଙ୍କ ମୃତଦେହ ଠାବ ହୋଇଥିଲା।
  7. ଚଳିତ ଆର୍ଥିକ ବର୍ଷର ପ୍ରଥମ‌ ତ୍ରୈମାସିକରେ କଂପାନି ଟିକସ ସଂଗ୍ରହରେ ୩୪ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୯ରେ କଂପାନିଗୁଡ଼ିକ ଲାଗି ଟିକସ ହାରକୁ ହ୍ରାସ କରାଯାଇଥିଲା।
  8. ୨୦୩୧ ସୁଦ୍ଧା ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ହେବାର କ୍ଷମତା ରଖିଛି ଭାରତ। ଏମିତିକି ୨୦୬୦ ସୁଦ୍ଧା ଚୀନକୁ ଟପି ବିଶ୍ୱର ସର୍ବବୃହତ ଅର୍ଥନୀତି ହୋଇପାରିବ ଭାରତ। ଏଭଳି ଗୋଲାପି ସ୍ବପ୍ନ ଦେଖାଇଛନ୍ତି ଆରବିଆଇ ଡେପୁଟି ଗଭର୍ଣ୍ଣର ଡକ୍ଟର ମାଇକେଲ ଦେବବ୍ରତ ପାତ୍ର।
  9. ଆୟକର ଛାଡ଼ ସୁବିଧା ପ୍ରଦାନ କରିବା ଲାଗି ଓଡିଶା ରାଜ୍ୟର ୯,୩୦୪ଟି ଦାତବ୍ୟ ସଂସ୍ଥା ଦାବି କରିଥିଲେ। ୨୦୧୪ରୁ ୨୦୧୮ ମଧ୍ୟରେ ଏହି ସଂସ୍ଥାଗୁଡ଼ିକ ଟିକସରେ ଏହି ସୁବିଧା ଦାବି କରିଥିଲେ ବୋଲି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ ରିପୋର୍ଟରୁ ଜଣାପଡ଼ିଛି।
  10. ମୋଦୀ ସରକାର କୃଷକଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ କମ ଅବଧିର ଋଣ ପରିଶୋଧ ପାଇଁ କୃଷକଙ୍କ ପାଇଁ ଇଣ୍ଟରେଷ୍ଟ ସବଭେସନ ସ୍କିମ ଜାରି କରିଛନ୍ତି। ଅର୍ଥାତ ଯେଉଁ କୃଷକ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵଳ୍ପ ଅବଧିର ଋଣ ନେଇଛନ୍ତି, ସେମାନଙ୍କ ସୁଧରେ ୧.୫ ପ୍ରତିଶତ ଛାଡ କରାଯିବ।
  11. ଆଉ ଦୁଇ ଟଙ୍କା ବଢିବ ଅମୂଲ ଏବଂ ମଦର ଡାଏରୀର କ୍ଷୀର ପକେଟ୍ ଦାମ। ନୂତନ ଦର ଅଗଷ୍ଟ ୧୭ରୁ ଲାଗୁ ହେବ। ସେମିତିରେ କ୍ଷୀର ଦାମ ପୂର୍ବରୁ ମହଙ୍ଗା ଥିଲା। ପୁଣି ଥରେ ଦାମ ବଢିବା ଲୋକଙ୍କ ରୋଷେଇ ଘରର ବଜେଟ୍‌କୁ ଆହୁରି ବିଗାଡିବ।
  12. ପପୁଲାର ମିଡିଆ ପ୍ଲେୟାର ସଫ୍ଟଓୟାର ଓ ଷ୍ଟ୍ରମିଂ ମିଡିଆ ପ୍ଲାଟଫର୍ମ ଭିଏଲସି ଭାରତରେ କାମ କରିବା ବନ୍ଦ କରିଦେଇଛି । ମିଡିଆନେମ୍ ରିପୋର୍ଟ ଅନୁସାରେ, ଭିଡିଓ ଲାନ୍ ପ୍ରୋଜେକ୍ଟ ଦ୍ୱାରା ନିର୍ମିତ ଏହି ଆପ୍ ପ୍ରାୟ ଦୁଇ ମାସ ହେଲା ଭାରତରେ ବ୍ଲକ୍ ହୋଇଥିଲା । କିନ୍ତୁ ସରକାର ଏନେଇ ଅଧିକ ତଥ୍ୟ ଦେଇନଥିଲେ ।
  13. ଋଷ ସହ ସମରାଭ୍ୟାସ କରିବ ଚୀନ। ଏଥିପାଇଁ ଚାଇନା ଋଷକୁ ସେନା ପଠାଇବା ବୋଲି ସୂଚନା ମିଳିଛି। ଋଷରେ ଭାରତ, ବେଲାରୁସ ଏବଂ ତାଜିକିସ୍ତାନ ସହ ମିଶି ମିଳିତ ସମରାଭ୍ୟାସ କରିବ ଚୀନ ଆର୍ମି। ଏନେଇ ବୁଧବାର ଚୀନ ପ୍ରତିରକ୍ଷାମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
  14. ଏଲୋପାଥି ଏବଂ କୋଭିଡ୍-୧୯ ଚିକିତ୍ସା ଉପରେ ଯୋଗ ଗୁରୁ ବାବା ରାମଦେବଙ୍କ ବୟାନକୁ ନେଇ ଦିଲ୍ଲୀ  ହାଇକୋର୍ଟ କଡା ଟିପ୍ପଣୀ କରିଛନ୍ତି। ହାଇକୋର୍ଟ ବାବା ରାମଦେବଙ୍କୁ ତାଗିଦ୍ କରି କହିଛନ୍ତି ଯେ, ଜନତାଙ୍କୁ ଆଉ ଭୂଆଁ ବୁଲାନ୍ତୁ ନାହିଁ।
  15. ଅଧ୍ୟୟନ ଅନୁସାରେ, ଅତ୍ୟଧିକ ମାତ୍ରାରେ ଡାଏଟ୍‌ ସୋଡ଼ା ପିଇବା ଦ୍ୱାରା ‘ଡାଇବେଟିକ୍‌ ରେଟିନୋପାଥି’ ନାମକ ସ୍ଥିତି ଉପୁଜିଥାଏ, ଯାହା ଆଖି ପାଇଁ କ୍ଷତିକାରକ । ପ୍ରତି ସପ୍ତାହ ୪ଟି କେନ୍‌ କିମ୍ବା ହାରାହାରି ୧.୫ ଲିଟର ମୃଦୁ ପାନୀୟ ପିଇବା ଦ୍ୱାରା ଡାଇବେଟିକ୍‌ ରେଟିନୋପାଥି ଆଶଙ୍କା ଦୁଇଗୁଣ ବୃଦ୍ଧି ହୋଇପାରେ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । 
  16. ନିର୍ବାଚନ ପ୍ରଚାର ସମୟରେ ବିଭିନ୍ନ ରାଜନୈତିକ ଦଳ ଖାଦ୍ୟ, ପାଣି, ବିଜୁଳି ପ୍ରଭୃତି ନାନା ଜିନିଷ ମାଗଣା ଦେବାର ପ୍ରତିଶ୍ରୁତି ଦେଇ ଭୋଟ୍‌ ମାଗିଥାନ୍ତି। ଏଭଳି ପ୍ରତିଶ୍ରୁତି ଦେବାରୁ କୋର୍ଟ ସେମାନଙ୍କୁ ବାରଣ କରିପାରିବେ ନାହିଁ।
  17. ବନ୍ୟା ପରିଚାଳନା ଏବଂ ସୀମା କ୍ଷେତ୍ର କାର୍ଯ୍ୟକ୍ରମ (ଏଫ୍‌ଏମ୍‌ବିଏପି) ଅଧୀନରେ ଓଡ଼ିଶାର ୬୬ଟି ପ୍ରକଳ୍ପର କ୍ରିୟାନ୍ବୟନ କରାଯାଇଛି। ପ୍ରକଳ୍ପ ଜରିଆରେ ୧.୯୪ ଲକ୍ଷ ହେକ୍ଟର ଅଞ୍ଚଳକୁ ସଂରକ୍ଷଣ କରାଯିବା ସହ ପାଖାପାଖି ୧୧.୫୪ ନିୟୁତ ଲୋକଙ୍କୁ ସୁରକ୍ଷା ଉପଲବ୍ଧ ହୋଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ତଥ୍ୟରେ ଏହା ଉଲ୍ଲେଖ କରାଯାଇଛି।
  18. ସେପ୍ଟେମ୍ବର ୧୩ ଓ ୧୪ ତାରିଖରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନ୍‌ଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ୨୨ରୁ ୨୪ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିପାରିବେ।
  19. ଆଫଗାନିସ୍ତାନର ରାଜଧାନୀ କାବୁଲରେ ବଡ ଧରଣର ବୋମା ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ଖବରରୁ ଜଣା ପଡିଛି। ପାଖାପାଖି ୪୦ ଜଣ ଆହତ ହୋଇଛନ୍ତି।
  20. ଭାରତୀୟ ଜନତା ପାର୍ଟିର ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହାନୱାଜ ହୁସେନଙ୍କୁ ଏକ ଦୁସ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟ କ୍ଷମା ଦେବାକୁ ମନା କରିଛନ୍ତି। ଅଦାଲତ ଦିଲ୍ଲୀ ପୋଲିସକୁ ହୁସେନଙ୍କ ବିରୋଧରେ ଏକ ଦୁସ୍କର୍ମ ଅଭିଯୋଗରେ ମାମଲା ରୁଜୁ କରିବାରୁ ଆଦେଶ ଦୋଇଛନ୍ତି। ଏହାସହିତ ସହିତ ୩ ମାସ ମଧ୍ୟରେ ତଦନ୍ତ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.