• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ରାଜେଶ ବର୍ମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ଭାବେ ନିଯୁକ୍ତ ପାଇଲେ ।
  2. ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶର ଉତ୍ତରାଞ୍ଚଳସ୍ଥିତ ଏକ ସ୍ଥାନୀୟ ବିମାନ ବନ୍ଦରରେ ଅବତରଣ କରିବାକୁ ଉଦ୍ୟମ କରୁଥିବା ୨ଟି ଉଡ଼ନ୍ତା ବିମାନ ପରସ୍ପର ସହ ଧକ୍କା ଖାଇବାରୁ ଅନ୍ୟୂନ ୨/୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
  3. କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରେ ରହୁଥିବା ଅଣ-ସ୍ଥାନୀୟ ଲୋକଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ୨୦୧୯ରେ ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିବା ସହ ଏହା କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହୋଇଛି। ଦଳିତ, ଶରଣାର୍ଥୀ, ବାହାରୁ ଆସି ରହୁଥିବା ବ୍ୟକ୍ତି ଏବଂ ସେନା କର୍ମଚାରୀଙ୍କ ସମେତ ବିଭିନ୍ନ ବର୍ଗଙ୍କୁ ଏଣିକି ମତଦାନ ଅଧିକାର ମିଳିବ।
  4. ଅଶୋକ ଲିଲାଣ୍ଡର ଇଭି ଡିଭିଜନ, ସ୍ଵିଚ୍ ମୋବିଲିଟି ଭାରତର ପ୍ରଥମ ଡବଲ ଡେକର ଏସି ବସ୍‌ର ଚଳାଚଳ ଆରମ୍ଭ କରିଛି। ବସ୍‌ର ଶୁଭାରମ୍ଭ ଅବସରରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଉପସ୍ଥିତ ଥିଲେ।
  5. ଭାରତର ଲୋକପ୍ରିୟ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟରେ ଗୁରୁବାର ଆହୁରି ଅବନତି ଘଟିଛି।
  6. ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ୫ ଜିଲ୍ଲାର ବନ୍ୟା ବିପନ୍ନଙ୍କୁ ୧୫ ଦିନ ରିଲିଫ୍‌ ସହାୟତା ରିଲିଫ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
  7. ଓଡିଶା ବନ୍ୟାରେ ୧୩ ଜିଲ୍ଲାର ୭୧ ବ୍ଲକ କ୍ଷତିଗ୍ରସ୍ତ । ଏବେ ସୁଦ୍ଧା ୪୭୦ଟି ଗାଁ ଜଳଘେରରେ ଥିବା ବେଳେ ୨ ଲକ୍ଷ ୫୫ ହଜାର ୩୨୫ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।
  8. କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ ଗତ ୫ବର୍ଷରେ ଏକ କୋଟିରୁ ଅଧିକ ଯାତ୍ରୀ ଉଡାଣ ଯୋଜନାରେ ଲାଭାନ୍ୱିତ ହୋଇଛନ୍ତି  
  9. ରାଜସ୍ଥାନର କରୌଲିରେ ଥିବା ଏକ ଷ୍ଟେଟ ବ୍ୟାଙ୍କ ଶାଖାରୁ ପ୍ରାୟ ୧୧ କୋଟି ଟଙ୍କାର ଖୁଚୁରା ପଇସା (କଏନ) ଗାଏବ ହୋଇଯାଇଛି । ଏସବୁ କଏନ କୁଆଡେ ଗଲା ତାହା ସିବିଆଇ ଖୋଜୁଛି । ଏହି ମାମଲାରେ ସିବିଆଇ ଆଜି ଦିଲ୍ଲୀ ଓ ରାଜସ୍ଥାନର ୨୫ଟି ସ୍ଥାନରେ ଚଢଉ କରି ଖାନତଲାସି କରିଛି ।
  10. ଦେଶର ଶ୍ରମ ଶକ୍ତି ଦିନକୁ ଦିନ ବୟସ୍କ ହେଉଛନ୍ତି। ବର୍ତ୍ତମାନ ଯେତିକି ଲୋକ ଶ୍ରମ ବଜାରରେ ରହିଛନ୍ତି ସେମାନଙ୍କ ମଧ୍ୟରୁ ୫୭% ଲୋକଙ୍କ ବୟସ ୪୦-୫୦ ବର୍ଷ ମଧ୍ୟରେ ରହିଛି। ୨୦୧୬-୧୭ରେ ଏହି ହାର ୪୨% ଥିଲା।
  11. ୧୨ଟି ହୀରାକୁଦ ଗେଟ  ବନ୍ଦ ହେଲା, ହୀରାକୁଦ ଜଳଭଣ୍ଡାରରେ ଖୋଲାଯାଇଥିବା ୪୦ଟି ଗେଟ୍‌ ମଧ୍ୟରୁ ବର୍ତ୍ତମାନ ୨୮ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି।
  12. କେନ୍ଦୁଝର ମେଡିକାଲ କଲେଜ୍ କୁ ମିଳିଲା ୫ ଷ୍ଟାର୍ ରେଟିଙ୍ଗ ଏବଂ  ଖୁବ୍ ଶୀଘ୍ର ନାମଲେଖା ପାଇଁ ଅନୁମତି ମିଳିବ । ୧୬ଟି କୋଠା କାମ ସମ୍ପୂର୍ଣ ହୋଇ ସାରିଥିବା ବେଳେ ୮୦ଜଣ ପ୍ରଫେସର୍ ସହକାରୀ ପ୍ରଫେସର ହେବେ ନିଯୁକ୍ତ ।
  13. ଲୋକପ୍ରିୟ ପାରାସିଟାମଲ ବଟିକା ଡୋଲୋ-୬୫୦ ଉତ୍ପାଦନକାରୀ କମ୍ପାନି ମାଇକ୍ରୋ ଲାବ୍ସ ଉପରେ ଆୟକର ଚଢଉ ତଥ୍ୟରେ ସୁପ୍ରିମକୋର୍ଟ ହେଲେ ତାଜୁବ । ଡାକ୍ତର ଓ ମେଡିକାଲ ପ୍ରଫେସନାଲମାନେ କମ୍ପାନିର ପ୍ରଡକ୍ଟ ବ୍ୟବହାର ପାଇଁ ଲୋକମାନଙ୍କୁ ପ୍ରେତ୍ସାହିତ କରିବାକୁ ଡାକ୍ତରଙ୍କୁ ୧୦୦୦ କୋଟିର ଉପହାର ବାଣ୍ଟିଥିଲା ।
  14. କର୍ଣ୍ଣାଟକରେ ପ୍ରତ୍ୟେକ ସ୍କୁଲ ଓ ପ୍ରି-ୟୁନିଭରସିଟି କଲେଜରେ ବାଧ୍ୟତାମୂଳକ ହେଲା ଜାତୀୟ ସଙ୍ଗୀତ ଗାନ । ଏନେଇ ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ  ।
  15. ଋଷର ରାଷ୍ଟ୍ରପତି ପୁଟିନଙ୍କୁ ଘାରିଲା ଦେଶର ଜନସଂଖ୍ୟା ଚିନ୍ତା । ଜନସଂଖ୍ୟା ବଢାଇବାକୁ ଆରମ୍ଭ କଲେ ‘ମଦର ହିରୋଇନ୍’ ଯୋଜନା । ୧୦ ପିଲା ଜନ୍ମ କଲେ ମିଳିବ ୧୩ ଲକ୍ଷ ଟଙ୍କାର ପୁରସ୍କାର।
  16. ଭାରତ ଏବଂ ଚୀନ ମଧ୍ୟରେ ଅନେକ ପର୍ଯ୍ୟାୟରେ ସାମରିକ ଏବଂ କୂଟନୈତିକସ୍ତରରେ ଆଲୋଚନା ପରେ ବି ସମାଧାନର କୌଣସି ବାଟ ଫିଟୁନାହିଁ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ସିଧାସଳଖ ଏହାକୁ ନେଇ ସ୍ପଷ୍ଟ ସଙ୍କେତ ଦେଇଛନ୍ତି।
  17. ଆଇଟି କମ୍ପାନୀ ୱିପ୍ରୋ। କମ୍ପାନୀ ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବାରୁ ମଧ୍ୟମ ଓ ବରିଷ୍ଠ ସ୍ତରର କର୍ମଚାରୀମାନଙ୍କର ପ୍ରୋତ୍ସାହନ ରାଶି ସହ ଅନ୍ୟାନ୍ୟ ଦେୟରେ କାଟ କରିଛି। ଏନେଇ କର୍ମଚାରୀମାନଙ୍କୁ ଇ-ମେଲ୍ କରି ସୂଚନା ଦେଇଛି କମ୍ପାନୀ। ତେବେ ନୂଆ କରି ଚାକିରିରେ ଯୋଗ ଦେଇଥିବା ଫ୍ରେସର ଓ ଜୁନିୟର ଷ୍ଟାଫମାନଙ୍କୁ ୩୦ ପ୍ରତିଶତ କାଟ୍‌ରେ ଅନ୍ୟାନ୍ୟା ଦେୟ ମିଳିବ ବୋଲି କୁହାଯାଇଛି।
  18. ବିଜୟ ସହ ଆରମ୍ଭ ହେଲା ଭାରତୀୟ କ୍ରିକେଟ ଦଳର ଜିମ୍ବାଓ୍ବେ ଗସ୍ତ । ଜିମ୍ବାଓ୍ବେର ହାରାରେଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଜିମ୍ବାଓ୍ବେକୁ ୧୦ ଓ୍ବିକେଟରେ ପରାସ୍ତ କରି ବିପୁଳ ବିଜୟ କଲା ହାସଲ ।
  19. ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୩ରୁ ୨୦୨୭ ଆଗାମୀ ୫ ବର୍ଷର ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ (ଏଫ୍‌ଟିପି)ରେ ୧୪୧ଟି ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହା ମଧ୍ୟରେ ୩୮ ଟେଷ୍ଟ, ୪୨ ଦିନିକିଆ ଓ ୬୧ଟି ଟି୨୦ ମ୍ୟାଚ ସାମିଲ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ପକ୍ଷରୁ ଆସିଲା ସୂଚନା ।
  20. ଓଡ଼ିଶା ଏକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ। ୧୯୯୯ର ମହାବାତ୍ୟା ପରେ ଯଦିଓ କେତେକ ବିପର୍ଯ୍ୟୟ ରାଜ୍ୟରେ ଘଟିଛି, ସେଥିମଧ୍ୟରେ ୨୦୧୯ରେ ଏକ ବଡ଼ ବିପର୍ଯ୍ୟୟ ଫଣି ୧୪ଟି ଜିଲାକୁ ନଷ୍ଟଭ୍ରଷ୍ଟ କରିଥିଲା। ତେବେ ଗତ ୩ବର୍ଷରେ ରାଜ୍ୟରେ ୭ଟି ବିପର୍ଯ୍ୟୟର ମୁକାବିଲା କଲାଣି। ଏହା କହିଛନ୍ତି ସ୍ବତନ୍ତ୍ର ରିଲିଫ ଆୟୁକ୍ତ ପ୍ରଦୀପ କୁମାର ଜେନା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.