• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜେଡିୟୁ ନେତା ନୀତୀଶ କୁମାର ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବେ। ଅଗଷ୍ଟ ୧୦ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ। ନୀତୀଶ ପ୍ରଥମ ଥର ପାଇଁ ୨୦୦୦ ମାର୍ଚ୍ଚ ୧ରେ ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ।
  2. ନ୍ୟାସନାଲ ଇନଭେଷ୍ଟିଗେସନ୍‌ ଏଜେନ୍ସି (ଏନଆଇଏ) ଅଧିକାରୀ ପରିଚୟ ଦେଇ ଛୋଟା ସକିଲଙ୍କ ଭିଣୋଇ ସଲିମ କ୍ୟୁରେଶିଙ୍କଠାରୁ ୫୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଜଣେ ଯୁବକଙ୍କୁ ଗିରଫ କରିଛି।
  3. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୋଟ ସମ୍ପତ୍ତି ୨.୨୩ କୋଟିକୁ ବୃଦ୍ଧି ପାଇଛି। ଏହା ମୁଖ୍ୟତଃ ବ୍ୟାଙ୍କ ଜମା ଆକାରରେ ଅଛି। ତେବେ ତାଙ୍କର କୌଣସି ଅସ୍ଥାବର ସମ୍ପତ୍ତି ନାହିଁ। କାରଣ ଗାନ୍ଧୀନଗରଠାରେ ମିଳିତ ମାଲିକାନାରେ ଥିବା ଏକ ଜମିରେ ସେ ତାଙ୍କର ୨୫ ପ୍ରତିଶତ ଅଂଶକୁ ଦାନ କରିଦେଇଛନ୍ତି।
  4. ଜେଡିୟୁ ନେତା ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବାପରେ ତାଙ୍କ ଭବିଷ୍ୟତ ଯୋଜନା ନେଇ ଅନେକ ଚର୍ଚ୍ଚା ହେଉଛି। ନୀତୀଶ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି।
  5. କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପତ୍ତି ତାଲିକା ମଧ୍ୟ ରହିଛି। ମାର୍ଚ ୩୧, ୨୦୨୨ ସୁଦ୍ଧା ଶ୍ରୀ ପ୍ରଧାନଙ୍କ ନିକଟରେ ୨ କୋଟି ୨୮ ଲକ୍ଷ ୫୧ ହଜାର ୯୬୫ ଟଙ୍କାର ସମ୍ପତ୍ତି ରହିଛି।
  6. ଯୁଦ୍ଧାଭ୍ୟାସ ଆଳରେ ତାଇଓ୍ବାନକୁ ଅଧିକାର କରିବାକୁ ଆକ୍ରମଣ କରିପାରେ ଚୀନ । ଏପରି ଆଶଙ୍କା ପ୍ରକାଶ କରିଛନ୍ତି ତାଇଓ୍ବାନର ବୈଦେଶିକ ମନ୍ତ୍ରୀ ଜୋସେଫ ୟୁ ।
  7. ଅଷ୍ଟ୍ରେଲିଆରେ ସ୍ବସ୍ତିକ ଚିହ୍ନ ପ୍ରଦର୍ଶନ କରିବା, ପକାତା ଉଡ଼ାଇବା ସଂପୂର୍ଣ୍ଣ ନିଷିଦ୍ଧ ହେବ । ଏହାକୁ ହିଟଲରଙ୍କ ନାଜି ପ୍ରତୀକ ସହ ଯୋଡ଼ା ଯାଉଥିବାରୁ ଅଷ୍ଟ୍ରେଲିଆର ବିଭିନ୍ନ ରାଜ୍ୟରେ ଏହା ନିଷିଦ୍ଧ ହେବାକୁ ଯାଉଛି ।
  8. ସଡ଼କ ଦୁର୍ଘଟଣାରେ ବିଶ୍ବ କ୍ରିକେଟର ପ୍ରସିଦ୍ଧ ଅମ୍ପାୟାର ରୁଡି କର୍ଟଜେନ ମୃତ୍ୟବରଣ କରିଛନ୍ତି । ମଙ୍ଗଳବାର ସକାଳେ ସେ କେପଟାଉନରୁ ନେଲସନ ମାଣ୍ଡେଲା ବେ ସ୍ଥିତ ନିଜ ଘରକୁ ଫେରୁଥିବାବେଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ।
  9. ଭାରତର ଉଦବେଗ ଓ ଶ୍ରୀଲଙ୍କାର ଅନୁରୋଧ ସତ୍ତ୍ବେ ହାମ୍ବନଟୋଟା ବନ୍ଦରକୁ ଆସୁଛି ଚୀନର ଗୁପ୍ତଚର ଜାହାଜ ଉଆନ ଓ୍ବାଙ୍ଗ୍-୫ । ମଙ୍ଗଳବାରଦିନ  ୧୦ଟା (ଭାରତୀୟ ସମୟ) ବେଳେ ଏହି ଜାହାଜ ପଶ୍ଚିମ ଇଣ୍ଡୋନେସିଆ ନିକଟରେ ଗତି କରୁଥିଲା ।
  10. ବୈରାଗ୍ୟାନନ୍ଦ ଗିରି ଓରଫ ମିର୍ଚି ବାବାଙ୍କୁ ଭୋପାଳ ମହିଳା ପୁଲିସ ଗିରଫ କରିଛି। ମିର୍ଚି ବାବା ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି
  11. ସରକାରୀ ଅଧିକାରୀମାନେ ବୁକ୍ ସର୍କୁଲାର୍‌-୪୭କୁ ଖୋଲା ଉଲ୍ଲଂଘନ କରୁଛନ୍ତି। ସାଂସଦ ଓ ବିଧାୟକମାନେ ଚିଠି ଲେଖିଲେ ତାହା ଉପରେ ପଦକ୍ଷେପ ନେବା ତ ଦୂରର କଥା, ପ୍ରାପ୍ତି ସ୍ବୀକାର ବି ଦେଉନାହାନ୍ତି।
  12. ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିଲା। ବରଗଡ଼ ସହରରେ ଉଡ଼ିଛି ୧ କିଲୋମିଟର ଲମ୍ବା ତ୍ରିରଙ୍ଗା। ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଛାତ୍ରଛାତ୍ରୀ ଓ ସାଧାରଣ ବ୍ୟକ୍ତି।
  13. ବିହାରରେ ଭାଙ୍ଗିଲା ଏନଡିଏ ସରକାର। ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବୁଧବାରଦିନ ଅପରାହ୍ଣ ୪ଟା ବେଳେ ପୁଣି ଥରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସହିତ ଆରଜେଡି ମୁଖ୍ୟ ତେଜସ୍ବୀ ଯାଦବ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ।
  14. ଦିବଂଗତ ଅଭିନେତା ପୁନୀତ ରାଜକୁମାରଙ୍କୁ ମିଳିବ ‘କର୍ଣ୍ଣାଟକ ରତ୍ନ ସମ୍ମାନ’: ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ।
  15. ସ୍ୱାଧୀନତା ଦିବସ ସକାଶେ କୋଭିଡ୍‌ କଟକଣା ନିୟମ ଅନୁସାରେ  ରାଜ୍ୟସ୍ତରୀୟ ପରେଡ୍‌ରେ ଭାଗ ନେବେନି ଛାତ୍ରଛାତ୍ରୀମାନେ ।
  16. ଏଣିକି +୨ରେ ତ୍ରୈମାସିକ ହେବ ପରୀକ୍ଷା, ଗୋଟିଏ ତ୍ରୈମାସିକ ପରୀକ୍ଷା ନଦେଲେ ମୁଖ୍ୟ ପରୀକ୍ଷାରୁ ବଞ୍ଚିତ ହେବେ ଛାତ୍ରଛାତ୍ରୀ । ଏନେଇ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ପଦକ୍ଷେପ ନିଆଯିବ ।
  17. ଖୁବଶୀଘ୍ର ହ୍ବାଟସ୍‌ଆପ୍‌ରେ ହେବ ବଡ ପରିବର୍ତ୍ତନ। ଏଣିକି ଅନ୍ୟ ସଦସ୍ୟମାନଙ୍କୁ ନଜଣାଇ ହ୍ବାଟସ୍‌ଆପ୍ ଗ୍ରୁପ୍‌ରୁ ବାହାରି ପାରିବେ । ସେହିପରି ଅନ୍‌ଲାଇନ୍‌ ଥିବା ବେଳେ କେଉଁମାନେ ତାହା ଜାଣିବେ ସେହି ବିକଳ୍ପକୁ ମଧ୍ୟ ବ୍ୟବହାରକାରୀମାନେ ଚୟନ କରିପାରିବେ ଏବଂ ମେସେଜ୍‌କୁ ଥରେ ଦେଖିବା ପରେ ତାହାର ସ୍କ୍ରିନ୍‌ସଟ୍ ଆଉ ନେଇ ପାରିବେ ନାହିଁ। ମାସକ ଭିତରେ ଏହି ସୁବିଧା ହ୍ବାଟସ୍ଆପ୍‌ରେ ଉପଲବ୍ଧ ହେବ।
  18. ବିଶିଷ୍ଟ ନାଟ୍ୟକାର, ସଂଳାପକାର, ଗୀତିକାର ଓ ସଂଗୀତ ସଂଯୋଜକ ରଣଜିତ୍ ପଟ୍ଟନାୟକଙ୍କର ଗତକାଲି ରାତି କଟକର ଏକ ଘରୋଇ ହସ୍ପିଟାଲରେ ହେଲା ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।
  19. ଚଳିତ ବର୍ଷ ଅଗଷ୍ଟ ୧୫ରେ ଆମେରିକାର ବୋଷ୍ଟନରେ ପାଳିତ ହେବ ଭାରତୀୟ ସ୍ୱାଧୀନତା ଦିବସ । ଏଥିରେ ୩୨ଟି ଦେଶ ଭାଗ ନେବେ । ଏ ଅବସରରେ ଏକ ବିମାନ ୨୨୦ ଫୁଟର ଭାରତୀୟ ଜାତୀୟ ପତକା ସହିତ ପ୍ରମୁଖ ଆମେରିକୀୟ ସହରରେ ଉଡାଣ ଭରିବ ।
  20. ଅବସର ଘୋଷଣା କଲେ ଆମେରିକାର ଷ୍ଟାର ଟେନିସ ଖେଳାଳି ସେରେନା ୱିଲିୟମସ । ମହିଳା ଟେସିନର ମହାନ ଖେଳାଳି ସେରେନା ୱିଲିୟମସ ୟୁଏସ ଓପନରେ ଚମତ୍କାର ପ୍ରଦର୍ଶନ କରି ଓପନ କ୍ୟାରିୟରରେ ମୋଟ ୬ଟି ଟାଇଟଲ ଜିତିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.