• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଜଷ୍ଟିସ ଉଦୟ ଉମେଶ ଲଲିତ ଭାରତର ୪୯ ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ଭାରତର ସମ୍ବିଧାନର ଧାରା ୧୨୪ର ଧାରା (୨) ଦ୍ୱାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ରାଷ୍ଟ୍ରପତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତଙ୍କୁ ଭାରତର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି।
  2. ରାଜ୍ୟରେ ପ୍ରାୟ ୭୪ ହଜାର ୬୨୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆଦାନୀ ଗ୍ରୁପ୍ । ହାଇଲେଭଲ କ୍ଲିୟରାନ୍ସ କମିଟି ବୈଠକରେ ୧୦ଟି ପ୍ରକଳ୍ପକୁ ମଂଜୁରୀ ପରେ ଏନେଇ ସୂଚନା ମିଳିଛି । ଏହି ୧୦ଟି ପ୍ରକଳ୍ପରେ ନିଯୁକ୍ତି ସୁଯୋଗ ପାଇବେ ୨୪ ହଜାର ୦୪୭ ଜଣ । ରାୟଗଡ଼ା କାଶୀପୁରରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ କରିବ ଆଦାନୀ ଗ୍ରୁପ୍
  3. ବିହାରରେ ନୂତନ ସରକାର ଗଠନ ହୋଇଛି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସହ ପ୍ରଥମ କ୍ୟାବିନେଟ ବୈଠକ କରିଛନ୍ତି। ଏହି ବୈଠକରେ ଅଗଷ୍ଟ ୨୪ରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅଧିବେଶନ ଅଗଷ୍ଟ ୨୪ ଏବଂ ୨୫ରେ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୪ରେ ଫ୍ଲୋର୍‌ ଟେଷ୍ଟ କରାଯିବ। ।
  4. ଆସନ୍ତା ୧୨ ତାରିଖରେ ରାଜ୍ୟ ପରିବାର ନିର୍ଦ୍ଦେଶାଳୟ ଦ୍ୱାରା ପାଳନ କରାଯିବ ଜାତୀୟ କୃମିନାଶକ ଦିବସ । ଏହି ଅବସରରେ ୧ ବର୍ଷରୁ ୧୯ ବର୍ଷ ବୟସର ପିଲାମାନଙ୍କୁ କୃମି ନାଶକ ଔଷଧ ପ୍ରଦାନ କରାଯିବ । ଯେଉଁମାନେ କୌଣସି କାରଣରୁ ୧୨ ତାରିଖରେ ଏହି ମେଡିସିନ୍ ଖାଇ ନ ଥିବେ, ସେମାନେ ୧୯ ତାରିଖରେ ଖାଇପାରିବେ ।
  5. ରାଜ୍ୟର ସମସ୍ତ ୟୁନିଭରସିଟି ଓ ଅଟୋନମସ୍ କଲେଜ ହେବ ପେପରଲେସ୍, ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟକାରୀ କରିବ SAMARTH e-gov Portal ।
  6. ଜେଡିୟୁର ୫ ଜଣ ଏମ୍‌ପି ଏବେ ବିରୋଧୀ ମେଣ୍ଟରେ ମିଶିବା ପରେ ଶାସକ ଏନ୍‌ଡିଏର ରାଜ୍ୟସଭା ଗଣିତ ଟିକିଏ ଜଟିଳ ହୋଇପାରେ। ରାଜ୍ୟସଭାର ମୋଟ ସାଂସଦଙ୍କ ସଂଖ୍ୟା ୨୩୭ ହୋଇଥିବାରୁ ସଂଖ୍ୟାଗରିଷ୍ଠତା ପାଇଁ ଏନ୍‌ଡିଏକୁ ୧୧୯ ଜଣ ସାଂସଦ ଦରକାର। କିନ୍ତୁ ଏନଡିଏ ପାଖରେ ସେହି ସଂଖ୍ୟା ନାହିଁ।
  7. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧନଖଡ଼ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ବୁଧବାର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହୋଇଛି।
  8. ଭାରତୀୟ ଆହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)କୁ ବଡ଼ ସଫଳତା ମିଳିଛି । ବୁଧବାର ଶ୍ରୀହରିକୋଟାରୁ କ୍ରୁ ଏସକେପ୍ ସିଷ୍ଟମ(ସିଇଏସ)ର ଲୋ ଅଲ୍ଟିଟ୍ୟୁଡ୍ ଏସକେପ୍ ମୋଟର (Low Altitude Escape Motor of Crew Escape System)ର ସଫଳ ପରୀକ୍ଷଣ କରାଯାଇଛି ।
  9. ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ ଅନୁସାରେ ୧୯୯୧-୨୦୨୦ ତୁଳନାରେ ୟୁରୋପୀୟ ଅଞ୍ଚଳରେ ହାରାହାରି ୦.୪ ଡିଗ୍ରୀ ତାପମାତ୍ରା ଅଧିକ ରହିଛି । ଦକ୍ଷିଣ-ପୂର୍ବ ଏବଂ ପଶ୍ଚିମ ୟୁରୋପ ହାରାହାରି ଠାରୁ ଅଧିକ ଗରମ ରହିଛି ।
  10. ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ସହ ଆଇନଗତ ଲଢେଇରେ ଇଲେକ୍ଟ୍ରିକ କାର ନିର୍ମାତା ଏଲନ ମସ୍କ  ଟେସ୍ଲାର ୬.୯ ବିଲିୟନ ଡଲାରର ଷ୍ଟକ୍ ବିକ୍ରି କରିଛନ୍ତି। ଯଦି ଏହି ଲଢେଇ ସେ ହାରି ଯାଆନ୍ତି ତେବେ ଟ୍ୱିଟର କ୍ରୟ ଲାଗି ଏହି ଅର୍ଥ ଉପଯୋଗ ହେବ ବୋଲି ମସ୍କ ତାଙ୍କ ନିଷ୍ପତ୍ତି ସପକ୍ଷରେ ସେୟାର ହୋଲ୍ଡରମାନଙ୍କୁ କହିଛନ୍ତି। 
  11. ବାୟୋଲଜିକାଲ-ଇଙ୍କ କୋଭିଡ-୧୯ଭେକ୍ସିନ୍ କୋରବେଭାକ୍ସକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିଛି। ଏହି ଭାକ୍ସିନକୁ ବୁଷ୍ଟର ଡୋଜ୍ ଭାବେ ଦିଆଯାଇପାରିବ। ଯେଉଁମାନେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକରଣ କରିଛନ୍ତି ସେମାନେ ବୁଷ୍ଟରଡୋଜ ଭାବେ ଏହି କୋରବେଭାକ୍ସ ନେଇପାରିବେ ବୋଲି କୁହାଯାଇଛି।
  12. ଏସିଆର ଏକ ନମ୍ବର ଓ ବିଶ୍ୱର ୪ ନମ୍ବର ଧନୀ ଗୌତମ ଆଦାନୀଙ୍କ ସୁରକ୍ଷା ବଢ଼ାଇଲେ କେନ୍ଦ୍ର ସରକାର। ଆଦାନୀଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଦିଆଯାଇଛି। ଆଇବି ଇଣ୍ଟେଲିଜେନ୍ସର ସୂଚନା ଅନୁସାରେ ତାଙ୍କୁ ଏଭଳି ସୁରକ୍ଷା ପ୍ରଦାନ କରାଯାଇଥିବା ସୂଚନା ମିଳିଛି।
  13. ପୂର୍ବ ୬ ସପ୍ତାହ ଧରି ହରଡ଼ ଡାଲି ଏବଂ ବିରି ଡାଲିର ଦାମ୍‌ରେ ୧୫ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ଏହାର ବଡ଼ କାରଣ ଫସଲ ଅଞ୍ଚଳରେ ଅଧିକ ଜଳ ପ୍ରବାହ ହେତୁ କ୍ଷତିର ଆଶଙ୍କା ଏବଂ ଖରିଫ୍‌ ଋତୁରେ କମ୍‌ ମହଜୁଦ୍‌ କମ୍‌ ଥିବା କୁହାଯାଉଛି ।
  14. ରେଳ ମନ୍ତ୍ରଣାଳୟ ସହ ଜଡିତ ସଂସଦୀୟ କମିଟି ବରିଷ୍ଠ ନାଗରିକଙ୍କୁ ଟ୍ରେନ ଭଡାରେ ତତ୍କାଳ ରିହାତି ପ୍ରଦାନ କରିବା ପାଇଁ ସୁପାରିସ କରିଛି। କମିଟି ଅନୁସାରେ, ଅତି କମରେ ସ୍ଲିପର ଏବଂ ଥାର୍ଡ ଏସପି କୋଚରେ ପୁଣି ଥରେ ଏହାକୁ ଲାଗୁ କରାଯିବା ଦରକାର ।
  15. ରାଜ୍ୟରେ ବ୍ରାଉନସୁଗାର, ଅଫିମ, ହେରାଇନ ଏବଂ ଇଂଜେକସନ ଜରିଆରେ ବିଭିନ୍ନ ନିଶା ନେଉଥିବା ରୋଗୀଙ୍କ ପାଇଁ ଦୃଢ଼ ହୋଇଛି ଚିକିତ୍ସା ବ୍ୟବସ୍ଥା। ଏପରି ରୋଗୀଙ୍କୁ ଚିକିତ୍ସା କରି ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ଏମ୍ସ ଭୁବନେଶ୍ୱର ମାନସିକ ରୋଗ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ନିଜର ଓପିଓଏଡ୍ ସବଷ୍ଟିଚ୍ୟୁସନ ଥେରାପୀ (ଓଏସଟି) କେନ୍ଦ୍ର।
  16. ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ବ  ସୁନୀଲ ବଂଶଲଙ୍କୁ ଦିଆଯାଇଛି। ତାଙ୍କୁ ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ତେଲଙ୍ଗାନାର ପ୍ରଭାରୀ ଦାୟିତ୍ଵ ମଧ୍ଯ ମିଳିଛି। ସୁନୀଲ ବଂଶଲ ନିଯୁକ୍ତି ନେଇ ବିଜେପି ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
  17. ୭୬ ତମ ସ୍ୱାଧୀନତା ଦିବସ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପାଳିତ ହେବ । ସମସ୍ତ ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ୨୦୨୨ରେ ସ୍କୁଲ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିପାରିବେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସ୍ୱାଧୀନତା ଦିବସ ପରି ଏକ ଜାତୀୟ ଉତ୍ସବରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ ।
  18. ଶ୍ରୀକାନ୍ତ ତ୍ୟାଗୀକୁ ଧରିବା ପାଇଁ ନଏଡ଼ା ପୁଲିସର ୮ଟି ଏବଂ ଏସ୍‌ଟିଏଫ୍‌ର ୪ଟି ଦଳ ନିୟୋଜିତ ହୋଇଥିଲେ। ଜଣେ ମହିଳାଙ୍କୁ ଆକ୍ରମଣ କରିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଫେରାର ତ୍ୟାଗୀକୁ ମଙ୍ଗଳବାର ମିରଟରେ ଧରାଯାଇଛି। ପୁଲିସ ହାତରୁ ଖସିବା ପାଇଁ ନଏଡ଼ାରୁ ମିରଟ ଯିବା ଭିତରେ ସେ ୧୫ ଥର ଗାଡ଼ି ବଦଳାଇଥିବା ଜଣାପଡ଼ିଛି।
  19. ଡାକଘର ପକ୍ଷରୁ ଜାତୀୟ ପତାକା ଗୋଟିକୁ ୨୫ଟଙ୍କା ହିସାବରେ ବିକ୍ରି କରାଯାଉଛି। ଏହି ପତାକାଗୁଡିକୁ କୌଣସି ଦେୟ ବିନା ଘରେ ପହଞ୍ଚାଯାଉଛି। ଇ-ଡାକଘର ପୋର୍ଟାଲ ଜରିଆରେ ମଧ୍ୟ ନାଗରିକମାନେ ଜାତୀୟ ପତାକା ଅନ୍‌ଲାଇନରେ କିଣିପାରିବେ।
  20. ବିଶ୍ୱ ଜୈବ ଇନ୍ଧନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହରିୟାଣାର ପାନିପଥରେ ଦ୍ୱିତୀୟ ପିଢି (୨ଜି) ଇଥାନଲ କାରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.