• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧନଖଡ଼ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
  2. ଫନିରେ ପ୍ରଭାବିତ ୨ଲକ୍ଷ ହିତାଧିକାରୀଙ୍କ ସମେତ ବର୍ତ୍ତମାନ ରାଜ୍ୟର ପାଖାପାଖି ୧୦ ଲକ୍ଷ ଲୋକ ଘର ପାଇବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅବଧିକୁ ୨୦୨୪ ପର୍ୟ୍ୟନ୍ତ ବଢ଼ାଇବା ସହ ସ୍ୱତନ୍ତ୍ର ବ୍ୟୟ ଅଟକଳ ହୋଇଛି । ଦେଶ ପାଇଁ ୪୮ ହଜାର କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଓଡିଶା ପାଇଁ ୭ ହଜାର କୋଟି ଟଙ୍କା ଦେବାକୁ ସ୍ଥିର ହୋଇଛି । ଏହି କାର୍ୟ୍ୟକ୍ରମ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ରୂପାୟନ ହେବ ।
  3. ଭାରତୀୟ ରିଜର୍ଭ ବ୍ୟାଙ୍କ ‌‘ଲେଟର ଅଫ୍‌ କମ୍ଫର୍ଟ’କୁ ନିଷିଦ୍ଧ ଘୋଷଣା କରିଛନ୍ତି। ରେଟିଂ ଦେବା ବେଳେ ତାହାକୁ ବିଚାରକୁ ନଦେବା ଲାଗି ରଜିର୍ଭ ବ୍ୟାଙ୍କ ସମସ୍ତ ରେଟିଂ ଏଜେନ୍ସିକୁ କହିଛି।
  4. ୧୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପ୍ରଭାବରେ ୧୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ଦୁଇ ଦିନ ପରେ ଅର୍ଥାତ ଅଗଷ୍ଟ ୧୭ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ୧୮ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ନେଇ ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।
  5. ୯ରୁ ୧୩ ବର୍ଷର ଝିଅଙ୍କୁ ଦିଆଯିବ ପ୍ରତିଷେଧକ କ୍ୟାନସର ଟିକା: ଖୁବଶୀଘ୍ର ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲାରେ ମାଗଣା ଟିକା ଦେବେ ସରକାର
  6. ସ୍ୱାଧୀନତାର ୭୫ତମ ପୂର୍ତ୍ତି ଉତ୍ସବ ଅବସରରେ ଓଡିଶା ବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟର ମିଶନ ଶକ୍ତିର ମାଆ ମାନଙ୍କୁ ଜାତୀୟ ପତାକା ତିଆରି ଓ ବଣ୍ଟନ ଦାୟିତ୍ୱ ଦିଆଯାଇଛି।
  7. ଅଗଷ୍ଟ ୨୭ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଉଦୟ ଉମେଶ ଲଳିତ ।
  8. ପୁଲିସ ପଦକ ଘୋଷଣା: ସାହସିକତା ପାଇଁ ୯, ବିଶିଷ୍ଟ ସେବା ପାଇଁ ୨ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣ ପାଇବେ ପଦକ।
  9. ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର (ISRO) ଆଜାଦୀ କୀ ଅମୃତ ମହୋତ୍ସବ ଅବସରରେ ନିଜର ଭର୍ଚୁଆଲ ସ୍ପେସ ମ୍ୟୁଜିୟମ (SPARK) ଲଞ୍ଚ କରିଛି । ଏହା ଏକ ଡିଜିଟାଲ କଣ୍ଟେଣ୍ଟ, ଯେଉଁଥିରେ ସଂଗଠନର ଇତିହାସ ଏବଂ ସଫଳତାକୁ ଦର୍ଶାଯାଇଛି ।
  10. ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନପ୍ରିୟତାରେ ନିଜ ସ୍ଥିତିକୁ ଆହୁରି ଦୃଢ଼ କରିଛନ୍ତି। ନବୀନଙ୍କ ଶାସନକୁ ନେଇ ୭୮ ପ୍ରତିଶତ ଓଡ଼ିଶା ଲୋକ ସନ୍ତୁଷ୍ଟ ଅଛନ୍ତି।
  11. ଆୟକର ବିଭାଗର ନାସିକ ଶାଖା ପକ୍ଷରୁ ଜାଲ୍‌ନା ଓ ଔରଙ୍ଗାବାଦ ସହରରେ କପଡ଼ା ବ୍ୟବସାୟୀ, ରିଅଲ ଇଷ୍ଟେଟ ମାଲିକ ଏବଂ ଇସ୍ପାତ କମ୍ପାନି ଉପରେ ବଡ଼ ଧରଣର ଚଢ଼ଉ କରିଛି। ଚଳିତମାସ ୧ ତାରିଖରୁ ୮ ତାରିଖ ମଧ୍ୟରେ ହୋଇଥିବା ଏହି ଚଢ଼ଉରେ ମୋଟ ୩୯୦ କୋଟି ଟଙ୍କାର ସଂପତ୍ତି ଜବତ ହୋଇଛି
  12. ନୀତୀଶ କୁମାରଙ୍କ ବିଦାୟ ବିହାରରେ ଏନଡିଏର ପ୍ରଦର୍ଶନକୁ ପ୍ରଭାବିତ କରିବ ଓ ଲୋକସଭା ନିର୍ବାଚନରେ ଆସନ ସଂଖ୍ୟା କମିବ ବୋଲି ଏକ ସର୍ଭେରୁ ଜଣାପଡ଼ିଛି।
  13. ବର୍ଷେ ଭିତରେ ମନ୍ଦିର ନୂଆ ରୂପ ପାଇବ ପ୍ରସିଦ୍ଧ ଅଲାରନାଥଙ୍କ ମନ୍ଦିର । ମନ୍ଦିର ସୌନ୍ଦର୍ଯ୍ୟକରଣ, ପାରିପାର୍ଶ୍ବିକ ଉନ୍ନତି ଓ ଜଳ ନିଷ୍କାସନ ସମ୍ପର୍କରେ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ସହିତ ସେ ଆଲୱୋଚନା କରିଥିଲେ । ବର୍ଷେ ଭିତରେ ମନ୍ଦିରର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ୍ ।
  14. ଆମେରିକୀୟ ତଦନ୍ତକାରୀ ସଂସ୍ଥା ଏଫବିଆଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢଉ କରିଥିଲା । କୁହାଯାଉଛି ଯେ, ଏଫବିଆଇ ନ୍ୟୁକ୍ଲିଅର ଦସ୍ତାବିଜ ସନ୍ଧାନରେ ଟ୍ରମ୍ପଙ୍କ ଘରେ ଚଢଉ କରିଥିଲା । ଓ୍ୱାଶିଂଟନ ପୋଷ୍ଟ ପକ୍ଷରୁ ଏନେଇ ବଡ ଦାବି କରାଯାଇଛି ।
  15. କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ଶେବେଲିୟର ଡେ ଲା ଲିଜନ ଡି’ ରେ ସମ୍ମାନିତ କରାଯିବ।
  16. ଋଷିଆ ଲାଗି ୟୁକ୍ରେନ ଏବେ ଚାଲେଞ୍ଜ ପାଲଟିଛି। ୟୁକ୍ରେନ ଏକ କ୍ଷୁଦ୍ର ଦେଶ, ତବେ ଯୁଦ୍ଧରେ ଋଷିଆକୁ କଡ଼ା ଟକ୍କର ଦେଉଛି। ପରିସ୍ଥିତି ଏବେ ଏପରି ଯେ ୟୁକ୍ରେନର ମୁକାବିଲା କରିବାରେ ଏବେ ଋଷୀୟ ସୈନିକ ଅସମର୍ଥ। ୬ ମାସ ପୂର୍ବେ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କାଳରେ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ୍ ଏହା ଏତେ ଦୀର୍ଘ ହେବ ଭାବି ନଥିଲେ।
  17. ମିଳିତ ଜାତିସଂଘ ଦ୍ୱାରା ଜାରି ରିପୋର୍ଟ ଅନୁସାରେ କରୋନା ମହାମାରୀ ସମୟରେ ଦୁନିଆର କ୍ରିପ୍ଟୋକରେନ୍ସି ବ୍ୟବହାର ବହୁଳ ମାତ୍ରାରେ ବୃଦ୍ଧି ପାଇଛି । ଏହି ସମୟରେ ଭାରତରେ ମଧ୍ୟ କ୍ରିପ୍ଟୋକରେନ୍ସିରେ ନିବେଶ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।
  18. ଆଦାନୀ ଏଣ୍ଟର୍‌ପ୍ରାଇଜ୍‌ର ନୂଆ ନିବେଶକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଆଦାନୀ ସମୂହର କମ୍ପାନୀ ଆଦାନୀ ଏଣ୍ଟର୍‌ପ୍ରାଇଜ୍‌ ଓଡ଼ିଶାରେ ଆଲୁମିନା ରିଫାଇନାରୀ ପ୍ଲାଣ୍ଟ୍‌ ସ୍ଥାପନ କରିବା ନେଇ ଯୋଜନା କରୁଥିବା ଜଣାପଡ଼ିଛି ।
  19. ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋଇଲା ତସ୍କରୀ ମାମଲାରେ ପଶ୍ଚିମବଙ୍ଗର ୮ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପଚରା ଉଚରା ନିମନ୍ତେ ଦିଲ୍ଲୀ ଡକାଇଛନ୍ତି। ସେମାନଙ୍କ ମଧ୍ୟରେ ଏଡିଜି ସିଆଇଡି ଜ୍ଞାନବନ୍ତ ସିଂହ, କୋଟେଶ୍ୱର ରାଓ, ଏସ. ସେଲଭା ମୁରୁଗନ, ଶ୍ୟାମ ସିଂହ, ରାଜୀବ ମିଶ୍ର, ସୁକେଶ କୁମାର ଜୈନ ଓ ତଥାଗତ ବସୁ ଆଦି ଅଧିକାରୀମାନେ ଅଛନ୍ତି।
  20. ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପେନସନ୍ ସୁବିଧା ଲାଗି ଦେଶରେ ଆରମ୍ଭ କରାଯାଇଥିବା ଅଟଳ ପେନସନ୍ ଯୋଜନା (ଏପିୱାଇ)ରେ ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ପରିବର୍ତ୍ତନ ଅନୁସାରେ ୧ ଅକ୍ଟୋବର ୨୦୨୨ ପରେ ଏହି ଯୋଜନାରେ ଏପରି ଲୋକେ ନିବେଶ କରିପାରିବେନି ଯିଏ ଆୟକର ପୈଠ କରୁଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.