• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶା ହାଇକୋର୍ଟକୁ ମିଳିଲେ ଦୁଇ ନୂଆ ବିଚାରପତି । ଜଷ୍ଟିସ୍‌ ଗୌରୀ ଶଙ୍କର ଶତପଥୀ ଏବଂ ଜଷ୍ଟିସ୍‌ ଚିତ୍ତ ରଞ୍ଜନ ଦାସଙ୍କୁ ହାଇକୋର୍ଟରେ ନିଯୁକ୍ତ କରାଯାଇଥିବା ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ବିଜ୍ଞପ୍ତିରୁ ଜଣାଯାଇଛି ।
  2. ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ( ୨୦୦୯ ବ୍ୟାଚ୍‌ର ଏସ୍‌ଆଇ ) ସାରା ଦେଶରେ ୧୫୧ ଜଣଙ୍କ ମଧ୍ୟରେ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି l ଜାତୀୟ ସ୍ତରରେ ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବରେ ୧୫୧ ଜଣ ରହିଥିବା ବେଳେ ଓଡିଶାର ୪ ଜଣ ଥାନା ଅଧିକାରୀ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ରହିଛନ୍ତି l
  3. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ରେ ଥିବା ହତିବାରି ଠାରେ ଥିବା ଦେଓ ଜଳସେଚନ ପ୍ରକଳ୍ପ ଉଦଘାଟନ କରିଛନ୍ତି ।
  4. ବନ୍ୟା ନିୟନ୍ତ୍ରଣରେ ଛତିଶଗଡ ସହଯୋଗ ନକରିବା ସହ କୌଣସି ତଥ୍ୟ ପ୍ରଦାନ କରୁନଥିବା ଅଭିଯୋଗ ଆଣିଛନ୍ତି ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ।
  5. ଆସନ୍ତା ୧୩ରେ ଆସିବ ଚଳିତ ଅଗଷ୍ଟ ମାସର ଦ୍ୱିତୀୟ ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ୧୬ ତାରିଖ ଯାଏଁ । ପୁଣି ୧୭ ତାରିଖରେ ଆସିବ ଆଉ ଗୋଟିଏ ଲଘୁଚାପ । ଏମିତି ଘନଘନ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଜାରି ରହିବ ।
  6. ଲୋକପ୍ରିୟ ଅଭିନେତା ଅମୀର ଖାନ୍‌ଙ୍କୁ ହିନ୍ଦୁ ବିଦ୍ୱେଶୀ ଭାବରେ ଆଖ୍ୟାୟିତ କରି ତାଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡାକୁ ବୟକଟ କରିବା ପାଇଁ ନାରା ଲଗାଇଛନ୍ତି କିଛି ଗୋଷ୍ଠୀ। ସୋସିଆଓଲ୍ ମିଡିଆରେ ଲାଲ୍ ସିଂହ ଚଡ୍ଡା ବୟକଟ ଟ୍ରେଣ୍ଡ କରୁଛି। ହେଲେ ଏହି ବିରୋଧ ଭିତରେ କିନ୍ତୁ ଭଲ ଆୟ କରୁଛି ଅମୀରଙ୍କ ଫିଲ୍ମ ଲାଲ୍‌ ସିଂହ ଚଡ୍ଡା। 
  7. ପ୍ରସିଦ୍ଧ ଲେଖକ ସଲମାନ ରୁଶଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଶୁକ୍ରବାର ସେ ପଶ୍ଚିମ ନ୍ୟୁୟର୍କରେ ଉଦବୋଧନ ଦେବା ସମୟରେ ତାଙ୍କୁ ଉପରେ ଏହି ଆକ୍ରମଣ ହୋଇଥିଲା। ଆସୋସିଏଟେଡ ପ୍ରେସ ରିପୋର୍ଟ ଅନୁସାରେ ଚୋଟୋକ୍ୱା ସଂସ୍ଥାନରେ ରୁଶଦି ନିଜର ଅଭିଭାଷଣ ରଖିବା ପାଇଁ ମଞ୍ଚକୁ ଯିବା ସମୟରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଉପରେ ଆକ୍ରମଣ କରିଥିଲା।
  8. ଜୁଲାଇରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି । ଗତ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ପାଇ ୬.୭୧ ପ୍ରତିଶତରେ ରହିଥିଲା । ଏହା ଗତ ପାଞ୍ଚ ମାସରେ ସବୁଠୁ କମ । ଜୁନ ମାସରେ ଏହି ସଂଖ୍ୟା ୭.୦୧ ପ୍ରତିଶତ ଥିଲା। ଏହା ପୂର୍ବରୁ ଫେବ୍ରୁଆରୀରେ ମୁଦ୍ରାସ୍ଫୀତି ହାର ୬.୦୭ ପ୍ରତିଶତ ଥିଲା ।
  9. ଘରଭଡ଼ାରେ ଦେବାକୁ ପଡ଼ିବ ୧୮ ପ୍ରତିଶତ ଜିଏସ୍‌ଟି। ଜୁଲାଇ ୧୮ ତାରିଖରେ ଲାଗୁ ହୋଇଥିବା ନୂଆ ଜିଏସ୍‌ଟି ନିୟମରେ ଏଭଳି ପ୍ରାବଧାନ ରହିଛି। ତେବେ କେଉଁ ଭଡ଼ାଟିଆମାନଙ୍କୁ ଜିଏସ୍‌ଟି ଦେବାକୁ ପଡ଼ିବ ସେ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ସରକାର। ଆବାସିକ ସ୍ଥଳୀକୁ ବ୍ୟବସାୟିକ ୟୁନିଟ୍‌କୁ ଭଡ଼ା ଦେଇଥିଲେ ସେଥିରେ ଭଡ଼ାଟିଆକୁ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡ଼ିବ ବୋଲି ସରକାର କହିଛନ୍ତି।
  10. ଦୁଇ ମହିଳା ଅଗ୍ନିସମନ ଅଧିକାରୀଙ୍କୁ ମୁମ୍ବାଇ ଫାୟାର ବ୍ରିଗେଡ୍ (ଏମଏଫବି)ରେ ଷ୍ଟେସନ ଅଧିକାରୀ (ଏସଓ) ଭାବେ ପଦୋନ୍ନତୀ ମିଳିଛି। ଏମଏଫବିରେ କୌଣସି ମହିଳା ଅଧିକାରୀ ଏସଓ ପଦବୀକୁ ପଦୋନ୍ନତି ପାଇବାର ଏହା ପ୍ରଥମ ଘଟଣା। ସହାୟକ ଷ୍ଟେସନ ଅଫିସର ସୁନୀତା ଖୋତ ଏବଂ ଏସ.ଭି.ଭୋର ଏସଓ ଭାବେ ପଦୋନ୍ନତୀ ପାଇଛନ୍ତି। 
  11. ଷ୍ଟାର୍ଟଅପ କ୍ଷେତ୍ରରେ ଭାରତ ଆଜି ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଦେଶରେ ବର୍ତ୍ତମାନ ସମୟରେ ୭୫,୦୦୦ ଷ୍ଟାର୍ଟଅପ ରହିଛି । ଡିପାର୍ଟମେଣ୍ଟ ଫର ପ୍ରୋମୋସନ ଅଫ ଇଣ୍ଡଷ୍ଟ୍ରୀ ଆଣ୍ଡ ଟ୍ରେଡ୍ (DPIIT) ଦେଶରେ ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ ରେକର୍ଡ କରିଛି ।
  12. ୨୦୨୩ ମସିହାରେ ସାରା ବିଶ୍ୱରେ ଜନସନଏଣ୍ଡ ଜନସନଙ୍କ ବେବି ପାଉଡର ବିକ୍ରି ବନ୍ଦ ହୋଇଯିବ ବୋଲି ଔଷଧ ପ୍ରସ୍ତୁତ କର୍ତ୍ତା କହିଛନ୍ତି। ବିଶ୍ୱବ୍ୟାପୀ ପୋର୍ଟଫୋଲିଓ ମୂଲ୍ୟାୟନରେ କର୍ଣ୍ଣ ଷ୍ଟ୍ରାଚ ଆଧାରିତ ସବୁ ବେବି ପାଉଡର ପ୍ରସ୍ତୁତି ଓ ବିକ୍ରି ବନ୍ଦ ଲାଗି ବାଣିଜ୍ୟିକ ନିଷ୍ପତ୍ତି ନିଆଯାଇଥିବା ଜନସନ ଏଣ୍ଡ ଜନସନ କହିଛନ୍ତି।
  13. ପରିସ୍ଥିତିରେ ଗ୍ରାହକଙ୍କୁ ହଇରାଣ ହରକତ ଓ ନିର୍ଯ୍ୟାତନା ନଦେବା ଲାଗି ସବୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ କୁହାଯାଇଛି। ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ ଅଧୀନରେ ଥିବା ସବୁ ସଂସ୍ଥା ପାଇଁ ଏହି ନିୟମ ଲାଗୁ ହୋଇଛି।
  14. ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଋଣ ଅସୁଲ ପ୍ରକ୍ରିୟାରେ କୌଣସି ସଂସ୍ଥା ଗ୍ରାହକଙ୍କ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କୁ ହଇରାଣ କରିପାରିବେ ନାହିଁ। ସେମାନଙ୍କ ଗୋପନୀୟତା ସୀମା ଉଲ୍ଲଂଘନ କରିବେ ନାହିଁ। ଏଜେଣ୍ଟ୍‌ମାନେ ‌ମୋବାଇଲ୍ କିମ୍ବା ସୋସିଆଲ ମିଡିଆରେ କୌଣସି ଅନୁପଯୁକ୍ତ ବାର୍ତା ପଠାଇପାରିବେ ନାହିଁ। 
  15. ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ତଥା କେନ୍ଦ୍ର ସରକାରଙ୍କ ବିଧି (ଲିଗାଲ୍‌) ବ୍ୟାପାର ବିଭାଗ ସଚିବ ନୀତିନ ଚନ୍ଦ୍ରଙ୍କୁ ନ୍ୟାୟ (ଜଷ୍ଟିସ୍‌) ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।
  16. ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‍ ବୈଠକରେ ୧୭ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ ।ଏହି ବୈଠକରେ ୪ ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ କରାଯିବା କୁ ନିଷ୍ପତ୍ତି ହୋଇଥିବା ବେଳେ ସୁନ୍ଦରଗଡ଼ କୋଏଲ ନଦୀରେ ଇନଷ୍ଟ୍ରିମ୍ ବ୍ୟାରେଜକୁ ମଞ୍ଜୁରୀ ମିଳିଛି।
  17. ବରିଷ୍ଠ ଓଏଏସ୍ ଅଫିସର ସତ୍ୟରଞ୍ଜନ ସାହୁଙ୍କୁ ଆଜି ବୌଦ୍ଧ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଏହାସହିତ ୩୨ଜଣଙ୍କୁ ବିଡିଓ, ୧୦ଜଣଙ୍କୁ ତହସିଲଦାର ଭାବେ ନିଯୁକ୍ତି ସହ ମୋଟ ୪୬ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନକୁ ବଦଳି ହୋଇଛି। ସେହିପରି ଆଉ ୫୧ଜଣ ଓଏଏସଙ୍କୁ ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ପଦବୀକୁ ବଦଳି କରାଯାଇଛି ।
  18. ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଏହି ବ୍ୟବସ୍ଥା କରୁଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏନଆରଏଚଏମ୍ ତରଫରୁ ଦିଆଯିବ ‘ନବଦମ୍ପତି ଗିଫ୍ଟ’। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଓ ଏନଆରଏଚଏମ୍ ନିର୍ଦେଶିକା ଶାଲୀନି ପଣ୍ଡିତ ସୂଚନା ଦେଇଛନ୍ତି।
  19. ନବଦମ୍ପତିମାନେ ବିଳମ୍ବରେ ପ୍ରଥମ ସନ୍ତାନ ଓ ଦ୍ବିତୀୟ ସନ୍ତାନ ଲାଗି ଅତିକମରେ ୩ ବର୍ଷର ବ୍ୟବଧାନ ରଖନ୍ତୁ। ଏହାକୁ ଆଖି ଆଗରେ ରଖି ଏହି ଗିଫ୍ଟରେ କିଛି ପରିବାର କଲ୍ୟାଣ ପୁସ୍ତିକା, ନେଲ କଟର , ଆଇନା, ପାନିଆ, ଟିକିଲି, ରୁମାଲ, ତଉଲିଆ, କଣ୍ଡୋମ, ଓରାଲ କଣ୍ଟ୍ରାସେପଟିକ ପିଲସ, ପ୍ରେଗନେନ୍ସି ଟେଷ୍ଟିଂ କିଟ୍‌, ଏମରଜେନ୍ସି କଣ୍ଟ୍ରାସେପ୍ଟିକ ପିଲସ ଓ ବିବାହ ପଞ୍ଜିକରଣ ଫର୍ମ ଇତ୍ୟାଦି ନବଦମ୍ପତିମାନଙ୍କୁ ପ୍ରଦାନ କରାଯିବ। 
  20. ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୨୧୦ କୋଟି ଟଙ୍କା ବ୍ୟୟ‌େ‌ର ୩ଟି ଜିଲାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଆସନ୍ତା ୨ବର୍ଷ ମଧ୍ୟରେ ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.