• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତ ୨୦୪୭ରେ ସ୍ବାଧୀନତାର ୧୦୦ ବର୍ଷ ପୂରଣ କରିବ। ଏହି ସମୟ ସୁଦ୍ଧା ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ବପ୍ନକୁ ସାକାର କରିବା ଲାଗି ଦେଶବାସୀ ସଂକଳ୍ପ ନିଅନ୍ତୁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହ୍ବାନ ଦେଇଛନ୍ତି।
  2. ସ୍ୱାଧୀନତା ଦିବସ ଅବସରରେ ଲାଲ୍ କିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏହି କାର୍ୟ୍ୟକ୍ରମରେ ଦେଶର ବହୁ ମାନ୍ୟଗନ୍ୟ ବ୍ୟକ୍ତି ମଧ୍ୟ ସାମିଲ ହୋଇଛନ୍ତି । ଏଥିପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
  3. ଆମେରିକା ଚୀନକୁ ଏକ ପ୍ରକାର ଚ‌ାଲେଞ୍ଜ ଦେବାଭଳି କାର୍ଯ୍ୟ ଚଳାଇଛି। ଆମେରିକା ପ୍ରତିନିଧି ସଭାର ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତକୁ ଚୀନ ତୀବ୍ର ବିରୋଧ କରିଥିଲେ ମଧ୍ୟରେ ଏବେ ଆମେରିକାର ସାଂସଦଙ୍କ ଏକ ୫ ଜଣିଆ ପ୍ରତିନିଧି ମଣ୍ଡଳୀ ଏହି ଦେଶ ଗସ୍ତରେ ଆସି ପହଞ୍ଚିଛନ୍ତି।
  4. ବିଗ୍‌ ବୁଲ୍ ଭାବେ ପରିଚିତ ଷ୍ଟକ ବଜାରର ବିଶିଷ୍ଟ ନିବେଶକ ରାକେଶ ଝୁନଝୁନୱାଲାଙ୍କ ହୃଦ୍‌ଘାତ ଯୋଗୁଁ ରବିବାର ସକାଳେ ପରଲୋକ ହୋଇଛି। ତାଙ୍କୁ ୬୨ ବର୍ଷ ହୋଇଥିଲା।
  5. ବୁକର ପୁରସ୍କାର ବିଜେତା ଲେଖକ ସଲମାନ ରୁଶଦିଙ୍କ ଉପରେ ଶୁକ୍ରବାର ହୋଇଥିବା ହତ୍ୟା ଉଦ୍ୟମକୁ ନେଇ ତାଙ୍କ ବନ୍ଧୁ, ପ୍ରଶଂସକ ଓ ସାହିତ୍ୟ ଜଗତ ସ୍ତବ୍ଧ ହୋଇଯାଇଛି। ଲୋକପ୍ରିୟ ଉପନ୍ୟାସ ‘ହ୍ୟାରି ପଟର’ର ଲେଖିକା ଜେକେ ରାଓଲିଂ ତାଙ୍କ ସମର୍ଥନରେ ଟ୍ବିଟ୍ କରିବା ପରେ ଇରାନ-ସମର୍ଥିତ ଉଗ୍ରବାଦୀ ଗୋଷ୍ଠୀର ଜଣେ ସଦସ୍ୟ ତାଙ୍କୁ ଖୋଲାଖୋଲି ହତ୍ୟା ଧମକ ଦେଇଛି।
  6. ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛି। ସ୍ବାଧୀନତା ଦିବସ ଅବସରରେ ଅପରାହ୍ଣ ୩ଟାରେ ୨୫ଟି ଜିଲାର ୧୨୫ଟି ସ୍ଥାନରେ ୨୫୦ ସ୍ଥାନୀୟ ଆୟୋଜକ ଓ ସଂଯୋଜକଙ୍କ ସହଯୋଗରେ ୨୫୦୦କବି ଦେଶାତ୍ମବୋଧକ କବିତା ପାଠ କରିବେ। 
  7. ଖୁବଶୀଘ୍ର ICAR ଲାଗୁ କରିବାକୁ ଯାଉଛି ନୂଆ ଯୋଜନା, ଏଣିକି ବଢ଼ିବ କୃଷକଙ୍କ ଆୟ ଆଉ କମିବ ଦେଶର ଖାଇବା ତେଲ ଆମଦାନୀ ।
  8. ଦେଶର ପ୍ରମୁଖ ଶେୟାର ବଜାର ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (NSE)ର ପ୍ରବନ୍ଧ ନିର୍ଦ୍ଦେଶକ (Md.) ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ହେବେ ଆଶିଷ କୁମାର ଚୌହାନ ।
  9. ସ୍ୱାଧୀନତା ଦିବସ ୨୦୨୨ ଉପଲକ୍ଷେ ୧୦୮୨ ପୁଲିସ କର୍ମୀଙ୍କୁ ମିଳିଲା ପଦକ । ଓଡ଼ିଶାର ୨ ପୁଲିସ କର୍ମୀଙ୍କୁ ସାହସିକତା ପାଇଁ ମିଳିଲା ପୁଲିସ ପଦକ ।
  10. ମଧ୍ୟପ୍ରଦେଶର ଇନ୍ଦୋରରେ ୮୩୩୫ ଲୋକ ମିଳିତ ଭାବେ ଭାରତର ମାନଚିତ୍ର ପ୍ରସ୍ତୁତ କରି ନୂତନ ବିଶ୍ୱ ରେକର୍ଡ କଲେ ସୃଷ୍ଟି । ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ୟୁକେରେ ପାଇଲା ସ୍ଥାନ ।
  11. ଆସନ୍ତା କାଲି ଶପଥ ନେଇ ପାରନ୍ତି ବିହାରର ନୂଆ ମନ୍ତ୍ରୀମଣ୍ଡଳ । ଆରଜେଡିର ୧୮ ଓ କଂଗ୍ରେସର ୩ ମନ୍ତ୍ରୀ ମଧ୍ୟ ହୋଇପାରନ୍ତି ସାମିଲ । ଏ ନେଇ ବରିଷ୍ଠ ଜେଡିୟୁ ନେତା ବିଜୟ ଚୌଧୁରୀ ଦେଲେ ସୂଚନା ।
  12. ଇଜିପ୍ଟ  ମିସ୍ରର ରାଜଧାନୀ କାହିରାର ଚର୍ଚ୍ଚରେ ନିଆଁ ଲାଗିବା କାରଣରୁ ୪୧ ଜଣ ଶ୍ରଦ୍ଧାଳୁଙ୍କର ହେଲା ମୃତ୍ୟୁ । ପ୍ରାର୍ଥନା ପାଇଁ ଏକାଠି ହୋଇଥିଲେ ୫ ହଜାର ଲୋକ। ଘଟଣାରେ ଆହତ ହୋଇଥିବା ଲୋକଙ୍କ ସଂଖ୍ୟା ଜଣାପଡ଼ିନାହିଁ ।
  13. ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ବଡ଼ ଝଟକା। ହାର୍ମଷ୍ଟ୍ରିଙ୍ଗ୍‌ ଆଘାତ କାରଣରୁ ସିରିଜରୁ ବାଦ୍‌ ପଡ଼ିଲେ ଦ୍ରୁତ ବୋଲର ଡୁନାନ୍‌ ଓଲିଭର
  14. କ୍ରମାଗତ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରାଧାନ୍ୟ ବିସ୍ତାରକରି ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌କୁ ଜିତିଲା ନ୍ୟୁଜିଲାଣ୍ଡ ।
  15. ରବିବାର ସକାଳେ ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ମରାଠା ସମ୍ପ୍ରଦାୟର ନେତା ବିନାୟକ ମିତେଙ୍କର କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
  16. ସ୍ୱାଧୀନତା ଦିବସ-୨୦୨୨ ଉପଲକ୍ଷେ ଦେଶର ମୋଟ୍‌ ୧୦୮୨ ଜଣ ପୁଲିସ କର୍ମୀଙ୍କୁ ପଦକ ପ୍ରଦାନ କରାଯାଇଛି।୩୪୭ ଜଣ ପୁଲିସ କର୍ମୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ।
  17. ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କରୁଛି।‌ ଜଳଭଣ୍ଡାରେ ଯେତିକି ଜଳ ରହିବା କଥା, ତା’ଠାରୁ ଅଧିକ ପାଣିକୁ ହେବାରୁ ଜଳ ନିଷ୍କାସିତ କରାଯାଉଛି। ହୀରାକୁଦ ଜଳଭଣ୍ଡାରରୁ ଗତକାଲି ଠାରୁ ୩୪ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ବାମ ପାର୍ଶ୍ବରୁ ୨୬ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ସୁଇସ୍‌ ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି।
  18. ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନଗର ଉନ୍ନୟନ, ସାଧାରଣ ପ୍ରଶାସନ, ସୂଚନା ଏବଂ ପ୍ରଯୁକ୍ତି, ସୂଚନା ଏବଂ ଲୋକସମ୍ପର୍କ ଭଳି ବିଭାଗର ଦାୟିତ୍ବ ନେବା ସହ ଅନ୍ୟ ମନ୍ତ୍ରୀମାନଙ୍କୁ ଦିଆଯାଇନଥିବ‌ା ବିଭାଗର ପରିଚାଳନା କରିବେ। ଏହା ସହ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ଗୃହ ଏବଂ ଅର୍ଥ ବିଭାଗର ଦାୟିତ୍ବ ସହ ଆଇନ, ନ୍ୟାୟ, ଜଳ ସମ୍ପଦ, ଆବାସ ଏବଂ ଶକ୍ତି ମନ୍ତ୍ରଣାଳୟ ମଧ୍ୟ ମିଳିଛି।
  19. ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ବର୍ତ୍ତମାନ ଲଗୁଚାପ ଏହା ଦିଘାରୁ ଦକ୍ଷିଣ-ପୂର୍ବ ଦିଗରେ ୧୦ କିମି ଏବଂ ବାଲେଶ୍ୱର ଠାରୁ ପୂର୍ବ-ଉତ୍ତର-ପୂର୍ବ ଦିଗରେ ୯୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି। ଆଗାମୀ ୬ ଘଣ୍ଟା ମଧ୍ୟରେ ଉପକୂଳ ଅତିକ୍ରମ କରିବ ଅବପାତ। ଆଗାମୀ ୬ ଘଣ୍ଟା ମଧ୍ୟରେ ଏହି ଅବପାତ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଦିଘା ନିକଟରେ ପଶ୍ଚିମ-ବଙ୍ଗ ଉପକୂଳକୁ ଅତିକ୍ରମ କରିବ। ତେବେ ଆଗାମୀ ୨୪ ଘଣ୍ଟା ଯାଏଁ ଏହା ନିଜର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି।
  20. ଛତିଶଗଡ଼ର ମନମାନି କାରଣରୁ ଅଣମୌସୁମୀ ସମୟରେ ଓଡ଼ିଶାରେ ମରୁଡ଼ି ହେବ, ମୌସୁମୀ ସମୟରେ ବନ୍ୟା ହେବ। ଏହାର ଜଳ୍ୱନ୍ତ ଉଦାହରଣ ନିକଟ ୨-୩ ବର୍ଷ ହେବ ଦେଖିବାକୁ ମିଳୁଛି। ବର୍ତ୍ତମାନ ମହାନଦୀରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ଦେଖାଦେଇଥିବା ବେଳେ ଏଥିପାଇଁ ଛତିଶଗଡ଼ର ଭୁଲ୍‍ ବନ୍ୟା ପରିଚାଳନା ନୀତି ଏବଂ ଅସହଯୋଗ ମନୋଭାବ ହିଁ ଦାୟୀ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.