• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମହାଗଠବନ୍ଧନରେ ଆରଜେଡିର ଅଧିକ ବିଧାୟକ ଥିବାରୁ ଏହି ଦଳ ମନ୍ତ୍ରିମଣ୍ଡଳରେ ସିଂହଭାଗ ଭୂମିକାରେ ରହିବ। ୩୧ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ। ଏମାନଙ୍କ ଭିତରେ ଆରଜେଡିର ୧୬ ବିଧାୟକ ଥିବାବେଳେ ଜେଡି(ୟୁ)ର ୧୧ ବିଧାୟକ, ଏଚଏମଏମର ଗୋଟିଏ, କଂଗ୍ରେସର ୨ ଏବଂ ସ୍ବାଧୀନ ଜଣେ ବିଧାୟକ ଥିବା ସୂଚନା ମିଳିଛି।
  2. ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଆଗାମୀ ୨୫ବର୍ଷ ପାଇଁ ଦେଶବାସୀଙ୍କୁ ପାଞ୍ଚପ୍ରଣ ବା ୫ ସଂକଳ୍ପ ଉପରେ ଧ୍ୟାନ ଦେବାକୁ ପଡିବ ବୋଲି କହିଲେ ।
  3. ହର ଘର ତ୍ରିରଙ୍ଗା’ ଅଭିଯାନରେ ଶେଷ ଖବର ସୁଦ୍ଧା ପ୍ରାୟ ୫ କୋଟି ୬୩ ଲକ୍ଷ ୨୫ ହଜାର ୬୨୪ ଜଣ ସେଲ୍ଫି ଉଠାଇ କଲେ ଅପଲୋଡ଼ ।
  4. ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୨ ପୁଲିସ ଅଧିକାରୀଙ୍କୁ ପୁଲିସ ପଦକ ପ୍ରଦାନକଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  5. ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ବଡ଼ ଘୋଷଣା: ନିମ୍ନ ଅଦାଲତ ଉପରେ ଥିବା ଭାର କମାଇବା ନେଇ ପ୍ରତ୍ୟାହାର ହେବ ଏକ ଲକ୍ଷ ଛୋଟ ମାମଲା ।
  6. ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା କମେଣ୍ଟ୍ରେଟର ଇଆନ ଚାପେଲ କ୍ରିକେଟ ଜଗତରୁ ଅବସର ପାଇଁ ନେଲେ ନିଷ୍ପତ୍ତି । ୪୫ ବର୍ଷ କ୍ୟାରିୟରରେ ପଡିଲା ପୂର୍ଣ୍ଣଚ୍ଛେଦ ।
  7. ଏସିଆ କପ୍ : ଅଗଷ୍ଟ ୨୮ରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଅଫିସିଆଲ୍ ଟିକେଟ ବିକ୍ରି ୱେବସାଇଟ ହେଲା କ୍ରାସ୍ ।
  8. କାଜାକସ୍ତାନରେ ଦୁଇ ଓଡ଼ିଆ କ୍ରୀଡ଼ାବିଦ୍‌ ସୌଭାଗ୍ୟ-ବିଜୟ ହେଲେ ପ୍ରଥମ ଓଡ଼ିଆ ଭାବରେ ଦୁଇଟି ମହାଦେଶର ଆଇରନ୍‌ମ୍ୟାନ୍‌ ।
  9. ଆସନ୍ତା ୧୯ ଅଗଷ୍ଟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି।
  10. ପୃଥିବୀ ପୃଷ୍ଠରୁ ୧ ଲକ୍ଷ ଫୁଟ୍ ଅଧିକ ଉଚ୍ଚରେ ଉଡିଲା ତ୍ରିରଙ୍ଗା । ସ୍ପେସ୍ ଷ୍ଟେସନରୁ ମଧ୍ୟ ଦିଶିଲା ଭାରତର ରାଷ୍ଟ୍ରୀୟ ଧ୍ୱଜା ।
  11. ମୁଣ୍ଡଳିରେ ବଢୁଛି ବନ୍ୟାଜଳସ୍ତର; ସେକେଣ୍ଡ ପିଛା ୧୦ ଲକ୍ଷରୁ ଊର୍ଦ୍ଧ୍ବ କ୍ୟୁସେକ ଜଳ ପ୍ରବାହିତ, ମହାନଦୀ ନିକଟ ଗ୍ରାମବାସୀ ଚିନ୍ତିତ ।
  12. ତେଜସ୍ୱୀଙ୍କ ପ୍ରତିଶ୍ରୁତିକୁ ପୂରା କରିବା ନେଇ ନୀତୀଶଙ୍କ ଘୋଷଣା; ମିଳିବ ୧୦ଲକ୍ଷ ସରକାରୀ ଚାକିରି ।
  13. ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ତିକୁ ଭାରତ ଆଣିବା ପାଇଁ ସରକାରଙ୍କୁ ନିବେଦନ କଲେ ଝିଅ ଅନୀତା ।
  14. ବଙ୍ଗଳାଦେଶର ରାଜଧାନୀ ଢାକାର ଏକ ପ୍ଲାଷ୍ଟିକ କାରଖାନାରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଅଗ୍ନିକାଣ୍ଡରେ ୬ଜଣ ଜିଅନ୍ତା ଜଳି ଯାଇଛନ୍ତି।
  15. ରିଲିଜର ୪ଦିନରେ ୪୦କୋଟି ବି ଆୟ କରିପାରିଲାନି ଆମୀରଙ୍କ ଫିଲ୍ମ, ପଛରେ ପକାଇଦେଲେ ବରୁଣ ଓ ଅକ୍ଷୟ କୁମାର ।
  16. ହୀରାକୁଦ ଡ୍ୟାମ୍‌ରୁ ୨୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି, ମହାନଦୀର ତଳିଆ ଅଞ୍ଚଳରୁ ଟଳିନି ସଂକଟ ।
  17. ମଧ୍ୟପ୍ରଦେଶର ଧର୍‌ ଜିଲ୍ଲାର ନାଲଚା ନଦୀରେ ନିର୍ମାଣାଧୀନ କରମ ଡ୍ୟାମରେ ପାଣି ଲିକ ହେବାପରେ ଏହାକୁ ନେଇ ଚିନ୍ତା ବଢିଯାଇଥିଲା | ଆଉ ଏକ ବଡ ବିପର୍ଯ୍ୟୟ ଆଶଙ୍କାରେ ସମସ୍ତେ ଚିନ୍ତିତ ଥିବାବେଳେ ଦିନରାତି ଅହରହ ପରିଶ୍ରମ କରିଥିଲେ କିଛି ଆର୍ଥମୁଭିଙ୍ଗ ମେସିନର ଡ୍ରାଇଭର |
  18. ମିଆଁମାରର ବିତାଡ଼ିତା ବେସାମରିକ ନେତ୍ରୀ ତଥା ନୋବେଲ ବିଜେତା ଅଙ୍ଗ ସାନ ସୁ କିଙ୍କୁ ପୁଣି ୬ ବର୍ଷର କାରାଦଣ୍ଡରେ ଦଣ୍ଡିତ କରାଯାଇଛି |ପୂର୍ବରୁ ତାଙ୍କୁ ୪ ବର୍ଷର କାରାଦଣ୍ଡ ଶୁଣାଯାଇଥିଲା |
  19. ପଦ ସଂକେତ ଉପରେ ପ୍ରବାହିତ ହେଉଛି ଦେବୀ ନଦୀ । କାକଟପୁର ବାଉରିଆ କଣ ନିକଟରେ ଦେବୀ ନଦୀ ବପଦ ସଂକେତ ଟପିଛି । ବିପଦ ସଂକେତ ୪.୯୩ ମିଟର ରହିଥିବା ବେଳେ ବର୍ତ୍ତମାନ ୫.୫ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟାଜଳ ।
  20. ଅଗଷ୍ଟ ୧୯ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢିପାରେ ବୋଲି ଅନୁମାନ କରାଯାଉଛି । 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.