• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବାରମ୍ବାର ଆଲୋଚନା ସତ୍ତ୍ବେ ଲଦାଖରୁ ଚୀନ ସେନା ହଟୁନଥିବାରୁ ଭାରତ ପକ୍ଷରୁ ନିଜ ସେନାକୁ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରାଯାଉଛି । 
  2. ଜମ୍ମୁ ଓ କଶ୍ମୀରରେ ଆଜି ଆଉ ଜଣେ ପଣ୍ଡିତଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ମଙ୍ଗଳବାରଦିନ ସୋପିଆନ ଜିଲ୍ଲାରେ ରହୁଥିବା ୪୫ ବର୍ଷୀୟ କଶ୍ମୀର ପଣ୍ଡିତ ସୁନୀଲ କୁମାର ଭଟ୍ଟଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ ।
  3. ବସ ଓଲଟିବବାରୁ ପ୍ରାଣ ହରାଇଲେ ଭାରତ-ତିବ୍ଦତୀୟ ସୀମା ପୁଲିସ୍ (ଆଇଟିବିପି)ର ୭ଜଣ ଯବାନ। ଜମ୍ମୁ-କଶ୍ମୀରର ପହଲଗାମ ଅଞ୍ଚଳରେ ଆଇଟିବିପି ଯବାନମାନଙ୍କୁ ନେଇ ଯାଉଥିବା ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଯିବା ପରେ ୩୦ରୁ ଅଧିକ ଯବାନ ଆହତ ହେବା ସହ ୭ଜଣଙ୍କ ମୃତ୍ୟୁ ଘଟିଛି।
  4. ସୋମବାର ସଂଧ୍ୟାରେ ଚୀନର ୩୦ଟି ଲଢୁଆ ବିମାନ ଓ ୫ଟି ଯୁଦ୍ଧ ଜାହାଜ ତାଇଓ୍ବାନକୁ ଘେରିଯାଇଥିବା ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ।
  5. ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗକୁ ନିଜ ନିକଟରେ ବଜାୟ ରଖି ରାଜ୍ୟ ପୁଲିସ ଉପରେ ନିଜର ସିଧାସଳଖ ନିୟନ୍ତ୍ରଣ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଥିସହ ତାଙ୍କ ନିକଟରେ ସାଧାରଣ ପ୍ରଶାସନ, କ୍ୟାବିନେଟ ସଚିବାଳୟ, ନିର୍ବାଚନ ଏବଂ ଅନ୍ୟ କାହାକୁ ବଣ୍ଟନ ହୋଇ ନଥିବା ବିଭାଗଗୁଡ଼ିକୁ ମଧ୍ୟ ନିଜ ନିକଟରେ ରଖିଛନ୍ତି ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।
  6. ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ସ୍ୱାସ୍ଥ୍ୟ, ସଡ଼କ ନିର୍ମାଣ, ସହରୀ ଗୃହ ନିର୍ମାଣ ଏବଂ ବିକାଶ ଏବଂ ଗ୍ରାମୀଣ କାର୍ଯ୍ୟ ଭଳି ପ୍ରମୁଖ ବିଭାଗ ମିଳିଛି।
  7. ତୃଣମୂଳ କଂଗ୍ରେସ (ଟିଏମସି) ମଙ୍ଗଳବାର ‘ଖେଲା ହୋବେ ଦିବସ’ ପାଳନ କରିବ। ଏହି ଅବସରରେ ଦଳର ନେତାମାନେ ରାଜ୍ୟରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ପଶ୍ଚିମବଙ୍ଗରେ ଫୁଟବଲ ମ୍ୟାଚ୍‌ ଆୟୋଜନ କରିବେ।
  8. ମହାନଦୀର ଆଉ ୪ଟି ଗେଟ୍‌ ଖୋଲିଲା। ଏବେ ମୋଟ୍‌ ୪୦ଟି ଗେଟ୍‌ ଦେଇ ଚାଲିଛି ଜଳ ନିଷ୍କାସନ ହେଉଛି।  
  9. ରାଜ୍ୟ ସରକାର ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାର ସମୟ ଅବଧିକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।
  10. ଭାରତର ପ୍ରତିବାଦ ସତ୍ତ୍ୱେ ଚାଇନାର 'ଗୁପ୍ତଚର' ଜାହାଜ କୁହାଯାଉଥିବା ଉଆଙ୍ଗ ୱାଙ୍ଗ ୫ ମଙ୍ଗଳବାର ଶ୍ରୀଲଙ୍କାର ହମ୍ବନତୋଟା ବନ୍ଦରରେ ପହଞ୍ଚିଛି।
  11. ଉପରମୁଣ୍ଡରେ ବର୍ଷାକୁ ଗୁରୁତ୍ବ ଦେଇ ଏଭଳି ମୋଟ ୪୦ଟି ଗେଟ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ୩୧ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଆଜି ହୀରାକୁଦ ଡ୍ୟାମର ୫ଟି ଗେଟ ଖୋଲାଯାଇଥିବାବେଳେ ପର୍ଯ୍ୟାୟକ୍ରମେ ଆହୁରି ୯ଟି ଗେଟ୍‌ ଖୋଲାଯିବ। ଯଦି ଆଜି ୯ଟି ଗେଟ୍‌ ଖୋଲେ, ତାହାହେଲେ ମୋଟ୍‌ ୪୦ ଗେଟ୍‌ ଦେଇ ହୀରାକୁଦ ଡ୍ୟାମର ପାଣି ନିଷ୍କାସିତ ହେବ।
  12. ସବୁ ପ୍ରକାର ବିପର୍ଯ୍ୟୟରେ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’। ତେଣୁ ଯେପରି କୌଣସି ଗୋଟିଏ ବି ଜୀବନ ହାନୀ ନ ହୁଏ, ଏବଂ ସାଧାରଣ ଜୀବନଯାତ୍ରାରେ କୌଣସି ବ୍ୟାପକ ଅସୁବିଧା ସୃଷ୍ଟି ନ ହୁଏ, ତାକୁ ସୁନିଶ୍ଚିତ କର।  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବନ୍ୟା ପରିସ୍ଥିତି ସମୀକ୍ଷା କରି ଅଧିକାରୀ ମାନଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେଇଛନ୍ତି ।
  13. ଫ୍ରେମ୍‌ଓ୍ୱାର୍କ(ଏନ୍‌ସିଏଫ୍‌) ତଥା ଜାତୀୟ ପାଠ୍ୟକ୍ରମର ରୂପରେଖ ପାଇଁ ଆରମ୍ଭ ହୋଇଥିବା ଜନସର୍ଭେରେ ଅଂଶ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।ଓଡ଼ିଆ ସମେତ ୨୩ଟି ଭାଷାରେ ହେଉଥିବା ଅନଲାଇନ ସର୍ଭେରେ ଅଂଶଗ୍ରହଣ କରି ନିଜ ମତାମତ ଦେଇପାରିବେ। ଅନଲାଇନ ସାଇଟ୍ ncfsurvey.ncert.gov.inକୁ ଯାଇ ଲୋକମାନେ ନିଜର ମତାମତ ଦେଇପାରିବେ।
  14. ୨୦୦୨ ଗୋଧ୍ରା ପରବର୍ତ୍ତୀ ହିଂସା ଘଟଣାରେ ବିଲକିସ ବାନୋଙ୍କ ଗଣଦୁଷ୍କର୍ମ ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ପାଇଥିବା ସମସ୍ତ ୧୧ ଜଣ ବନ୍ଦୀଙ୍କୁ ଗୁଜରାଟ ସରକାରଙ୍କ ଛାଡ଼ ନୀତି (ରେମିସନ ପଲିସି) ଅନୁଯାୟୀ ସୋମବାର ୭୬ତମ ସ୍ବାଧୀନତା ଦିବସରେ ଖଲାସ କରାଯାଇଛି।
  15. ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)ଙ୍କ ଅଧୀନରେ ରହିଛି ୧୩୬ ବନ୍ଦର। ସେଥି ମଧ୍ୟରୁ ୧୦୯ଟି ଏବେ କାର୍ଯ୍ୟକ୍ଷମ।
  16. ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ଆଡକୁ ଯାଉଛି। ମୁଖ୍ୟତଃ ୧୦ ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି। ସେଥିମଧ୍ୟରୁ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଓ ପୁରୀ ଉପକୂଳବର୍ତ୍ତୀ ୫ ଜିଲ୍ଲାରେ ଅଧିକ ଦାଉ ସାଧିଛି ବନ୍ୟା।
  17. ଓଡିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଗତ କାଲି ଠାରୁ ସାରାରାଜ୍ୟରେ କଳା ବ୍ୟାଚ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
  18. ମହାନଦୀ-ଅଂଶୁପା ଏକାକାର, ୭୦ ପଞ୍ଚାୟତର ୧ଲକ୍ଷ ଲୋକ ବନ୍ୟା ଦ୍ଵାରା  ପ୍ରଭାବିତ।
  19. ଜିଏସଟି ପ୍ରଭାବରେ ଅମୁଲ ଓ ମଦର ଡାଏରୀ କ୍ଷୀରର ଦର  ଲିଟର ପିଛା ୨ ଟଙ୍କା ଦର ବଢାଇଲା କମ୍ପାନି ।
  20. କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ କହିଲେ ୟୁରିଆରେ ଆତ୍ମନିର୍ଭର ହେବ ଭାରତ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.