• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଅହମ୍ମଦାବାଦର ସାବରମତୀ ନଦୀତଟରେ ଅନୁଷ୍ଠିତ ଖଦୀ ଉତ୍ସବରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ଆୟୋଜିତ ଏହି ଖଦି ଉତ୍ସବରେ ୭୫୦୦ ଚରଖା ଚାଳନା ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଦେଶ ଏକ ସ୍ୱତନ୍ତ୍ର ଉପହାର ଦେଇଛି। 
  2. ପାକିସ୍ତାନ ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ।  ବଡ଼ ଧରଣର ବନ୍ୟା ଯୋଗୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେଲା ।  ହଜାରେରୁ ଅଧିକ ଲୋକଙ୍କ ଜୀବନହାନି  ହେବା ସହ ୩କୋଟିରୁ ଊର୍ଦ୍ଧ୍ଵ ଲୋକ ବାସହରା ହୋଇଛନ୍ତି।
  3. ନୋଏଡାରେ ସେକ୍ଟର ୯୩ଏରେ ୩୨ ମହଲା ତଥା ୧୦୩ ମିଟର ଉଚ୍ଚ ଟ୍ଵିନ୍ ଟାଓ୍ଵାର ଗତ ଅନେକ ଦିନ ଧରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ରବିବାର ଅପରାହ୍ନ ୨ଟା ୩୦ରେ ଟ୍ଵିନ୍ ଟାଓ୍ଵାରକୁ ମାତ୍ର ୧୨ ସେକେଣ୍ଡ ଭିତରେ ମାଟିରେ ମିଶାଇ ଦିଆଯିବ।
  4. ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ବଡ଼ ଦାବି କରି କହିଛି ୟୁକ୍ରେନ ସେନା ୟୁରୋପ୍‌ର ସବୁଠୁ ବଡ଼ ଜାପୋରିଜ୍ଜିଆ ନ୍ୟୁକ୍ଲିଏର ପାୱାର ପ୍ଲାଣ୍ଟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ଥର ଗୁଳିକାଣ୍ଡ କରିଛି।
  5. ଆଜାଦଙ୍କ ଇସ୍ତଫା ପରେ ଜି-୨୩ ସଦସ୍ୟ ଆଜାଦଙ୍କ ବାସଭବନରେ ବୈଠକ କରିଛନ୍ତି। ଏହି ବୈଠକ ଗୁଲାମ ନବୀ ଆଜାଦଙ୍କ ଡକରାକ୍ରମେ ଅନୁଷ୍ଠିତ ହୋଇଛି। ଏଥିରେ କେଉଁ ବିଷୟକୁ ନେଇ ଆଲୋଚନା କରାଯାଇଛି ଏବଂ କେଉଁ କେଉଁ ନେତା ବୈଠକରେ ଯୋଗ ଦେଇଥିଲେ ତାହା ବି ଜଣା ପଡିନି। 
  6. ଏଡ୍‌ସ ସୋସାଇଟି ଇଣ୍ଡିଆ କେନ୍ଦ୍ର ସରକାଙ୍କୁ ସତର୍କ କରାଇଛି।ଦେଶରେ ଗତ ଦୁଇ ମାସ ଧରି ଏଡ୍‌ସ ଔଷଧର ପର୍ଯ୍ୟାପ୍ତ ଆବଶ୍ୟକତା ପୂରଣ ହୋଇପାରୁ ନାହିଁ। ଫଳରେ ରୋଗୀ ବହୁ ଅସୁବିଧାର ସାମନାକୁ କରୁଛନ୍ତି । ଦେଶରେ ରିଟ୍ରୋ ଭାଇରାଲ ଥେରପୀ (ଏଆରଟି)ର ୧୦୫୦ ସରକାରୀ କେନ୍ଦ୍ର ଏବଂ ଅନେକ ଘରୋଇ କେନ୍ଦ୍ର ରହିଛି । କିନ୍ତୁ ଏଆରଟି କେନ୍ଦ୍ର ଗୁଡିକରେ ଲଗାତାର ଔଷଧର ଅଭାବ ରହିଛି ।
  7. ଇସିଆଇଙ୍କ ସୁପାରିଶରେ ହେମନ୍ତ ସୋରେନଙ୍କ ଅଯୋଗ୍ୟତା ନେଇ ଗେଜେଟ୍ ନୋଟିଫିକେସନ କରି ନାହାନ୍ତି। ଯଦି ରାଜ୍ୟପାଳ ନୋଟିଫିକେସନ ଜାରି କରନ୍ତି ତେବେ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିବ। ତାଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ଦେବେ।
  8. କର୍ଣ୍ଣାଟକରେ ବାସବରାଜ ବୋମାଇଙ୍କ ବିଜେପି ସରକାର ଦୁର୍ନୀତିରେ ବୁଡ଼ି ରହିଛି ବୋଲି କର୍ଣ୍ଣାଟକରେ ୧୩ ହଜାର ସ୍କୁଲ୍‌ର ପ୍ରତିନିଧିତ୍ୱ କରୁଥିବା ଦୁଇଟି ସଂଗଠନ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।  
  9. ଅମ୍ୱାନୀ ପରିବାର ଦୁବାଇରେ ସମୁଦ୍ର ନିକଟରେ ଏକ ବିଳାଶମୟ କୋଠା କିଣିଛନ୍ତି ଯାହାର ମୂଲ୍ୟ ପ୍ରାୟ ୮୦ ମିଲିୟନ ଡଲାର ଥିବା କୁହାଯାଉଛି । ରୟଟର୍ସର ରିପୋର୍ଟ ଅନୁସାରେ, ଏହା ଦୁବାଇ ସହରର ଆଜି ଯାଏଁର ସବୁଠୁ ବଡ଼ ଆବସୀକ ସମ୍ପତ୍ତି ଡିଲ୍ ।
  10. ବିହାରର ସରକାରୀ ଅଫିସରଙ୍କ ଘରୁ ମିଳିଛି କୋଟି କୋଟି ଟଙ୍କା। ବିହାର ୩ ସରକାରୀ ଅଫିସରଙ୍କ ଘରେ ଚଢ଼ାଉ କରି ୪ କୋଟି ଟଙ୍କା ଜବତ କରିଛି ବିଜିଲାନ୍ସ ଇନ୍‌ଭେଷ୍ଟିଗେସନ ବ୍ୟୁରୋ ବା ବିଆଇଭି।
  11. ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମୁଣ୍ଡଭ୍ୟ କହିଛନ୍ତି ୨୦୧୩-୧୪ରେ ଦେଶରେ ଔଷଧ ରପ୍ତାନୀ ପରିମାଣ ୨୦ ହଜାର ୫୯୬ କୋଟି ଟଙ୍କା ଥିବା ବେଳେ ଗତ ଏପ୍ରିଲ୍‍ରୁ ଜୁଲାଇ ମାସ ମଧ୍ୟରେ ତାହା ୫୦ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଦେଶରୁ ଔଷଧ ରପ୍ତାନୀ ଗତ ୪ ମାସ ମଧ୍ୟରେ ୧୪୬ ପ୍ରତିଶତ ବୃଦ୍ଧି ପାଇଛି।
  12. ଅଗଷ୍ଟ ୨୮(ରବିବାର) ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ଲିଗ୍‌ ମ୍ୟାଚ୍‌ ଖେଳାଯିବ।
  13. ରାଜ୍ୟରେ ଖୋଲାଯିବ ଆଉ ୩୬ ନୂଆ ପୁଲିସ ଥାନା - ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ଅନୁମୋଦନ ଲାଭ କରିଛି।  ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ସହ ପରିଚାଳନା ନିମନ୍ତେ ୫୬୩ ନୂଆ ପଦବୀ ସୃଷ୍ଟି କରାଯାଇଛ। .
  14. ମେ ୨୦୨୪ ସୁଦ୍ଧା ଜାତୀୟ ଅନୁସନ୍ଧାନ ଏଜେନ୍‌ସିର ସମସ୍ତ ରାଜ୍ୟରେ ଶାଖା ଖୋଲିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର କହିଛନ୍ତି।
  15. ତାମିଲନାଡୁର ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ପାଇଁ ଗଠିତ ଜଷ୍ଟିସ ଅରୁମୁଗାସ୍ୱାମୀ କମିଶନ ଶନିବାର ଦିନ ରାଜ୍ୟ ସରକାରଙ୍କୁ ନିଜର ରିପୋର୍ଟ ଦାଖଲ କରିଛନ୍ତି।
  16. ଆସନ୍ତା ଅକ୍ଟୋବର ମାସରୁ ଡିସେମ୍ବର ମାସରେ ବଙ୍ଗୋପସାଗରରେ ଏକାଧିକ ବାତ୍ୟା ସୃଷ୍ଟି ହେବ। ଏହି ସମୟରେ ବାତ୍ୟା ସୃଷ୍ଟି ହେବା ପାଇଁ ସମସ୍ତ ପ୍ରକାର ପାଣିପାଗ ସ୍ଥିତି ଅନୁକୁଳ ରହିବ। ତେଣୁ ବାତ୍ୟା ସୃଷ୍ଟି ହେବା ସହ ଏହା ଅଧିକ ଘନୀଭୂତ ହେବା ପାଇଁ ବଳ ମଧ୍ୟ ପାଇବ।
  17. ଚଳିତ ବର୍ଷ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ‘ରି-ଚେକିଂ’ ଓ ‘ରି-ଆଡିସନ୍‍’ ପ୍ରକ୍ରିୟା ପାଇଁ ଆବେଦନ ଆସନ୍ତା ସେପ୍ଟେମ୍ବର ୧୨ ଯାଏଁ ଚାଲିବ।
  18. ଅପରାଧୀମାନେ ଆଗକୁ ପାର୍ବଣ ଋତୁକୁ  ନଜରରେ ରଖି ସହରରେ ଲୁଟ୍‍ପାଟ୍‍ ଛିନ୍‍ତାଇ, ଦାଦାବଟି ମାଗିବା ଆଦି କାର୍ଯ୍ୟ କରିବେ। ତେଣୁ ପୁଲିସ ସହରରୁ ଅପରାଧୀ ପରିଷ୍କାର କରିବା ପାଇଁ ଯୋଜନା କରିବେ।
  19. ଜି.ଉଦୟଗିରି ଥାନା ମହିଳା ଏସଆଇ ସ୍ୱାଗତିକା ବେହେରା (୩୦) ବେକରେ ଓଢ଼ଣି ଲଗାଇ ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିବା ସହ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଆରମ୍ଭ କରିଛି।
  20. ଓଡିଶା ରାଜ୍ୟରେ ଚଳିତବର୍ଷ ଜାନୁଆରୀରୁ ଜୁନ୍‍ମାସ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୨୮୪୯ଜଣଙ୍କ ଜୀବନ ଯାଇଛି। ଜାନୁଆରୀରେ ୪୫୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଫେବୃଆରୀରେ ୪୦୩ଜଣ, ମାର୍ଚ୍ଚରେ ୫୦୦ଜଣ, ଏପ୍ରିଲରେ ୪୫୯ଜଣ, ମେ’ରେ ୫୩୯ଜଣ ଓ ଜୁନ୍‍ ମାସରେ ୪୯୨ଜଣଙ୍କ ମୃତ୍ୟୁ ଘଟିଛି। ସେଭଳି ୫୪୪୨ଜଣ ଗୁରୁତର ଆହତ ହୋଇଥିବା ବେଳେ ୬୦୨୯ଟି ଦୁର୍ଘଟଣା ଘଟିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.