• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନଏଡାର ସେକ୍ଟର ୯୩ଏରେ ଅବସ୍ଥିତ ସୁପରଟେକ୍ ଟ୍ୱିନ୍ ଟାୱାର୍ସକୁ ଭାଙ୍ଗି ଦିଆଯାଇଛି। ୩୭୦୦କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରି ନଏଡାର ସେକ୍ଟର ୯୩ଏରେ ଥିବା ଟ୍ୱିନ୍ ଟାୱାର୍ସକୁ ଭଙ୍ଗାଯାଇଛି। ଏହାର ନିର୍ମାଣ ପାଇଁ ୯ବର୍ଷ ସମୟ ଲାଗିଥିବା ବେଳେ ଭାଙ୍ଗିବା ପାଇଁ ୯ସେକେଣ୍ଡ ଲାଗିଛି।
  2. ସୁଶୀଲ କୁମାର ମୋଦୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ବର୍ଷିଥିଲେ।ଆଗକୁ ବିହାର ସରକାର ‌କେମିତି ଚାଲିବ ତାହା ଆମେ ଦେଖିବୁ।
  3. କଂଗ୍ରେସ ଦଳର ନୂତନ ସଭାପତି ନିର୍ବାଚନ ପାଇଁ ତାରିଖ ସ୍ଥିର କରାଯାଇଛି। ଅକ୍ଟୋବର ୧୭ରେ ଦଳର ନୂତନ ସଭାପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହା ସହ ଅକ୍ଟୋବର ୧୯ରେ ଭୋଟ ଗଣନା ହେବ।
  4. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଭୁଜ୍‌ ନଗରୀ ଉପକଣ୍ଠରେ ‘ସ୍ମୁତିବନ ସ୍ମାରକୀ’ ଉଦ୍‌ଘାଟନ କରିଛନ୍ତି। ୨୦୦୧ରେ ଗୁଜରାଟର କଚ୍‌ ଅଞ୍ଚଳରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ପ୍ରାଣ ହରାଇଥିବା ଜନତାଙ୍କ ସ୍ମୃତି ପ୍ରତି ଏହି ସ୍ମାରକୀ ଉତ୍ସର୍ଗ କରାଯାଇଛି।
  5. ୟୁନେସ୍କୋଙ୍କ ଇନଟାଞ୍ଜିବଲ ହେରିଟେଜ ସଚିବ ଟିମ୍‌ କାର୍ଟିସ୍ ଦିଲ୍ଲୀ ଜାତୀୟ ସଂଗ୍ରହାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଗରବାକୁ ନୋମିନେଟ କରାଯାଇଥିବା ସୂଚିତ କରିଛନ୍ତି। ଗତ ଡିସେମ୍ବର ମାସରେ କୋଲକାତା ଦୁର୍ଗାପୂଜା ଉତ୍ସବକୁ ସାଂସ୍କୃତିକ ଐତିହ୍ୟ ସୂଚୀରେ ସାମିଲ ଲାଗି ନାମିତ କରାଯିବା ପରେ ଏହା ଦ୍ୱିତୀୟ।
  6. ଦିବଙ୍ଗତ ନିବେଶକ ରାକେଶ ଝୁନଝୁନୱାଲାଙ୍କ ଅକାଶା ଏୟାରକୁ ନେଇ ବିବାଦ । ଅକାଶା ଏୟାର ୱେବସାଇଟରୁ ଅନେକ ଯାତ୍ରୀଙ୍କ ବ୍ୟକ୍ତିଗତ ଡାଟା ଲିକ୍ ହୋଇଥିବା ନେଇ ଖବର ସାମନାକୁ ଆସିଛି । ଏକାଶା ଏୟାର ଅଗଷ୍ଟ ୭ରେ ନିଜର ପ୍ରଥମ ଉଡାଣ ଭରିଥିଲା । ଏୟାର ଲାଇନ୍ସ ନିଜ ୱେବସାଇଟରୁ ଟିକଟ ବୁକ୍ କରିଥିବା ଯାତ୍ରୀଙ୍କୁ ଇ-ମେଲ ପଠାଇଛି । ଇ-ମେଲରେ ଯାତ୍ରୀମାନଙ୍କୁ କଥିତ ଡାଟା ଲିକ ବାବଦରେ ସୂଚନା ଦିଆଯାଇଛି ।
  7. ରାଜ୍ୟରେ ଉତ୍ପାଦିତ ବିଭିନ୍ନ ପ୍ରକାର ଫଳ, ପରିବା ଏବଂ ଅନ୍ୟ ଫସଲର ବିଦେଶରେ ବେଶ୍‍ ଭଲ ଚାହିଦା ରହିଛି। ତେବେ ବିଭିନ୍ନ କାରଣ ପାଇଁ ଏହାକୁ ଭଲ ବ୍ୟବସାୟରେ ପରିଣତ କରାଯାଇ ପାରୁ ନାହିଁ। ତେବେ ଓଡ଼ିଶାର ଫସଲକୁ ବିଦେଶ ବଜାରରେ ପହଞ୍ଚାଇ ଚାଷୀଙ୍କ ରୋଜଗାର ବୃଦ୍ଧି କରାଯିବ।
  8. ଆର୍ଥିକ ଅସ୍ଥିରତା ମଧ୍ୟରେ କଲମ୍ବୋ ଋଣ ସରଳୀକରଣ ପାଇଁ କରିଥିବା ଅନୁରୋଧ ଉପରେ ଶ୍ରୀଲଙ୍କା ଚୀନ୍ ତରଫରୁ ଏକ ପ୍ରତିକ୍ରିୟାକୁ ଅପେକ୍ଷା କରିଥିବା ବେଳେ, ବେଜିଂ ଏହି ଗୁରୁତ୍ୱପୂର୍ଣ୍ଣ ଅନୁରୋଧକୁ ଖଣ୍ଡନ କରିଛି।
  9. କନ୍ନଡ଼ ଚଳଚ୍ଚିତ୍ର ଶିଳ୍ପର ପ୍ରଖ୍ୟାତ ଅଭିନେତା ପୁନୀତ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପୁନୀତ ନାମକ ଏକ ଉପଗ୍ରହକୁ ଖୁବଶୀଘ୍ର ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ।
  10. ପ୍ରଧାନମନ୍ତ୍ରୀ ଜନ-ଧନ-ଯୋଜନା ୮ ବର୍ଷ ପୂରଣ କରିଛି । ଗରିବ ଲୋକ ସେମାନଙ୍କର ସ୍ୱଳ୍ପ ସଞ୍ଚୟକୁ କିପରି ଅନୁଷ୍ଠାନିକ ଆର୍ଥିକ ବ୍ୟବସ୍ଥାର ଅନ୍ତର୍ଭୁକ୍ତ  କରିପାରିବେ ତାହା ଏହି ଯୋଜନାର ଲକ୍ଷ୍ୟ।ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଏକ ଐତିହାସିକ ପଦକ୍ଷେପ ଏବଂ ଏହା ବିଶ୍ୱର ଅନ୍ୟତମ ସର୍ବବୃହତ୍ ଆର୍ଥିକ ସମାବେଶୀକରଣ ପ୍ରୟାସ ।
  11. ଟିକ୍‌ଟକ ଷ୍ଟାର ସୋନାଲୀ ଫୋଗାଟ ହତ୍ୟା ମାମଲାରେ ଗୋଆ ପୁଲିସକୁ ବଡ଼ ସଫଳତା ମିଳିଛି । ଅଂଜୁନା ପୁଲିସ ଶନିବାର ଆଉ ଜଣେ ଡ୍ରଗ୍ସ ଚାଲାଣକାରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ରାମା ।
  12. ରିଲାଏନ୍ସ ଜିଓ ସୋମବାରଦିନ ଅର୍ଥାତ ଅଗଷ୍ଟ ୨୯ରେ ୫ଜି ସେବା କେବେ ଆରମ୍ଭ ହେବ ସେ ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି । ଏହି ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ବୈଠକ (ଏଜିଏମ) ଥିବାରୁ ସେଠାରେ ମୁକେଶ ଅମ୍ବାନି ୫ଜି ସେବା ଆରମ୍ଭର ତାରିଖ ଘୋଷଣା କରିପାରନ୍ତି ।
  13. ଦେଶରେ ଗତବର୍ଷ ତୁଳନାରେ ଚଳିତବର୍ଷ ପ୍ରତ୍ୟକ୍ଷ ଟିକସ ଆଦାୟ ରାଶି ୩୮ ପ୍ରତିଶତ ଅଧିକ ରହିଛି। ଏଥିସହିତ ଗତବର୍ଷ ୫୨ ହଜାର କୋଟି ଟଙ୍କାର ରିଫଣ୍ଡ ଦିଆଯାଇଥିବାବେଳେ ଚଳିତବର୍ଷ ଏହା ୯୩ ହଜାର କୋଟି ଟଙ୍କାରେ ପହଞ୍ଚିଛି।
  14. ଦେଶରେ ବନ୍ଦେ ଭାରତ ଟ୍ରେନ ଘଣ୍ଟା ପ୍ରତି ୧୮୦ କିମିରୁ ଅଧିକ ବେଗରେ ଦୌଡ଼ିଛି। ଗତକାଲି ପରୀକ୍ଷଣ ବେଳେ ଟ୍ରେନ ଏହି ବେଗରେ ଚାଲିଛି ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
  15. ଦେଶର ୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ଅବସରରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ଚାଲିଥିବା ‘ହର୍‌ ଘର୍‌ ତିରଙ୍ଗା’ ଅଭିଯାନ କଥା ସ୍ମରଣ କରି ଆଜି ଉକ୍ତ ଅଭିଯାନକୁ ବ୍ୟାପକ କରିଥିବା ଦେଶବାସୀଙ୍କୁ ‘ମନ୍‌ କୀ ବାତ୍‌’ର ୯୨ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।
  16. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଭୁଜ୍‌ ନଗରୀ ଉପକଣ୍ଠରେ ‘ସ୍ମୁତିବନ ସ୍ମାରକୀ’ ଉଦ୍‌ଘାଟନ କରିଛନ୍ତି। ୨୦୦୧ରେ ଗୁଜରାଟର କଚ୍‌ ଅଞ୍ଚଳରେ ହୋଇଥିବା ପ୍ରଳୟଙ୍କରୀ ଭୂମିକମ୍ପରେ ପ୍ରାଣ ହରାଇଥିବା ଜନତାଙ୍କ ସ୍ମୃତି ପ୍ରତି ଏହି ସ୍ମାରକୀ ଉତ୍ସର୍ଗ କରାଯାଇଛି ।
  17. ଟାଟା ଗ୍ରୁପ୍ କମ୍ପାନି ଇଣ୍ଡିଆନ୍ ହୋଟେଲ୍ସ କମ୍ପାନି ଲିମିଟେଡର ହୋଟେଲ ସଂଖ୍ୟା ଆସନ୍ତା ୨୦୨୫ ମସିହା ସୁଦ୍ଧା ୩୦୦ରେ ପହଞ୍ଚିବ। ବର୍ତ୍ତମାନ କମ୍ପାନିର ୨୪୨ଟି ହୋଟେଲ ରହିଛି।
  18. ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ଜଷ୍ଟିସ୍‌ ଏଏମ୍‌ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରିବ୍ୟୁନାଲରେ ଶନିବାର ଦିନ ୩୦ତମ ଶୁଣାଣି ହୋଇଥିଲା।
  19. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ କାଳରେ ପାଞ୍ଚଟି ସଂକଳ୍ପ ସମେତ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ନାଗରିକମାନଙ୍କୁ ଦାୟିତ୍ୱବାନ୍ ହେବାକୁ ଆହ୍ୱାନ କରିଛନ୍ତି।
  20. ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ହ୍ବାଇଟ୍ ହାଉସ୍ ଛାଡ଼ିବା ପରେ ମଧ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ଗୋପନୀୟ ଫାଇଲ ଓ ସରକାରୀ ଦଲିଲ ନିଜର ଫ୍ଲୋରିଡ଼ା ସ୍ଥିତ ବାସଭବନରେ ରଖିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.