• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ଆଜି ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଏବଂ ଅନ୍ୟ ୩ ସରକାରୀ ଅଧିକାରୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ କରିଛି।
  2. ପୁଣିଥରେ ଆମେରିକାର ନ୍ୟୁୟର୍କରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭାଙ୍ଗିଲେ । ଦୁଇ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଘଟଣା।
  3. ଉତ୍ତର ପ୍ରଦେଶରେ ପ୍ରତିଷ୍ଠା ହୋଇଥିବା ଦେଶର ଦ୍ବିତୀୟ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରିଡରରେ ଅତ୍ୟାଧୁନିକ ପାରାସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସ୍ ଆସନ୍ତା ୩ ବର୍ଷ ଅର୍ଥାତ୍ ୨୦୨୫ ସୁଦ୍ଧା ନିର୍ମାଣ ହେବ। ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
  4. ହାଇକୋର୍ଟମାନଙ୍କରେ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ୨୫୦ଟି ନାମ ସୁପାରିସ କରିଥିଲେ। ପ୍ରାୟ ସମସ୍ତ ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି।
  5. ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍‌ଡିଏ ଛାଡ଼ି ଆର୍‌ଜେଡି ସହ ହାତ ମିଳାଇବା ପରେ ତାଙ୍କ ୨୦୨୪ ଲକ୍ଷ୍ୟକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ନୀତୀଶ ୨୦୨୪ରେ ବିରୋଧୀ ଦଳଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି।
  6. ବଙ୍ଗୋପ ସାଗରରେ ଶୁକ୍ରବାର ଦିନ ଏକ ଟ୍ରଲର ବୁଡ଼ି ଯିବାଫଳରେ ୧୮ ଜଣ ଧୀବର ନିଖୋଜ ହୋଇ ଯାଇଛନ୍ତି। ଦକ୍ଷିଣ ୨୪ ପ୍ରଗଣାର କାକଦ୍ବୀପ ଅଞ୍ଚଳରେ ଆଜି ଏହି ଦୁର୍ଘଟଣା ଘଟିଛି।
  7. କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ତୃତୀୟ ଥର ପାଇଁ ସରକାର ଭଲ୍ଲାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି। ୨୦୨୩, ଅଗଷ୍ଟ ୨୨ ପର୍ଯ୍ୟନ୍ତ ଭଲ୍ଲାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି।
  8. ଭାରତ ସହ ଶାନ୍ତିପୂର୍ଣ୍ଣ ସଂପର୍କ ରଖିବାକୁ ଚାହୁଁଛୁ, ଯାହାକି ସମାନତା, ନ୍ୟାୟ, ପାରସ୍ପରିକ ସମ୍ମାନ ଉପରେ ପର୍ଯ୍ୟବେଶିତ ହୋଇଥିବ ବୋଲି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ।
  9. ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ହକିରେ ଭାରତ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ପରାଜୟ ବରଣ କରିଥିଲେ ମଧ୍ୟ ରୌପ୍ୟ ପଦକ ଜିତିବା କିଛି କମ ବଡ଼ ଉପଲବ୍‌ଧି ନଥିଲା।
  10. ନିଜର ବିମାନ ଉଡାଣ ପାଇଁ ଅନେକ ବିଶ୍ୱ ରେକର୍ଡର ଅଧିକାରୀ ଭାରତୀୟ ପାଇଲଟ ଜୋୟା ଅଗ୍ରୱାଲଙ୍କୁ ଏସଏଫଓ ବିମାନ ସଂଗ୍ରହାଳୟ (ମ୍ୟୁଜିୟମ)ରେ ସ୍ଥାନ ମିଳିଛି । କ୍ୟାପ୍ଟେନ ଜୋୟା ଏୟାର ଇଣ୍ଡିଆର ବିମାନ ବୋଇଙ୍ଗ-୭୭୭ର ବରିଷ୍ଠ ପାଇଲଟ । ତାଙ୍କ ନିକଟରେ ୧୦ ବର୍ଷରୁ ଅଧିକ ବିମାନ ଉଡାଇବାର ଅଭିଜ୍ଞତା ରହିଛି ।
  11. ମଙ୍କିପକ୍ସ ନମୂନା ପରୀକ୍ଷଣ ପାଇଁ ଦେଶର ପ୍ରଥମ ସ୍ୱଦେଶୀ ନିର୍ମିତ ଆରଟିପିସିଆର କିଟ୍ ଆନ୍ଧ୍ର ପ୍ରଦେଶର ମେଡଟେକ ଜୋନରେ ଶୁଭାରମ୍ଭ କରାଯାଇଛି । ଏହି କିଟକୁ ଟ୍ରାନ୍ସ ଏସିଆ ବାୟୋ ମେଡିକାଲ୍ସ ପକ୍ଷରୁ ବିକଶିତ କରାଯାଇଥିବା ଏହି କିଟକୁ କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଅଜୟ କୁମାର ସୁଦ ଲଞ୍ଚ କରିଛନ୍ତି ।
  12. ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ସର୍ଭେରେ ୧.୧ ଲକ୍ଷ ମହିଳା ଏବଂ ଏକ ଲକ୍ଷ ପୁରୁଷଙ୍କୁ ସାମିଲ୍ କରାଯାଇଛି। ସର୍ଭେରୁ ଜଣା ପଡିଛି ଯେ, ଅନେକ ରାଜ୍ୟରେ ପୁରୁଷଙ୍କ ତୂଳନାରେ ମହିଳାଙ୍କ ଅଧିକ ସେକ୍ସ ପାର୍ଟନର ଅଛନ୍ତି।
  13. ଏହି ରାଜ୍ୟଗୁଡିକ ହେଉଛି ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ, ଜାମ୍ମୁ-କାଶ୍ମୀର, ଲଦାଖ, ମଧ୍ୟ ପ୍ରଦେଶ, ଆସାମ, କେରଳ, ଲାକ୍ଷାଦ୍ଵୀପ, ପୁଡୁଚେରୀ ଏବଂ ତାମିଲନାଡୁ। ରାଜ୍ୟ ତାଲିକାରେ ରାଜସ୍ଥାନ ଶୀର୍ଷରେ ରହିଛି। ଯେଉଁଠି ମହିଳାଙ୍କ ହାରାହାରି ୩.୧ ପାର୍ଟନର ଥିବା ବେଳେ ପୁରୁଷଙ୍କ ହାରାହାରି ୧.୮ ପାର୍ଟନର ଅଛନ୍ତି।
  14. ଦିଲ୍ଲୀ ଶିକ୍ଷା ମଡେଲ୍ ବିଷୟରେ ବିଦେଶୀ ଗଣମାଧ୍ୟମକୁ ପଇସା ଦେଇ କେଜରିୱାଲଙ୍କ ସରକାର ବିଜ୍ଞାପନ ବାହାର କରିଥିବା ବିଜେପିର ଅଭିଯୋଗ ଆଣିଥିଲା। ଏବେ ଏହା ଉପରେ ପ୍ରତିକ୍ରିୟା ରଖି ବିଜେପିର ମୁହଁ ବନ୍ଦ କରି ଦେଇଛି ଆମେରିକାର ପ୍ରତିଷ୍ଠିତ ଖବର କାଗଜ ନ୍ୟୁୟର୍କ ଟାଇମ୍ସ ବା NYT। ବିଜେପି ଅଭିଯୋଗକୁ ଖଣ୍ଡନ କରି NYT କହିଛି ଆମ ରିପୋର୍ଟ ସମ୍ପୂର୍ଣ୍ଣ ନିରପେକ୍ଷ। ଗ୍ରାଉଣ୍ଡ ରିପୋର୍ଟକୁ ନେଇ ଆମେ ଖବର କରୁ। 
  15. ନ୍ଦାବନର ବାଙ୍କବିହାରୀ ମନ୍ଦିରରେ ବଡ଼ ଧରଣର ଅଘଟଣ ଘଟିଛି । ଜନ୍ମାଷ୍ଟମୀରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ନିକଟରେ ଆଳତି ହେବା ବେ​‌ଳେ ୨ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ଜଣ ଆହତ ହୋଇଛନ୍ତି ।
  16. ୨୦୨୨-୨୩ ଶିକ୍ଷାବର୍ଷରେ ନାମଲେଖା ନେଇ ଉଚ୍ଚଶିକ୍ଷା ବିଭାଗର କଟକଣା ହଟିଲା । ଏଣିକି ବେସରକାରୀ ମହାବିଦ୍ୟାଳୟର ଅନୁଷ୍ଠାନଗୁଡିକ ଚଳିତ ଶିକ୍ଷାବର୍ଷ ଲାଗି ନାମଲେଖା ପାଇଁ ଆବେଦନ ପତ୍ର ଗ୍ରହଣ କରିପାରିବେ।
  17. ପ୍ରଥମ ଥର ପାଇଁ ଆଟଲାଣ୍ଟିକ୍ ମହାସାଗର ତଳେ ମିଳିଲା ୪୦୦ ମିଟର ଗଭୀରତାରେ ୮.୫ କିମି ର ଦୀର୍ଘ ବିଶାଳ ଗର୍ତ୍ତର ସନ୍ଧାନ । ପ୍ରାୟ ୬୬ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ମାଡ଼ ହୋଇଥିବା ଏକ ଧୂମକେତୁର ପ୍ରଭାବରୁ ଏହି ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ।
  18. ଭାରତୀୟ ଫୁଟବଲ ସଂଘକୁ ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା ସଂସ୍ଥା (ଫିଫା) ନିଲମ୍ବିତ କରିବା ପରେ କେନ୍ଦ୍ର ସରକାରଙ୍କ ନିଦ ହଜି ଯାଇଛି। ଫିଫା ଭାରତ ନିକଟରୁ ୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟବଲ ବିଶ୍ବକପ ଆୟୋଜନ ଅଧିକାର ପ୍ରତ୍ୟାହାର କରିନେଇଛି।
  19. ବରିଷ୍ଠ ଆଇଏଏସ୍ ଅଫିସର ରାଜେଶ ବର୍ମାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍‌ଙ୍କ ନିଯୁକ୍ତିକୁ କ୍ୟାବିନେଟ କମିଟି (ନିଯୁକ୍ତି ବ୍ୟାପାର) ଅନୁମୋଦନ କରିଛି । ଶ୍ରୀ ବର୍ମା ଏବେ କେନ୍ଦ୍ର ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।
  20. ଲଘୁଚାପ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୟଭୀତ ନ ହୋଇ ନିଜ ପରିବାର ସହିତ ସୁରକ୍ଷିତ ରହିବାକୁ ୪ ଜିଲ୍ଲା (କେନ୍ଦୁଝର, ମୟୁରଭଂଜ, ଭଦ୍ରକ, ବାଲେଶ୍ୱର) ବାସୀଙ୍କୁ କଲେ ଅପିଲ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.