• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚଣ୍ଡିଗଡ଼ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ନାଁ ସହୀଦ ଭଗତ ସିଂହଙ୍କ ନାଁରେ ନାମିତ ହେବ। ଏହା ଉପରେ ଉଭୟ ପଞ୍ଜାବ ଓ ହରିଆଣା ସରକାର ସହମତି ପ୍ରକାଶ କରିଛନ୍ତି।
  2. ୟୁରୋପୀୟ ୟୁନିୟନ ଦେଶ ହେଉ କି ଚୀନ ଏଠାରେ ବୟସ୍କ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଗକୁ ବିଶ୍ୱ ସ୍ତରରେ ଏହି ସମସ୍ୟା ଦେଖାଦେବ। ୨୦୫୦ ବେଳକୁ ୬୫ ବର୍ଷୀୟ ଲୋକଙ୍କ ସଂକ୍ୟା ଦୁଇଗଣ ହୋଇଯିବ ବୋଲି ଆକଳନରୁ କୁହାଯାଇଛି।
  3. ବିଦେଶୀ ମୁଦ୍ରା ପରିମାଣ ଅତି ନିମ୍ନସ୍ତରକୁ ଖସିଯାଇଛି। ଫଳରେ ଭୁଟାନ ସରକାର ୟୁଟିଲିଟି ଯାନ, ହେଭି ଆର୍ଥମୁଭିଂ ମେସିନ ଏବଂ କୃଷି ଯନ୍ତ୍ରପାତିକୁ ଛାଡ଼ିଦେଲେ ଅନ୍ୟ ସବୁପ୍ରକାର ଗାଡ଼ି ଆମଦାନିକୁ ନିଷିଦ୍ଧ କରିଛନ୍ତି।
  4. ଅଗଷ୍ଟ ୨୦, ୨୦୨୨ ଦିନ ପ୍ରକାଶିତ ତଥ୍ୟ ଅନୁସାରେ ଜୁନ, ୨୦୨୨ରେ ଇପିଏଫ୍‌ଓରେ ୧୮.୩୬ ଲକ୍ଷ ସଦସ୍ୟ ଯୋଡି ହୋଇଛନ୍ତି। ଗତବର୍ଷ ମେ ୨୦୨୨ ହିସାବକୁ ଦେଖିଲେ ଯୋଡି ହୋଇଥିବା ମୋଟ ସଦସ୍ୟଙ୍କ ସଂଖ୍ୟା ଜୁନ, ୨୦୨୨ରେ ଶତକଡା ୯.୨୧ ଭାଗ ବୃଦ୍ଧି ପାଇଛି। ଏପ୍ରିଲ ୨୦୨୨ଠାରୁ ନୂତନ ସଭ୍ୟ ଯୋଗ ଦେବା ଧାରାରେ ବୃଦ୍ଧି ପରିଲକ୍ଷିତ ହୋଇଛି।
  5. ଜାପାନର ଜାତୀୟ ଟିକସ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଏକ ଅଭିନବ ‌‘ସେକ୍ ଭିଭା’ ଅଭିଯାନ ଘୋଷଣା କରାଯାଇଛି। ଏନ୍‌ଟିଏର ଏହି ଯୋଜନା ଅନୁସାରେ ଯୁବବର୍ଗଙ୍କୁ ଅଧିକ ମଦ୍ୟପାନ ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହା ଏକ ବ୍ୟବସାୟିକ ପ୍ରତିଯୋଗିତା।
  6. ଜାପାନରେ ‘ସେକ୍ ଭିଭା’ ଅଭିଯାନରେ  ୨୦ରୁ ୩୯ ବର୍ଷ ବୟସ-ବର୍ଗର ଲୋକଙ୍କୁ ଏହି ଯୋଜନାରେ ‌ସାମିଲ ହେବା ପାଇଁ ଆହ୍ବାନ ଦିଆଯାଇଛି। ଯୁବବର୍ଗ ଅଧିକ ମଦ ପିଇବା ଦ୍ବାରା ରାଜସ୍ବ ବୃଦ୍ଧି ପାଇବା ସହ ପ୍ରଜନନ ହାର ମଧ୍ୟ ବୃଦ୍ଧି ପାଇବ ବୋଲି ସରକାର ଆଶା କରୁଛନ୍ତି।
  7. କୋର୍ଟଗୁଡ଼ିକରେ ପଡ଼ିରହିଥିବା ମାମଲାଗୁଡ଼ିକର ସଂଖ୍ୟା ୫ କୋଟି ଛୁଇଁବାକୁ ବସିଥିବା ବେଳେ ଆଇନ ମନ୍ତ୍ରୀ କିରଣ ରିଜିଜୁ ଆଜି କହିଛନ୍ତି ଯେ ଜଣେ ବିଚାରପତି ୫୦ଟି ମାମଲା ଫଏସଲା କଲାବେଳେ ୧୦୦ଟି ନୂଆ ମାମଲା ରୁଜୁ ହୋଇଯାଉଛି।
  8. ଗତ ଦୁଇମାସର ତଦନ୍ତ ଓ ଅନୁସନ୍ଧାନ ପରେ ଦିଲ୍ଲୀ ପୁଲିସ ୫୦୦ କୋଟିରୁ ଅଧିକ ରାଶିର ଇନଷ୍ଟାଣ୍ଟ ଲୋନ୍ କମ୍‌ ଏକ୍ସଟୋର୍ସନ ରୢାକେଟ୍‌କୁ ଧରିଛି। ଦେଶର ବିଭିନ୍ନ ସ୍ଥାନରୁ ୨୨ ଜଣଙ୍କୁ ଗିରଫ କରିଛି।
  9. ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଆଗ୍ରହୀ ଥିବା ମହିଳାଙ୍କ ସକାଶେ ଏକ ବଡ଼ ଖବର। ଅଗ୍ନିପଥ ଯୋଜନା ମାଧ୍ୟମରେ ମହିଳା ଅଗ୍ନିବୀରମାନଙ୍କ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
  10. ଦୁନିଆର ଦ୍ୱିତୀୟ ସବୁଠୁ ବଡ ସିନେମା ଅପରେଟର ସିନେୱାର୍ଲଡ ଆମେରିକାରେ ନିଜକୁ ଦେବାଳିଆ ଘୋଷଣା କରିବା ପାଇଁ ଆବେଦନ କରିବାକୁ ଯୋଜନା କରୁଛି । ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, କାମ୍ପାନି ଆମେରିକା ଏବଂ ବ୍ରିଟେନରେ ବ୍ୟାଙ୍କରପ୍ସୀ ପ୍ରୋସେସ ଉପରେ ପରାମର୍ଶ ଦେବା ପାଇଁ କିର୍କଲ୍ୟାଣ୍ଡ ଏବଂ ଏଲିସ ଏଲଏଲପିର ଆଇନଜୀବୀ ଏବଂ ଏଲିସ୍କାପାର୍ଟର୍ସଙ୍କୁ ପରାମର୍ଶଦାତା ନିଯୁକ୍ତ କରିଛି । ଏହି ଖବର ସାମନାକୁ ଆସିବା ପରେ ଶୁକ୍ରବାର ସିନେୱାର୍ଲଡ ଗ୍ରୁପର କମ୍ପାନି ପିଏଲସିର ସେୟାରରେ ୮୨ ପ୍ରତିଶତ ଯାଏଁ ହ୍ରାସ ଦେଖିବାକୁ ମିଳିଥିଲା।
  11. ବନ୍ୟାରେ ଭାଙ୍ଗିଲା ରାଜ୍ୟର ୧୮୬୬ ଘର । ୧୩ ଜିଲ୍ଲାର ୬୦୭ ପଞ୍ଚାୟତ ପ୍ରଭାବିତ । ଏବେ ବି ଜଳବନ୍ଦୀ ଅବସ୍ଥାରେ ୪ ଲକ୍ଷ ୭୨ ହଜାର ଲୋକ ।
  12. ଏଏସ୍‌ଓ ପଦବି ପାଇଁ ଲିଖିତ ପରୀକ୍ଷା ଅଗଷ୍ଟ ୨୭ରେ ହେବ ବୋଲି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି।
  13. ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । କହିଲେ, ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣ ଭିତରେ ।
  14. ୧୦ ଲକ୍ଷ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବାଲିଯାତ୍ରା ଆୟୋଜନ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ ।
  15. ଏକ ମାନହାନୀ ମକଦ୍ଦମା ମାମଲାରେ ଆପ ନେତାଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଦିଲ୍ଲୀର ରାଉସ ଏଭିନ୍ୟୁ କୋର୍ଟ। ଶନିବାର ମାଜିଷ୍ଟ୍ରେଟ୍ ବିଧି ଗୁପ୍ତା ମାମଲାର ଶୁଣାଣି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍, ମନୀଷ ସିସୋଦିଆ, ଯୋଗେନ୍ଦ୍ର ଯାଦବଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଏହି ନେତମାନଙ୍କ ବିରୋଧରେ ଅପରାଧିକ ଅପରାଧିକ ମାନହାନୀ ମାମଲା ହୋଇଥିଲା।
  16. ଆତତାୟୀର ଛୁରାମାଡରେ ଗୁରୁତର ହୋଇଥିବା ଲେଖକ ସଲମାନ ରସଦିଙ୍କ ଚିକିତ୍ସା ଜାରି ରହିଛି । ଏବେବି ସେ ବିପଦରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇନାହାଁନ୍ତି । ଶୁକ୍ରବାର ନ୍ୟୁୟର୍କରେ ଥିବା ଏକ ସାଧାରଣ ଲାଇବ୍ରେରୀ ସାମ୍ନାରେ ଶହଶହ ଲୋକେ ଏକାଠି ହୋଇ ରସଦିଙ୍କ ସପକ୍ଷରେ ବୟାନବାଜି କରିଥିଲେ । 
  17. ଦେଶରେ ୫-ଜି ଲଞ୍ଚ ପାଇଁ ଯଥାଶୀଘ୍ର ପ୍ରସ୍ତୁତ ହେବାକୁ ଟେଲିକମ୍‌ କମ୍ପାନୀଗୁଡ଼ିକୁ ସୂଚନା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ନିର୍ଦେଶ ଦେଇଛନ୍ତି । ପ୍ରଥମ ପଦକ୍ଷେପ ସ୍ବରୂପ ସେ ସ୍ପେକ୍ଟ୍ରମ ଅଧିଗ୍ରହଣ ଚିଠି କରିଥିଲେ । ଟେଲିକମ୍‌ କମ୍ପାନୀଗୁଡ଼ିକ ଠାରୁ ସରକାର ୧୭,୮୭୬ କୋଟି ଟଙ୍କା ଅର୍ଥ ପାଇଛନ୍ତି ।
  18. ଭୁବନେଶ୍ୱରର ଏମ୍ସରେ ଘଟିଛି ଦୁଃଖଦ ଘଟଣା। ୫ ମହଲାରୁ ଡେଇଁ ଜୀବନ ହାରିଛନ୍ତି ରୋଗୀ । ସ୍ତ୍ରୀଙ୍କ ଆଗରେ ସ୍ବାମୀ ଜୀବନ ହାରିଛନ୍ତି ସ୍ବାମୀ । ଏମ୍ସର ପ୍ଲାଷ୍ଟିକ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ବାଇଁ ।
  19. ଚନା ଅନୁଯାୟୀ, ଯୁକ୍ତ ୨  ପ୍ରଥମ ପ୍ରର୍ଯ୍ଯାୟ ନାମଲେଖା ତାରିଖ ଅଗଷ୍ଟ ୧୯କୁ ୨୫ ତାରିଖ ସ୍ଥିର କରାଯାଇଥିବା ବେଳେ ଏହା ଅଗଷ୍ଟ ୩୦ ତାରିଖକୁ ବୃଦ୍ଧି କରାଯାଇଛି। ସେହିପରି ଦ୍ବିତୀୟ ପର୍ଯ୍ଯାୟ ନାମଲେଖା ଅବଧି ସେପ୍ଟେମ୍ବର ୫ରୁ ୭ ତାରିଖ ଥିବାବେଳେ ତାହା ସେପ୍ଟେମ୍ବର ୮ରୁ ୧୦ ତାରିଖ ପର୍ଯ୍ଯନ୍ତ ଘୁଞ୍ଚାଇ ଦିଆଯାଇଛି।  ତତକାଳ ନାମଲେଖା (  ସ୍ପଟ୍ ସିଲେକସନ) ର ଅବଧି ସେପ୍ଟେମ୍ବର ୧୫ ଓ ୧୬ ତାରିଖ ରଖାଯାଇଥିଲା।
  20. ସୁନ୍ଦରଗଡ଼ ସହରର ଶଙ୍କରାଠାରେ ନିର୍ମିତ ନୂତନ ସରକାରୀ ମେଡିକାଲ କଲେଜରେ ଏମବିବିଏସ୍ ପାଠପଢ଼ା ଲାଗି ନାସନାଲ ମେଡିକାଲ କମିଶନ ବିଧିବଦ୍ଧ ଅନୁମତି ଦେଇଛନ୍ତି। ୧୦୦ଟି ସିଟ୍ ଲାଗି ଏହି ମଞ୍ଜୁରୀ ମିଳିଛି। ୨୦୨୨-୨୩ ଶିକ୍ଷାବର୍ଷରୁ ପାଠପଢ଼ା ପାଇଁ କମିଶନ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅନୁମତି ପ୍ରଦାନ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.