• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଆସନ୍ତା ମାସରେ ଉଜବେକିସ୍ତାନରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଚୀନ୍‌ ରା‌ଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ସମ୍ଭାବନା ରହିଛି।
  2. ରାଜସ୍ଥାନ ରାମଗଡ଼ ବିଧାନସଭା ମଣ୍ଡଳୀର ଜଣେ ପୂର୍ବତନ ବିଜେପି ବିଧାୟକଙ୍କର ଏକ ଭାଇରାଲ ଭିଡ଼ିଓ ଏବେ ତାଙ୍କ ପାଇଁ କାଳ ହୋଇଛି। ମୋ ସମର୍ଥକମାନେ ଗାଈ ଚୋରା ଚାଲାଣ କରୁଥିବା ୫ ଜଣଙ୍କୁ ମାରିଛନ୍ତି ବୋଲି ପୂର୍ବତନ ବିଧାୟକ କ୍ୟାମେରା ଆଗରେ ସ୍ବୀକାର କରିବା ପରେ ଅଲୱାର ପୁଲିସ ତାଙ୍କୁ ଗିରଫ କରିଛି।
  3. ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଅଭିଯୋଗ ଆଣିଲା କଂଗ୍ରେସ | ଗୁଜୁରାଟର ବରିଷ୍ଠ କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟର ନିର୍ବାଚନ ତାଲିକାରେ ଅତି କମରେ ୧୮ ରୁ ୨୦ ଲକ୍ଷ ନକଲି ଭୋଟର ଅଛନ୍ତି।
  4. ସ୍ବାସ୍ଥ୍ୟ ମନ୍ତ୍ରାଳୟର ପ୍ରସ୍ତାବ ଅନୁଯାୟୀ, ଏମ୍‌ସଗୁଡ଼ିକର ନାମ ସ୍ଥାନୀୟ ଅଞ୍ଚଳର ଖ୍ୟାତିସମ୍ପନ୍ନ ବ୍ୟକ୍ତି, ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ କିମ୍ବା ଐତିହାସିକ ଘଟଣା କିମ୍ବା ସ୍ମାରକୀ ନାମରେ ନାମିତ କରାଯିବ। ୨୩ଟି ଏମ୍‌ସ ମଧ୍ୟରୁ ଅଧିକାଂଶ ଏମ୍‌ସ ନୂଆ ନାମ ସଂକ୍ରାନ୍ତ ତାଲିକା ଦାଖଲ କରିସାରିଛନ୍ତି। ଅଧିକାଂଶ ୩ରୁ ୪ଟି ଲେଖାଏଁ ନାମ ପ୍ରସ୍ତାବରେ ଦେଇଛନ୍ତି।
  5. ଅବକାରୀ ନୀତିରେ କଥିତ ଘୋଟାଲାର ତଦନ୍ତ ପରେ ଏବେ ସିବିଆଇ ଦିଲ୍ଲୀ ପରିବହନ ନିଗମ(ଡିଟିସି) ଦ୍ୱାରା ୧୦୦୦ ଲୋ ଫ୍ଲୋର ବସ କିଣାରେ କଥିତ ଭ୍ରଷ୍ଟାଚାର ଅଭିଯୋଗର ଏକ ଏଫଆଇଆର ରୁଜୁ କରି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି ।ଅଧିକାରୀମାନେ ରବିବାର ଏ ବାବଦରେ ସୂଚନା ଦେଇଛନ୍ତି ।
  6. ୟୁପିଆଇ କାରବାରରେ ଚାର୍ଜ ଲାଗିବନି, ସ୍ପଷ୍ଟ କଲା ଅର୍ଥ ମନ୍ତ୍ରାଳୟ ।
  7. ବିହାରରେ ଜଣେ ଦିନ ମଜୁରିଆକୁ ଆୟକର ବିଭାଗ ସାଢ଼େ ୩୭ ଲକ୍ଷ ଟଙ୍କାର ନୋଟିସ ପଠାଇଛି।
  8. ସୀମା ବିବାଦ ଉପରେ ବିଦେଶ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ଚୁକ୍ତିର ପାଳନ କରୁନି ଚୀନ  ।
  9. ଗଡକରୀ କହିଛନ୍ତି, ସେ ଆଶା ରଖିଛନ୍ତି ମୁମ୍ବାଇର ନରିମମ ପଏଣ୍ଟରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ୍ସପ୍ରେସ୍ ଓ୍ଵେରେ ଯାତ୍ରା କରିବା ପାଇଁ ଆବଶ୍ୟକ ସମୟ ସୀମାକୁ ହ୍ରାସ କରି କେବଳ ୧୨ ଘଣ୍ଟା କରି ଦିଆଯିବ । ୧୨ ଘଣ୍ଟାରେ ନାଗରିକଙ୍କୁ ନରିମମ ପଏଣ୍ଟରୁ ଦିଲ୍ଲୀ  ପହଞ୍ଚାଇବା ମୋର ସ୍ଵପ୍ନ। ୨୦୨୩ ମାର୍ଚ୍ଚ ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ଵେର ଉପଯୋଗ କରାଯାଇ ପାରିବ।
  10. କେନ୍ଦ୍ର ସରକାର ଦେଶର ପ୍ରଥମ ସରକାରୀ ପଞ୍ଚତାରକା ‘ଅଶୋକ ହୋଟେଲ’କୁ ଘରୋଇ ହାତକୁ ଟେକି ଦେବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଏଥିଲାଗି ପ୍ରସ୍ତୁତ ପ୍ରସ୍ତାବରେ ସରକାର ଏହି ହୋଟେଲକୁ ୬୦ ବର୍ଷ ଲାଗି ଅପରେଟ, ମେଣ୍ଟେନ ଡେଭଲପ (ଓଏମଡି) ମଡେଲ ଭାବେ ପଟ୍ଟାରେ ପ୍ରଦାନ କରିବେ।
  11. ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଖାନଙ୍କ ବଢିଲା ଅଡୁଆ, ଆଣ୍ଟି ଟେରରିଜିମ ଆକ୍ଟରେ ମାମଲା ରୁଜୁ।
  12. ମହାନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଟିକରପଡ଼ା ସାତକୋଶିଆ ଗଣ୍ଡ ବଳଦମରା ଘାଟରେ ଥିବା ୩୨ଟି ଘଡ଼ିଆଳ ଛୁଆ କୁମ୍ଭୀର ଭାସିଆସିଥିବା ସୂଚନା ମିଳିଛି।
  13. ଚୀନ୍‌ର ମୁକାବିଲା ପାଇଁ ଜାପାନର ବିଶାଳ ପ୍ରସ୍ତୁତି, ୧ ହଜାର ଦୂରଗାମୀ କ୍ଷେପଣାସ୍ତ୍ର ମୁତୟନ କରିବ ।
  14. କୋଲକାତା ବିମାନ ବନ୍ଦରରେ ଅଭାବନୀୟ ଘଟଣା: ୯୦ ମିନିଟ୍‌ ଧରି ୧୧ଟି ବିମାନ ଅବତରଣ କରିପାରିଲାନି।
  15. ଭୟଙ୍କର ହେଉଛି ସୁବର୍ଣ୍ଣ ରେଖା, ବିପଦ ସଂକେତ ଟପିଲା ବୈତରଣୀ ଓ ଜଳକା।ବାଲେଶ୍ବର ଜିଲ୍ଲାପାଳଙ୍କୁ ଦିଆଯାଇଛି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କ୍ଷମତା। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ହେଲିକପ୍ଟର।
  16. ୯ମ କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ ଛାୟା ଜାତିସଂଘ ଉଦ୍‌ଘାଟନ କଲେ ରାଜ୍ୟପାଳ ଗଣେଶୀ ଲାଲ।
  17. ଆସନ୍ତା ବର୍ଷ ଜାନୁଆରୀରେ ଇନ୍ଦୋରରେ ହେବ ୧୭ତମ ପ୍ରବାସୀ ଭାରତୀୟ ଦିବସ ୨୦୨୩।
  18. ବିହାର ଖାଗରିଆ ଜିଲାର ଜଣେ ଦିନ ମଜୁରିଆକୁ ୩୭.୫ ଲକ୍ଷ ଟଙ୍କାର ଆୟକର ନୋଟିସ ମିଳିଛି, ପୁଲିସ ତଦନ୍ତ ଜାରି।
  19. ଲକ୍ଷିମପୁର ଖେରିରୁ ଦିଲ୍ଲୀକୁ ଆସୁଥିବା କୃଷକନେତା ରାକେଶ ଟିକାୟତଙ୍କୁ ପୋଲିସ ହେପାଜତରେ ନେଇଛି। ଏନେଇ ରାକେଶ ଟିକାୟତ ଟୁଇଟ୍ କରି ସୂଚନା ଦେଇଛନ୍ତି। ସରକାରଙ୍କ ଇଶାରାରେ କାମ କରୁଥିବା ଦିଲ୍ଲୀ ପୋଲିସ କୃଷକଙ୍କ ସ୍ୱରକୁ ଦବେଇପାରିବ ନାହିଁ ବୋଲି ରାକେଶ କହିଛନ୍ତି।
  20. ମଦ୍ୟପ ଅବସ୍ଥାରେ ସାଙ୍ଗ ମାନେ ଜଣେ ୪୫ବର୍ଷୀୟ ଯୁବକଙ୍କ ମଳଦ୍ୱାରରେ ଷ୍ଟିଲ୍‌ ଗ୍ଲାସ୍‌ ପୁରାଇ ଦେଇଛନ୍ତି । ୮ ଦିନ ଧରି ଗ୍ଲାସ୍‌ ମଳଦ୍ୱାରରେ ରହିବା ପରେ ପେଟକୁ ପଳାଇଥିଲା । ଏମ୍‌କେସିଜିରେ ସଂପୃକ୍ତ ଯୁବକଙ୍କ ଅସ୍ତ୍ରୋପଚାର କରାଯାଇ ଷ୍ଟିଲ୍‌ ଗ୍ଲାସ୍‌ ପେଟରୁ ବାହାର କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.