• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ ଫେବ୍ରୁଆରି ମାସରୁ ଆରମ୍ଭ ହୋଇଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ୟୁକ୍ରେନ୍‌ର ପ୍ରାୟ ୯୦୦୦ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଲାଣି ବୋଲି ୟୁକ୍ରେନ୍ ସେନାମୁଖ୍ୟ ସୋମବାର କହିଛନ୍ତି।
  2. ରବିବାର ଜୟସିଂହପୁର ଖୋର ଅଞ୍ଚଳରେ ଥିବା ଏକ ରିସର୍ଟରେ ପୁଲିସ ଚଢ଼ଉ କରି ୧୩ ମହିଳାଙ୍କ ସମେତ ୮୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହରିୟାଣା, ପଞ୍ଜାବ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଇତ୍ୟାଦି ବିଭିନ୍ନ ରାଜ୍ୟର ବୋଲି ଜଣାପଡ଼ିଛି।
  3. ଦେଶବ୍ୟାପୀ ବିଭିନ୍ନ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ କୃଷକ ଆଜି ଦିଲ୍ଲୀ ସ୍ଥିତ ଜନ୍ତର ମନ୍ତରରେ ପହଞ୍ଚି ‘ମହାପଞ୍ଚାୟତ’ କରିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ୍‌) ପକ୍ଷରୁ ଏହି ‘ମହାପଞ୍ଚାୟତ’ ହୋଇଛି।
  4. ରାଜ୍ୟସ୍ତରୀୟ ୪୦ତମ ଚିତ୍ରକଳା ପ୍ରଦର୍ଶନୀ ଓ ପୁରସ୍କାର ମନୋନୟନ ପାଇଁ ଯେଉଁ ବିଚାରକମଣ୍ଡଳୀ ନିଯୁକ୍ତ ହୋଇଥିଲେ, ସେମାନଙ୍କ ଯୋଗ୍ୟତାକୁ ନେଇ ‘ଆର୍ଟିଷ୍ଟ ଗ୍ରୁପ୍‌ ଅଫ୍‌ ଓଡ଼ିଶା’ ପ୍ରଶ୍ନ ଉଠାଇଛି। ଶିଳ୍ପୀମାନଙ୍କ ସ୍ବାର୍ଥକୁ ନଜରରେ ରଖି ଏହାର ନିରପେକ୍ଷ ତଦନ୍ତ କରିବାକୁ ଏହି ଗ୍ରୁପ୍‌ ପକ୍ଷରୁ ସଂସ୍କୃତି ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଏକ ଚିଠି ଗତ ୨୦ ତାରିଖରୁ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି।
  5. କେନ୍ଦ୍ରୀୟ ଗୃହମନ୍ତ୍ରଣାଳୟ ସୋମାବାର ବିଳମ୍ୱିତ ସନ୍ଧ୍ୟାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତତ୍କାଳୀନ ଦିଲ୍ଲୀ ଅବକାରୀ ଆୟୁକ୍ତ ଆରବ ଗୋପି କୃଷ୍ଣା ଓ ଉପାୟୁକ୍ତ ଆନନ୍ଦ ତିୱାରିଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରିଛନ୍ତି।
  6. ଭାରତ ମୋଟ ୩ ବିଲିୟନ ଡଲାର ବା ୨୪ ହଜାର କୋଟି ଟଙ୍କା ମୂଲ୍ୟର ୩୦ଟି ପ୍ରେଡେଟର ଡ୍ରୋନ କିଣିବ । ସେନା, ବାୟୁସେନା ଓ ନୌସେନାକୁ ୧୦ଟି ଲେଖାଏଁ ଡ୍ରୋନ ମିଳିବ ।
  7. ଜଣେ ସନ୍ଦିଗ୍ଧଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ଦେଇ ତାଙ୍କୁ ଆଣ୍ଠୁରେ ମାଡ଼ି ବସୁଥିବା ଦୃଶ୍ୟସମ୍ବଳିତ ଭିଡିଓ ଭାଇରାଲ୍‌ ହେବା ପରେ ଆମେରିକାର ଆର୍କାନ୍‌ସାସ୍‌ ପ୍ରଦେଶରେ ୩ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।
  8. ଶରଣାର୍ଥୀମାନଙ୍କୁ ନାଗରିକତ୍ବ ପ୍ରଦାନ କରାଯିବାରେ କଠୋର ସରକାରୀ ନୀତିନିୟମ ଥିବାରୁ ବହୁସଂଖ୍ୟକ ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀ ପାକିସ୍ତାନକୁ ଫେରିଯାଉଛନ୍ତି ବ‌ୋଲି ‘ସୀମନ୍ତ ଲୋକ ସଙ୍ଗଠନ’ କହିଛି।
  9. ମୁମ୍ବାଇର ‘ଚଲ୍‌’ ପୁନର୍ବିକାଶ ହୋଇଥିବା ଅନିୟମିତତା ସହିତ ଜଡ଼ିତ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଆଜି ଏକ ସ୍ବତନ୍ତ୍ର ଅଦାଲତ ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ରହଣି ମିଆଦ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
  10. ଦୀର୍ଘ ୩୦ ଘଣ୍ଟା ଲଢ଼ିବା ପରେ ସୋମାଲିଆର ରାଜଧାନୀ ମୋଗାଦିଶୁରେ ‘ଅଲ୍‌-ଶବାବ୍‌’ ଆତଙ୍କବାଦୀମାନଙ୍କ କବଳରୁ ‘ହାୟାତ୍‌ ହେଟେଲ୍‌’କୁ ମୁକ୍ତ କରାଯାଇଥିବା କଥା ରବିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।
  11. ୨୦୧୮ରୁ ୨୦୨୦ ମସିହା ମଧ୍ୟରେ ରାସ୍ତାରେ ଥିବା ଖାଲଖମା ଯୋଗୁଁ ହୋଇଥିବା ସଡକ ଦୁର୍ଘଟଣାରେ ମୋଟ ୫,୬୨୬ ଜଣଙ୍କ ଜୀବନ ଯାଇଛି । ସରକାରୀ ତଥ୍ୟରୁ ଏହି ସୂଚନା ମିଳିଛି । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୨୦୧୮ରେ ୨,୦୧୫ ଜଣ, 2୦୧୯ରେ ୨,୧୪୦ ଜଣ ଏବଂ ୨୦୨୦ରେ ୧,୪୭୧ ଜଣଙ୍କ ରାସ୍ତାରେ ଗାତ ଯୋଗୁଁ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
  12. ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ସେବା ଉପରେ କାହାର ଅଧିକାର ରହିବ ରାଜ୍ୟ ନା କେନ୍ଦ୍ର ସରକାରଙ୍କର। ଏହାକୁ ନେଇ ଆମ୍ ଆଦମୀ ପାର୍ଟି ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ଏହି ମାମଲା ସଂପ୍ରତି ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ଏବେ ମାମଲାର ଶୁଣାଣି କରିବେ ପାଞ୍ଚ ଜଣିଆ ବୃହତ ଖଣ୍ଡପୀଠ।
  13. ସେପ୍ଟେମ୍ବର ୧୫  ଗୃହ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ପଦ୍ମ ପୁରସ୍କାର ପାଇଁ ନାମାଙ୍କନ ଏବଂ ପ୍ରସ୍ତାବ ଦେବାର ଶେଷ ତାରିଖ ହେଉଛି ।
  14. ୨୦୧୮ ମସିହାରେ ଏକ କଥିତ ଦୁଷ୍କର୍ମ ମାମଲାରେ ଏଫଆଇଆର ରୁଜୁ କରାଇବା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ଜଷ୍ଟିସ ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାରେ ନୋଟିସ ଜାରି କରିଛନ୍ତି । ମାମଲାରେ ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ୱରର ତୃତୀୟ ସପ୍ତାହରେ ହେବ।
  15. ଭିଜିଲାନ୍ସ ଜାଲରେ ବିଏମସିର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରାପଡ଼ିଥିବା ୨ ଟ୍ଯାକ୍ସ କଲେକ୍ଟର ହେଲେ ୨୩ ନମ୍ବର ୱାର୍ଡର ଟ୍ଯାକ୍ସ କଲେକ୍ଟର ହେମନ୍ତ ସାହୁ  ଓ ବିଏମସିର ପୂର୍ବତନ ଟ୍ଯାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ।
  16. ସରକାର ସେମି ହାଇ ସ୍ପିଡ୍ ଟ୍ରେନ୍ ‘ବନ୍ଦେ ଭାରତ’ ଏକ୍ସପ୍ରେସ ଚଳାଇବେ। ‘ବନ୍ଦେ ଭାରତ’ ଟ୍ରେନର ବେଗ ଘଣ୍ଟା ପ୍ରତି ୧୬୦ରୁ ୨୪୦ କି.ମି. ରହିବ। ଏ ନେଇ ରେଳପକ୍ଷ ପକ୍ଷରୁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି।
  17. ୟୁପିଆଇ ଏକ ଡିଜିଟାଲ ପବ୍ଲିକ୍ ଗୁଡ୍‌। ତାହା ସହ ୟୁପିଆଇ ସେବା ପାଇଁ କୌଣସି ଶୁଳ୍କ ଆଦାୟ କରାଯିବା ନେଇ ବିଚାର କରାଯାଇନାହଁ ବୋଲି କହିଛି ଅର୍ଥ ମନ୍ତ୍ରଣାଳୟ।
  18. ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଏହି  ପ୍ରକ୍ରିୟା ସ୍ଵେଚ୍ଛାକୃତ।ଗୁଜବ ପ୍ରଚାରିତ ହୋଇଛି ଯେ, ଭୋଟର କାର୍ଡକୁ ଆଧାର ସହ ସଂଯୋଗ ନକଲେ ମତଦାତା ତାଲିକାରୁ ନାଁ କଟିଯିବ। ଏହି ଗୁଜବକୁ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି।
  19. ଦୁର୍ଗା ପୂଜା ଉତ୍ସବ ସେପ୍ଟେମ୍ବର ୧ରୁ ମଧ୍ୟ କୋଲକାତାରେ ଏକ ମେଗା ରାଲି ସହ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଦୁର୍ଗା ପୂଜାର ଆୟୋଜନ କରୁଥିବା ପ୍ରତ୍ୟେକ କମିଟିକୁ ଦିଆଯାଉଥିବା ଦାନ ରାଶିରେ ଗତ ବର୍ଷ ତୂଳନାରେ ୧୦ ହଜାର ଟଙ୍କା ବୃଦ୍ଧି କରିଛନ୍ତି।
  20. ଗୃହ ଋଣ ବଜାରର ପ୍ରମୁଖ କମ୍ପାନୀ ଏଲ୍ଆଇସି ହାଉସିଂଫାଇନାନ୍ସ ଏବଂ ବଜାଜ୍ ହାଉସିଂଫାଇନାନ୍ସ ସୋମବାର ସେମାନଙ୍କର ଗୃହ ଋଣ ସଧହାରରେ ବୃଦ୍ଧି ଘଟାଇଛନ୍ତି । ଦୁଇ କମ୍ପାନୀ ଋଣ ସୁଧହାରରେ ୦.୫୦ ପ୍ରତିଶତ ବୃଦ୍ଧ଄ ଘଟାଇଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.