• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦୁଝର ଠାରେ ନିର୍ମାଣଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ୨୦୨୨-୨୦୨୩ ବର୍ଷରୁ ନାମଲେଖା ନିମନ୍ତେ ନେସନାଲ ମେଡିକାଲ କମିଶନର ମେଡିକାଲ ଆସେଶମେଣ୍ଟ ଆଣ୍ଡ ରେଟିଙ୍ଗ ବୋର୍ଡ(ଏମ ଏ ଆର ବି) ଅଣ୍ଡର ଗ୍ରାଜୁଏଟ ବିଭାଗରୁ ମଙ୍ଗଳବାର ଅନୁମତି ପତ୍ର ଦିଆଯାଇଛି।
  2. ମୈତ୍ରୀବିହାରରେ ଆଇସିଆଇସିଆଇ ବ୍ୟାଙ୍କର ଷ୍ଟେଟ ଅଫ ଦ ଆର୍ଟ ଫୋନ ବ୍ୟାଙ୍କିଙ୍ଗ ସେଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସେଣ୍ଟରରେ ୧୨୦୦ ଜଣଙ୍କୁ ନିଯୁକ୍ତି ମିଳିବ । ଏଥିରୁ ୬୦% ମହିଳା ରହିବେ । ଏହି ବ୍ୟାଙ୍କ କୃତ୍ରିମ ବୁଦ୍ଧିମତ୍ତା ଏବଂ ରୋବୋଟିକସରେ ପରିଚାଳିତ ହେବ । ସାରା ଦେଶର ଖୁଚୁରା ଗ୍ରାହକଙ୍କ ସହ କର୍ପୋରେଟ ହାଉସ ମଧ୍ୟ ଏଠାରୁ ବ୍ୟାଙ୍କି ସେବା ପାଇପାରିବେ ।
  3. ଯୁକ୍ତ ଦୁଇରେ ଗତ ବର୍ଷ ଭଳି ତ୍ରୈମାସିକ ବା କ୍ଵାଟର ଏଣ୍ଡ ପରୀକ୍ଷା ଅନୁଷ୍ଠିତ ହେବ। ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଥିଓରୀ ପାଇଁ ୨୦ ଓ ପ୍ରାକ୍ଟିକାଲ ପାଇଁ ୧୦ ମାର୍କ ର ପରୀକ୍ଷା ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଖୁବ୍ ଶୀଘ୍ର CHSE ପରୀକ୍ଷା ଡେଟ ଘୋଷଣା କରିବ ବୋଲି ସୂଚନା ମିଳିଛି।
  4. ଓଡ଼ିଶା ତଟ ଚାନ୍ଦିପୁରରୁ ସର୍ଟ ରେଞ୍ଜ ମିସାଇଲ ସଫଳ ପରୀକ୍ଷଣ ହୋଇଛି। ସର୍ଟ ରେଞ୍ଜ ସରଫେସ୍‌ ଟୁ ଏୟାର ମିସାଇଲର ପରୀକ୍ଷଣ ସଫଳ ହୋଇଛି । ଡିଆରଡିଓ ଓ ଭାରତୀୟ ନୌସେନା ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ମିସାଇଲ୍‌ । ଭୁପୃଷ୍ଠରୁ ଆକାଶ ମାର୍ଗକୁ ହୋଇପାରିବ ଟାର୍ଗେଟ। ମିସାଇଲରେ ବିନା କୌଣସି ଦ୍ବିଧାରେ ସଫଳ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି ।
  5. ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତି ମିଆଁମାର ଉପକୂଳରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳରେ ସମୁଦ୍ର ପତନ ଠାରୁ ୪.୫ ରୁ ୫.୮ କିମି ଉଚ୍ଚରେ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
  6. ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କରୋନାରେ ସଂକ୍ରମିତ ହୋଇଛନ୍ତି । ଫଳରେ ଆଗାମୀ ଏସିଆ କପରେ ଭାରତୀୟ ଦଳ ସହ ରାହୁଲ ଦୁବାଇ ଗସ୍ତରେ ଯିବେ କି ନାହିଁ ତାହାକୁ ନେଇ ଏବେ ସସପେନ୍ସ ଦେଖାଦେଇଛି ।
  7. ୩ ସେନାଧିକାରୀଙ୍କୁ ବରଖାସ୍ତ କଲା ଭାରତୀୟ ବାୟୁସେନା। ଭାରତ ପକ୍ଷରୁ ଭୁଲରେ ପାକିସ୍ତାନକୁ କ୍ଷେପଣାସ୍ତ୍ର ମାଡ଼ ହେବା ଘଟଣାରେ ବାୟୁସେନା ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
  8. ଗୌତମ ଅଦାନୀ ଗ୍ରୁପର କମ୍ପାନୀ ଏଏମଜି ମିଡିଆ ନେଟଓ୍ଵର୍କ ଲିମିଟେଡ୍ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା NDTVର ଅଂଶଧନ କିଣିବାକୁ ମଙ୍ଗଳବାର ଘୋଷଣା କରିଛି। ଅଦାନୀ ଗ୍ରୁପ୍ ଏନଡିଟିଭି ଅର୍ଥାତ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍‌ରେ ପରୋକ୍ଷ ଭାବେ ୨୯.୧୮ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବ। ଅନ୍ୟପଟେ ଖୋଲା ପ୍ରସ୍ତାବ ଜରିଆରେ ଗ୍ରୁପ ଏନଡିଟିଭିର ଆଉ ୨୬ ପ୍ରତିଶତ ଅଂଶଧନ ନିଜ ପାଖରେ ରଖିବାକୁ ଯୋଜନା କରିଛି।
  9. ନିଜର ନିର୍ଭୀକ ବୟାନ ପାଇଁ ଚର୍ଚ୍ଚିତ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ପୁଣି ଥରେ ନିଜ ଅନ୍ଦାଜରେ ନିଜ ସରକାରଙ୍କୁ ପରୋକ୍ଷରେ ତୀର ମାରିଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ସରକାର ସଠିକ୍ ସମୟରେ ନିଷ୍ପତ୍ତି ନିଅନ୍ତି ନାହିଁ, ଯାହା ବହୁତ ବଡ ସମସ୍ୟା।
  10. ଆସାନସୋଲ ସିବିଆଇ କୋର୍ଟରେ ସ୍ୱତନ୍ତ୍ର ବିଚାରପତି ରାଜେଶ ଚକ୍ରବର୍ତ୍ତୀଙ୍କୁ ଏଭଳି ଧମକ ଆସିଛି। ତାଙ୍କ ପରିବାର ବିରୋଧରେ ଥିବା ଏକ ମିଥ୍ୟା NDPS(ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ସବଷ୍ଟାନ୍ସେସ୍ ଆକ୍ଟ) କେସ୍‌ରେ ଫସାଇ ଦିଆଯିବ। ଡ୍ରଗ୍ସର କମର୍ସିଆଲ୍ କ୍ୱାଣ୍ଟିଟି ବା ବଡ଼ ଧରଣର ଡ୍ରଗ୍ସ କାରବାର ଅଭିଯୋଗରେ ଫସାଇ ଦିଆଯିବ ବୋଲି ବାପା ଚାଟାର୍ଜୀ ନାମକ ବ୍ୟକ୍ତି ଏକ ଧମକପୂର୍ଣ୍ଣ ଚିଠି ଦେଇଥିବା ସିବିଆଇ ବିଚାରପତି ରାଜେଶ ଚକ୍ରବର୍ତ୍ତୀ କହିଛନ୍ତି।
  11. ମନି ଲଣ୍ଡରିଂ ମାମଲାରେ ଫସିଥିବା ଦିଲ୍ଲୀ ସ୍ୱାସ୍ଥ୍ୟାମନ୍ତ୍ରୀ ସତୈନ୍ଦ୍ର ଜୈନ୍‌ଙ୍କ ପତ୍ନୀ ପୁନମ ଜୈନଙ୍କୁ ବେଲ୍ ମିଳିଛି। ମଙ୍ଗଳବାର ଦିଲ୍ଲୀ ରାଉସ୍ ଏଭିନ୍ୟୁ କୋର୍ଟ ପୁନମ ଜୈନ୍‌ଙ୍କୁ ବେଲ୍ ଦେଇଛନ୍ତି।
  12. ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମୁଦ୍ରାସ୍ପିତି ତାର ଚରମ ସୀମାକୁ ଛୁଇଁ ସାରିଥିବା ଓ ଏବେ ଏହାକୁ ଧିରେ ଧିରେ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଏବେ ପ୍ରତ୍ୟେକ ତଥ୍ୟ ଉପରେ ନଜର ରଖୁଛନ୍ତି, ଏଥିରେ ସାମାନ୍ୟ କୋହଳ ମଧ୍ୟ କରାଯିବନି।
  13. ଲୋନ୍ ଆପ୍ ଜରିଆରେ ଲକ୍ଷେ ଟଙ୍କା ଋଣ ଆଣି ଜଣେ ଶିକ୍ଷକ ବର୍ଷକ ମଧ୍ୟରେ ୩୭ ଲକ୍ଷ ଟଙ୍କା ସୁଝିବା ପରେ ଶେଷରେ ମାନସିକ ଭାରସାମ୍ୟ ହରାଇ ଏକ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା  ଉଦ୍ୟମ କରି ଅଳ୍ପକେ ବଞ୍ଚି ଯାଇଛନ୍ତି । ଟ୍ରେନ ଚାଳକଙ୍କ  ଉପସ୍ଥିତ ବୁଦ୍ଧି ଯୋଗୁଁ ଶିକ୍ଷକ ଜଣକ ରକ୍ଷା ପାଇଯାଇଛନ୍ତି ।
  14. ଭାରତୀୟ ଷ୍ଟାର୍ ଟେନିସ ମହିଳା ଖେଳାଳି ସାନିଆ ମିର୍ଜା ନିଜ ପ୍ରଶଂସକଙ୍କୁ ଏକ ବଡ ଝଟକା ଦେଇଛନ୍ତି । ସେ ଆହତଜନିତ କାରଣରୁ ବର୍ଷର ଶେଷ ଗ୍ରାଣ୍ଡ୍ ସ୍ଲାମ୍ ଟୁର୍ଣ୍ଣାମେଣ୍ଟରୁ ନାଁ ଫେରସ୍ତ ନେଇଯାଇଛନ୍ତି । ସାନିଆ ନିଜେ ସୋସିଆଲ ମିଡିଆ ଜରିଆରେ ଏନେଇ ସୂଚନା ଦେଇଛନ୍ତି । 
  15. ବେନାମି କାରବାର (ନିଷିଦ୍ଧ) ସଂଶୋଧନ ନିୟମକୁ ପିଛିଲା ଭାବେ ଲାଗୁ କରାଯାଇପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଛନ୍ତି। ଏଥି ସହିତ ନିୟମର ଧାରା (୩)(୨)କୁ ଅସାମ୍ବିଧାନିକ ବୋଲି କହିଛନ୍ତି। ଏହି ନିୟମକୁ ୨୦୧୬ ନଭେମ୍ବର ୧ରେ ଲାଗୁ କରାଯାଇଥିଲା।
  16. ବିଲ୍‌କିସ ବାନୋ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ ଦୋଷୀଙ୍କୁ ଜେଲ୍‌ରୁ ମୁକ୍ତ କରାଯିବା ଏବଂ ସେମାନଙ୍କୁ ଫୁଲମାଳ ପିନ୍ଧାଇ, ମିଠା ଖୁଆଇ ସ୍ବାଗତ କରାଯିବା ଆଦୌ ଠିକ୍‌ ନଥିଲା ବୋଲି କହିଛନ୍ତି ଏହି ମାମଲାର ଦଣ୍ଡାଦେଶ ଶୁଣାଇଥିବା ପୂର୍ବତନ ବିଚାରପତି ୟୁଡି ସାଲ୍‌ଭି।
  17. କର୍ଣ୍ଣାଟକରେ ବୀର ସବରକରଙ୍କ ପୋଷ୍ଟର ଲଗାଇବାପାଇଁ ଦକ୍ଷିଣପନ୍ଥୀ ଅନୁଷ୍ଠାନ ଗୁଡ଼ିକ ନିଷ୍ପତ୍ତି ନେଇଥିବା ବେଳେ ହିନ୍ଦୁ ‌ସେନା ମୁଖ୍ୟ ପ୍ରମୋଦ ମୁଥାଲିକ ଆଜି ଏନେଇ ଏକ ଚେତାବନୀ ଦେଇଛନ୍ତି। ହିନ୍ଦୁ ସେନା ମୁଖ୍ୟ କହିଛନ୍ତି, ସବରକରଙ୍କ ପୋଷ୍ଟର୍‌ରେ ଯିଏ ହାତ ଲଗାଇବ ତା ହାତ କାଟି ଫୋପାଡ଼ିଦେବୁ।
  18. ନିର୍ବାଚନ ସମୟରେ ମାଗଣା ଘୋଷଣା ସଂସ୍କୃତି (ଫ୍ରିବି କଲ୍‌ଚର)କୁ ବନ୍ଦ କରିବା ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କରି ମଙ୍ଗଳବାର ସୁପ୍ରିମ୍‌କୋର୍ଟ କହିଲେ ଯେ ଦେଶର ମଙ୍ଗଳ ପାଇଁ ଏହା ଉପରେ ଏକ ବିତର୍କ ହେବା ଉଚିତ।
  19. ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ମରାମତି ପ୍ରସଂଗରେ ହାଇକୋର୍ଟ ଶୁଣାଣି କରି ଆମିକସକ୍ୟୁରୀଙ୍କୁ ସାନି ସ୍ଥିତି ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆମିକସକ୍ୟୁରୀ କୋଣାର୍କ ଗସ୍ତ କରିବେ।
  20. ୨୦୧୬ରୁ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ପ୍ରଣୟନ ହେଲାଣି। ସରକାର ସେବେ ଲକ୍ଷ୍ୟ ରଖିଥିଲେ, ୨୦୨୨ ଶେଷ ସୁଦ୍ଧା ୨୭୫୦ ମେଗାୱାଟ୍‌ ବିଦ୍ୟୁତ୍ ଏହି କ୍ଷେତ୍ରରୁ ଉତ୍ପାଦନ କରିବେ। ଏନେଇ ପ୍ରସ୍ତୁତି ବି ଆରମ୍ଭ ହେଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.