• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ରୀୟ ସତର୍କତା ଆୟୋଗ(ସିଭିସି)ର ସଦ୍ୟତମ ବାର୍ଷିକ ରିପୋର୍ଟକୁ ସାର୍ବଜନୀନ କରାଯାଇଛି। ସମସ୍ତ ଶ୍ରେଣୀର ଅଧିକାରୀ ଏବଂ କର୍ମଚାରୀଙ୍କ ବିରୋଧରେ ମୋଟ୍ ୧,୦୯,୨୧୪ ଅଭିଯୋଗ ଆସିଛି। ସେଥିରେ ସବୁଠୁ ଅଧିକ ୩୭,୬୭୦ ଅଭିଯୋଗ ଗୃହ ମନ୍ତ୍ରଣାଳୟ ବିରୋଧରେ, ୧୧୦୦୩ ରେଲଓ୍ଵେ ବିରୋଧରେ ଏବଂ ୬୩୩୦ ବ୍ୟାଙ୍କ ବିରୋଧରେ ରହିଛି।
  2. ମଦ୍ୟପାନ ଯୋଗୁଁ ପ୍ରତିବର୍ଷ ପୃଥିବୀରେ ପ୍ରାୟ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି । ଏହା ସମୁଦାୟ ମୃତ୍ୟୁର ପ୍ରାୟ ୫.୩ ପ୍ରତିଶତ । ତେଣୁ ମଦ୍ୟପାନ ଅଭ୍ୟାସକୁ ହ୍ରାସ କରିବା ପାଇଁ ସମସ୍ତ ପ୍ରଚେଷ୍ଟା ଆବଶ୍ୟକ ବୋଲି ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ଏନ.ଏନ.ରାଜୁ କହିଛନ୍ତି ।
  3. ଆସନ୍ତା ୨୭ରେ ଖୋର୍ଦ୍ଧା ଜିଲ୍ଲାର ୧୩୯ ଶିକ୍ଷାନୁଷ୍ଠାନକୁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି । ଚଳିତ ବର୍ଷ ହେବାକୁ ଥିବା ASO ପରୀକ୍ଷା କେନ୍ଦ୍ର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସ୍ୱତନ୍ତ୍ର ଛୁଟି ଘୋଷଣା ହୋଇଛି । ASO ପରୀକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୧୩୯ଟି କେନ୍ଦ୍ର କରାଯାଇଛି ।
  4. ଭୁବନେଶ୍ୱର କୋର୍ଟରେ ମାନହାନି ମକଦ୍ଦମା ମାମଲା ଦାୟର କରିଛନ୍ତି ପ୍ରକୃତି ମିଶ୍ର । ମୋଟ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନି ମକଦ୍ଦମା ରୁଜୁ କରିଛନ୍ତି ପ୍ରକୃତି ମିଶ୍ର । ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁର ଲଳିତ ଶତପଥୀଙ୍କ ନାଁରେ ମାନହାନୀ ମାମଲା ଦାୟର କରିଛନ୍ତି ପ୍ରକୃତି ମିଶ୍ର ।
  5. ବୁଧବାର ଦିନ ଗୋଟାଏ ୟୁକ୍ରେନୀୟ ରେଳ ଷ୍ଟେସନ୍ ଉପରେ ରୁଷୀୟ ରକେଟ୍‌ ମାଡ଼ ହେବାରୁ ଅନ୍ୟୂନ ୨୨ଜଣ ବ୍ୟକ୍ତି ନିହତ ‌ହୋଇଛନ୍ତି ଓ ପ୍ରାୟ ୫୦ଜଣ ବ୍ୟକ୍ତି ଆହତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଛନ୍ତି।
  6. ବ୍ରିଟେନରେ ବର୍ତ୍ତମାନ ବେଆଇନ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଗୋଟିଏ ଦିନରେ ୧୩୦୦ରୁ ଅଧିକ ଲୋକ ୨୭ଟି ବୋଟ୍‌ରେ ଇଂଲିସ ଚ୍ୟାନେଲ ଅତିକ୍ରମ କରି ଇଂଲଣ୍ଡରେ ପ୍ରବେଶ କରିଛନ୍ତି
  7. ଚଳିତବର୍ଷ ନେପାଳରେ ନଭେମ୍ବର ମାସ ଶେଷ ଆଡ଼କୁ ନିର୍ବାଚନ ହେବାର ଅଛି ଏବଂ ଏହା ଭିତରେ ଅଗ୍ନିପଥ ପ୍ରସଙ୍ଗ ଶେର ବାହାଦୁର ଦେଓବା ସରକାର ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ସରକାର ଏପରି କୌଣସି ପଦକ୍ଷେପ ନେବାକୁ ଚାହାନ୍ତି ନାହିଁ,
  8. ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହେବ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଡିସେମ୍ବର ୨୭ରୁ ଜାନୁୟାରୀ ୬ ତାରିଖ ଯାଏଁ ଚାଲିବ ଧନୁଯାତ୍ରା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ହୋଇସାରିଛି ।
  9. ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେଲା ପ୍ରଥମ ସ୍ୱତନ୍ତ୍ର ହ୍ୟାଣ୍ଡ କ୍ଲିନିକ୍ । ଅସ୍ଥିଶଲ୍ୟ, ପିଏମଆର ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ମିଳିତ ଭାବେ ହେବ ଚିକିତ୍ସା ।
  10. ବିହାର ବିଧାନସଭା ଶକ୍ତି ପରୀକ୍ଷାରେ ନୀତୀଶ ସରକାର ପାସ୍, ସପକ୍ଷରେ ମିଳିଲା ୧୬୦ ଭୋଟ, ବିଜେପିର ୱାକଆଉଟ୍ ।
  11. ଲିଜେଣ୍ଡ କ୍ରିକେଟ ଲିଗ୍‌(ଏଲ୍‌ଏଲ୍‌ସି)ର ତିନୋଟି ମ୍ୟାଚ୍‌ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ସେପ୍ଟେମ୍ବେର ୨୭, ୨୯ ଓ ୩୦ରେ ଏହି ମ୍ୟାଚ ଅନୁଷ୍ଠିତ ହେବ।
  12. ଆଉ ୬ ମାସ ବଢ଼ିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ।୨୦୨୩ ଫେବ୍ରୁଆରୀ ୨୮ ତାରିଖ ଯାଏ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି।
  13. CVC ରିପୋର୍ଟ: ୨୦୨୧ରେ ସବୁଠୁ ଅଧିକ ଦୁର୍ନୀତି ଅଭିଯୋଗ ଗୃହ ମନ୍ତ୍ରଣାଳୟ ବିରୋଧରେ, ରେଲଓ୍ଵେ-ବ୍ୟାଙ୍କ ବି ସାମିଲ୍ ।
  14. ସେପ୍ଟେମ୍ବର ୨ରୁ ଜଳସୀମାରେ ପହରା ଦେବ ଆଇଏନଏସ ବିକ୍ରାନ୍ତ: ଯୁଦ୍ଧପୋତର ରହିଛି ୧୬ ଶର୍ଯ୍ୟାବିଶିଷ୍ଟ ଡାକ୍ତରଖାନା ।
  15. ଝାଡ଼ଖଣ୍ଡରେ ବେଆଇନ ଖଣି ଖନନ ଅନ୍ତର୍ଗତ ମନି ଲଣ୍ଡରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ କରିଛି। ଇଡି ଆଜି ଝାଡ଼ଖଣ୍ଡ ବିହାର, ତାମିଲନାଡ଼ୁ ଏବଂ ଦିଲ୍ଲୀ-ଏନ୍‌ସିଆରରେ ପ୍ରାୟ ୨୦ଟି ସ୍ଥାନରେ ଚଢ଼ଉ କରିଛି।
  16. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଫରିଦାବାଦରେ ଦେଶର ସର୍ବବୃହତ୍‌ ମଲ୍‌ଟି ସ୍ପେସାଲିଟି ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି। ୨୬୦୦ ବେଡ୍‌ ବିଶିଷ୍ଟ ଏହି ଘରୋଇ ହସ୍ପିଟାଲର ସମସ୍ତ ବିଭାଗରେ ଉନ୍ନତ ମାନର ଚିକିତ୍ସା ଉପଲବ୍ଧ ହେବ।
  17. ୧୯୯୨ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଫିସର ବିକ୍ରମ ଦୁରାଇସ୍ବାମୀ ବ୍ରିଟେନlj ଭାରତର ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଏବଂ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ବ୍ୟକ୍ତିଗତ ସଚିବ ଭାବେ ସେ କାମ କରିଛନ୍ତି।
  18. ଶ୍ରୀଲଙ୍କାର ଚୀନପ୍ରୀତି ଛାଡ଼ୁନଥିବା ସତ୍ତ୍ବେ ଭାରତ ଏହି କ୍ଷୁଦ୍ର ଦେଶକୁ ସହାୟତା ପ୍ରଦାନ ଜାରି ରଖିଛି । ଭାରତ ପକ୍ଷରୁ ବୁଧବାରଦିନ ଶ୍ରୀଲଙ୍କାକୁ ଆଉ ୨୧ ହଜାର ଟନ୍ ସାର ଯୋଗାଇ ଦିଆଯାଇଛି
  19. ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣାର ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ଶ୍ଵାସରୁଦ୍ଧ ହୋଇ ଘଟିଛି ମୃତ୍ୟୁ ବେକ ବ୍ୟତୀତ ଶରୀର ର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ ଆଉ କିଛି ସମୟ ପରେ ଚନ୍ଦ୍ରଶେଖରପୁର ଥାନାରେ ପହଁଚିବ ଶବ ବ୍ୟବଚ୍ଛେଦ ରିପୋର୍ଟ ।
  20. ନରେନ୍ଦ୍ର ମୋଦୀ ସରକାର ଭାରତର ସମସ୍ତ ଜାତୀୟ ରାଜମାର୍ଗରୁ ଟୋଲ ପ୍ଲାଜା ହଟାଇବାକୁ ଯୋଜନା କରିଛନ୍ତି।  ଟୋଲ୍ ପ୍ଲାଜା ବଦଳରେ ଅଟୋମେଟିକ ନମ୍ବର ପ୍ଲେଟ୍ ରିଡର(ଏନପିଆର) କ୍ୟାମେରା ଲଗାଯିବ।ଏହି କ୍ୟାମେରା ଗାଡିଗୁଡିକର ନମ୍ବର ପ୍ଲେଟ୍‌କୁ ରିଡ୍ କରି ମାଲିକଙ୍କ ଲିଙ୍କ୍ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସ୍ଵତପ୍ରବୃତଃ ଭାବେ ଟଙ୍କା କାଟି ନେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.