• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଭାରତର ପୂର୍ବତନ ଆର୍ଥିକ ମୁଖ୍ୟ ପରାମର୍ଶଦାତା କୃର୍ଷ୍ଣମୁର୍ତ୍ତି ସୁବ୍ରମଣ୍ୟମଙ୍କୁ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିରେ (ଆଇଏମଏଫ) ଭାରତ ପକ୍ଷରୁ କାର୍ଯ୍ଯକାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସୁବ୍ରମଣ୍ୟମ ଆସନ୍ତା ସେପ୍ଟେମ୍ୱର ୧ରୁ ଆଗାମି ୩ ବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ। 

  2. ଯୁକ୍ତରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି)ରେ ୟୁକ୍ରେନକୁ ନେଇ ଏକ ‘ପ୍ରତିକ୍ରିୟାତ୍ମକ ମତଦାନ’ରେ ଭାରତ ପ୍ରଥମ ଥର ଋଷିଆ ବିରୋଧରେ ଭୋଟ କରିଛି।

  3. ଦିଲ୍ଲୀରେ ୩ୟ ଡିଜିଟାଲ ଟେକ କଲକ୍ଲେଭ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଯ୍ୟର ସର୍ବୋତ୍ତମ କାର୍ଯ୍ୟକାରିତା ପାଇଁ ଓଡ଼ିଶା ସରକାରଙ୍କୁ ସମ୍ମାନିତ କରାଯାଇଛି।

  4. ଖୋର୍ଦ୍ଧା ଜିଲ୍ଲାରେ ପୁଣି ଚିହ୍ନଟ ହୋଇଛନ୍ତି ୪୦ଜଣ ନୂଆ ଡେଙ୍ଗୁ ରୋଗୀ । ଏଥିସହ ଖୋର୍ଦ୍ଧା ଜିଲ୍ଲାର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୯୮୭କୁ ବୃଦ୍ଧି ହୋଇଛି। ନୂଆ ୪୦ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୩୬ଜଣ ରହିଥିବା ବେଳେ  ଗ୍ରାମଞ୍ଚଳରୁ ନୂଆ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଭୁବନେଶ୍ୱର ମହାନଗର ନିଗମରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୯୨୩କୁ ବୃଦ୍ଧି ହୋଇଛି।

  5.  ଆଇଏସଆଇଏସ ଆତଙ୍କବାଦୀ ସଙ୍ଗଠନ ଟାର୍ଗେଟରେ ଭାରତର ଶାସକ ଦଳର ନେତା । ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ଶାସକ ବିଜେପିର ବଡ ନେତାଙ୍କୁ ଆତ୍ମଘାତୀ ଆକ୍ରମଣରେ ମାରିବାକୁ ଯୋଜନା କରୁଛି ଆଇଏସଆଇଏସ 

  6. କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧିନ ଗୋବିନ୍ଦପୁର ପଞ୍ଚାୟତର ଜଣେ ୧୬ ବର୍ଷର ମାଆ ଛେଉଣ୍ଡ ଝିଅ ଛଦ୍ମନାମ ମୟୁରକୁ ୬୫ ବର୍ଷୀୟ ରାଜୀବ ମଲ୍ଲିକ (ଛୋଟା) ବଳ ପୂର୍ବକ ଜୋର ଜବରଦସ୍ତ ବାରମ୍ବାର ଅନୈତିକ ସମ୍ପର୍କ ରଖିଥିଲା। ଏବଂ କାହାକୁ ନ ଜଣାଇବାକୁ ଧମକ ଚମକ ଦେଇଥିଲା ଅଜା।

  7. ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଘରେ ଥିବା ସମୟରେ ହୃଦ୍‌ଘାତର ମାତ୍ରା ୬୦ରୁ ୯୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ହୃଦ୍‌ଘାତ ହୃଦରୋଗ ସମେତ ଅନେକ ପ୍ରାଣଘାତୀ ବିପଦର କାରଣ ପାଲଟିଥାଏ ବୋଲି ଆମେରିକାନ ହାର୍ଟ ଆସୋସିଏସନ୍ (ଏଏଚଏ) ଏବଂ ଏମ୍ସ ଭୁବନେଶ୍ୱରର ମିଳିତ ଉଦ୍ୟମରେ ଭାରତରେ କମ୍ୟୁନିଟି ସିଆରପି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

  8. ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ (FSSAI) କହିଛି ଯେ, ଲୋ ସୁଗାରର ଦାବି କେବଳ କରାଯାଇପାରିବ ଯେଉଁଥିରେ ୧୦୦ ଗ୍ରାମ ଓଜନର ଜିନିଷରେ ସୁଗରର ପରିମାଣ ୫ ଗ୍ରାମରୁ କମ୍ ଥିବ। ସୁଗର ଫ୍ରି ପାଇଁ  ୧୦୦ ଗ୍ରାମ ଓଜନ ପ୍ରତି ଚିନି ପରିମାଣ ୦.୫ ଗ୍ରାମରୁ ଅଧିକ ହେବା ଉଚିତ୍ ନୁହେଁ। ହେଲେ କମ୍ପାନୀଗୁଡିକ ଯଦି ଏହି ନିୟମକୁ ପାଳନ କରୁ ନାହାନ୍ତି ତେବେ ଏହା ଶରୀର ପ୍ରିତ ହାନିକରକ ଅଟେ।

  9. ରାଜ୍ୟରେ ହାତୀ ମୃତ୍ୟୁକୁ ରୋକିବା ପାଇଁ ଜଏଣ୍ଟ ଟାକ୍ସ ଫୋର୍ସ ( JTF) ଖୁବଶୀଘ୍ର ଗଠନ କରାଯିବ। ଉଭୟ ପୁଲିସ ଓ ବନ କର୍ମଚାରୀଙ୍କୁ ନେଇ ଏହି JTF ଗଠନ କରାଯିବ। ବନ୍ୟପ୍ରାଣୀ ସମ୍ପର୍କିତ ସମସ୍ତ ତଦନ୍ତ କରିବ ଜଏଣ୍ଟ ଟାକ୍ସ ଫୋର୍ସ । ଏ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ଓଡିଶା ପୁଲିସ ଡିଜି।

  10. ପଶ୍ଚିମ ଓଡିଶାବାସୀଙ୍କ ଆଶା ଓ ବିଶ୍ବାସର କେନ୍ଦ୍ରସ୍ଥଳୀ ତଥା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ପୀଠର ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭିକେ ପାଣ୍ଡିଆନ୍ । ଏଥିସହିତ ମା’ ସମଲେଶ୍ବରୀଙ୍କୁ ଦର୍ଶନ କରି ଆର୍ଶିବାଦ ନେଇଛନ୍ତି।

  11. ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଢିଲା ଅଡୁଆ । ରଦ୍ଦ ହୋଇପାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା । ଏକ ଖଣି ପଟ୍ଟା ମାମଲାରେ ତାଙ୍କ ନାମରେ ନିର୍ବାଚନ ଆୟୋଗଙ୍କ ନିକଟରେ ହୋଇଥିବା ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ।

  12. ବୈଜ୍ଞାନିକ ସମୀର ଭି କାମାତ ଡିଆରଡିଓରୁ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନ ଅଧ୍ୟକ୍ଷ ଥିବା ଜୀ.ସତୀଶ ରେଡ୍ଡୀଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ବୈଜ୍ଞାନିକ ପରାମର୍ଶଦାତା ନିଯୁକ୍ତ କରାଯାଇଛି । କାମାତ ବର୍ତ୍ତମାନ ଡିଆରଡିଓର ନଭେଲ ସିଷ୍ଟମ ଆଣ୍ଡ ମେଟରିୟଲ୍ସରର ମହାନିର୍ଦ୍ଦେଶକ ଅଛନ୍ତି ।

  13. ଭାରତୀୟ ଡାକ ବିଭାଗ ନିଜର ପହଞ୍ଚକୁ ବଢାଇବା ପାଇଁ ଚଳିତ ବର୍ଷ ଅଧିକ ୧୦,୦୦୦ ଡାକ ଘର ଖୋଲିବ । ଡାକ ବିଭାଗ ସଚିବ ଅମନ ଶର୍ମା ଏହି ସୂଚନା ଦେଇଛନ୍ତି ।ଲୋକଙ୍କୁ ସେମାନଙ୍କ ଘରର ୫ କିଲୋମିଟର ଭିତରେ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା ଉପଲବ୍ଧ କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

  14. କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅକ୍ଟୋବର ୧୨ ସୁଦ୍ଧା ଦେଶରେ 5G ସେବା ଆରମ୍ଭ ହେବା ନେଇ କେନ୍ଦ୍ରମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

  15. ଆଜି ସୁପ୍ରିମ୍‌କୋର୍ଟର ୪୮ତମ ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍‌.ଭି. ରମଣାଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ରୂପେ ୧୬ ମାସର କାର୍ଯ୍ୟକାଳରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ।

  16. ରାଇରଙ୍ଗପୁର ସହରରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ରହଣି ତଥା ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଏକ ସ୍ୱତନ୍ତ୍ର ଗୃହ ସ୍ପେଶାଲ ସର୍କିଟ ହାଉସ ନିର୍ମାଣ ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି।ସହର ଉପକଣ୍ଠ ରାଇରଙ୍ଗପୁର ତହସିଲର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଲାଗି ପୂର୍ତ୍ତ ବିଭାଗ ଡାକବଙ୍ଗଳା ରାସ୍ତାରେ ମହୁଲଡ଼ିହା ମୌଜାର ଖାତା ନଂ ୧୦୩ ଓ ପ୍ଲଟ ନମ୍ବର ୧୨ରେ ମୋଟ ୫ଏକର ଜମି ଆବଣ୍ଟନ କରାଯାଇଛି।

  17. ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଦେଶରେ ସାପକାମୁଡ଼ାରେ କେତେ ଲୋକ ମରୁଛନ୍ତି ତା’ ଉପରେ ଏକ ଅଧ୍ୟୟନ କରିଛନ୍ତି। ଏହି ଅଧ୍ୟୟନ ଅନୁସାରେ ବିଷାକ୍ତ ସାପ କାମୁଡ଼ାରେ ଭାରତରେ ପ୍ରତିବର୍ଷ ହାରାହାରି ୪୬,୯୦୦ ଲୋକଙ୍କ ମୃତ୍ୟୁ ଘଟୁଛି। ଆମେରିକା ଓ ଅଷ୍ଟ୍ରେଲିଆରେ ସାପକାମୁଡ଼ାରେ ବର୍ଷକୁ ମାତ୍ର ୧୦-୧୨ ଜଣ ଲୋକ ମରୁଥିବା ବେଳେ ଭାରତରେ ମୃତ୍ୟୁସଂଖ୍ୟା ଅତ୍ୟନ୍ତ ଚିନ୍ତାଜନକ।

  18. କେନ୍ଦ୍ର ମନ୍ତ୍ରଣାଳୟର ବିଭିନ୍ନ ବିଭାଗର ସହକାରୀ ସଚିବ ଭାବେ କାର୍ଯ୍ୟରତ ୨୦୨୦ ବ୍ୟାଚ୍‌ର ୧୭୫ ଜଣ ଆଇଏଏସ୍‌ ଅଧିକାରୀ ରଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଗୁରୁବାର ଦିନ ରାଷ୍ଟ୍ରପତି ଭବନରେ ସାକ୍ଷାତ୍ କରିଛନ୍ତି।

  19. ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ୨୦୨୨-୨୩ ଶିକ୍ଷାବର୍ଷରୁ ପିଜି ପାଠ୍ୟକ୍ରମ ଖୋଲିବା ଲାଗି ଅନୁମତି ମିଳିଛିି। ପ୍ରଥମ ପର୍ଯ୍ୟାୟରେ ଜେନେରାଲ ସର୍ଜରୀ ବିଭାଗରେ ୫ଟି ପିଜି ସିଟ୍‌ରେ ନାମ ଲେଖାଇବାକୁ ଜାତୀୟ ଭେଷଜଙ୍କ ମେଡିକାଲ ଆସେସ୍‌ମେଣ୍ଟ ଆଣ୍ଡ ରେଟିଂ ବୋର୍ଡ(ଏମଏଆରବି) ସର୍ତ୍ତମୂଳକ ଅନୁମତି ଦେଇଛନ୍ତି।

  20. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବକ ଭବନ କନଭେନସନ କେନ୍ଦ୍ରରେ ଗୁରୁବାର ଆୟୋଜିତ କାର୍ଯ୍ୟକ୍ରମରେ ନବନିଯୁକ୍ତ ୩୩୪ ଅଣଶିକ୍ଷକ କର୍ମଚାରୀଙ୍କୁ ବିଜ୍ଞାନାଗାର ସହାୟକ, କନିଷ୍ଠ ପାଠାଗାର ଅଧିକାରୀ ଏବଂ ଶାରୀରିକ ଶିକ୍ଷା ପ୍ରଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଦିଗଦର୍ଶନ ଦେଇଛନ୍ତି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.