• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଜି ଭାରତର ପ୍ରଧାନ ବିଚାରପତି ଭାବେ ଉଦୟ ଉମେଶ ଲଳିତଙ୍କ ଶପଥ ଗ୍ରହଣ ଉତ୍ସବରେ ତାଙ୍କ ପରିବାରର ତିନି ପିଢ଼ି ଉପସ୍ଥିତ ରହିବେ। ଗତକାଲି  ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ କାର୍ଯ୍ଯକାଳର ଶେଷ ଦିନରେ  ପ୍ରଥମଥର ପାଇଁ ଐତିହାସିକ ନିଷ୍ପତ୍ତିକ୍ରମେ ୨୦ଟି ମାମଲାର ଶୁଣାଣିର ଲାଇଭ ଷ୍ଟ୍ରମିଙ୍ଗ କରାଯାଇଥିଲା । ଏହା ମଧ୍ୟରେ ଫ୍ରିବ୍ସି ବା ମାଗଣା ଯୋଜନା ମଧ୍ୟ ରହିଥିଲା ।
  2. ପ୍ରଧାନବିଚାରପତି ଜଷ୍ଟିସ୍‌ ନୁଦାଲାପତି ଭେଙ୍କଟରମଣା ଦେଶର ୪୮ତମ ପ୍ରଧାନବିଚାରପତି ଭାବେ ସେ ୨୦୨୧ ଏପ୍ରିଲରେ ନିଯୁକ୍ତ ହୋଇଥିଲେ। ତେବେ ଆଜି ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ଏହାପରେ ୨୭ ତାରିଖରେ ୪୯ତମ ପ୍ରଧାନବିଚାରପତି ଭାବେ ଜଷ୍ଟିସ ଉଦୟ ଉମେଶ ଲଲିତ ଶପଥ ନେବେ।
  3. ନିର୍ବାଚନ ବେଳେ ରାଜନୀତିକ ଦଳଗୁଡ଼ିକ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ବିଭିନ୍ନ ମାଗଣା ପ୍ରତିଶ୍ରୁତି ଓ ଯୋଜନା ଘୋଷଣା କରୁଥିବାରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏବେ ଏହି ମାମଲାର ଅଧିକ ବିଚାର କରିବା ପାଇଁ ସିଜେଆଇ ଜଷ୍ଟିସ ରମନ୍ନା ଏହାକୁ ୩ ଜଣିଆ ଖଣ୍ଡପୀଠଙ୍କ ପାଖକୁ ପଠାଇ ଦେଇଛନ୍ତି ।
  4. ଚାଷୀମାନେ ସାର ନପାଇ ହନ୍ତସନ୍ତ ହେଉଛନ୍ତି । ଖରିଫ ଋତୁରେ ଡିଏପି ସାର ୩୧ ପ୍ରତିଶତ କମ ମିଳିଛି । ଚାଷୀଙ୍କ ହିତ ପାଇଁ କେନ୍ଦ୍ର ସରକାର ଓଡ଼ିଶାର ମାସିକିଆ କୋଟା ସାର ଯୋଗାଇ ଦେଉ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।
  5. କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଲେଖିଥିବା ଚିଠିରେ ନବୀନ ଲେଖିଛନ୍ତି ଯେ ଓଡ଼ିଶାକୁ ଚାହିଦା ଅନୁସାରେ ଏମଓପି ଏବଂ ଡିଏପି ସାର ମିଳିନି । ଜୁଲାଇ ଶେଷ ସୁଦ୍ଧା ରାଜ୍ୟକୁ ୪୭ ହଜାର ମେଟ୍ରିକ ଟନ ଡିଏପି ଏବଂ ୧ ହଜାର ମେଟ୍ରିକ ଟନ ଏମଓପି ସାର କମ୍ ମିଳିଛି ।
  6. ବରିଷ୍ଠ କଂଗ୍ରେସ ନେତା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ଏକ ବଡ ଘୋଷଣା କରିଛନ୍ତି । ଗୁଲାମନବୀ କହିଛନ୍ତି, ପୁଣିଥରେ ଜମ୍ମୁ-କାଶ୍ମୀର ଫେରିବି ଓ ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବି । ଏହାସହ ବିଜେପିରେ ସାମିଲ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଗୁଲାମନବୀ ।
  7. ଫେକ ବିଶ୍ବବିଦ୍ୟାଳୟ ତାଲିକାରେ ଦିଲ୍ଲୀର ୮ଟି ବିଶ୍ବବିଦ୍ୟାଳୟ ରହିଛି। ଉତ୍ତର ପ୍ରଦେଶର ୪ଟି ବିଶ୍ବବିଦ୍ୟାଳୟ ରହିଛି। ପଶ୍ଚମବଙ୍ଗ ଓ ଓଡ଼ିଶାର ୨ଟି ବିଶ୍ବବିଦ୍ୟାଳୟ ରହିଛି। ସେହିପରି କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶର ଗୋଟିଏ ଲେଖାଏଁ ନକଲି ବିଶ୍ବବିଦ୍ୟାଳୟ ଠାବ କରାଯାଇଛି।
  8. ଦେଶର ୪୬ ଜଣ କୃତୀ ଶିକ୍ଷକ ଏହି ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଶ୍ରୀ ନାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଗୁରୁ ଦିବସ ପାଳନ ଅବସରରେ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ଏହି ପୁରସ୍କାର ଗ୍ରହଣ କରିବେ।
  9. ଈଶ୍ବରଚନ୍ଦ୍ର ନାୟକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ ପାଇଁ ମନୋନୀତ ହୋଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
  10. ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିବା ଲାଗି ନିର୍ବାଚନ ଆୟୋଗ (ଇସି) ରାଜ୍ୟପାଳ ରମେଶ ବୈଶଙ୍କୁ ସୁପାରିସ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଏହି ସୁପାରିସ ପରେ ରାଜ୍ୟପାଳ ଜେଏମଏମ୍ ବିଧାୟକ ସୋରେନଙ୍କୁ ସମନ ଜାରି କରିଛନ୍ତି।
  11. ଆରଡିଏସଓ ଏହି ଟ୍ରାଏଲକୁ ଅଗଷ୍ଟ ୨୫ରେ କୋଟ ନାଗଡା ସେକ୍ସନ ମଧ୍ୟରେ କରିଥିଲା । ଏହି ରୁଟରେ ଟ୍ରେନକୁ ୧୨୦, ୧୫୦ ଏବଂ ୧୮୦ କିଲୋମିଟର ବେଗରେ ଚଲା ଯାଇଥିଲା ।
  12. ବିଶ୍ୱର ସବୁଠୁ ପସନ୍ଦର ନେତା ପାଲଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଲବେନେସ୍ ଭଳି ନେତାଙ୍କୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିଛନ୍ତି।
  13. ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ୮ଟି ଜାତୀୟ ରାଜନୈତିକ ଦଳ ମୋଟ ୧୩୭୩.୭୮୩ କୋଟି ଟଙ୍କା ଆୟ କରିଛନ୍ତି। ସେହିପରି ଏହି ସମୟ ମଧ୍ୟରେ ଦେଶର ୨୭ଟି ଆଞ୍ଚଳିକ ରାଜନୈତିକ ଦଳ ମୋଟ ୫୩୦.୭୦୩ କୋଟି ଟଙ୍କା ଆୟ କରିଥିବା ଜାଣିବା ପାଇଁ ମିଳିଛି।
  14. ୨୦୨୦-୨୧ ଆର୍ଥିକ ବର୍ଷରେ ଜାତୀୟ କଂଗ୍ରେସ ଅଜ୍ଞାତ ଉତ୍ସରୁ ୧୭୮.୭୮୨ କୋଟି ଟଙ୍କା ଆୟ କରିଛି। ସେହିପରି ବିଜେପି ଅଜ୍ଞାତ ଉତ୍ସରୁ ୧୦୦.୫୦୨ କୋଟି ଟଙ୍କା ଆୟ କରିଛି।
  15. ଭାରତୀୟ ସେନାରେ ସାମିଲ ହେଲା ସ୍ବାର୍ମ ଡ୍ରୋନ । ସ୍ବାର୍ମ ଡ୍ରୋନ ଗୁଡ଼ିକ କ୍ଷୁଦ୍ର ମାତ୍ର ଅତ୍ୟନ୍ତ ପ୍ରଭାବୀ । ଅନେକ ଗୁଡ଼ିଏ ( ଶହ ଶହ) ସ୍ବାର୍ମ ଡ୍ରୋନକୁ ଆକାଶରେ ଛାଡ଼ି ଆବଶ୍ୟକ ସାମରିକ ଲକ୍ଷ୍ୟ ହାସଲ କରାଯାଏ । ଏଗୁଡ଼ିକ ପରସ୍ପର ସହ ସମନ୍ବୟ ରକ୍ଷା କରି ଗୋଟିଏ ଟାର୍ଗେଟ ପାଇଁ କାର୍ଯ୍ୟକରନ୍ତି ।
  16. ଅରୁଣାଚଳରେ ଜେଡି(ୟୁ)ର ଥିବା ଏକମାତ୍ର ବିଧାୟକ ଆଜି ବିଜେପିରେ ସାମିଲ ହୋଇଥିବା ଜଣାପଡ଼ିଛି।
  17. “କୋଭିଡ ଟିକାକରଣ ଅମୃତ ମହୋତ୍ସବ” ଦେଶରେ ଗତ ଜୁଲାଇ ୧୫ତାରିଖରେ ଆରମ୍ଭ ହୋଇଥିଲା । ଜାତୀୟ କୋଭିଡ ଟିକାକରଣ ଅଭିଯାନକୁ ଆହୁରି ଅଧିକ ସଫଳ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ କାଳରେ ଲୋକଙ୍କୁ ପ୍ରିକସନ ବା ବୁଷ୍ଟର ଭାବେ ୧୮ବର୍ଷ ବୟସରୁ ଅଧିକ ଲୋକମାନଙ୍କୁ ପ୍ରଦାନ କରାଯାଉଛି । ଜୁଲାଇ ୧୫ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାମାସ (ସେପ୍ଟେମ୍ବର) ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।
  18. ୟୁଜିସିର ନକଲି ବିଶ୍ୱବିଦ୍ୟାଳୟ ତାଲିକାରରେ  ଓଡ଼ିଶାର ନବଭାରତ ଶିକ୍ଷା ପରିଷଦ, ଶକ୍ତି ନଗର ରାଉରକେଲା ଏବଂ ଉତ୍ତର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ବାରିପଦା ଆଦି ୨ଟି ବିଶ୍ୱବିଦ୍ୟାଳୟ ରହିଛି ।
  19. ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ଥଇଥାନ କାର୍ଯ୍ୟ ଆମେରିକା ତ୍ୱରାନ୍ୱିତ କରିବ । ଯେଉଁ ରୋହିଙ୍ଗ୍ୟା ଶରଣାର୍ଥୀମାନେ ବାଙ୍ଗଲାଦେଶରୁ ଯାଇଛନ୍ତି ସେମାନଙ୍କୁ ମଧ୍ୟ ଥଇଥାନ କରାଯିବ । ଏହାଦ୍ୱାରା ସେମାନେ ଆମେରିକାରେ ସେମାନଙ୍କର ଜୀବିକା ନିର୍ବାହ କରିପାରିବେ ।
  20. ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ବଡ଼ ଘୋଷଣା କରିଛନ୍ତି। ଆଜାଦ କହିଛନ୍ତି ଯେ, ସେ ଜମ୍ମୁ କାଶ୍ମୀର ଫେରିବେ ଓ ନିଜର ଦଳ ଗଠନ କରିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.